Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରି ସରି ଆସୁଛି ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଚାଲିଥିବା ଆଦିବାସୀ ମେଳା
ବିଶେଷ ଖବର

ସରି ସରି ଆସୁଛି ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଚାଲିଥିବା ଆଦିବାସୀ ମେଳା

May 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସରି ସରି ଆସୁଛି ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଚାଲିଥିବା ଆଦିବାସୀ ମେଳା

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅପ୍ରେଲ ୨୩ ତାରିଖରୁ ଚାଲିଥିବା ଆଦିବାସୀ ମେଳା ଆଜି ଅଷ୍ଟମ ଦିନରେ ପହଞ୍ଚିଛି । ଏହି ମେଳାରେ ରାଜ୍ୟର ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସେମାନଙ୍କ ଉତ୍ପାଦିତ ଓ ସଂଗୃହୀତ ସାମଗ୍ରୀର ବିପଣି ଖୋଲିଛନ୍ତି ।

ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ କଳା, ହସ୍ତଶିଳ୍ପ, କୃଷିଜାତ ସାମଗ୍ରୀକୁ ରାଜଧାନୀବାସୀ ଦେଖିବା ଓ କିଣିବା ପାଇଁ ଏହି ମେଳା ଜରିଆରେ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ଏଥିରେ ସମୁଦାୟ ୧୦୦ଟି ଷ୍ଟଲ ଖୋଲିଥିବାବେଳେ ଏ ସବୁରେ ଜନଜାତି ବର୍ଗର କଳାକୁଶଳତା ଓ ଜୀବିକାନିର୍ବାହ ପ୍ରଣାଳୀ ସଂପର୍କରେ ଦର୍ଶକମାନେ ବହୁ ତଥ୍ୟ ଜାଣି ପାରୁଛନ୍ତି ।

ବର୍ତ୍ତମାନ ଜନଜାତି ବର୍ଗ ଦ୍ୱାରା ଉତ୍ପାଦିତ ସାମଗ୍ରୀଗୁଡ଼ିକର ବଜାର ଚାହିଦା ଆଶାତୀତ ଭାବରେ ବୃଦ୍ଧି ପାଇଛି। ସହରାଞ୍ଚଳରେ ଏହିସବୁ ସାମଗ୍ରୀ ଉପଲବ୍ଧ ହେବା କଷ୍ଟକର ହେଉଥିବାରୁ ରାଜଧାନୀକୁ ଆସିଥିବା ଆଦିବାସୀ ମେଳା ଏଥିପାଇଁ ବିରଳ ସୁଯୋଗ ଆଣିଦେଇଛି। ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକର ଜୈବିକ ଗୁଣ ଏ ଯାବତ୍‌ ଅକ୍ଷୁଣ୍ଣ ରହିଛି ବୋଲି ଲୋକଙ୍କ ମନରେ ଯେଉଁ ଦୃଢ଼ ଧାରଣା ରହିଛି, ତାହା ହିଁ ଜନସାଧାରଣଙ୍କୁ ଅଧିକ ସଂଖ୍ୟାରେ ଆକୃଷ୍ଟ କରୁଛି ଆଦିବାସୀ ମେଳାକୁ।

ଗ୍ରାହକମାନଙ୍କର ଭିଡ଼ ଯୋଗୁଁ କିଛି ସମୟ ଚଳଚଞ୍ଚଳ ହୋଇଉଠୁଛି ମେଳା ପରିସର। ଚଳିତ ବର୍ଷ ଆଦିବାସୀ ମେଳାର ଏକ ବଡ଼ ବିଶେଷତ୍ୱ ହେଉଛି, ରାଜ୍ୟର ପୁରପଲ୍ଲୀରେ ପରିବ୍ୟାପ୍ତ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ବ୍ୟାପକ ଅଂଶଗ୍ରହଣ। ବିଭିନ୍ନ ଜିଲ୍ଲାର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ସହାୟତାରେ ସେମାନେ ମେଳା ପରିସରକୁ ଆସି ବେପାରବାଣିଜ୍ୟର ପସରା ମେଲାଇ ଦେଇଛନ୍ତି ।

ଆଦିବାସୀମାନଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟଶସ୍ୟ ଯଥା-ବାସୁମତୀ ଚାଉଳ, ମୁଗ, ବିରି, ମାଣ୍ଡିଆ, ପାଳୁଅ, ରାଶି ଆଦି କିଣିବାକୁ ଦର୍ଶକଙ୍କ ଯେତିକି ଆଗ୍ରହ ପରିଲକ୍ଷିତ ହେଉଛି, ସେତିକି ଆଗ୍ରହ ରହୁଛି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବଡ଼ି, ପାମ୍ପଡ଼, ଆଚାର, ହଳଦୀଗୁଣ୍ଡ ଓ ଫୁଲଝାଡ଼ୁ ଆଦି କିଣିବା ପାଇଁ।

ଆଜି ସନ୍ଧ୍ୟାରେ ମୁଖ୍ୟ ମଂଚରେ ରାଇରଙ୍ଗପୁର ଅଞ୍ଚଳର ଭୂମିଜ ନାଚ ଏବଂ କଳସୀ ନାଚ, କରଞ୍ଜିଆର ହୋ ନାଚ, ବାରିପଦାର ବାଥୁଡ଼ି ନାଚ, ଚନ୍ଦ୍ରଗିରିର ସଉରା ନାଚ ଏବଂ ବାରିପଦାର ଝମର ନାଚ ପ୍ରଦର୍ଶନ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

‘ଆଶ୍ରମର ପରିବେଶ ପବିତ୍ର ନୁହେଁ’: ଶଙ୍କରାଚାର୍ଯ୍ୟଙ୍କ ଉପରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଭୂମିକା ଦ୍ୱିବେଦୀ

February 26, 2026

‘ନିଶାମୁକ୍ତ ଓଡ଼ିଶା ଅଭିଯାନ’: ୨୨୫ କୋଟି ମୂଲ୍ୟର ହାଶିଶ ତେଲ ଓ ୫ କୋଟିର ଗଞ୍ଜେଇ ଜବତ

February 26, 2026

ପ୍ରଖ୍ୟାତ ଘୋଡାନାଚ ଶିଳ୍ପୀ ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ

February 26, 2026

କୋରାପୁଟରୁ ଜବତ ହେଲା ୧୮୦୦ ଲିଟର ଗଞ୍ଜେଇ ତେଲ, ମୂଲ୍ୟ ୨୦୦ କୋଟି

February 26, 2026
Latest News

CBSEର ବଡ଼ ନିଷ୍ପତ୍ତି: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ତିନୋଟି ଭାଷା

February 26, 2026

‘ଆଶ୍ରମର ପରିବେଶ ପବିତ୍ର ନୁହେଁ’: ଶଙ୍କରାଚାର୍ଯ୍ୟଙ୍କ ଉପରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଭୂମିକା ଦ୍ୱିବେଦୀ

February 26, 2026

‘ନିଶାମୁକ୍ତ ଓଡ଼ିଶା ଅଭିଯାନ’: ୨୨୫ କୋଟି ମୂଲ୍ୟର ହାଶିଶ ତେଲ ଓ ୫ କୋଟିର ଗଞ୍ଜେଇ ଜବତ

February 26, 2026

ପ୍ରଖ୍ୟାତ ଘୋଡାନାଚ ଶିଳ୍ପୀ ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ

February 26, 2026

କୋରାପୁଟରୁ ଜବତ ହେଲା ୧୮୦୦ ଲିଟର ଗଞ୍ଜେଇ ତେଲ, ମୂଲ୍ୟ ୨୦୦ କୋଟି

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.