Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶା କଂଗ୍ରେସର ଚରିତ୍ର ବଦଳିବ ନା ନାହିଁ !!
ବିଶେଷ ଖବର

ଓଡ଼ିଶା କଂଗ୍ରେସର ଚରିତ୍ର ବଦଳିବ ନା ନାହିଁ !!

November 21, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ-

 ଦୀର୍ଘ ବର୍ଷ ଧରି ସ୍ଥାଣୁ ଭାବରେ ପଡ଼ି ରହିବା ପରେ ଯେତେବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ଘଟିଲା, ସେତେବେଳେ ଗୋଟେ ଉତ୍ସାହର ବାତାବରଣ ତିଆରି ହୋଇଥିଲା। ଅଖିଳ ଭାରତ କଂଗ୍ରେସ କମିଟି, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆଉ ଥରେ ସଭାପତି ଭାବେ ନିଯୁକ୍ତି ଦେଇ ଗୋଟେ ନୂଆ ପରିବର୍ତ୍ତନର ବାଟ ଫିଟେଇଥିଲେ।  ହେଲେ ଆଜି ଲାଗୁଛି, କଂଗ୍ରେସର ଆଉ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ। ବୋଧେ କଂଗ୍ରେସ ଓଡିଶାରେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇ ସାରିଛି!

୧୯୯୮ ମସିହା ପରଠୁ କଂଗ୍ରେସ ଓଡିଶାର ପ୍ରାୟ ସବୁ ନିର୍ବାଚନରେ ପରାଜୟ ବରଣ କରୁଥିଲେ ମଧ୍ୟ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାବେ ଏହାର ପରିଚୟ ରହିଆସିଛି।  କିନ୍ତୁ ୨୦୧୪ ପରେ କଂଗ୍ରେସର ଅସ୍ତିତ୍ୱ ଓଡିଶାରୁ ଆସ୍ତେ ଆସ୍ତେ ଲିଭିବା ଆରମ୍ଭ କରିଛି। ପ୍ରଥମେ କନ୍ଧମାଳ ଲୋକସଭା ଉପ ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଲା ଓ ମାର୍ଚ୍ଚ ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହା ଭାରତୀୟ ଜନତା ପାର୍ଟିଠୁ ଉଭୟ ଆସନ ତଥା ଭୋଟ୍ ହାର କ୍ଷେତ୍ରରେ ଯଥେଷ୍ଟ ପଛରେ ପଡ଼ିଯାଇଛି। ସବୁଠୁ ହତାଶାର ବିଷୟ ହେଉଛି, ବିଜେପୁର ବିଧାନସଭା ଉପ ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ।  ଗତ ତିନୋଟିଯାକ ନିର୍ବାଚନରେ ଏଠାରୁ କଂଗ୍ରେସ ଦଳର ପ୍ରାର୍ଥୀ ସୁବଳ ସାହୁ ଜିତି ଆସୁଥିବା ବେଳେ ତାଙ୍କ ଅବର୍ତ୍ତମାନରେ ସେଠି କଂଗ୍ରେସ ପ୍ରାର୍ଥୀ ନିଜର ଅମାନତ ହରାଇଲେ। କଂଗ୍ରେସ ଦଳ ଭିତରେ ରହିଥିବା ପ୍ରଚଣ୍ଡ ଗୋଷ୍ଠୀ ବିବାଦ ଓ ସେତେବେଳର ସଭାପତି ପ୍ରସାଦ ହରିଚନ୍ଦନଙ୍କ  ନିଷ୍ପୃହତା କାରଣରୁ ରାଜ୍ୟରେ କଂଗ୍ରେସ ଏକ ମୃତ ଦଳ ବୋଲି ଲୋକେ ଧରି ନେଇଥିଲେ। 

ତେବେ ନିରଂଜନ ପଟ୍ଟନାୟକ ସଭାପତି ଦାୟିତ୍ୱ ନେବାପରେ, ତୃଣମୂଳ ସ୍ତରରେ ନହେଲେ ମଧ୍ୟ, ଗଣ ମାଧ୍ୟମ ଜରିଆରେ କଂଗ୍ରେସ ନିଜର ପୁରୁଣା ଅସ୍ତିତ୍ୱ ଫେରି ପାଇବ ବୋଲି ଏକ ଧାରଣା ସୃଷ୍ଟି ହେଲା।  ନିରଞ୍ଜନ ବାବୁ ଅଭିଜ୍ଞ ଲୋକ ଓ ତାଙ୍କ ପଛରେ ସବୁ ପ୍ରକାର ସାଧନର ଅଭାବ ରହିବ ନାହିଁ ବୋଲି କଂଗ୍ରେସ କର୍ମୀମାନେ ଆସ୍ଥାବାନ ଥିବାରୁ, ଦଳର ପୁନଃ ସଂଗଠନ ସମ୍ଭବ ବୋଲି ଆଶା ଦେଖାଦେଇଥିଲା।  ପ୍ରାଥମିକ ଭାବରେ କଂଗ୍ରେସ ଭିତରେ ଉତ୍ସାହ ଓ ଆଶାର ଏକ ପରିବେଶ ମଧ୍ୟ ସୃଷ୍ଟି ହୋଇଥିଲା। ହେଲେ ଗୋଦରା କୋଡ଼େ ଯେତେ ମାଡ଼େ ସେତେ ନ୍ୟାୟରେ ଏବେ କଂଗ୍ରେସର ପୁରୁଣା ରୋଗ ପୁଣି ଆରମ୍ଭ ହୋଇଛି। 

