Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓମିକ୍ରନ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଦେଶର ଅକ୍ସିଜେନ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ର ସରକାର
ବିଶେଷ ଖବର

ଓମିକ୍ରନ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଦେଶର ଅକ୍ସିଜେନ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ର ସରକାର

January 7, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କରୋନାର ନୂଆ ଭୂତାଣୁ ଓମିକ୍ରନ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସମଗ୍ର ଅକ୍ସିଜେନ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ଏଥିରେ ଭେଣ୍ଟିଲେଟର, ପିଏସ୍ଏ/ ଅକ୍ସିଜେନ ପ୍ଲାଣ୍ଟ, ଅକ୍ସିଜେନ କନ୍ସେନ୍ଟ୍ରେଟର ଓ ଅକ୍ସିଜେନ ସିଲିଣ୍ଡରର ସମୟୋଚିତ ଓ ସଫଳ ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି।

ଶ୍ରୀ ଭୂଷଣ ଏକ ଆଭାସୀ ବ୍ୟବସ୍ଥାରେ ଏସବୁ ଅକ୍ସିଜେନ ଉପକରଣର ସ୍ଥିତି ବିଭିନ୍ନ ରାଜ୍ୟରେ କ’ଣ ତାହାର ସମୀକ୍ଷା କରିଥିଲେ। ଦେଶରେ ଏବେ ନୂଆ କରୋନା ଭୂତାଣୁ ଓମିକ୍ରନ୍ ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ସମସ୍ତ ପ୍ରକାର ଅକ୍ସିଜେନ ଉପକରଣ ପ୍ରସ୍ତୁତ କରି ରଖିବା ସହ ରୋଗୀଙ୍କୁ ଠିକ ସମୟରେ ଯୋଗାଇ ଦେବା ସେମାନଙ୍କର ଦାୟିତ୍ୱ ବୋଲି ଶ୍ରୀ ଭୂଷଣ କହିଛନ୍ତି। ଏହାଛଡା କ୍ଷେତ୍ରସ୍ତରର ସବୁ ସ୍ୱାସ୍ଥ୍ୟାସେବା ଓ ଚିକିତ୍ସା ବ୍ୟବସ୍ଥାକୁ ଜରୁରୀକାଳନୀ ସ୍ଥିତି ପାଇଁ ପ୍ରସ୍ତୁତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକଙ୍କ ପାଖରେ ଏବେ ଯେଉଁ ଇସିଆର୍ପି-୨ପାଣ୍ଠି ଉପଲବ୍ଧ ଅଛି ତାହାର ସର୍ବାଧିକ ବିନିଯୋଗ କରିବାକୁ ସେ ଏହି ଅବସରରେ କହିଛନ୍ତି। ଦୈନିକ ସମୀକ୍ଷା ବୈଠକ କରି ଖର୍ଚ୍ଚର ସବିଶେଷ ତଥ୍ୟ ଉତ୍ସର୍ଗୀକୃତ ଏନ୍ଏଚ୍ଏମ୍ ପିଏମ୍ଏସ୍ ପୋର୍ଟାଲରେ ଏହାକୁ ଅପଲୋଡ୍ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଶ୍ରୀ ଭୂଷଣ କହିଛନ୍ତି ଯେ ରାଜ୍ୟମାନେ ନିଜର ଖର୍ଚ୍ଚର ବିବରଣୀ ଦାଖଲ କଲେ ସେମାନଙ୍କୁ ଅଧିକ ଅର୍ଥ ଯୋଗାଇ ଦିଆଯିବ। ଅର୍ଥ ଖର୍ଚ୍ଚ ଉପରେ ଅଧିକ ପାଣ୍ଠି ଯୋଗାଣ ସତ୍ତ ର୍ ନିର୍ଭର କରୁଛି। ଏହି ଅର୍ଥକୁ ଉପଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ରଗୁଡିକୁ ସୁଦୃଢ କରିବା ପାଇଁ ବିନିଯୋଗ କରି ହେବ।

ସେ କହିଛନ୍ତି ଯେ, ଇସିଆର୍ପି -୨ ପାଣ୍ଠିକୁ ମଧ୍ୟ ରାଜ୍ୟ ସରକାରମାନେ ତରଳ ମେଡିକାଲ ଅକ୍ସିଜେନ (ଏଲ୍ଏମ୍ଓ) ଟ୍ୟାଙ୍କ ଓ ମେଡିକାଲ ଗ୍ୟାସ ପାଇପ ଲାଇନ ବ୍ୟବସ୍ଥା ଦିଗରେ ଖର୍ଚ୍ଚ କରିପାରିବେ। ଏଲ୍ଏମ୍ଓ ଟ୍ୟାଙ୍କ ପ୍ରତିଷ୍ଠା କ୍ଷେତ୍ରରେ ରାଜ୍ୟମାନେ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତ୍ତା ପ୍ରତିଷ୍ଠାନ (ପିଇଏସ୍୍ଓ)ଠାରୁ ଆବଶ୍ୟକ ଅନୁମତି ନେବାକୁ ସେ କହିଛନ୍ତି।

