Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସାମର ଦିଫୁରେ ପ୍ରଧାନମନ୍ତ୍ରୀଙ୍କ ଶାନ୍ତି, ଏକତା ଓ ବିକାଶ ରାଲିରେ ସମ୍ବୋଧନ
ବିଶେଷ ଖବର

ଆସାମର ଦିଫୁରେ ପ୍ରଧାନମନ୍ତ୍ରୀଙ୍କ ଶାନ୍ତି, ଏକତା ଓ ବିକାଶ ରାଲିରେ ସମ୍ବୋଧନ

April 28, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮.୦୪.୨୦୨୨) ଆସାମର କର୍ବି ଆଙ୍ଗଲଙ୍ଗ୍ ଜିଲ୍ଲାର ଦୀଫୁଠାରେ ଶାନ୍ତି, ଏକତା ଓ ବିକାଶର ରାଲିକୁ ସମ୍ବୋଧନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ମଧ୍ୟ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଦୀଫୁଠାରେ ପଶୁ ଚିକିତ୍ସା ମହାବିଦ୍ୟାଳୟ ଓ  (ପଶ୍ଚିମ କର୍ବି ଆଙ୍ଗଲଙ୍ଗ)ଠାରେ ସ୍ନାତକ ମହାବିଦ୍ୟାଳୟ ଓ କୋଲଙ୍ଗ୍ (ପଶ୍ଚିମ କର୍ବି ଆଙ୍ଗଲଙ୍ଗ)ରେ କୃଷି ମହାବିଦ୍ୟାଳୟର ମଧ୍ୟ ଶିଳାନ୍ୟାସ କରିଛନ୍ତି।

୫୦୦କୋଟି ଟଙ୍କାରୁ ଅଧିକ ଏହି ପ୍ରକଳ୍ପଗୁଡିକ ଯୋଗୁଁ ସେ ଅଞ୍ଚଳରେ କୌଶଳ ବିକାଶ ସହ କର୍ମନିଯୁକ୍ତି ମଧ୍ୟ ସୃଷ୍ଟି ହେବ। ପ୍ରଧାନମନ୍ତ୍ରୀ ମଧ୍ୟ ୨୯୫୦ଟି ଅଧିକ ଅମ୍ରିତ ସରୋବର ପାଇଁ ମଧ୍ୟ ଶିଳାନ୍ୟାସ କରିଛନ୍ତି। ରାଜ୍ୟ ପ୍ରାୟ ୧୧୫୦କୋଟିି ଟଙ୍କା ବ୍ୟୟରେ ଏହି ଅମ୍ରିତ ସରୋବରଗୁଡିକର ବିକାଶ କରିବ। ଆସାମ ରାଜ୍ୟପାଳ ଜଗଦୀଶ ମୁଖୀ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କର୍ବି ଆଙ୍ଗଲଙ୍ଗଙ୍କ ଜନସାଧାରଣଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ନିମନ୍ତେ ଧନ୍ୟବାଦ ଜ୍ଞାପନ କରିଥିଲେ। ସେ ଆଜାଦୀ କା ଅମ୍ରିତ ମହୋତ୍ସବ ସହ ସଂଯୋଗ ବଶତଃ ଆସାମର ମହାନ ସୁପୁତ୍ର ଲଚିତ ବରୋଫୁକନଙ୍କ ୪୦୦ତମ ବାର୍ଷିକୀ ଏକାଠି ପଡୁଥିବାର ଦର୍ଶାଇଥିଲେ। ‘ଲଚିତ ବରୋଫୁକନଙ୍କ ଜୀବନ  ଦେଶପ୍ରେମ ଓ ରାଷ୍ଟ୍ରଶକ୍ତିର ଉତ୍ସାହ। ମୁଁ କବି ଆଙ୍ଗଲଙ୍ଗବାଦୀ ଆସାମର ଏହି ମହାନ୍ ବୀରଙ୍କୁ ଅଭିବାଦନ ଜଣାଉଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦ୍ୱୈତ ଇଞ୍ଜିନଯୁକ୍ତ ସରକାର ସବ୍‌କା ସାଥ, ସବକା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ର୍ରୟାସର ଉତ୍ସାହସହ କାର୍ଯ୍ୟ କରୁଛି। “ଆଜି ଏହି ସଂକଳ୍ପ କର୍ବି ଆଙ୍ଗଲଙ୍ଗ ମାଟିରେ ପୁଣି ଜାଗ୍ରତ ହୋଇଉଠିଛି। ସ୍ଥାୟୀ ଶାନ୍ତି ଓ ଆସାମର ଦୃଢ ବିକାଶ ନିମନ୍ତେ ଯେଉଁ ରାଜିନାମା ସାକ୍ଷରିତ ହୋଇଥିଲା ତାହା ଦୃତଗତିରେ କାର୍ଯ୍ୟକାରୀ ହେଉଛି” ବୋଲି ସେ କହିଥିଲେ।

