Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶେଷ ହେଲା ସଂସଦର ବଜେଟ୍‌ ଅଧିବେଶନ: ଅନୁମୋଦନ ଲାଭ କଲା ମୋଟ୍‌ ୧୧ଟି ବିଲ
ବିଶେଷ ଖବର

ଶେଷ ହେଲା ସଂସଦର ବଜେଟ୍‌ ଅଧିବେଶନ: ଅନୁମୋଦନ ଲାଭ କଲା ମୋଟ୍‌ ୧୧ଟି ବିଲ

April 7, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସଂସଦର ବଜେଟ୍‌ ଅଧିବେଶନ ୨୦୨୨ ଶେଷ ହୋଇଛି। ଆଜି ଅର୍ଥାତ୍‌ ଗୁରୁବାର, ଏପ୍ରିଲ ୭ ତାରିଖ ଠାରୁ ସଂସଦର ଦୁଇଟି ସଦନ- ରାଜ୍ୟସଭା ଏବଂ ଲୋକସଭାକୁ ଅନିଶ୍ଚିତ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି।

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂସଦର ବଜେଟ୍‌ ଅଧିବେଶନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସମ୍ପୂର୍ଣ୍ଣ ବଜେଟ୍‌ ଅଧିବେଶନ ୨୦୨୨ରେ ରାଜ୍ୟସଭା ଏବଂ ଲୋକସଭାର ୨୭ଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନର ଅବଧି ୮ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ଚାଲିବାର ଥିଲା। କିନ୍ତୁ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କର ଦାବି କାରଣରୁ ଗୋଟିଏ ଦିନ ପୂର୍ବରୁ ଅଧିବେଶନକୁ ମୁଲତବୀ ଘୋଷଣା କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସଂସଦୀୟ ବ୍ୟାପାର ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ଏବଂ ସଂସଦୀୟ ବ୍ୟାପାର ଏବଂ ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ୍‌ ଉପସ୍ଥିତ ଥିଲେ।

ସଂସଦର ବଜେଟ୍‌ ଅଧିବେଶନ, ୨୦୨୨ ସୋମବାର, ୩୧ ଜାନୁଆରୀ ୨୦୨୨ରେ ଆରମ୍ଭ ହୋଇଥିଲା। ଏହାକୁ ଆଜି ଅର୍ଥାତ୍‌ ୭ ଏପ୍ରିଲ, ୨୦୨୨ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏଥିପୂର୍ବରୁ  ମଧ୍ୟମ ଅବକାଶ ପାଇଁ ୧୧ ଫେବୃଆରୀ ୨୦୨୨ରେ ଲୋକସଭା ଏବଂ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଥିଲା। ୧୪ ମାର୍ଚ୍ଚ ୨୦୨୨ରେ ପୁଣିଥରେ ଉଭୟ ସଦନର କାର୍ଯ୍ୟଦିବସ ଆରମ୍ଭ ହୋଇଥିଲା। ବିଭିନ୍ନ ବିଭାଗ ସମ୍ବନ୍ଧୀୟ ସ୍ଥାୟୀ କମିଟି ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟମାନଙ୍କର ଅନୁଦାନ ଦାବିର ଯାଞ୍ଚ କରି ରିପୋର୍ଟ ଦେବା ସକାଶେ ଏହି ମଧ୍ୟବର୍ତ୍ତୀ ଅବକାଶ ଘୋଷଣା କରାଯାଇଥିଲା।

ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଲୋକସଭା ଏବଂ ରାଜ୍ୟସଭାର ମୋଟ୍‌ ୧୦ଟି ବୈଠକ ଅନୁଷ୍ଠିତ ହୋଇଥିଲା। ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଉଭୟ ସଦନର ୧୭ଟି ବୈଠକ ଆୟୋଜିତ ହୋଇଥିଲା।

ଅଧିବେଶନର ପ୍ରଥମ ପର୍ଯ୍ୟାୟରେ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋକସଭା ବୈଠକ ପାଇଁ ଲୋକ ସଭା କକ୍ଷ, ଲୋକସଭା ପବ୍ଲିକ୍‌ ଗ୍ୟାଲେରୀ, ରାଜ୍ୟ ସଭା କକ୍ଷ ଏବଂ ରାଜ୍ୟସଭା ପବ୍ଲିକ୍‌ ଗ୍ୟାଲେରୀକୁ ବୈଠକ ପାଇଁ ବ୍ୟବହାର କରିଥିଲା। ଅନ୍ୟପଟେ ରାଜ୍ୟ ସଭା ନିଜର ବୈଠକ ପାଇଁ ରାଜ୍ୟ ସଭା କକ୍ଷ ଏବଂ ରାଜ୍ୟସଭା ପବ୍ଲିକ୍‌ ଗ୍ୟାଲେରୀକୁ ଉପଯୋଗ କରିଥିଲା। ଲୋକସଭା ବୈଠକ ଆବଶ୍ୟକତା କ୍ଷେତ୍ରରେ ଅପରାହ୍ଣ ୪ଟାରୁ ୯ଟା ପର୍ଯ୍ୟନ୍ତ ବସୁଥିଲା। କେବଳ ୩୧ ଜାନୁଆରୀ ୨୦୨୨ ଏବଂ ୧ ଫେବୃଆରୀ, ୨୦୨୨ରେ ବୈଠକର ପ୍ରଥମ ଦିନରେ ଏପରି ହୋଇନଥିଲା। ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯାୟରେ ଏହି ସଦନଗୁଡ଼ିକର ସମୟକୁ ସବୁ ପ୍ରୋଟୋକଲ ପାଳନ କରି ସ୍ବାଭାବିକ କରି ଦିଆଯାଇଥଲା, ଅର୍ଥାତ୍‌ ପୂର୍ବାହ୍ନ ୧୧ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ (ଆବଶ୍ୟକତା କ୍ଷେତ୍ରରେ ଅଧିକ ଅବଧି ସହିତ) ବୈଠକ ବସିଥିଲା।

