Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସନ୍ତା ଅକ୍ଟୋବରଠାରୁ କାରରେ ଛଅଟି ଏୟାର ବ୍ୟାଗ ବାଧ୍ୟତାମୂଳକ, ଜାରି ହେଲା ଚିଠା ବିଜ୍ଞପ୍ତି
ଜାତୀୟ ଖବର

ଆସନ୍ତା ଅକ୍ଟୋବରଠାରୁ କାରରେ ଛଅଟି ଏୟାର ବ୍ୟାଗ ବାଧ୍ୟତାମୂଳକ, ଜାରି ହେଲା ଚିଠା ବିଜ୍ଞପ୍ତି

January 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତା ଅକ୍ଟୋବରଠାରୁ ସମସ୍ତ କାରରେ ଛଅଟି ଏୟାର ବ୍ୟାଗ ବାଧ୍ୟତାମୂଳକ, ଜାରି ହେଲା ଚିଠା ବିଜ୍ଞପ୍ତି

ନୂଆଦିଲ୍ଲୀ: ମୋଟର ଯାନରେ ବସିଥିବା ଯାତ୍ରୀମାନଙ୍କୁ ପାର୍ଶ୍ୱବର୍ତ୍ତୀ ଧକ୍କା ବା ଦୁର୍ଘଟଣା ପ୍ରଭାବରୁ ସୁରକ୍ଷିତ ରଖିବା ଲାଗି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ (ସିଏମଭିଆର) ୧୯୮୯ରେ ସଂଶୋଧନ ଅଣାଯାଇ ସୁରକ୍ଷା ବୈଶିଷ୍ଟ୍ୟରେ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

ତଦନୁଯାୟୀ, ଅକ୍ଟୋବର ପହିଲା ୨୦୨୨ ପରେ ନିର୍ମିତ ଏମ1 ବର୍ଗର ବାହାନଗୁଡ଼ିକରେ ଦୁଇ ପାର୍ଶ୍ୱ / ସାଇଡ ଟର୍ସୋ ଏୟାର ବ୍ୟାଗ ଏବଂ ଦୁଇ ପାର୍ଶ୍ୱ ପରଦା/ଟ୍ୟୁବ ଏୟାର ବ୍ୟାଗ ଲଗାଇବା ବାଧ୍ୟତାମୂଳକ ହେବ। ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ୧୪ ଜାନୁଆରୀ ୨୦୨୨ରେ ଏକ ଚିଠା ବିଜ୍ଞପ୍ତି ଜାରି କରାଯାଇଛି। ନୂଆ ନିୟମ ଅନୁଯାୟୀ, ଗାଡ଼ିର ଆଗ ଧାଡ଼ିରେ ଆଉଟବୋର୍ଡ ସିଟିଂ ପୋଜିସନ ବା କଡ଼ ସିଟରେ ବସୁଥିବା ଦୁଇଜଣ ବ୍ୟକ୍ତିଙ୍କ ପାଇଁ ଗୋଟିଏ ଲେଖାଏଁ ଦୁଇ ପାର୍ଶ୍ୱ / ସାଇଡ ଟର୍ସୋ ଏୟାର ବ୍ୟାଗ ଲଗାଯିବ। ସେହିପରି ପଛ କଡ଼ ସିଟ୍‌ରେ ବସୁଥିବା ପ୍ରତ୍ୟେକଙ୍କ ପାଇଁ ଦୁଇ ପାର୍ଶ୍ୱ ପରଦା/ଟ୍ୟୁବ ଏୟାର ବ୍ୟାଗ ଲଗାଯି।

