Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରକୃତ ଧାନଚାଷ ଜମି ଜାଣିବା ପାଇଁ ଓଡିଶାରେ ବ୍ୟବହାର ହେଉଛି ସାଟେଲାଇଟ ଇମେଜରି
ବିଶେଷ ଖବର

ପ୍ରକୃତ ଧାନଚାଷ ଜମି ଜାଣିବା ପାଇଁ ଓଡିଶାରେ ବ୍ୟବହାର ହେଉଛି ସାଟେଲାଇଟ ଇମେଜରି

April 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରକୃତ ଧାନଚାଷ ଜମି ଜାଣିବା ପାଇଁ ଓଡିଶାରେ ବ୍ୟବହାର ହେଉଛି ସାଟେଲାଇଟ ଇମେଜରି

ଭୁବନେଶ୍ୱର: ରାଜ୍ୟର ୧୭ଟି ଜିଲ୍ଲାରେ ଚଳିତ ରବିଧାନ ବିିକ୍ରି ନିମନ୍ତେ ମୋଟ ୨ ଲକ୍ଷ ୫୭ ହଜାର ୯୫୬ ଜଣ ଚାଷୀ ଅନ୍‌ଲାଇନ୍‌ ରେ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି।୨୦୨୧ ବର୍ଷର ରବିଧାନ ତୁଳନାରେ ୨୦୨୨ ବର୍ଷରେ ଚାଷୀମାନଙ୍କ ନାମ ପଂଜୀକରଣରେ ୧୧ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୧ ରବିଧାନ ସଂଗ୍ରହ ନିମନ୍ତେ ୨ ଲକ୍ଷ ୩୩ ହଜାର ଜଣ ଚାଷୀ ସେମାନଙ୍କ ନାମ ପଂଜୀକରଣ କରିଥିଲେ । ପଂଜୀକୃତ ଚାଷୀମାନେ ଦେଇଥିବା ଜମିଜମାର ରେକର୍ଡ ଓ ବ୍ୟାଙ୍କ ଆକାଉଣ୍ଟ, ଧାନଚାଷ କରିଥିବା ପ୍ରକୃତ ଜମି, ଜଳସେଚିତ ଜମିର ପରିମାଣ ଆଦିର ତଥ୍ୟ ଯାଞ୍ଚ ପରେ ଚାଷୀମାନଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ।

୨୦୨୧-୨୨ ବର୍ଷରେ ଖରିଫ୍‌ ଧାନଚାଷ ଜମିର ଯାଞ୍ଚ ନିମନ୍ତେ ପାଇଲଟ୍‌ ପ୍ରକଳ୍ପ ଭାବରେ ସାଟେଲାଇଟ୍‌ ଇମେଜରି ମାଧ୍ୟମରେ କରାଯାଇଥିବା ଯାଞ୍ଚ କାର୍ଯ୍ୟର ସଫଳତାକୁ ଦୃଷ୍ଟିରେ ରଖି ଚଳିତ ରବିଧାନ କରାଯାଇଥିବା ସମସ୍ତ ୧୭ଟି ଜିଲ୍ଲାର ଧାନଚାଷ ଜମିର ଯାଞ୍ଚ ସାଟେଲାଇଟ୍‌ ଇମେଜରି ମାଧ୍ୟମରେ କରାଯାଉଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଭୁଲ ତଥ୍ୟ ମିଳିଲେ ସଂପୃକ୍ତ ଜମିକୁ ବାଦ ଦିଆଯାଉଛି।

ପଂଜୀକରଣ ଓ ନାମ ଯାଞ୍ଚ ହୋଇଥିବା ଚାଷୀମାନେ ହିଁ ଉଦ୍ଦିଷ୍ଟ ମଣ୍ଡିରେ ସେମାନଙ୍କର ରବିଧାନ ବିକ୍ରି କରିପାରିବେ । ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ସଂପୂର୍ଣ୍ଣ ସ୍ୱଚ୍ଛ କରିବା ସହିତ ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ସେମାନଙ୍କର ଧାନ ବିିକି୍ର କରିପାରିବେ ସେଥି ନିମନ୍ତେ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଧାନ ବିକିବାରେ ଚାଷୀ କୌଣସି ଅସୁବିଧାର ସମ୍ମୁଖୀନ ହେଲେ କ୍ଷେତ୍ର ଅଧିକାରୀ ତା’ର ତୁରନ୍ତ ସମାଧାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ୧୭ଟି ଜିଲ୍ଲା ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁରରୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରବିଧାନ ସଂଗ୍ରହ କରାଯିବ। ଏହିସବୁ ଜିଲ୍ଲାର ମଣ୍ଡିରେ ଚାଷୀମାନଙ୍କଠାରୁ ପି-ପାସ୍‌ ଓ ଆଗୁଆ ଟୋକେନ ପ୍ରଦାନ ମାଧ୍ୟମରେ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନସଂଗ୍ରହ କରାଯିବ। ରବିଧାନ ସଂଗ୍ରହ କାର୍ଯ୍ୟ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।

ରବିଧାନ ନିମନ୍ତେ ମୋଟ ୨ ଲକ୍ଷ ୫୭ ହଜାର ୯୫୬ ଜଣ ଚାଷୀ ନାମ ପଂଜୀକରଣ କରିଥିବାବେଳେ ଏଥି ମଧ୍ୟରୁ ୯୧ ହଜାର ୫ ଜଣ ଚାଷୀ ନୂତନ ଭାବରେ ସେମାନଙ୍କ ନାମ ପଂଜୀକରଣ କରିଛନ୍ତି ଓ ୧ ଲକ୍ଷ ୬୬ ହଜାର ୯୫୧ ଜଣ ଚାଷୀ ସେମାନଙ୍କ ନାମକୁ ନବୀକରଣ କରିଛନ୍ତି ।

ଚଳିତ ରବିଧାନ ସଂଗ୍ରହ ପ୍ରକ୍ରିୟାରେ ବରଗଡ଼ ଜିଲ୍ଲାରେ ସର୍ବାଧିକ ୮୧ ହଜାର ୨୮୬ ଜଣ ଚାଷୀ ନାମ ପଂଜୀକରଣ କରିଥିବାବେଳେ ବାଲେଶ୍ୱରରେ ୩୪ ହଜାର ୯୪୧ ଜଣ, ସୁବର୍ଣ୍ଣପୁରରେ ୩୨ ହଜାର ୯୪୬ ଜଣ, କୋରାପୁଟରେ ୧୯ ହଜାର ୩୪୫ ଜଣ, ପୁରୀର ୧୭ ହଜାର ୪୫୫ ଜଣ ଏବଂ କଳାହାଣ୍ଡିର ୧୭ ହଜାର ୩୯୯ ଜଣ ଓ ସମ୍ବଲପୁରରେ ୧୪ ହଜାର ୭୫୯ ଜଣ ଚାଷୀ ନାମ ପଂଜୀକରଣ କରିଛନ୍ତି ।

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରବିଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.