ସ୍ଥିତିର ଦୈନିକ ସମୀକ୍ଷା କରି ରାଜ୍ୟ ସରକାରମାନେ ନିଜସ୍ୱ ପାଣ୍ଠି ଓ ସିଏସ୍ଆର୍ ପାଣ୍ଠିରେ ନିର୍ମିତ ହେଉଥିବା ପିଏସ୍ଏ ପ୍ଲାଣ୍ଟଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରିବାକୁ ସେ ମଧ୍ୟ ପରାମର୍ଶ ଦେଇଛନ୍ତି। ରୋଗୀଙ୍କ ଶଯ୍ୟାକୁ ଅକ୍ସିଜେନ କିପରି ଯାଇ ପହଞ୍ଚୁଛି,ଏହାର ଶୁଦ୍ଧତା ଓ ନିରାପତ୍ତା ଆଦି ଦିଗକୁ ଅନୁଧ୍ୟାନ କରିବାକୁ ହସ୍ପିଟାଲରେ ‘ମକଡ୍ରିଲ’ କରିବାକୁ ସେ କହିଛନ୍ତି।

ଗ୍ୟାସ ନିର୍ଗତ ଯେପିର ନ ହୁଏ ତାହାକୁ ସୁନିଶ୍ଚିତ କରିବା ସହିତ ଅକ୍ସିଜେନ ଫ୍ଲୋମିଟରକୁ ପରୀକ୍ଷା କରି ଏହାକୁ କାର୍ଯ୍ୟକ୍ଷମ ଅବସ୍ଥାରେ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ସରକାରୀ ମେଡିକାଲ କଲେଜ ହସ୍ପିଟାଲ ସମେତ ଘରୋଇ ହସ୍ପିଟାଲଗୁଡିକରେ ମଧ୍ୟ ପିଏସ୍ଏ ପ୍ଲାଣ୍ଟ ସ୍ଥାପନ କାର୍ଯ୍ୟକୁ ତଦାରଖ କରିବାକୁ ସେ ସବୁ ରାଜ୍ୟ ସରକାରଙ୍କୁ ଆହ୍ୱାନ ଜଣାଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ ଯୋଗାଇ ଦିଆଯାଇଥିବା ଭେଣ୍ଟିଲେଟରଗୁଡିକୁ ରାଜ୍ୟ ସରକାରମାନେ ନିର୍ଦ୍ଧାରିତ କ୍ଷେତ୍ରସ୍ତରୀୟ ହସ୍ପିଟାଲରେ ଯଥା ଶୀଘ୍ର ଲଗାଇ ସେସବୁକୁ କାର୍ଯ୍ୟକ୍ଷମ କରିବା ଆବଶ୍ୟକ। ଯୋଗାଇ ଦିଆଯାଇଥିବା ଭେଣ୍ଟିଲେଟର ଓ ସେଗୁଡିକର ଉପଯୋଗ ମଧ୍ୟରେ ପାର୍ଥକ୍ୟ ରହୁଥିବାରୁ ଯଥାଶୀଘ୍ର ସମ୍ଭବ ଏହି ଦୂରତ୍ୱ ହ୍ରାସ କରିବାକୁ ସେ କହିଛନ୍ତି। ସେହିଭଳି ଅଧିକ ହସ୍ପିଟାଲରେ ଭେଣ୍ଟିଲେଟର ଲଗାଇବାର ଆବଶ୍ୟକତା ଥିଲେ ତାହାର ବରାଦ ତୁରନ୍ତ କେନ୍ଦ୍ରକୁ ପଠାଇ ଲଗାଯାଉଥିବା ଭେଣ୍ଟିଲେଟରର ଚୂଡାନ୍ତ ବିନିଯୋଗ ପ୍ରମାଣପତ୍ର ପ୍ରେରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏସବୁ ଭେଣ୍ଟିଲେଟର୍ସ ଓ ଅକ୍ସିଜେନ ଉପକରଣର ରକ୍ଷଣାବେକ୍ଷଣ କାମ ସମ୍ପୃକ୍ତ ନିର୍ମାତାଙ୍କୁ ଦେଇ ତାହା ନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ରକ୍ଷଣାବେକ୍ଷଣରେ ତ୍ରୁଟି ପରିଲକ୍ଷିତ ହେଲେ ସେ ବିଷୟରେ ଅନଲାଇନରେ ଅଭିଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିପାଇଁ ୨୦୨୧ ଅଗଷ୍ଟ ୩୦ତାରିଖରୁ ଏକ ଅନଲାଇନ ଅଭିଯୋଗ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି।