ଏଥିପୂର୍ବରୁ ଏମ 1 ବର୍ଗର ସମସ୍ତ ମୋଟରଯାନ ପାଇଁ ବାଧ୍ୟତାମୂଳକ ଭାବେ ଡ୍ରାଇଭର ଏୟାରବ୍ୟାଗ ସଂଯୋଗ ନିମନ୍ତେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନିୟମ ପ୍ରଣୟନ କରାଯାଇଥିଲା। ଯାତ୍ରୀ ପରିବହନ ଲାଗି ବ୍ୟବହୃତ, ଡ୍ରାଇଭରଙ୍କ ସିଟ୍‌ ସହିତ ଆଠଟିରୁ ଅଧିକ ସିଟ୍‌ ନଥିବା ମୋଟର ଯାନକୁ ଏମ1 ବର୍ଗରେ ଅନ୍ତର୍ଭୂକ୍ତ କରାଯାଇଛି। ଡ୍ରାଇଭରଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଜୁଲାଇ ପହିଲା ୨୦୧୯ ପରଠାରୁ ନିର୍ମିତ ବାହନରେ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମ ଲାଗୁ କରାଯାଇଥିଲା। ଏୟାର ବ୍ୟାଗ ହେଉଛି ବାହନରେ ସଂଯୁକ୍ତ ଏକ ପ୍ରତିରୋଧକ ବ୍ୟବସ୍ଥା। ଏହା ଗାଡ଼ି ଧକ୍କା ହେବା ସମୟରେ ଗାଡ଼ିର ଡାଶବୋର୍ଡ ଏବଂ ଡ୍ରାଇଭରଙ୍କ ମଝିରେ ଏକ ପ୍ରତିରୋଧକ ଭାବେ କାର୍ଯ୍ୟ କରିଥାଏ ଯାହାକି ଗୁରୁତର ଭାବେ ଆଘାତ ହେବା ସମସ୍ୟାକୁ ଏଡ଼ାଇବାରେ ସହାୟକ ହୋଇଥାଏ।

ଏହାପରେ, ମନ୍ତ୍ରଣାଳୟ ପକ୍ଷରୁ ଜାନୁଆରୀ ପହିଲା ୨୦୨୨ ପରେ ନିର୍ମିତ ହୋଇଥିବା ବାହନରେ ଡ୍ରାଇଭରଙ୍କ ବ୍ୟତୀତ ଆଗ ସିଟ୍‌ରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ଫ୍ରଣ୍ଟ ଏୟାର ବ୍ୟାଗ ସଂଯୋଗ କରିବାର ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଥିଲା।

‘‘ସାଇଡ୍‌/ସାଇଡ୍‌ ଟର୍ସୋ ଏୟାର ବ୍ୟାଗ’’ର ଅର୍ଥ ହେଉଛି ଯେକୌଣସି ଏକ ବାୟୁଭର୍ତ୍ତି ସ୍ଥାନଗ୍ରହଣକାରୀ ପ୍ରତିରୋଧକ ଉପକରଣ ଯାହାକି ଗାଡ଼ି ଭିତରର ସିଟ୍‌ କିମ୍ବା ସାଇଡ୍‌ ଷ୍ଟ୍ରକ୍ଚରରେ ଲାଗିଥାଏ। ଏହା ଗାଡ଼ି ଆଗ ଧାଡ଼ିରେ ଆଉଟବୋର୍ଡ ସିଟିଂ ପୋଜିସନ ବା କଡ଼ ସିଟରେ ବସୁଥିବା ଯାତ୍ରୀଙ୍କୁ ପାର୍ଶ୍ୱ ଭାଗରୁ ହେଉଥିବା ଧକ୍କା ଏବଂ/କିମ୍ବା ବାହାରକୁ ବାହାରି ପଡ଼ିଯିବାରୁ ସୁରକ୍ଷା ଦେବା ଲାଗି ଡିଜାଇନ୍‌ କରାଯାଇଥାଏ।

