Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଆପଣ ଯଦି ପ୍ରତ୍ୟେକ ଦିନ ସକାଳୁ ଚାଲିବେ ତେବେ ପାଇବେ ୨୦ ହଜାର ଟଙ୍କା, କେମିତି?
ଜୀବନ ଶୈଳୀ

ଆପଣ ଯଦି ପ୍ରତ୍ୟେକ ଦିନ ସକାଳୁ ଚାଲିବେ ତେବେ ପାଇବେ ୨୦ ହଜାର ଟଙ୍କା, କେମିତି?

May 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆପଣ ଯଦି ପ୍ରତ୍ୟେକ ଦିନ ସକାଳୁ ଚାଲିବେ ତେବେ ପାଇବେ ୨୦ ହଜାର ଟଙ୍କା, କେମିତି?

ଭୁବନେଶ୍ବର: ଚାଲିବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଚାଲିବା ଦ୍ବାରା ମନ ଓ ଶରୀରରେ ଉତ୍ସାହର ସଂଚାର ପ୍ରବାହ ହୋଇଥାଏ । ଏହାଦ୍ବାର ଆମ ଶରୀର ସକ୍ରିୟ ରହେ। ଆମ ପାଦର ସଂରଚନା ବେଶ୍ ଜଟିଳ। ଏଥିରେ ୨୬ଟି ହାଡ, ୧୦୭ଟି ଲିଗାମେଣ୍ଟସ୍‌, ୩୭ଟି ଯୋଡ ରହିଛି। ଯାହା ଚାଲିବା ଦ୍ବାରା ସକ୍ରିୟ ହୋଇଥାଏ ।

ମିଳିଥିବା ଏକ ସର୍ଭେ ଅନୁସାରେ, ଜଣ ବ୍ୟକ୍ତି ନିୟମିତ ରୂପରେ ଚାଲିବା ଦ୍ବାରା ପ୍ରତିବର୍ଷ ନିଜ ଶରୀର ଉପରେ ରୋଗ ପାଇଁ ଖର୍ଚ୍ଚ କରୁଥିବା ଟଙ୍କାର ୨୦ହଜାର ଟଙ୍କା ବଞ୍ଚାଇ ପାରିବ। ଅତୀତରେ ପ୍ରତ୍ୟେକ ବ୍ୟକ୍ତି ଦିନଚର‌୍ୟ୍ୟାରେ ଭ୍ରମଣ ବା ଚାଲିବାକୁ ସାମିଲ୍ କରୁଥିଲେ।

୧୯୭୦ ଦଶକରେ ୭୭ ପ୍ରତିଶତ ପିଲା ସ୍କୁଲକୁ ଚାଲି ଚାଲି ଆସୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଏହା ୧୩ ପ୍ରତିଶତରେ ପହଞ୍ଚିଛି। ସେତେବେଳର ଶିଶୁମାନେ ସୁସ୍ଥ ରହୁଥିବାବେଳେ। କ୍ୟାନ୍‌ସର ପରି ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ ପ୍ରତି ସପ୍ତାହରେ ୩ରୁ ୫ ଘଣ୍ଟା ପାଦରେ ଚାଲିବା ଦରକାର । ଏହା କରିବା ଦ୍ବାରା କ୍ୟାନ୍‌ସର ପୀଡ଼ିତଙ୍କ ଆୟୁ ସୀମା ବୃଦ୍ଧି ଘଟିଥାଏ। ସେହିପରି ୧୫୦୦ କ୍ୟାଲୋରୀ ଖାଦ୍ୟ ଗ୍ରହଣ କରୁଥିବା ମହିଳା ଦିନକୁ ଘଣ୍ଟାଟିଏ ଚାଲିବା ଆବଶ୍ୟକ।

ଏହାଦ୍ବାରା ଓଜନ ନିୟନ୍ତ୍ରିତ ହୋଇଥାଏ। ସେହିପରି ପ୍ରତି ସପ୍ତାହରେ ୯୦ ମିନିଟ୍ ପର‌୍ୟ୍ୟନ୍ତ ଚାଲୁଥିବା ପ୍ରୋଟେଷ୍ଟ କ୍ୟାନ୍‌ସର ପୀଡ଼ିତଙ୍କ ଆୟୁରେ ୫୦ ପ୍ରତିଶତ ବୃଦ୍ଧି ହୋଇଥାଏ । ସେହିପରି ସକାଳୁ ଚାଲିବା ଦ୍ବାରା ଶରୀରରେ ଭିଟାମିନ୍ ଡି ଓ କ୍ୟାଲସିୟମ୍‌ର ସ୍ତର ବଢିଥାଏ।

