Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭଗବାନ ଶିବଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଲେ କୋର୍ଟ, ହାଜର ନହଲେ ଦେବାକୁ ପଡିବ ୧୦ ହଜାର ଜରିମାନା
ବିଶେଷ ଖବର

ଭଗବାନ ଶିବଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଲେ କୋର୍ଟ, ହାଜର ନହଲେ ଦେବାକୁ ପଡିବ ୧୦ ହଜାର ଜରିମାନା

March 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାୟପୁର: ଛତିଶଗଡର ରାୟଗଡ ଜିଲ୍ଲାର ତହସିଲଦାର କୋର୍ଟ ନୋଟିସ ଜାରି କରି ଭଗବାନ ଶିବଙ୍କ ସମେତ ୧୦ ଜଣଙ୍କୁ ଡକାଇଛନ୍ତି। ଏହି ନୋଟିସରେ ଭଗବାନଙ୍କ ସମେତ ସମସ୍ତଙ୍କୁ ତହସିଲଦାର ଚେତାବନୀ ଦେଇଛନ୍ତି। ଶୁଣାଣିରେ ଯୋଗଦେବାରେ ବିଫଳ ହେଲେ ୧୦ ହଜାର ଟଙ୍କା ଜରିମାନା ଏବଂ ସମ୍ପତ୍ତି ଜବତ ହୋଇପାରେ। ଭୋଲେନାଥଙ୍କ ଉପରେ ବେଆଇନ ଭାବେ ଏହି ଜମି ଦଖଲ କରିଥିବା ଅଭିଯୋଗ ହୋଇଛି। ଛତିଶଗଡରେ ଭଗବାନ ଶିବଙ୍କୁ ନୋଟିସ ଦେବାର ଏହା ଦ୍ୱିତୀୟ ଘଟଣା। ଏହାପୂର୍ବରୁ ନଭେମ୍ବର ୨୦୨୧ ମସିହାରେ ଯାଞ୍ଜଗିର-ଚାମ୍ପା ଜିଲ୍ଲାର ଜଳସେଚନ ବିଭାଗ ଭୋଲେନାଥଙ୍କୁ ଏହି ସ୍ଥାନ ଖାଲି କରିବାକୁ ନୋଟିସ ଜାରି କରିଥିଲା।

ସୂଚନାନୁସାରେ, ରାଇଗଡ ସହରର ୱାର୍ଡ ନମ୍ବର -୨୫ କୋହକୁଣ୍ଡାରେ ଏକ ଶିବ ମନ୍ଦିର ଅଛି। ବିଲାସପୁର ହାଇକୋର୍ଟରେ ସୁଧା ରାଜୱାଡେ ଏକ ପିଟିସନ ଦାଖଲ କରିଥିଲେ। ଯେଉଁଥିରେ ଶିବ ମନ୍ଦିର ସମେତ ୧୬ ଜଣ ସରକାରୀ ଜମି ଦଖଲ କରିଥିବା ଅଭିଯୋଗ ହୋଇଛି। ଏହି ମାମଲା ହାଇକୋର୍ଟରେ ଶୁଣାଣି ହୋଇଥିଲା। ଏହାର ତଦନ୍ତ ପାଇଁ ରାଜ୍ୟ ସରକାର ଏବଂ ତହସିଲଦାରଙ୍କ କାର୍ଯ୍ୟାଳୟକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତହସିଲଦାରଙ୍କ କାର୍ଯ୍ୟାଳୟ ୧୦ ଜଣଙ୍କୁ ନୋଟିସ ଦେଇଛି। ଅଧିବାସୀମାନଙ୍କୁ ଦିଆଯାଇଥିବା ବିଜ୍ଞପ୍ତିରେ ଶିବ ମନ୍ଦିରର ନାମ ଷଷ୍ଠ ସ୍ଥାନରେ ରହିଛି। ମନ୍ଦିରର ଟ୍ରଷ୍ଟି, ମ୍ୟାନେଜର କିମ୍ବା ପୁରୋହିତଙ୍କୁ ଏହି ନୋଟିସ ଦିଆଯାଇ ନାହିଁ। ବରଂ ଶିବ ମନ୍ଦିର ଯଥା ପ୍ରଭୁ ଶଙ୍କରଙ୍କୁ ନୋଟିସ ସିଧାସଳଖ ପ୍ରଦାନ କରାଯାଇଛି।