ଦୁଇ ପାର୍ଶ୍ୱ ପରଦା/ଟ୍ୟୁବ ଏୟାର ବ୍ୟାଗ ଅର୍ଥ ହେଲା, ଯେକୌଣସି ଗାଡ଼ିରେ ଲାଗୁଥିବା ଏକ ବାୟୁଭର୍ତ୍ତି ସ୍ଥାନଗ୍ରହଣକାରୀ ପ୍ରତିରୋଧକ ଉପକରଣ । ଏହା ଗାଡ଼ି ଭିତରର ସାଇଡ୍‌ ଷ୍ଟ୍ରକ୍ଚରରେ ଲାଗିଥାଏ। ଏହା ଗାଡ଼ିର ପଛରେ ଆଉଟବୋର୍ଡ ସିଟିଂ ପୋଜିସନ ବା କଡ଼ ସିଟରେ ବସୁଥିବା ଯାତ୍ରୀଙ୍କୁ ପାର୍ଶ୍ୱ ଭାଗରୁ ହେଉଥିବା ଧକ୍କା କିମ୍ବା ଗାଡ଼ି ଓଲଟି ପଡ଼ିବା ସମୟରେ ବାହାରକୁ ବାହାରି ପଡ଼ିଯିବାରୁ ସୁରକ୍ଷା ଦେବା ଲାଗି ଡିଜାଇନ୍‌ କରାଯାଇଥାଏ।

Share. Facebook Twitter LinkedIn Email WhatsApp Copy Link

Related Posts

ରିଲାଏନ୍ସ ପକ୍ଷରୁ ୭୫ ବର୍ଷ ପୁରୁଣା ‘ଏସଆଇଏଲ’ ବ୍ରାଣ୍ଡର ଏକ ନୂତନ ସ୍ୱାଦ ଏବଂ ଶୈଳୀରେ ଶୁଭାରମ୍ଭ

December 17, 2025

ଅହମ୍ମଦାବାଦ ଏବଂ ଗାନ୍ଧୀନଗରର ୮ ରୁ ୧୦ ଟି ସ୍କୁଲକୁ ବୋମା ଧମକ: ତଦନ୍ତ ଜାରୀ

December 17, 2025

ଢାକାରେ ଭାରତୀୟ ହାଇକମିଶନରଙ୍କୁ ଧମକ, ବାଂଲାଦେଶ ହାଇକମିଶନରଙ୍କୁ ସମନ କଲା ଭାରତ 

December 17, 2025

ଗୁଜୁରାଟ ସୂତା କଳରେ କାମ କରିବାକୁ ଯାଉଥିବା ସାତ ନାବାଳକଙ୍କୁ ଉଦ୍ଧାର କଲା RPF

December 17, 2025
Latest News

ରିଲାଏନ୍ସ ପକ୍ଷରୁ ୭୫ ବର୍ଷ ପୁରୁଣା ‘ଏସଆଇଏଲ’ ବ୍ରାଣ୍ଡର ଏକ ନୂତନ ସ୍ୱାଦ ଏବଂ ଶୈଳୀରେ ଶୁଭାରମ୍ଭ

December 17, 2025

ଅହମ୍ମଦାବାଦ ଏବଂ ଗାନ୍ଧୀନଗରର ୮ ରୁ ୧୦ ଟି ସ୍କୁଲକୁ ବୋମା ଧମକ: ତଦନ୍ତ ଜାରୀ

December 17, 2025

ଢାକାରେ ଭାରତୀୟ ହାଇକମିଶନରଙ୍କୁ ଧମକ, ବାଂଲାଦେଶ ହାଇକମିଶନରଙ୍କୁ ସମନ କଲା ଭାରତ 

December 17, 2025

ଗୁଜୁରାଟ ସୂତା କଳରେ କାମ କରିବାକୁ ଯାଉଥିବା ସାତ ନାବାଳକଙ୍କୁ ଉଦ୍ଧାର କଲା RPF

December 17, 2025

ଇଥିଓପିଆର ସର୍ବୋଚ୍ଚ ସମ୍ମାନ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ଗୃହମନ୍ତ୍ରୀ

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.