Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଆପଣ ଯଦି ପ୍ରତ୍ୟେକ ଦିନ ସକାଳୁ ଚାଲିବେ ତେବେ ପାଇବେ ୨୦ ହଜାର ଟଙ୍କା, କେମିତି?
ଜୀବନ ଶୈଳୀ

ଆପଣ ଯଦି ପ୍ରତ୍ୟେକ ଦିନ ସକାଳୁ ଚାଲିବେ ତେବେ ପାଇବେ ୨୦ ହଜାର ଟଙ୍କା, କେମିତି?

May 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆପଣ ଯଦି ପ୍ରତ୍ୟେକ ଦିନ ସକାଳୁ ଚାଲିବେ ତେବେ ପାଇବେ ୨୦ ହଜାର ଟଙ୍କା, କେମିତି?

ଭୁବନେଶ୍ବର: ଚାଲିବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଚାଲିବା ଦ୍ବାରା ମନ ଓ ଶରୀରରେ ଉତ୍ସାହର ସଂଚାର ପ୍ରବାହ ହୋଇଥାଏ । ଏହାଦ୍ବାର ଆମ ଶରୀର ସକ୍ରିୟ ରହେ। ଆମ ପାଦର ସଂରଚନା ବେଶ୍ ଜଟିଳ। ଏଥିରେ ୨୬ଟି ହାଡ, ୧୦୭ଟି ଲିଗାମେଣ୍ଟସ୍‌, ୩୭ଟି ଯୋଡ ରହିଛି। ଯାହା ଚାଲିବା ଦ୍ବାରା ସକ୍ରିୟ ହୋଇଥାଏ ।

ମିଳିଥିବା ଏକ ସର୍ଭେ ଅନୁସାରେ, ଜଣ ବ୍ୟକ୍ତି ନିୟମିତ ରୂପରେ ଚାଲିବା ଦ୍ବାରା ପ୍ରତିବର୍ଷ ନିଜ ଶରୀର ଉପରେ ରୋଗ ପାଇଁ ଖର୍ଚ୍ଚ କରୁଥିବା ଟଙ୍କାର ୨୦ହଜାର ଟଙ୍କା ବଞ୍ଚାଇ ପାରିବ। ଅତୀତରେ ପ୍ରତ୍ୟେକ ବ୍ୟକ୍ତି ଦିନଚର‌୍ୟ୍ୟାରେ ଭ୍ରମଣ ବା ଚାଲିବାକୁ ସାମିଲ୍ କରୁଥିଲେ।

୧୯୭୦ ଦଶକରେ ୭୭ ପ୍ରତିଶତ ପିଲା ସ୍କୁଲକୁ ଚାଲି ଚାଲି ଆସୁଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଏହା ୧୩ ପ୍ରତିଶତରେ ପହଞ୍ଚିଛି। ସେତେବେଳର ଶିଶୁମାନେ ସୁସ୍ଥ ରହୁଥିବାବେଳେ। କ୍ୟାନ୍‌ସର ପରି ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ ପ୍ରତି ସପ୍ତାହରେ ୩ରୁ ୫ ଘଣ୍ଟା ପାଦରେ ଚାଲିବା ଦରକାର । ଏହା କରିବା ଦ୍ବାରା କ୍ୟାନ୍‌ସର ପୀଡ଼ିତଙ୍କ ଆୟୁ ସୀମା ବୃଦ୍ଧି ଘଟିଥାଏ। ସେହିପରି ୧୫୦୦ କ୍ୟାଲୋରୀ ଖାଦ୍ୟ ଗ୍ରହଣ କରୁଥିବା ମହିଳା ଦିନକୁ ଘଣ୍ଟାଟିଏ ଚାଲିବା ଆବଶ୍ୟକ।

ଏହାଦ୍ବାରା ଓଜନ ନିୟନ୍ତ୍ରିତ ହୋଇଥାଏ। ସେହିପରି ପ୍ରତି ସପ୍ତାହରେ ୯୦ ମିନିଟ୍ ପର‌୍ୟ୍ୟନ୍ତ ଚାଲୁଥିବା ପ୍ରୋଟେଷ୍ଟ କ୍ୟାନ୍‌ସର ପୀଡ଼ିତଙ୍କ ଆୟୁରେ ୫୦ ପ୍ରତିଶତ ବୃଦ୍ଧି ହୋଇଥାଏ । ସେହିପରି ସକାଳୁ ଚାଲିବା ଦ୍ବାରା ଶରୀରରେ ଭିଟାମିନ୍ ଡି ଓ କ୍ୟାଲସିୟମ୍‌ର ସ୍ତର ବଢିଥାଏ।

