Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଜାତୀୟ ଖବର

ଆଜି ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

February 19, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର : ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଶ୍ରୀକ୍ଷେତ୍ର ପୁରୀସ୍ଥିତ ଗୌଡ଼ୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍‌ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବା ଲାଗି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱତନ୍ତ୍ର ବିମାନ ଯୋଗେ ଶନିବାର ଅପରାହ୍ନ ୧୨ଟା ୨୫ରେ ଦିଲ୍ଲୀରୁ ବାହାରି ଅପରାହ୍ନ ୨ଟା୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଜ୍ୟପାଳ ଗଣେଶୀ ଲାଲ ପ୍ରମୁଖ ବିମାନବନ୍ଦରରେ ଉପସ୍ଥିତ ରହିବେ।

ଭୁବନେଶ୍ବର ବିମାନ ବନ୍ଦରରୁ ରାଷ୍ଟ୍ରପତି ୨ ଟା ୫୫ ମିନିଟରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ । ପୁରୀରେ ସେ ପହଞ୍ଚିବା ପରେ ରାଜଭବନ ଯିବେ ।  ସେଠାରୁ ରାଷ୍ଟ୍ରପତି ୪.୫୫ ମିନିଟରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ। ସେ ଶ୍ରୀମନ୍ଦିରରେ ୪୫ ମିନିଟ୍ ରହିବେ। ସେହିଦିନ ରାତିରେ ସେ ପୁରୀରେ ରହିବେ ।

ପରଦିନ ଅର୍ଥାତ୍‌୨୦ ତାରିଖ ସକାଳ ୧୦.୩୦ ମିନିଟରେ ବଡ଼ଦାଣ୍ଡ ସ୍ଥିତ ଗୌଡିୟ ମଠରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହେବେ ରାଷ୍ଟ୍ରପତି । ଏହାପରେ ଶରଧାବାଲି ଯାଇ ସାଧୁ ସମ୍ମିଳନୀରେ ଏକ ଘଂଟା ଧରି ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଶହ ପୋଲିସ ଅଧିକାରୀ ମୁତୟନ ରହିବେ ।

Share. Facebook Twitter LinkedIn Email WhatsApp Copy Link

Related Posts

ICC ODI ରାଙ୍କିଂ: ବିରାଟ କୋହଲିଙ୍କୁ ଝଟକା ଦେଇ ଶୀର୍ଷ ଆସନ ଅକ୍ତିଆର କଲେ ଡାରିଲ ମିଚେଲ

January 24, 2026

ଜାନୁଆରୀ ୨୬ ପୂର୍ବରୁ ବଡ଼ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାଶ, ୨.୫ କିଲୋଗ୍ରାମ RDX ସହିତ ୪ ଗିରଫ

January 24, 2026

ମତ୍ସ୍ୟ-ପ୍ରାଣୀ ସମାବେଶର ଶେଷ ଦିନ: ଜନ ସମୁଦ୍ର ପାଲଟିଲା ଜନତା ମଇଦାନ

January 24, 2026

ରୋଜଗାର ମେଳା: ଆଜି ୬୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

January 24, 2026
Latest News

ICC ODI ରାଙ୍କିଂ: ବିରାଟ କୋହଲିଙ୍କୁ ଝଟକା ଦେଇ ଶୀର୍ଷ ଆସନ ଅକ୍ତିଆର କଲେ ଡାରିଲ ମିଚେଲ

January 24, 2026

ଜାନୁଆରୀ ୨୬ ପୂର୍ବରୁ ବଡ଼ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାଶ, ୨.୫ କିଲୋଗ୍ରାମ RDX ସହିତ ୪ ଗିରଫ

January 24, 2026

ମତ୍ସ୍ୟ-ପ୍ରାଣୀ ସମାବେଶର ଶେଷ ଦିନ: ଜନ ସମୁଦ୍ର ପାଲଟିଲା ଜନତା ମଇଦାନ

January 24, 2026

ରୋଜଗାର ମେଳା: ଆଜି ୬୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

January 24, 2026

‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର-୨୦୨୬’ ପାଇଁ ଦୁଇଟି ପୁରସ୍କାର ଘୋଷଣା

January 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.