
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଦିଲ୍ଲୀର ଏମସିଡି ବିଲ୍ ଉପସ୍ଥାପନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅନୁପସ୍ଥିତିରେ ଗୃହମନ୍ତ୍ରୀ ଏହି ବିଲ୍ ଆଗତ କରିଛନ୍ତି। ଆରଏସପି ନେତା ଏନ.କେ ପ୍ରେମଚନ୍ଦ୍ର ଏହି ବିଲ୍ ଆଗତ ହେବାକୁ ବିରୋଧ କରିଛନ୍ତି। ଏହା ସହିତ କଂଗ୍ରେସର ଗୌରବ ଗୋଗୋଇ ମଧ୍ୟ ଏହି ବିଲ୍ ଆଗତ ହେବା ଉପରେ ନିଜର ଆପତ୍ତି ଉଠାଇଛନ୍ତି।
ଗୌରବ ଗୋଗୋଇ କହିଛନ୍ତି ଯେ, ଏହି ବିଲ୍ ଆଗତ କରିବା ପୂର୍ବରୁ ସରକାର ଆଲୋଚନା କରିନାହାଁନ୍ତି। ସେ କହିଛନ୍ତି ,ଯେ ଏହା ଗଣତନ୍ତ୍ର ବିରୁଦ୍ଧ ଅଟେ। ବିଏସପି ନେତା ରିତେଶ ପାଣ୍ଡେ ମଧ୍ୟ ଏହି ବିଲକୁ ବିରୋଧ କରିଛନ୍ତି। ରିତେଶ ପାଣ୍ଡେ କହିଛନ୍ତି ଯେ, ଆପଣ ନିର୍ବାଚନ କରିନାହାଁନ୍ତି ଏବଂ ଏହାକୁ ବନ୍ଦ କରିବା ପାଇଁ ଏକ ବିଲ୍ ଆଣିଛନ୍ତି, ଏହା ଅସାମ୍ବିଧାନିକ ଅଟେ। କଂଗ୍ରେସର ମନୀଷ ତୀୱାରୀ ମଧ୍ୟ ଏହି ବିଲ୍ ଆଗତ ହେବାରେ ଆପତ୍ତି ଉଠାଇଛନ୍ତି।
ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ଏହି ବିଲକୁ ଉପସ୍ଥାପନ କରି କୌଣସି ମତେ ସମ୍ବିଧାନର ମୂଳ ଭାବନାକୁ ଉଲ୍ଲଂଘନ କରାଯାଇ ନାହିଁ। ଯେତେବେଳେ ନିଗମକୁ ବିକେନ୍ଦ୍ରୀକରଣ କରାଗଲା, ସେତେବେଳେ ଦିଲ୍ଲୀର ବିକାଶ ହେବ ବୋଲି ଚିନ୍ତା କରାଗଲା। କର୍ମଚାରୀମାନଙ୍କ ପାଇଁ ଭଲ ହେବ, କିନ୍ତୁ ଏହିପରି କିଛି ଘଟିଲା ନାହିଁ। ମ୍ୟୁନିସିପାଲିଟି କର୍ପୋରେସନର ନୀତିରେ ସମାନତା ଏବଂ ଦିଲ୍ଲୀର ବିକାଶରେ ଗତି ପାଇଁ ଏହି ବିଲ୍ ଆଗତ କରାଯାଇଛି। ଏହା ସହିତ କର୍ମଚାରୀଙ୍କ ବେତନ ଦେୟ ମଧ୍ୟ ଉନ୍ନତ ହେବ, ସେବା ମଧ୍ୟ ଉନ୍ନତ ହେବ।