ବୃଦ୍ଧି ହେଲା ରାଜ୍ୟରେ ମାଗଣା ଚାଉଳ ବଣ୍ଟନ ଅବଧି, ଓଡିଶା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

Published: Apr 1, 2022, 12:00 pm IST

ଭୁବନେଶ୍ବର: ଆସନ୍ତା ଛଅ ମାସ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମାଗଣାରେ ଅତିରିକ୍ତ ୫ କିଲୋ ଗ୍ରାମ ଚାଉଳ ମାଗଣାରେ ବଣ୍ଟନ କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ହିତାଧିକାରୀ ୫ କେଜି ମାଗଣା ଚାଉଳ ଆଉ ଛଅ ମାସ ପାଇଁ ପାଇବେ। ପୂର୍ବରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ପାଇଁ ଡିସେମ୍ବର ୨୦୨୧ ରୁ ମାର୍ଚ୍ଚ ୨୦୨୨ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା।

ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀ ଏପ୍ରିଲ ୨୦୨୨ ରୁ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ବଣ୍ଟନ ମାସରୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପାଇବେ। ଏହା ଦ୍ବାରା ପ୍ରାୟ ୮,୦୯ ଲକ୍ଷ ହିତାଧିକାରୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଏହି ସୁବିଧା ହାସଲ କରିବେ।

ଏଥିପାଇଁ ୨୪,୨୭୦ ଟନ୍ ଚାଉଳ ରାଜ୍ୟ ପୁଲରୁ ପ୍ରଦାନ କରାଯିବ। ଫଳରେ ଆଉ ୯୧.୭୦ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ। ଏହା ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଯେଉଁ ହିତାଧିକାରୀଙ୍କ ବଞ୍ଚିତ ଅଛନ୍ତି ସେମାନଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।

Related posts