୨୬୦୦ରୁ ଅଧିକ ସରୋବର ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣରୂପେ ଜନସାଧାରଣଙ୍କ ସହଯୋଗରେ ନିର୍ମିତ ହେଉଛି।

ଆଦିବାସୀ ଗୋଷ୍ଠୀଙ୍କ ମଧ୍ୟରେ ଏହି ସରୋବରର ଉତ୍କୃଷ୍ଟ ପରମ୍ପରା ରହିଛି ବୋଲି ସେ ସ୍ୱୀକାର କରିଥିଲେ। ଏହି ସରୋବରଗୁଡିକ କେବଳ ଗ୍ରାମ ପାଇଁ ଜଳଭଣ୍ଡାର କାର୍ଯ୍ୟ କରିବ ନାହିଁ ବରଂ ଆୟର ଉତ୍ସ ହେବ ବୋଲି ସେ ଆଶାପ୍ରକଟ କରିଥିଲେ।

ପ୍ରଧାନମନ୍ତ୍ରୀ କହିôତଲେ ଯେ ୨୦୧୪ ମସିହା ପରଠାରୁ ଉତ୍ତର ପୂର୍ବାଞ୍ଚଳରେ ଅଭାବ ଅସୁବିଧା ହ୍ରାସ ପାଇବା ସହ ବିକାଶ ହେଉଛି। ଆଜି ଯଦି କେହି ଆସାମର ଆଦିବାସୀ ଅଂଚଳକୁ ଆସେ ବା ଉତ୍ତର-ପୂର୍ବାଞ୍ଚଳର ଅନ୍ୟ ରାଜ୍ୟକୁ ଯାଏ ସେ ମଧ୍ୟ ପରିବର୍ତ୍ତିତ ପରିସ୍ଥିତିର ପ୍ରଶଂସା କରିବ ବୋଲି ସେ କହିଥିଲେ। ଗତବର୍ଷ କର୍ବି ଆଙ୍ଗଲଙ୍ଗରେ ଅନେକ ସଂଗଠନ କିପରି ଶାନ୍ତି ଓ ବିକାଶ ପ୍ରକ୍ରିୟାରେ ଭାଗ ନେଇଥିଲେ ତା’ର ସ୍ମୃତିଚାରଣ କରିଥିଲେ। ୨୦୨୦ର ବଡୋ ରାଜିନାମା ମଧ୍ୟ ସ୍ଥାୟୀ ଶାନ୍ତିର ବାଟ ଖୋଲିଲା। ସେହିପରି ଏନଆଇଏଫଟି ମଧ୍ୟ ତ୍ରିପୁରାରେ ଶାନ୍ତିର ପଦକ୍ଷେପ ନେଇଛି। ଦୀର୍ଘ ଅଢେଇ ଦଶନ୍ଧିର ବ୍ରୁରିଆଙ୍ଗ ସମସ୍ୟାର ମଧ୍ୟ ସମାଧାନ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଦୀର୍ଘଦିନ ଧରି ସଶସ୍ତ୍ର ସେନା ସ୍ୱତନ୍ତ୍ର କ୍ଷମତା ଆଇନ (ଏଏଫଏସପିଏ)  ଉତ୍ତର ପୂର୍ବାଞ୍ଚଳର  ଅନେକ ରାଜ୍ୟରେ ଲାଗୁ ହୋଇଥିଲା। ମାତ୍ର ଉତ୍ତର ପୂର୍ବାଂଚଳର ଅଧିକାଂଶ ସ୍ଥାନ ଶାନ୍ତି ଓ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଯୋଗୁ ଗତ ଆଠବର୍ଷ ମଧ୍ୟରେ ଅନେକ ସ୍ଥାନରୁ ଏଏଫଏସପିଏକୁ ପ୍ରତ୍ୟାହାର କରି ନିଆଯାଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସବ୍‌କା ସାଥ, ସବ୍‌କା ବିକାଶର ଉତ୍ସାହ ସହ ସୀମା ସମସ୍ୟାର ସମାଧାନ ପାଇଁ ମଧ୍ୟ ପ୍ରୟାସ ହେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ।” ଆସାମ ଓ ମେଘାଳୟ ମଧ୍ୟରେ ହୋଇଥିବା ରାଜିନାମା ଅନ୍ୟାନ୍ୟ ସମସ୍ୟା ସମାଧାନ ଦିଗରେ ଥିବା ବାଟ କଡାଇବ। ଏହା ସମ୍ପୂର୍ଣ୍ଣ ଅଞ୍ଚଳର ବିକାଶ ଆକାଂକ୍ଷା ପୂରଣ ଦିଗରେ ଶୀଘ୍ର କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆଦିବାସୀ ସମାଜର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ ଆଦିବାସୀ ସମାଜର ସଂସ୍କୃତି, ଏହାର ଭାଷା, ଖାଦ୍ୟ, କଳା, ହସ୍ତତନ୍ତ ସମସ୍ତ ହେଉଛି ଭାରତର ଐତିହ୍ୟ। ଆସାମ ଏ ଦିଗରେ ଆହୁରି ସମୃଦ୍ଧ। ଏହି ସାଂସ୍କୃତିକ ଐତହ୍ୟ ଭାରତକୁ ଯୋଡେ, ଏକ ଭାରତ, ଶ୍ରେଷ୍ଠ ଭାରତର ଭାବନାକୁ ଆହୁରି ମଜବୁତ କରେ।”