ଯେଉଁ ବ୍ୟକ୍ତି ସପ୍ତାହର ୬ରୁ ୯ ମାଇଲ୍ ପର‌୍ୟ୍ୟନ୍ତ ଚାଲିଥାଏ, ତାଙ୍କୁ ଡିମୋସିଆ ରୋଗ ହେବାର ଆଶଙ୍କା କମ୍ ରହିଥାଏ । ପ୍ରତ୍ୟେକ ଦିନ ଅଧ ଘଣ୍ଟା ଚାଲୁଥିବା ବ୍ୟକ୍ତି ମାନସିକ ସୁସ୍ଥତା ସହ ରୋଗରୁ ମଧ୍ୟ ମୁକ୍ତି ପାଇଥାଏ।

ଚାଲିବା ସମୟରେ କ’ଣ କରିବା ଉଚିତ୍‌

– ନାକ ଦ୍ବାର ନିଶ୍ବାସ ନେବା ଉଚିତ୍‌

– ଶରୀରକୁ ସିଧା ରଖି ଚାଲିବା ଆବଶ୍ୟକ।

– ଗଭୀର ନିଃଶ୍ବାସ ନେବା ଦରକାର, ଯାହା ଫଳରେ ସ୍ବଚ୍ଛ ବାୟୁ ଶରୀରରେ ପ୍ରବେଶ କରିପାରିବ ।

-ସୂର‌୍ୟ୍ୟୋଦୟ ପୂର୍ବରୁ ଚାଲିବା ସର୍ବୋତ୍ତମ ହୋଇଥାଏ। କାରଣ ପ୍ରାତଃକାଳୀନ ବାୟୁରେ ଅକ୍ସିଜେନ୍‌ର ମାତ୍ରା ଅଧିକ ରହିଥାଏ।

ଯେଉଁମାନେ ବ୍ଲଡପ୍ରେସରରେ ପୀଡ଼ିତ ଅଛନ୍ତି ସେମାନେ ନିୟମିତ ରୂପେ ଚାଲିବା ଆବଶ୍ୟକ। ଏହାଦ୍ବାରା କୋଲୋଷ୍ଟ୍ରୋଲ୍ ନିୟନ୍ତ୍ରଣରେ ରହିବା ସହିତ ଶରୀରରେ ରକ୍ତ ସଂଚାର ସୁଚାରୂରୂପେ ହୋଇଥାଏ।

ସେହିପରି ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ଏକପ୍ରକାର ମହୌଷଧି। ଆମ ଦେଶରେ ପ୍ରାୟ ୬୨ ପ୍ରତିଶତ ଲୋକ ନିଷ୍କ୍ରିୟ ଜୀବନ ଅତିବାହିତ କରିଥାନ୍ତି, ଅର୍ଥାତ୍ ଶାରିରୀକ ପରିଶ୍ରମ କରନ୍ତି ନାହିଁ। ବୟସ ବଢିବା ସହିତ ଆମ ଶରୀରର ହାଡ଼ ଓ ମାଂସପେଶୀ ଦୁର୍ବଳ ହୋଇଥାଏ। ନିୟମିତ ଚାଲିବା ଦ୍ବାରା ଆମର ହାଡ଼ ଓ ମାଂସପେଶୀ ସୁଦୃଢ ହୋଇଥାଏ।

ସେହିପରି ଚାଲିବା ଆମର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢାଇଥାଏ। ସେହିପରି ମୋଟାପାରୁ ମୁକ୍ତି ଦେଇଥାଏ। ନିୟମିତ ଅଧଘଣ୍ଟା ଚାଲିବା ଦ୍ବାରା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତିର ବୃଦ୍ଧି ହୋଇଥାଏ।

ସେଥିପାଇଁ ଆମ ବ୍ୟସ୍ତ ଜୀବନଚର‌୍ୟ୍ୟା ମଧ୍ୟରୁ ସବୁଦିନ କିଛି କିଛି ସମୟ ଚାଲିବା ଆରମ୍ଭ କରନ୍ତୁ। ଚାଲିବା ସହି କିଛି ଶାରିରୀକ ପରିଶ୍ରମ ମଧ୍ୟ କରିବା ଜରୁରୀ। ଚାଲନ୍ତୁ, ସୁସ୍ଥ ରୁହନ୍ତୁ।

ଚାଲିବା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

September 10, 2025

ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଉଦୀୟମାନ ଧାବକ ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା, କହିଲେ… 

September 10, 2025

ଅଭିଜିତ ମଜୁମଦାରଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପ ଦାନ କଲେ ଓଲିଉଡ଼ ପରିବାର

September 10, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Latest News

“GST ସଂସ୍କାର ପାଇଁ ଦେଶ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ପ୍ରତି କୃତଜ୍ଞ”: କେନ୍ଦ୍ର କୃଷିମନ୍ତ୍ରୀ

September 10, 2025

ନୂଆଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କହିଲେ…

September 10, 2025

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ବୈଠକ, ଚାରିଟି ବିଭାଗର ପ୍ରସ୍ତାବ ଉପରେ ବାଜିବ ମୋହର

September 10, 2025

ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସୁନା ମୂଲ୍ୟ, ଜାଣନ୍ତୁ ଆଜିର ଦର

September 10, 2025

ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.