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଚରମ ଅବସ୍ଥାରେ ପହଞ୍ଚିଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଧାନସଭାର କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ସହିତ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଗଣ୍ଡଗୋଳ ଏବେ ଦାଣ୍ଡରେ ଗଡ଼ୁଛି। କଂଗ୍ରେସ ଓଡିଶାର ଶାସକ ଦଳ ପାଖରେ ବନ୍ଧା ପଡ଼ିଛି ବୋଲି ବିଜେପି ଅଭିଯୋଗ କରୁଛି। ମଜାର କଥା ହେଲା, କେନ୍ଦ୍ରରେ ବିଜେଡିର ସବୁ ପ୍ରକାର ସମର୍ଥନ ହାସଲ କରୁଥିବା ବିଜେପି ଏବେ କଂଗ୍ରେସକୁ ବିଜେଡିର ବି-ଟିମ ବୋଲି କହୁଛି। ବିରୋଧୀ ଦଳଙ୍କ ଭିତରେ ଏ ଗଣ୍ଡଗୋଳରୁ ୨୦୧୯ ପାଇଁ ବିଜେଡିର ବାଟ ଅଧିକ ସୁଗମ ହୋଇଯାଉଛି।

କଂଗ୍ରେସର ନିଜସ୍ୱ ସଂଗଠନ ଧ୍ୱଂସ ପାଇଯିବା ପଛରେ ବଡ଼ ନେତା ମାନଙ୍କର ଏମିତି ଚକ୍ରାନ୍ତ ଦାୟୀ ବୋଲି ଓଡ଼ିଶାର ଲୋକେ ଭଲ ଭାବରେ ଜାଣନ୍ତି। ଏତେ ପରାଜୟ ଓ ଅପମାନ ପରେ ମଧ୍ୟ କଂଗ୍ରେସ ଦଳ ନିଜ ଚରିତ୍ର ସୁଧାରିବାରେ ସମର୍ଥ ହୋଇ ପାରୁନାହିଁ । ନେତାଙ୍କ ଭିତରେ ରହିଥିବା ଗୋଡ଼ଟଣା ପ୍ରକୃତି ଯୋଗୁଁ ତୃଣମୂଳ ସ୍ତରରେ କର୍ମୀମାନେ ଆଉ କଂଗ୍ରେସ ସହ ରହିବାକୁ ଚାହୁନାହାନ୍ତି ଗଂଜାମ ଓ ଚିଲିକା ଭଳି ଅଞ୍ଚଳର କଂଗ୍ରେସ କର୍ମୀ ଦଳ ଛାଡ଼ି ସାରିଥିଲେ। ନିରଞ୍ଜନ ସଭାପତି ହେବାପରେ ଯେଉଁମାନେ ଟିକେ ଆଶାବାଦୀଥିଲେ, ସେମାନେ ଶ୍ରୀକାନ୍ତ/ଶଗରିଆ ବନାମ ନରସିଂହ/ତାରାଙ୍କ ଯୁଦ୍ଧ ଦେଖି ବିବ୍ରତ ହେବା ସ୍ୱାଭାବିକ।ଯିଏ ବି କଂଗ୍ରେସ ସଭାପତି ହେଲା, ତାକୁ ପ୍ରଥମ ଦିନରୁ ବିରୋଧ କରିବାର ଏକ ଆତ୍ମଘାତୀ ପରମ୍ପରା କଂଗ୍ରେସ ଦଳରେ ରହିଛି ଏହା କଂଗ୍ରେସର ବହୁ ପୁରୁଣା ରୋଗ ।  ଆତ୍ମଘାତର ଏହି ରାସ୍ତାରେ କଂଗ୍ରେସକୁ ବଞ୍ଚାଇବା ବୋଧେ ଆଉ ସହଜ ନୁହେଁ!!

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଲେସିଆ ଗସ୍ତ ଅବସରରେ ଭାରତ-ମାଲେସିଆ ମିଳିତ ବିବୃତ୍ତି

February 8, 2026

Dhauli Kalinga Festival: ଶେଷ ହେଲା ତିନିଦିନ ଧରି ଚାଲୁଥିବା ଧଉଳି କଳିଙ୍ଗ ନୃତ୍ୟ ଉତ୍ସବ

February 8, 2026

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

February 8, 2026

ନିଷ୍ପତ୍ତି ବଦଳାଇପାରେ ପିସିବି: ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ବଡ଼ ଅପଡେଟ୍

February 8, 2026
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଲେସିଆ ଗସ୍ତ ଅବସରରେ ଭାରତ-ମାଲେସିଆ ମିଳିତ ବିବୃତ୍ତି

February 8, 2026

Dhauli Kalinga Festival: ଶେଷ ହେଲା ତିନିଦିନ ଧରି ଚାଲୁଥିବା ଧଉଳି କଳିଙ୍ଗ ନୃତ୍ୟ ଉତ୍ସବ

February 8, 2026

NEET UG 2026: ଆରମ୍ଭ ହେଲା ପଞ୍ଜୀକରଣ, ମେ ମାସରେ ପରୀକ୍ଷା

February 8, 2026

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

February 8, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ରେ ସାମୁହିକ ବିବାହ ଉତ୍ସବ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.