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଆଜାଦୀର ଅମ୍ରିତକାଳରେ ମଧ୍ୟ କର୍ବି ଆଙ୍ଗଲଙ୍ଗ ଏକ ନୂତନ ଶାନ୍ତି ଓ ବିକାଶ ଭବିଷ୍ୟତ ଆଡକୁ ଆଗେଇ ଚାଲିଛି। ଏଠାରୁ ଆମେ ଆଉ ଏକ ପଛକୁ ଫେରିବା ନାହିଁ। ଆଗାମୀ ବର୍ଷଗୁଡିକରେ ଆମେ ମିଳିମିଶି ବିକାଶ ପଥରେ ଅଗ୍ରସର ହେବା ଯାହାକି ପୂର୍ବ ଦଶନ୍ଧିଗୁଡିକରେ ଆମେ ହାସଲ କରିପାରି ନ ଥିଲୁ। ପ୍ରଧାନମନ୍ତ୍ରୀ ଆସାମ ଓ ସେ ଅଞ୍ଚଳର ଅନ୍ୟାନ୍ୟ ରାଜ୍ୟଗୁଡିକୁ କେନ୍ଦ୍ରୀୟ ଯୋଜନାମାନ ସେବା ଓ ଉତ୍ସର୍ଗ ମନୋଭାବ ନେଇ ତ୍ୱରାନ୍ୱିତ କରିଥିବାରୁ ପ୍ରଶଂସା କରିଥିଲେ। ଏତେ ସଂଖ୍ୟାରେ ମହିଳା ଯୋଗଦେଇଥିବାରୁ ସେ ଧନ୍ୟବାଦ ଦେବା ସହ ମହିଳାମାନଙ୍କ ମର୍ଯ୍ୟାଦା ବୃଦ୍ଧି ପାଇଁ ସମସ୍ତ ପଦକ୍ଷେପ ସରକାର ନେବେ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ ଆସାମବାସୀଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ସେ ସେମାନଙ୍କ ସ୍ନେହ ଓ ପ୍ରେମକୁ ସୁଧ ସହ ଫେରାଇ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ନିଜକୁ ପୁନଃ ଉତ୍ସର୍ଗ କରିବେ।

ସେ ଅଞ୍ଚଳର ଶାନ୍ତି ଓ ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଅଟଳ ଅଙ୍ଗୀକାର ବଦ୍ଧତା ନିକଟରେ ଭାରତ ସରକାର ଓ କର୍ବି ଆଙ୍ଗଲଙ୍ଗର ଛଅଟି ଉଗ୍ରବାଦୀ ସଂଗଠନ ସହିତ ସ୍ୱାକ୍ଷର ହୋଇଥିବା ବୁଝାମଣାପତ୍ର  ପ୍ରଦର୍ଶିତ ହୋଇଛି। ଏହି ବୁଝାମଣାପତ୍ର ସେହି ଅଞ୍ଚଳରେ ଏକ ନୂତନ ଶାନ୍ତି ଯୁଗର ସୂଚନା ଦେଉଛି।

ଆସାମ ଏକତା
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Latest News

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.