ଚଳିତ ବର୍ଷର ପ୍ରଥମ ଅଧିବେଶନ ହୋଇଥିବାରୁ ମହାମହିମ ରାଷ୍ଟ୍ରପତି ସମ୍ବିଧାନର ଅନୁଚ୍ଛେଦ ୮୭(୧)ର ସର୍ତ୍ତ ଅନୁଯାୟୀ ୩୧ ଜାନୁଆରୀ, ୨୦୨୨ରେ ସଂସଦର ଉଭୟ ସଦନକୁ ଏକ ମିଳିତ ବୈଠକରେ ସମ୍ବୋଧିତ କରିଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଲୋକସଭାରେ ଶ୍ରୀ ହରିଶ ଦ୍ବିବେଦୀ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ କମଳେଶ ପାଶୱାନ ଅନୁମୋଦନ କରିଥିଲେ । ଏହି ପ୍ରସ୍ତାବ ଉପରେ ଲୋକସଭାରେ ଆବଣ୍ଟିତ ୧୨ ଘଣ୍ଟା ସ୍ଥାନରେ ୧୫ ଘଣ୍ଟା ୧୩ ମିନିଟ୍‌ ସମୟ ଅତିବାହିତ ହୋଇଥିଲା। ରାଜ୍ୟସଭାରେ ଶ୍ରୀମତୀ ଗୀତା ଓରଫ ଚନ୍ଦ୍ରପ୍ରଭା ଏହାକୁ ପ୍ରସ୍ତାବିତ କରିଥିବା ବେଳେ ଶ୍ରୀ ଶ୍ବେତ ମଲିକ ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଏହି ପ୍ରସ୍ତାବ ଉପରେ ରାଜ୍ୟ ସଭାରେ ୧୨ ଘଣ୍ଟା ସ୍ଥାନରେ ୧୨ ଘଣ୍ଟା ୫୬ ମିନିଟ୍‌ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଦୁଇ ସଦନରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ଏବଂ ମାନନୀୟ ପ୍ରଧାନମନ୍ତ୍ରୀ ଏହା ଉପରେ ବିବୃତି ରଖିବା ପରେ ପ୍ରସ୍ତାବକୁ ମଞ୍ଜୁରି ମିଳିଥିଲା।

୨୦୨୨-୨୩ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍‌ ମଙ୍ଗଳବାର, ୧ ଫେବୃଆରୀ, ୨୦୨୨ରେ ଉପସ୍ଥାପନ କରାଯାଇଥିଲା। ଅଧିବେଶନର ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ବଜେଟ୍‌ ଉପରେ ଦୁଇ ସଦନରେ ସ୍ବାଭାବିକ ଆଲୋଚନା ହୋଇଥିଲା। ଏହି ପ୍ରସ୍ତାବ ଉପରେ ଲୋକସଭାରେ ଆବଣ୍ଟିତ ୧୨ ଘଣ୍ଟା ସ୍ଥାନରେ ୧୫ ଘଣ୍ଟା ୩୫ ମିନିଟ୍‌ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା ଏବଂ ରାଜ୍ୟ ସଭାରେ ଆବଣ୍ଟିତ ୧୧ ଘଣ୍ଟା ସ୍ତାନରେ ୧୧ ଘଣ୍ଟା ୧ ମିନିଟ୍‌ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା।

