Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PanchayatElection»ଏଥର ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣ ଓ ଗଣନା କାର୍ଯ୍ୟ ଏହି ନିୟମ ଅନୁସାରେ ହେବ
PanchayatElection

ଏଥର ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣ ଓ ଗଣନା କାର୍ଯ୍ୟ ଏହି ନିୟମ ଅନୁସାରେ ହେବ

February 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଥର ପଞ୍ଚାୟତ ଭୋଟଗ୍ରହଣ ଓ ମତଗଣନା କାର୍ଯ୍ୟ କୋଭିଡ୍‌-୧୯ର ଏହି ନିୟମାନୁସାରେ ହେବ

ଭୁବନେଶ୍ୱର: ତ୍ରିରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଓ ମତଗଣନା କାର୍ଯ୍ୟ କୋଭିଡ୍‌-୧୯ ନିୟମାବଳୀର କଡ଼ାକଡ଼ି ଅନୁପାଳନ ସହ ହେବ। ମତଦାନର ପୂର୍ବଦିନ ନିର୍ଦ୍ଧାରିତ ମତଦାନ କେନ୍ଦ୍ରକୁ ଭଲ ଭାବେ ବିଶୋଧନ କରାଯିବ ଓ ମତଦାନ କେନ୍ଦ୍ରରେ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀମାନେ ଦ୍ୱିତୀୟ ଡୋଜ କୋଭିଡ୍‌ ଟିକା ନେଇଥିବେ।

ମତଦାନ କେନ୍ଦ୍ରରେ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ ହେବ। ଭୋଟଗ୍ରହଣ ଦିନ ଭୋଟରମାନଙ୍କ ପାଇଁ ପ୍ରବେଶ ଦ୍ୱାର ନିକଟରେ ଥର୍ମାଲ ସ୍କାନିଂ ସହ ସାନିଟାଇଜର ବ୍ୟବହାର କରାଯିବ। ପ୍ରତ୍ୟେକ ଭୋଟର ମାସ୍କ ପରିଧାନ କରି ମତଦାନ କରିବେ।

ସେହିପରି ମତଗଣନା ନିମନ୍ତେ ନିରୁପିତ ହୋଇଥିବା ମତଗଣନା କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ୍‌ଗୁଡ଼ିକୁ ଭଲ ଭାବେ ବିଶୋଧନ କରାଯିବ। ମତଗଣନା କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ କର୍ମଚାରୀ ଦ୍ୱିତୀୟ ମାତ୍ରା କୋଭିଡ୍‌ ଟିକା ନେଇଥିବା ଆବଶ୍ୟକ। ଏତଦ୍‌ବ୍ୟତୀତ ସମସ୍ତ କର୍ମଚାରୀ ମାସ୍କ ଓ ଗ୍ଲୋବସ୍‌ ପରିଧାନ କରି ମତଗଣନା କାର୍ଯ୍ୟରେ ନିୟୋଜିତ ହେବେ। କାଉଣ୍ଟିଂ ଏଜେଣ୍ଟମାନେ ମଧ୍ୟ ମାସ୍କ ପରିଧାନ ସହ କୋଭିଡ୍‌ ଦ୍ୱିତୀୟ ପାନ ଟିକା ନେଇଥିବା ବାଧ୍ୟତାମୂଳକ ଅଟେ। ମତଗଣନା କେନ୍ଦ୍ର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି କର୍ମଚାରୀମାନେ କାର୍ଯ୍ୟ କରିବେ।

କୋଭିଡ୍‌-୧୯ ଦ୍ୱିତୀୟ ମାତ୍ରା ଟିକା ନେଇଥିଲେ ମଧ୍ୟ ମତଗଣନା କେନ୍ଦ୍ରକୁ ପ୍ରବେଶ ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ମତଗଣନାର ୪୮ ଘଣ୍ଟା ମଧ୍ୟରେ ଆର୍‌ଟିପିସିଆର୍‌ ଟେଷ୍ଟିଂ ହୋଇଥିବା ନିତାନ୍ତ ଜରୁରୀ। ମତଦାନ କେନ୍ଦ୍ର ଓ ମତଗଣନା କେନ୍ଦ୍ରଠାରେ ନିୟୋଜିତ ହୋଇଥିବା ସୁରକ୍ଷା କର୍ମଚାରୀମାନେ ମଧ୍ୟ କୋଭିଡ୍‌ ନିୟମାନୁସାରେ ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟ କରିବେ।

କୋଭିଡ୍‌ ଦ୍ୱିତୀୟ ମାତ୍ରା ଟିକା ନେଇଥିବା ସତ୍ତେ୍ୱ ଯଦି କୋଭିଡ୍‌ର କୌଣସି ଲକ୍ଷଣ ଯଥା ଜ୍ୱର, ସର୍ଦ୍ଦି, ଥଣ୍ଡା ଆଦି ପ୍ରକାଶ ପାଏ, ତାହେଲେ ସେହି କର୍ମଚାରୀଙ୍କୁ ମତଗଣନା କେନ୍ଦ୍ରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡି ଛାଡିବେ ବରିଷ୍ଠ ନେତା ଭୂପିନ୍ଦର ସିଂ, ପାଣ୍ଡିଆନଙ୍କୁ ମାରିଲେ ତେରଚ୍ଛା ବାଣ

September 3, 2025

ସଂଧ୍ୟାରେ ହେବ ବାଦଲ ଫଟା ବର୍ଷା, ବିଭିନ୍ନ ସ୍ଥାନରେ ଭୂସ୍ଖଳନ ସମ୍ଭାବନା

September 3, 2025

ମନ୍ତ୍ରୀ ମଣ୍ଡଳ ଅଦଳବଦଳ କାଉଣ୍ଟ ଡାଉନ ଆରମ୍ଭ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଏବଂ ସଭାପତି

September 3, 2025

ଘନିଭୂତ ହେବାରେ ଲାଗିଛି ଲଘୁଚାପ, ଆଜି ଚାରିଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରୀ

September 3, 2025
Latest News

ବିଜେଡି ଛାଡିବେ ବରିଷ୍ଠ ନେତା ଭୂପିନ୍ଦର ସିଂ, ପାଣ୍ଡିଆନଙ୍କୁ ମାରିଲେ ତେରଚ୍ଛା ବାଣ

September 3, 2025

ସଂଧ୍ୟାରେ ହେବ ବାଦଲ ଫଟା ବର୍ଷା, ବିଭିନ୍ନ ସ୍ଥାନରେ ଭୂସ୍ଖଳନ ସମ୍ଭାବନା

September 3, 2025

ମନ୍ତ୍ରୀ ମଣ୍ଡଳ ଅଦଳବଦଳ କାଉଣ୍ଟ ଡାଉନ ଆରମ୍ଭ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଏବଂ ସଭାପତି

September 3, 2025

କରମା ପୂଜା ପାଇଁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

September 3, 2025

ସେମିକନ୍ ଇଣ୍ଡିଆ 2025ର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଲୋଚନା

September 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.