Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭଗବାନ ଶିବଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଲେ କୋର୍ଟ, ହାଜର ନହଲେ ଦେବାକୁ ପଡିବ ୧୦ ହଜାର ଜରିମାନା
ବିଶେଷ ଖବର

ଭଗବାନ ଶିବଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଲେ କୋର୍ଟ, ହାଜର ନହଲେ ଦେବାକୁ ପଡିବ ୧୦ ହଜାର ଜରିମାନା

March 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
First National Lok Adalat of the Year to Be Held on March 14
First National Lok Adalat of the Year to Be Held on March 14

ରାୟପୁର: ଛତିଶଗଡର ରାୟଗଡ ଜିଲ୍ଲାର ତହସିଲଦାର କୋର୍ଟ ନୋଟିସ ଜାରି କରି ଭଗବାନ ଶିବଙ୍କ ସମେତ ୧୦ ଜଣଙ୍କୁ ଡକାଇଛନ୍ତି। ଏହି ନୋଟିସରେ ଭଗବାନଙ୍କ ସମେତ ସମସ୍ତଙ୍କୁ ତହସିଲଦାର ଚେତାବନୀ ଦେଇଛନ୍ତି। ଶୁଣାଣିରେ ଯୋଗଦେବାରେ ବିଫଳ ହେଲେ ୧୦ ହଜାର ଟଙ୍କା ଜରିମାନା ଏବଂ ସମ୍ପତ୍ତି ଜବତ ହୋଇପାରେ। ଭୋଲେନାଥଙ୍କ ଉପରେ ବେଆଇନ ଭାବେ ଏହି ଜମି ଦଖଲ କରିଥିବା ଅଭିଯୋଗ ହୋଇଛି। ଛତିଶଗଡରେ ଭଗବାନ ଶିବଙ୍କୁ ନୋଟିସ ଦେବାର ଏହା ଦ୍ୱିତୀୟ ଘଟଣା। ଏହାପୂର୍ବରୁ ନଭେମ୍ବର ୨୦୨୧ ମସିହାରେ ଯାଞ୍ଜଗିର-ଚାମ୍ପା ଜିଲ୍ଲାର ଜଳସେଚନ ବିଭାଗ ଭୋଲେନାଥଙ୍କୁ ଏହି ସ୍ଥାନ ଖାଲି କରିବାକୁ ନୋଟିସ ଜାରି କରିଥିଲା।

ସୂଚନାନୁସାରେ, ରାଇଗଡ ସହରର ୱାର୍ଡ ନମ୍ବର -୨୫ କୋହକୁଣ୍ଡାରେ ଏକ ଶିବ ମନ୍ଦିର ଅଛି। ବିଲାସପୁର ହାଇକୋର୍ଟରେ ସୁଧା ରାଜୱାଡେ ଏକ ପିଟିସନ ଦାଖଲ କରିଥିଲେ। ଯେଉଁଥିରେ ଶିବ ମନ୍ଦିର ସମେତ ୧୬ ଜଣ ସରକାରୀ ଜମି ଦଖଲ କରିଥିବା ଅଭିଯୋଗ ହୋଇଛି। ଏହି ମାମଲା ହାଇକୋର୍ଟରେ ଶୁଣାଣି ହୋଇଥିଲା। ଏହାର ତଦନ୍ତ ପାଇଁ ରାଜ୍ୟ ସରକାର ଏବଂ ତହସିଲଦାରଙ୍କ କାର୍ଯ୍ୟାଳୟକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତହସିଲଦାରଙ୍କ କାର୍ଯ୍ୟାଳୟ ୧୦ ଜଣଙ୍କୁ ନୋଟିସ ଦେଇଛି। ଅଧିବାସୀମାନଙ୍କୁ ଦିଆଯାଇଥିବା ବିଜ୍ଞପ୍ତିରେ ଶିବ ମନ୍ଦିରର ନାମ ଷଷ୍ଠ ସ୍ଥାନରେ ରହିଛି। ମନ୍ଦିରର ଟ୍ରଷ୍ଟି, ମ୍ୟାନେଜର କିମ୍ବା ପୁରୋହିତଙ୍କୁ ଏହି ନୋଟିସ ଦିଆଯାଇ ନାହିଁ। ବରଂ ଶିବ ମନ୍ଦିର ଯଥା ପ୍ରଭୁ ଶଙ୍କରଙ୍କୁ ନୋଟିସ ସିଧାସଳଖ ପ୍ରଦାନ କରାଯାଇଛି।