ଦ୍ବିତୀୟ ପର୍ଯ୍ୟାୟ ସମୟରେ ଲୋକସଭାରେ ରେଳ, ସଡ଼କ ପରିବହନ ଏବଂ ରାଜପଥ, ବେସାମରିକ ବିମାନ ଚଳାଚଳ, ବାଣିଜ୍ୟ ଏବଂ ଉଦ୍ୟୋଗ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ସଂକ୍ରାନ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲା। ଏହାପରେ ଅନ୍ୟାନ୍ୟ ମନ୍ତ୍ରଣାଳୟ ସଂକ୍ରାନ୍ତ ଖର୍ଚ୍ଚ ଦାବି ଉପରେ ୨୪ ମାର୍ଚ୍ଚ, ୨୦୨୨ ଗୁରୁବାର ଦିନ ସଦନରେ ମତଦାନ ହୋଇଥିଲା। ଲୋକସଭାରେ ୨୪ ମାର୍ଚ୍ଚ ୨୦୨୨ରେ ସମ୍ପୃକ୍ତ ବିନିଯୋଗ ବିଲ ଉପସ୍ଥାପନ କରାଯାଇଥିଲା। ଏହା ଉପରେ ବିଚାର କରାଯିବା ପରେ ବିଲଟି ଅନୁମୋଦନ ଲାଭ କରିଥିଲା। ୨୦୨୧-୨୨ ଆର୍ଥିକ ବର୍ଷର ଅତିରିକ୍ତ ଖର୍ଚ୍ଚ ଦାବି, ୨୦୧୮-୧୯ ବର୍ଷର ଅତିରିକ୍ତ ଖର୍ଚ୍ଚ ଦାବି, ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶ ସଂକ୍ରାନ୍ତରେ ୨୦୨୨-୨୩ ବର୍ଷର ଅତିରିକ୍ତ ଖର୍ଚ୍ଚ ଦାବି ଏବଂ ୨୦୨୧-୨୨ ବର୍ଷର ଅତିରିକ୍ତ ଖର୍ଚ୍ଚ ଦାବି ଅନୁମୋଦନ ଲାଭ କରିବା ପରେ ଏସବୁ ସହ ଜଡ଼ିତ ବିନିଯୋଗ ବିଧେୟକ ଲୋକସଭାରେ ୧୪ ମାର୍ଚ୍ଚ ୨୦୨୨ରେ ଉପସ୍ଥାପନ କରାଯିବା ସହିତ ଆଲୋଚନା ଏବଂ ଅନୁମୋଦନ କରାଯାଇଥିଲା। ୨୫ ମାର୍ଚ୍ଚ ୨୦୨୨ରେ ଲୋକସଭାରେ ଅର୍ଥ ବିଲ୍‌ ଅନୁମୋଦନ ଲାଭ କରିଥିଲା।

ରାଜ୍ୟ ସଭାରେ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ବିକାଶ, ଜନଜାତି ବ୍ୟାପାର, ରେଳ ଏବଂ ଶ୍ରମ ତଥା ରୋଜଗାର ମନ୍ତ୍ରଣାଳୟ ଉପରେ ଆଲୋଚନା ହୋଇଥିଲା। ତେବେ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟର କାର୍ଯ୍ୟ ଉପରେ ଆଲୋଚନା ଅସମ୍ପୂର୍ଣ୍ଣ ରହିଥିଲା। ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ଖର୍ଚ୍ଚ ଦାବି, ୨୦୨୧-୨୨ ବର୍ଷର ଅତିରିକ୍ତ ଖର୍ଚ୍ଚ ଦାବି, ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶ ସଂକ୍ରାନ୍ତରେ ୨୦୨୨-୨୩ ବର୍ଷର ଅତିରିକ୍ତ ଖର୍ଚ୍ଚ ଦାବି ଏବଂ ୨୦୨୧-୨୨ ବର୍ଷର ଅତିରିକ୍ତ ଖର୍ଚ୍ଚ ଦାବି ଅନୁମୋଦନ ଲାଭ କରିବା ପରେ ଏସବୁ ସହ ଜଡ଼ିତ ବିନିଯୋଗ ବିଧେୟକକୁ ରାଜ୍ୟ ସଭା ଦ୍ବାରା ୨୯ ମାର୍ଚ୍ଚ ୨୦୨୨ ଫେରାଇ ଦିଆଯାଇଥିଲା। ଏହାପରେ ସମସ୍ତ ଆର୍ଥିକ କାର୍ଯ୍ୟ ସଂସଦର ଉଭୟ ସଦନରେ ୩୧ ମାର୍ଚ୍ଚ ୨୦୨୨ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିଲା।

ଏହି ଅଧିବେଶନ କାଳରେ ମୋଟ୍ ୧୩ଟି ବିଲ (ଲୋକସଭାରେ ୧୨ଟି ଏବଂ ରାଜ୍ୟସଭାରେ ୧) ଉପସ୍ଥାପନ କରାଯାଇଥିଲା। ଲୋକସଭାରେ ୧୩ଟି ଏବଂ ରାଜ୍ୟସଭାରେ ୧୧ଟି ବିଲ ଅନୁମୋଦନ ଲାଭ କରିଥିଲା। ସଂସଦର ଉଭୟ ସଦନରେ ମୋଟ୍‌ ୧୧ଟି ବିଲ୍‌ ଅନୁମୋଦନ ଲାଭ କରିଥିଲା।

ବଜେଟ୍ ଅଧିବେଶନ ସଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଆପଣ କିପରି ଜାଣିଲେ ଚୀନ୍ ୨୦୦୦ କିମି ଜମି ଦଖଲ କରିଛି?: ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

August 4, 2025

ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ରାଷ୍ଟ୍ରପତିଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

August 4, 2025

ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ରାଷ୍ଟ୍ରୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଦିଲ୍ଲୀରେ କହିଲେ……

August 3, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.