
ଭୁବନେଶ୍ଵର: ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ବିଧାନସଭା ବଜେଟ ଅଧିବେଶନ ଅନୁଷ୍ଠିତ ହୋଇପାରେ। ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଓଡିଶା ବିଧାନସଭାର ବଜେଟ ଅଧିବେଶନ ପାଇଁ ତାରିଖ ଘୋଷଣା ହେବ।
ଏହାସହିତ ବିଧାନସଭା ସମାଚାର ୟୁଟୁବ ଚ୍ୟାନେଲ କରାଯିବ। ବିଧାନସଭା ପରିସରରେ ଏଥିପାଇଁ ଷ୍ଟୂଡିଓ ତିଆରି କରାଯାଉଛି। ଏଥିରେ ବିଧାନସଭା ସମ୍ପର୍କିତ ଖବର ପ୍ରସାରଣ କରାଯିବ। ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ମଧ୍ୟ ପ୍ରସାରିତ ହେବ। ସଂସଦ ଢାଞ୍ଚାରେ ପ୍ରସାରିତ ହେବ ବିଧାନସଭା ଟିଭି।
ଏତଦବ୍ୟତୀତ ‘ବିଧାନସଭା ପତ୍ରିକା’ ନାମକ ମାସିକ ପତ୍ରିକା ମଧ୍ୟ ଆରମ୍ଭ ହେବ। ଏନେଇ ବାଚସ୍ପତି ଡାକ୍ତର ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।