Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅମିତ ଶାହାଙ୍କ ଆଗରେ ୨ ଟି ଦାବି ରଖିଲେ ଜାଟ ନେତା: ବିଜେପିର ଅଫରକୁ ନେଇ ପ୍ରତିକ୍ରିୟା ରଖିଲେ ଜୟନ୍ତ ଚୌଧୁରୀ
ବିଶେଷ ଖବର

ଅମିତ ଶାହାଙ୍କ ଆଗରେ ୨ ଟି ଦାବି ରଖିଲେ ଜାଟ ନେତା: ବିଜେପିର ଅଫରକୁ ନେଇ ପ୍ରତିକ୍ରିୟା ରଖିଲେ ଜୟନ୍ତ ଚୌଧୁରୀ

January 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ରାଜଧାନୀ ଦିଲ୍ଲୀର ବିଜେପି ସାଂସଦ ପ୍ରବେଶ ବର୍ମାଙ୍କ ବାସଭବନରେ ଦୁଇଶହ ପଚାଶରୁ ଅଧିକ ଜାଟ ନେତାଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନାନୁସାରେ, ଏହି ବୈଠକରେ ଗୋଟିଏ ପଟେ ଜାଟ ନେତାମାନେ ଅମିତ ଶାହାଙ୍କ ଆଗରେ ଦୁଇଟି ପ୍ରମୁଖ ଦାବି କରିଥିଲେ। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ସହ ମିଳିତ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜୟନ୍ତ ଚୌଧୁରୀଙ୍କ ଆରଏଲଡିକୁ ବିଜେପି ମେଣ୍ଟରେ ଯୋଗଦେବାକୁ ଅମିତ ଶାହା ଅଫର ଦେଇଛନ୍ତି।

ବୈଠକରେ ଜାଟ ନେତାମାନେ ଅମିତ ଶାହାଙ୍କ ଆଗରେ ଦୁଇଟି ପ୍ରମୁଖ ଦାବି କରିଥିଲେ ଯେଉଁଥିରେ ପ୍ରଥମ ଦାବି ହେଲା ୧୪ ଦିନ ମଧ୍ୟରେ ଆଖୁ ଦେୟ ଦିଆଯିବା ଉଚିତ ଏବଂ ଦ୍ୱିତୀୟଟି ହେଲା ଜାଟମାନଙ୍କୁ ସଂରକ୍ଷଣ ଦିଆଯିବା ଉଚିତ। ଏହା ଉପରେ ଅମିତ ଶାହା କହିଛନ୍ତି ଯେ ଜାଟମାନଙ୍କ ସହ ତାଙ୍କର ଏକ ବିଶେଷ ସଂଯୋଗ ଅଛି ଏବଂ ସେମାନଙ୍କର ଦାବି ତାଙ୍କ ହୃଦୟରେ ଅଛି। ନିର୍ବାଚନ ପରେ ସେ ଏସବୁ ଉପରେ କାମ କରିବେ।

ଏହି ବୈଠକରେ ଅମିତ ଶାହା ଆରଏଲଡିର ଜୟନ୍ତ ଚୌଧୁରୀଙ୍କୁ ମେଣ୍ଟ ପାଇଁ ଅଫର ପ୍ରଦାନ କରିଥିଲେ। ଗୃହମନ୍ତ୍ରୀ ଅମିତ ଶାହା ଏହି ବୈଠକରେ କହିଛନ୍ତି ଯେ, ଆମେ ଚୌଧୁରୀ ଚରଣ ସିଂଙ୍କୁ ସମ୍ମାନ ଦେଉଛୁ। ତାଙ୍କ ଉତ୍ତରାଧିକାରୀଙ୍କ ପାଇଁ ଆମେ ପୂର୍ବରୁ ଦ୍ୱାର ଖୋଲା ରଖିଥିଲୁ ଏବଂ ଭବିଷ୍ୟତରେ ଯଦି ସେ ଇଚ୍ଛା କରନ୍ତି, ତେବେ ତାଙ୍କ ସହ କଥାବାର୍ତ୍ତା ପାଇଁ ଦ୍ୱାର ଖୋଲା ଅଛି।

ବିଜେପିର ଅଫର ଉପରେ ଜୟନ୍ତ ଚୌଧୁରୀଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ ଟ୍ୱିଟ୍ କରି କହିଛନ୍ତି ଯେ, ଅଫର ମୋତେ ନୁହେଁ, ସେହି ୭୦୦ କୃଷକ ପରିବାରକୁ ଦିଅ, ଯାହାର ଘର ତୁମେ ନଷ୍ଟ କରି ଦେଇଛ।

ବୈଠକ ପରେ ପ୍ରବେଶ ବର୍ମା କହିଛନ୍ତି ଯେ, “ଖୋଲା ମନ ସହ କଥା ହୋଇଛି। ସମାଜର ଲୋକମାନେ ବିଶ୍ବାସ କରନ୍ତି ଯେ, ଜୟନ୍ତ ଚୌଧୁରୀ ଭୁଲ ପଥରେ ଯାଇଛନ୍ତି। ଆମେ ତାଙ୍କ ସହ କଥା ହେବୁ। ନିର୍ବାଚନ ପରେ ସେ ଫେରିବେ କି ନାହିଁ ତାହା ସେ ସ୍ଥିର କରିବେ। “

ଅମିତ ଶାହା ଜୟନ୍ତ ଚୌଧୁରୀ ପ୍ରତିକ୍ରିୟା ରଖିଲେ ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026
Latest News

ଇସ୍ରାଏଲୀ ଆକ୍ରମଣରେ ଇରାନର ପ୍ରତିରକ୍ଷା ମୁଖ୍ୟ ଅଲି ଲାରିଜାନିଙ୍କ ମୃତ୍ୟୁ: IDF ର ବଡ ଦାବି 

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.