Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୁଜ୍‌ରେ କେକେ ପଟେଲ ସୁପର ସ୍ପେସିଆଲିଟି ହସ୍‌ପିଟାଲ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
ଜାତୀୟ ଖବର

ଭୁଜ୍‌ରେ କେକେ ପଟେଲ ସୁପର ସ୍ପେସିଆଲିଟି ହସ୍‌ପିଟାଲ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

April 16, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭୁଜ୍‌ରେ କେକେ ପଟେଲ ସୁପର ସ୍ପେସିଆଲିଟି ହସ୍‌ପିଟାଲ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫ୍ରେସିଂ ଜରିଆରେ ଆଜି ଗୁଜରାଟର ଭୁଜଠାରେ କେକେ ପଟେଲ ସୁପର ସ୍ପେଶିଆଲିଟି ହସ୍‌ପିଟାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଭୁଜ୍‌ର କୁଚିଲିଭା ପଟେଲ ସମାଜ ଦ୍ୱାରା ଏହି ହସ୍‌ପିଟାଲ ନିର୍ମାଣ କରାଯାଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଭୁଜ ଓ କଚ୍ଛର ଜନସାଧାରଣ ଭୂମିକମ୍ପର ଧ୍ୱଂସଲୀଳାକୁ ପଛରେ ପକାଇ କଠିନ ପରିଶ୍ରମ ବଳରେ ନିଜ ଅଂଚଳର ଭାଗ୍ୟର ନୂତନ ପୃଷ୍ଠା ଲେଖିଥିବାରୁ ତାହାର ପ୍ରଶଂସା କରିଥିଲେ। “ଆଜି ଅନେକ ଆଧୁନିକ ଡାକ୍ତରୀ ଚିକିତ୍ସା ସୁବିଧା ଏହି ଅଞ୍ଚଳରେ ଉପଲବ୍ଧ। ଏହାର ପରିଣାମ ସ୍ୱରୂପ ଆଜି ଭୁଜ୍‌ରେ ଅତ୍ୟାଧୁନିକ ସୁପର ସ୍ପେସିଆଲିଟି ହସ୍‌ପିଟାଲ ସ୍ଥାପିତ ହୋଇଛି” ବୋଲି ସେ କହିଥିଲେ।

ଏହା ସେହି ଅଞ୍ଚଳରେ ପ୍ରଥମ ଦାତବ୍ୟ ସୁପରସ୍ପେସିଆଲଟି ହସ୍‌ପିଟାଲ ଯାହା କଚ୍ଛ ଅଞ୍ଚଳବାସୀଙ୍କ ସମେତ ଲକ୍ଷ୍ ଲକ୍ଷ ସୈନିକ, ଅର୍ଦ୍ଧ ସାମରିକ କର୍ମଚାରୀ, ବ୍ୟବସାୟୀ ଇତ୍ୟାଦିଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଗ୍ୟାରେଂଟି ଦେବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରି କହିଥିଲେ ଯେ ଉନ୍ନତ ସ୍ୱାସ୍ଥ୍ୟସେବା ସୁବିଧା କେବଳ ରୋଗ ଉପଚାର ପାଇଁ ନୁହେଁ, ତାହା ସାମାଜିକ ନ୍ୟାୟକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ। “ଯେତେବେଳେ ଶସ୍ତା ଓ ଉତ୍କୃଷ୍ଟ ଉପଚାର ଗରିବକୁ ଉପଲବ୍ଧ ହୁଏ ତାର ବ୍ୟବସ୍ଥା ପ୍ରତି ବିଶ୍ୱାସ ମଧ୍ୟ ସୁଦୃଢ ହୋଇଥାଏ। ସେମାନେ ଚିକିତ୍ସା ପାଇଁ ଖର୍ଚ୍ଚରୁ ମୁକ୍ତି ପାଇଲେ ଅଧିକ ସଂକଳ୍ପ ଓ ପରିଶ୍ରମ ବଳରେ ଦାରିଦ୍ର‌୍ୟର ତାଡନାରୁ ମଧ୍ୟ ମୁକ୍ତି ପାଇଥାନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଗତ ବର୍ଷଗୁଡିକରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ସମସ୍ତ ଯୋଜନା ଏହି ଚିନ୍ତାଧାରାକୁ ଆଖି ଆଗରେ ରଖି ତ୍ୱରାନ୍ୱିତ କରାଯାଇଛି।

ଜନ ଔଷଧୀ ଯୋଜନାରେ ଆୟୁଷ୍ମାନ ଭାରତ ଯୋଜନା ପ୍ରତିବର୍ଷ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀୟ ଲୋକମାନଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କା ବଂଚାଇବାରେ ସହାୟକ ହୋଇଛି । ସ୍ୱାସ୍ଥ୍ୟ ସୁଧାରକେନ୍ଦ୍ର ଏବଂ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଜନା ସମସ୍ତଙ୍କୁ ଉପଚାର ସୁବିଧା ଯୋଗାଇବାରେ ବେଶ ସାହାଯ୍ୟ କରିଛି।

ଆୟୁଷ୍ମାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟମିଶନ ରୋଗୀମାନଙ୍କୁ ଚିକିତ୍ସା ସୁବିଧା ସମ୍ପ୍ରସାରିତ କରୁଛି। ଆଧୁନିକ ଓ ଜଟିଳ ସ୍ୱାସ୍ଥ୍ୟଯତ୍ନ ଭିତ୍ତିଭୂମି ଆୟୁଷ୍ମାନ ସ୍ୱାସ୍ଥ୍ୟ ଭିତ୍ତିଭୂମି ଅଭିଯାନ ଜରିଆରେ ଜିଲ୍ଲାସ୍ତରରେ ଆରମ୍ଭ କରାଯାଇ ଏବେ ବ୍ଲକ ସ୍ତରରେ ତ୍ୱରାନ୍ୱିତ ହେଉଛି। ପ୍ରତ୍ୟେକ ଜିଲ୍ଲାରେ ହସପିଟାଲ ମାନ ନିର୍ମିତ ହେଉଛି। ମେଡିକାଲ କଲେଜ ମାନ ସମ୍ପ୍ରସାରଣ ହେଉଛି ଓ ଦେଶ ଆଗାମୀ ଦଶବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ଡାକ୍ତର ପାଇବାର ସମ୍ଭାବନା ମଧ୍ୟ ରହିଛି ।

ଗୁଜରାଟୀରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏପରି ପରିସ୍ଥିତି ଉପୁଜିଛି ଯେ ମୁଁ କଚ୍ଛକୁ ଛାଡି ପାରିବ ନାହିଁ କି କଚ୍ଛ ମତେ।” ସେ ଗୁଜରାଟରେ ନିକଟରେ ଡାକ୍ତରୀ ଶିକ୍ଷାର ସମ୍ପ୍ରସାରଣ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଆଜି ନଅଟି ଏମ୍ସ, ତିନି ଡଜନରୁ ଅଧିକ ମେଡିକାଲ କଲେଜ ଯାହାକି ଆଗଠାରୁ ନଅଟି ଅଧିକ ହୋଇଛି। ମେଡିକାଲ ସିଟ୍ ୧୧୦୦ରୁ ଛଅହଜାରକୁ ବୃଦ୍ଧି ପାଇଛି। ରାଜକୋଟ ଏମ୍ସ କାର‌୍ୟ୍ୟକ୍ଷମ ହୋଇଛି । ଅହମ୍ମଦାବାଦର ସିଭିଲ ହସ୍‌ପିଟାଲରେ ମାଆ ଓ ଶିଶୁ ସ୍ୱାସ୍ଥ୍ୟ ଯତ୍ନ ନିମନ୍ତେ ୧୫୦୦ସିଟ୍‌ର ଭିତ୍ତିଭୂମି ସୃଷ୍ଟି କରାଯାଇଛି। ହୃଦରୋଗ ଓ ଡାଏଲେସିସ୍ ପାଇଁ ସୁବିଧା ଅଧିକ କରାଯାଇଛି।

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ପ୍ରତିଷେଧକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଆରୋପ କରିବା ସହ ସ୍ୱଚ୍ଛତା, ବ୍ୟାୟାମ ଓ ଯୋଗ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ। ସେ ମଧ୍ୟ ଉତ୍ତମ ଖାଦ୍ୟ, ସ୍ୱଚ୍ଛ ଜଳ ଓ ପୌଷ୍ଟିକତାର ଗୁରୁତ୍ୱ ଉପରେ ବୁଝାଇଥିଲେ। କଚ୍ଛ ଅଞ୍ଚଳରେ ଯୋଗଦିବସକୁ ବିଶେଷଭାବେ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ। ସେ ମଧ୍ୟ ପଟେଲ ସମ୍ପ୍ରଦାୟକୁ ବିଦେଶରେ କଚ୍ଛ ଉତ୍ସବ ଆୟୋଜନ କରି ଅଧିକରୁ ଅଧିକ ବିଦେଶୀ ପର‌୍ୟ୍ୟଟକଙ୍କୁ ଆକୃଷ୍ଠ କରିବାକୁ ପରାମର୍ଶ ଦେଇଥିଲେ। ସେ ମଧ୍ୟ ପ୍ରତି ଜିଲ୍ଲାରେ ୭୫ଟି ଅମୃତ ସରୋବର ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଏପଷ୍ଟାଇନ୍ ଫାଇଲ୍ସରେ ନାମ ଆସିବା ପରେ WEF ର CEO ଙ୍କ ଇସ୍ତଫା

February 26, 2026

‘ଦି କେରଳ ଷ୍ଟୋରୀ 2’ ର ମୁକ୍ତିଲାଭ ଉପରେ ହାଇକୋର୍ଟଙ୍କ ରୋକ: ସୁପ୍ରିମକୋର୍ଟ ଯିବେ ନିର୍ମାତା

February 26, 2026

CBSEର ବଡ଼ ନିଷ୍ପତ୍ତି: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ତିନୋଟି ଭାଷା

February 26, 2026

‘ଆଶ୍ରମର ପରିବେଶ ପବିତ୍ର ନୁହେଁ’: ଶଙ୍କରାଚାର୍ଯ୍ୟଙ୍କ ଉପରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଭୂମିକା ଦ୍ୱିବେଦୀ

February 26, 2026
Latest News

ରୌଦ୍ରତାପ ମୁକାବିଲା ଜନିତ ପ୍ରସ୍ତୁତି ବୈଠକ: ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଦେଲେ ଏହି ନିର୍ଦ୍ଦେଶ

February 26, 2026

ଏପଷ୍ଟାଇନ୍ ଫାଇଲ୍ସରେ ନାମ ଆସିବା ପରେ WEF ର CEO ଙ୍କ ଇସ୍ତଫା

February 26, 2026

ମାର୍ଚ୍ଚ ୧୪ ରେ ବ୍ରହ୍ମପୁରରେ ଜାତୀୟ ଲୋକ ଅଦାଲତ

February 26, 2026

‘ଦି କେରଳ ଷ୍ଟୋରୀ 2’ ର ମୁକ୍ତିଲାଭ ଉପରେ ହାଇକୋର୍ଟଙ୍କ ରୋକ: ସୁପ୍ରିମକୋର୍ଟ ଯିବେ ନିର୍ମାତା

February 26, 2026

CBSEର ବଡ଼ ନିଷ୍ପତ୍ତି: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ତିନୋଟି ଭାଷା

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.