ପ୍ରଭୁ ଶଙ୍କରଙ୍କ ନିକଟକୁ ପଠାଯାଇଥିବା ବିଜ୍ଞପ୍ତିରେ ତହସିଲଦାର କୋର୍ଟ ଏକ ଚେତାବନୀ ଦେଇଛନ୍ତି ଯେ, ଛତିଶଗଡ ଜମି ରାଜସ୍ୱ ସଂହିତା ଅନୁଯାୟୀ ଆପଣଙ୍କ ଏହି କାର୍ଯ୍ୟ ଅପରାଧ ଶ୍ରେଣୀରେ ଆସିଛି। ଆପଣ ୧୦ ହଜାର ଟଙ୍କା ଜୋରିମାନା ସହିତ ଦଣ୍ଡିତ ହୋଇପାରନ୍ତି ଏବଂ ଅଧିକୃତ ଜମିରୁ ଆପଣଙ୍କୁ ବାହାର କରାଯାଇପାରିବ। ଭଗବାନ ଶିବଙ୍କ ସମେତ ସମସ୍ତଙ୍କୁ ନୋଟିସରେ କୁହାଯାଇଛି ଯେ, ମାର୍ଚ୍ଚ ୨୩ ତାରିଖରେ ଏହି ମାମଲାର ଶୁଣାଣି ସ୍ଥିର କରାଯାଇଛି। ଏହି ସମୟ ମଧ୍ୟରେ ଜମିରେ କୌଣସି ପ୍ରକାରର ନିର୍ମାଣ କରାଯାଇପାରିବ ନାହିଁ। ଯଦି ଉତ୍ତର ଦାଖଲ କରା ନ ଯାଏ, ନିୟମ ଅନୁଯାୟୀ ଜମି ଜବତ ଏବଂ ଦଣ୍ଡବିଧାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ନୋଟିସ ଜାରି କରିଥିବା ନାୟବ ତହସିଲଦାର ବିକାଶ ସିଂ ଠାକୁର କହିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯେହେତୁ ସରକାରୀ ଜମିକୁ ବେଆଇନ ଭାବେ ଜବରଦଖଲ କରିବା ମାମଲା ରହିଛି। ତେଣୁ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ୧୬ ଜଣଙ୍କୁ ଜମି ଦଖଲ କରିବାକୁ କୁହାଯାଇଛି। କିନ୍ତୁ ଘଟଣାସ୍ଥଳ ଯାଞ୍ଚ କରିବା ପରେ ୧୦ ଟି ନାମ ଆସିଛି। ଏଥିରେ ଏକ ଶିବ ମନ୍ଦିର ମଧ୍ୟ ଅଛି, ଯାହାକି ଅଧିକୃତ ଜମିରେ ନିର୍ମିତ। ସମସ୍ତଙ୍କୁ ନୋଟିସ୍ ଜାରି କରି ଦଶ ଦିନର ଉତ୍ତର ଦେବାକୁ ସମୟ ଦିଆଯାଇଛି। ଏହା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କାରଣ ଦର୍ଶାଅ ନୋଟିସ୍ ଜରିମାନା ଭଗବାନ ଶିବ
Share. Facebook Twitter LinkedIn Email WhatsApp Copy Link

Related Posts

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026
Latest News

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026

ସୋସିଆଲ ମିଡିଆରେ ନକଲି ଭିଡିଓ ସେୟାର କରିବା ମାମଲା: ୧୯ ଭାରତୀୟଙ୍କୁ ଗିରଫ କଲା ୟୁଏଇ 

March 16, 2026

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.