ବୈଠକରେ କୁହାଯାଇଥିଲ ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୨୦୨୧ ଡିସେମ୍ବର ୨୨ରେ ଜାତୀୟ ଅକ୍ସିଜେନ ଷ୍ଟିୱାଡସିପ୍ ପ୍ରୋଗ୍ରାମ ଆରମ୍ଭ କରାଯାଇଛି। ଅତଏବ ଅପରେଟରମାନଙ୍କୁ ତାଲିମ ଦେବା କାର୍ଯ୍ୟ ଦେଶସାରା ଯେପରି ଶୀଘ୍ର ସମ୍ପୂର୍ଣ୍ଣ ହୁଏ ରାଜ୍ୟ ସରକାରମାନେ ତାହାକୁ ସୁନିଶ୍ଚିତ କରିବା ଉଚିତ। ଦେଶର ୩୭୮ଜିଲ୍ଲାରୁ ୧୬୦୦ରୁ ଅଧିକ ପ୍ରାର୍ଥୀ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତାଲିମ ମହାନିର୍ଦ୍ଦେଶକ (ଡିଜିଟି)ଙ୍କ ଦ୍ୱାରା ମଧ୍ୟ ଏକ ଅନଲାଇନ ପିଏସ୍ଏ ତାଲିମ କାର୍ଯ୍ୟକ୍ରମ ୨୪ଟି ଆଂଚଳିକ କେନ୍ଦ୍ର ମାଧ୍ୟମରେ ସାରା ଦେଶରେ ଚାଲିଛି। ଏଥିରେ ୧୮୦ଘଣ୍ଟିଆ ତାଲିମ କାର୍ଯ୍ୟକ୍ରମରେ ଏଯାବତ ୪୬୯୦ ପ୍ରାର୍ଥୀ ପ୍ରଶିକ୍ଷଣ ସମାପ୍ତ କରିସାରିଲେଣି। ଏହାଛଡା ୧୦ଘଣ୍ଟିଆ ତାଲିମ କାର୍ଯ୍ୟକ୍ରମରେ ୬୮୨୫ପ୍ରାର୍ଥୀଙ୍କୁ ତାଲିମ ଦିଆଯାଇଛି।
ବୈଠକରେ ରାଜ୍ୟମାନଙ୍କୁ ଆହୁରି ପରାମର୍ଶ ଦିଆଯାଇଛି ଯେ କରୋନା ଔଷଧପତ୍ର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ସେମାନେ ଉଦ୍ୟମ କରିବା ସହ ଏ କ୍ଷେତ୍ରରେ ତତ୍ପର ରହିବେ। ଏହାଛଡା ଔଷଧ ଓ ଟିକା ପରିଚାଳନା ବ୍ୟବସ୍ଥା ଡିଭିଡିଏମ୍ ଏସ୍ ପୋର୍ଟାଲ ମାଧ୍ୟମରେ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜରେ ଔଷଧ ଓ ଟିକା ମହଜୁଦ ସଂକ୍ରାନ୍ତ ସବିଶେଷ ଓ ସର୍ବଶେଷ ତଥ୍ୟ ଦୈନିକ ରଖିବାକୁ ରାଜ୍ୟମାନଙ୍କୁ କୁହାଯାଇଛି। ଆବଶ୍ୟକତା ଅନୁସାରେ କେନ୍ଦ୍ର ସରକାରଙ୍କୁ ଟିକା ଓ ଔଷଧ ପାଇଁ ପରଚେଜ ଅର୍ଡର ଏହି ପୋର୍ଟାଲ ମାଧ୍ୟମରେ ପଠାଇବାକୁ ପରାମର୍ଶ ଦିଆଯାଇଛି।

ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ମନୋହର ଅଗନାନି, ଏନପିପିଏର ଅଧ୍ୟକ୍ଷ କମଳେଶ ପନ୍ଥ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡକ୍ଟର ମନଦୀପ କେ ଭଣ୍ଡାରି ଓ  ଭି.ହେକାଲି ଝିମୋସି ଏବଂ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ମନ୍ତ୍ରଣାଳୟର ଅଧିକାରୀଗଣ ଉପସ୍ଥିତ ଥିଲେ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟବିଭାଗ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, କେନ୍ଦ୍ର କୋଇଲା, ଶକ୍ତି, ରେଲବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ପ୍ରତିନିଧିମାନେ ମଧ୍ୟ ଏଥିରେ ଭାଗ ନେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

କେଜରିୱାଲ ଏବଂ ସିସୋଦିଆଙ୍କୁ ବଡ଼ ଆଶ୍ୱସ୍ତି: ଏହି ମାମଲାରେ ସିବିଆଇକୁ ଭର୍ତ୍ସନା କଲେ କୋର୍ଟ

February 27, 2026

ଏଆଇ ସହ ନିତିଦିନିଆ ଆହ୍ବାନର ସମାଧାନ: ଷ୍ଟାର୍ଟଅପ୍‌ମାନଙ୍କ ନୂତନ ପ୍ରୟାସ

February 27, 2026

ପାରାଦୀପ ବନ୍ଦରରେ ସବୁଜ ହାଇଡ୍ରୋଜେନ୍ ଜେଟି ପାଇଁ ୭୯୭ କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

February 27, 2026

ଭାରତ- ଇସ୍ରାଏଲ ମିଳିତ ବିବୃତ୍ତି

February 27, 2026
Latest News

ଡିଏମକେରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ

February 27, 2026

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

February 27, 2026

ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ୍ ଶାହ

February 27, 2026

ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

February 27, 2026

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.