ପ୍ରଭୁ ଶଙ୍କରଙ୍କ ନିକଟକୁ ପଠାଯାଇଥିବା ବିଜ୍ଞପ୍ତିରେ ତହସିଲଦାର କୋର୍ଟ ଏକ ଚେତାବନୀ ଦେଇଛନ୍ତି ଯେ, ଛତିଶଗଡ ଜମି ରାଜସ୍ୱ ସଂହିତା ଅନୁଯାୟୀ ଆପଣଙ୍କ ଏହି କାର୍ଯ୍ୟ ଅପରାଧ ଶ୍ରେଣୀରେ ଆସିଛି। ଆପଣ ୧୦ ହଜାର ଟଙ୍କା ଜୋରିମାନା ସହିତ ଦଣ୍ଡିତ ହୋଇପାରନ୍ତି ଏବଂ ଅଧିକୃତ ଜମିରୁ ଆପଣଙ୍କୁ ବାହାର କରାଯାଇପାରିବ। ଭଗବାନ ଶିବଙ୍କ ସମେତ ସମସ୍ତଙ୍କୁ ନୋଟିସରେ କୁହାଯାଇଛି ଯେ, ମାର୍ଚ୍ଚ ୨୩ ତାରିଖରେ ଏହି ମାମଲାର ଶୁଣାଣି ସ୍ଥିର କରାଯାଇଛି। ଏହି ସମୟ ମଧ୍ୟରେ ଜମିରେ କୌଣସି ପ୍ରକାରର ନିର୍ମାଣ କରାଯାଇପାରିବ ନାହିଁ। ଯଦି ଉତ୍ତର ଦାଖଲ କରା ନ ଯାଏ, ନିୟମ ଅନୁଯାୟୀ ଜମି ଜବତ ଏବଂ ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ନୋଟିସ ଜାରି କରିଥିବା ନାୟବ ତହସିଲଦାର ବିକାଶ ସିଂ ଠାକୁର କହିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯେହେତୁ ସରକାରୀ ଜମିକୁ ବେଆଇନ ଭାବେ ଜବରଦଖଲ କରିବା ମାମଲା ରହିଛି। ତେଣୁ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ୧୬ ଜଣଙ୍କୁ ଜମି ଦଖଲ କରିବାକୁ କୁହାଯାଇଛି। କିନ୍ତୁ ଘଟଣାସ୍ଥଳ ଯାଞ୍ଚ କରିବା ପରେ ୧୦ ଟି ନାମ ଆସିଛି। ଏଥିରେ ଏକ ଶିବ ମନ୍ଦିର ମଧ୍ୟ ଅଛି, ଯାହାକି ଅଧିକୃତ ଜମିରେ ନିର୍ମିତ। ସମସ୍ତଙ୍କୁ ନୋଟିସ୍ ଜାରି କରି ଦଶ ଦିନର ଉତ୍ତର ଦେବାକୁ ସମୟ ଦିଆଯାଇଛି। ଏହା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କାରଣ ଦର୍ଶାଅ ନୋଟିସ୍ ଜରିମାନା ଭଗବାନ ଶିବ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଗଣେଶ ପୂଜାରେ ମୁଖ୍ୟମନ୍ତ୍ରୀ ଓଡିଶା ଚାଷୀଙ୍କୁ ଦେବେ ୨୦୦୦ ଟଙ୍କା

August 27, 2025

ଓଡିଶା ଆସିବେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ

August 27, 2025

ମାରୁତି ସୁଜୁକିର ପ୍ରଥମ ଭାରତ ନିର୍ମିତ ଇଲେକ୍ଟ୍ରିକ୍ ଯାନ ‘ଇ-ଭିଟାରା’କୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

August 27, 2025

ଜାତିଗତ ପ୍ରମାଣପତ୍ର ଜାଲିୟାତି ଅଭିଯୋଗ କରି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଘେରିଲା କଂଗ୍ରେସ

August 27, 2025
Latest News

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025

ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ

August 27, 2025

ପୂର୍ବତଟ ରେଳପଥ ପକ୍ଷରୁ ପୋସ୍ ଆଇନ ଅନୁପାଳନ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

August 27, 2025

ପୁରାତନ ମନ୍ଦିରଗୁଡ଼ିକର ସଂରକ୍ଷଣ ଏବଂ ବିକାଶ କାର୍ଯ୍ୟ ଉପରେ ରାଜ୍ୟ ସରକାରଙ୍କ ୩ ବିଭାଗର ଆଲୋଚନା

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.