କୋଲକୋତା: ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଟୁଇଟ୍ କରି ମମତା ବାନାର୍ଜୀ ଆସାନସୋଲରୁ ଲୋକସଭା ଉପ-ନିର୍ବାଚନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶତ୍ରୁଘ୍ନ ସିହ୍ନାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଏହା ସହିତ ମମତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଗାୟକ ବାବୁଲ ସୁପ୍ରିଓଙ୍କୁ ବାଲିଗଞ୍ଜରୁ ବିଧାନସଭା ଉପ-ନିର୍ବାଚନ ପାଇଁ ମନୋନୀତ କରିଛନ୍ତି। ବଡ କଥା ହେଉଛି ବାବୁଲ ସୁପ୍ରିଓଙ୍କ ଇସ୍ତଫା ପରେ ଆସାନସୋଲ ସିଟ୍ ଖାଲି ପଡିଥିଲା।
ଉଭୟ ନେତାଙ୍କ ନାମ ଘୋଷଣା କରି ମମତା ଟ୍ୱିଟ୍ କରି କହିଛନ୍ତି ଯେ, ମୁଁ ତୃଣମୂଳ କଂଗ୍ରେସ ତରଫରୁ ଘୋଷଣା କରି ଖୁସି ଯେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା ଆସାନସୋଲରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ ବାବୁଲୁ ସୁପ୍ରିଓ ବାଲିଗଞ୍ଜରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଜୟ ହିନ୍ଦ, ଜୟ ବଙ୍ଗଳା, ଜୟ ମା, ମାଟି-ମାନୁଷ।
ଉଲ୍ଲେଖନୀୟ ବିଷୟ ହେଉଛି, ପଶ୍ଚିମବଙ୍ଗରେ ଆସନ୍ତା ମାସର ୧୨ ତାରିଖରେ ଗୋଟିଏ ଲୋକସଭା ଏବଂ ଚାରିଟି ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଗତ ବର୍ଷ ମୋଦୀ ସରକାରଙ୍କ ମନ୍ତ୍ରୀ ବାବୁଲ ସୁପ୍ରିଓ ଆସାନସୋଲ ଲୋକସଭା ଆସନରୁ ଇସ୍ତଫା ଦେଇ ଟିଏମସିରେ ଯୋଗ ଦେଇଥିଲେ।
ପଶ୍ଚିମବଙ୍ଗର ବାଲିଗଞ୍ଜ, ଛତିଶଗଡର ଖଇରାଗଡ, ବିହାରର ବୋଚହାଁ ଏବଂ ମହାରାଷ୍ଟ୍ରର କୋହ୍ଲାପୁର ଉତ୍ତରରେ ମଧ୍ୟ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୭ ତାରିଖରେ ପାଞ୍ଚଟି ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଫଳାଫଳ ଏପ୍ରିଲ ୧୬ ତାରିଖରେ ଘୋଷଣା କରାଯିବ।