ଯେଉଁ ବ୍ୟକ୍ତି ସପ୍ତାହର ୬ରୁ ୯ ମାଇଲ୍ ପର‌୍ୟ୍ୟନ୍ତ ଚାଲିଥାଏ, ତାଙ୍କୁ ଡିମୋସିଆ ରୋଗ ହେବାର ଆଶଙ୍କା କମ୍ ରହିଥାଏ । ପ୍ରତ୍ୟେକ ଦିନ ଅଧ ଘଣ୍ଟା ଚାଲୁଥିବା ବ୍ୟକ୍ତି ମାନସିକ ସୁସ୍ଥତା ସହ ରୋଗରୁ ମଧ୍ୟ ମୁକ୍ତି ପାଇଥାଏ।

ଚାଲିବା ସମୟରେ କ’ଣ କରିବା ଉଚିତ୍‌

– ନାକ ଦ୍ବାର ନିଶ୍ବାସ ନେବା ଉଚିତ୍‌

– ଶରୀରକୁ ସିଧା ରଖି ଚାଲିବା ଆବଶ୍ୟକ।

– ଗଭୀର ନିଃଶ୍ବାସ ନେବା ଦରକାର, ଯାହା ଫଳରେ ସ୍ବଚ୍ଛ ବାୟୁ ଶରୀରରେ ପ୍ରବେଶ କରିପାରିବ ।

-ସୂର‌୍ୟ୍ୟୋଦୟ ପୂର୍ବରୁ ଚାଲିବା ସର୍ବୋତ୍ତମ ହୋଇଥାଏ। କାରଣ ପ୍ରାତଃକାଳୀନ ବାୟୁରେ ଅକ୍ସିଜେନ୍‌ର ମାତ୍ରା ଅଧିକ ରହିଥାଏ।

ଯେଉଁମାନେ ବ୍ଲଡପ୍ରେସରରେ ପୀଡ଼ିତ ଅଛନ୍ତି ସେମାନେ ନିୟମିତ ରୂପେ ଚାଲିବା ଆବଶ୍ୟକ। ଏହାଦ୍ବାରା କୋଲୋଷ୍ଟ୍ରୋଲ୍ ନିୟନ୍ତ୍ରଣରେ ରହିବା ସହିତ ଶରୀରରେ ରକ୍ତ ସଂଚାର ସୁଚାରୂରୂପେ ହୋଇଥାଏ।

ସେହିପରି ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ଏକପ୍ରକାର ମହୌଷଧି। ଆମ ଦେଶରେ ପ୍ରାୟ ୬୨ ପ୍ରତିଶତ ଲୋକ ନିଷ୍କ୍ରିୟ ଜୀବନ ଅତିବାହିତ କରିଥାନ୍ତି, ଅର୍ଥାତ୍ ଶାରିରୀକ ପରିଶ୍ରମ କରନ୍ତି ନାହିଁ। ବୟସ ବଢିବା ସହିତ ଆମ ଶରୀରର ହାଡ଼ ଓ ମାଂସପେଶୀ ଦୁର୍ବଳ ହୋଇଥାଏ। ନିୟମିତ ଚାଲିବା ଦ୍ବାରା ଆମର ହାଡ଼ ଓ ମାଂସପେଶୀ ସୁଦୃଢ ହୋଇଥାଏ।

ସେହିପରି ଚାଲିବା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇଥାଏ। ସେହିପରି ମୋଟାପାରୁ ମୁକ୍ତି ଦେଇଥାଏ। ନିୟମିତ ଅଧଘଣ୍ଟା ଚାଲିବା ଦ୍ବାରା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତିର ବୃଦ୍ଧି ହୋଇଥାଏ।

ସେଥିପାଇଁ ଆମ ବ୍ୟସ୍ତ ଜୀବନଚର‌୍ୟ୍ୟା ମଧ୍ୟରୁ ସବୁଦିନ କିଛି କିଛି ସମୟ ଚାଲିବା ଆରମ୍ଭ କରନ୍ତୁ। ଚାଲିବା ସହି କିଛି ଶାରିରୀକ ପରିଶ୍ରମ ମଧ୍ୟ କରିବା ଜରୁରୀ। ଚାଲନ୍ତୁ, ସୁସ୍ଥ ରୁହନ୍ତୁ।

ଚାଲିବା
Share. Facebook Twitter LinkedIn Email WhatsApp Copy Link

Related Posts

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026
Latest News

କଟକ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ ରହିବ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେବେଳେ

February 20, 2026

ଆଜି ଫେବୃୟାରୀ ୨୦ ତାରିଖ ଶୁକ୍ରବାର ଦିନ ଏହି ଆଠଟି ରାଶି ପାଇଁ ଦିନଟି ରହିଛି ଖୁସିମୟ

February 20, 2026

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.