Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ଓଡିଶା ରାଜଭବନରେ ଦେଖିବାକୁ ମିଳିଲା ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନ
ଜାତୀୟ ଖବର

ଆଜି ଓଡିଶା ରାଜଭବନରେ ଦେଖିବାକୁ ମିଳିଲା ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନ

May 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ଓଡିଶା ରାଜଭବନରେ ଦେଖିବାକୁ ମିଲିଲା ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନ

ଭୁବନେଶ୍ୱର: ଆଜି ଓଡିଶା ରାଜଭବନରେ ଦେଖିବାକୁ ମିଳିଥିଲା ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ର ଏବଂ ତାଙ୍କର ପତ୍ନୀ ସୁଶୀଳା ରାଜେନ୍ଦ୍ରନ। ହୁଇଲ ଚ୍ୟାୟାରରେ ଆସିଥିବା ଏହି ପୂର୍ବତନ ରାଜ୍ୟପାଳଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନିଜେ ତାଙ୍କୁ ପାଛୋଟି ନେଇ ସ୍ବାଗତ କରିଥିଲେ। ତେବେ ଅବସର ଥିଲା ପୂର୍ବତନ ରାଜ୍ୟପାଳ ରାଜେନ୍ଦ୍ରନଙ୍କ ଲିଖିତ ପୁସ୍ତକ ଉନମୋଚନ ଉତ୍ସବ। ସେ ଓଡିଶାରେ ଥିବା ବେଳେ ଯେଉଁ କାର୍ଯ୍ୟ କରିଥିଲେ ସେହି ତଥ୍ୟ ଏହି ପୁସ୍ତକରେ ରହିଛି। ସେଥିପାଇଁ ସେ ଓଡିଶା ରାଜଭବନରେ ତାଙ୍କର ପୁସ୍ତକକୁ ୱୋକାର୍ପଣ କରିବା ପାଇଁ ଚାହିଁଥିଲେ।

ଆଜି ପୂର୍ବାହ୍ନରେ ରାଜଭବନର ଅଭିଷେକ ହଲରେ ରାଜେନ୍ଦ୍ରନଙ୍କ ଦ୍ୱାରା ଲିଖିତ ଇଂରାଜୀ ପୁସ୍ତକ ‘ ସର୍ଭିସ୍‍ ଅନ୍ଇପଣ୍ଟରପ୍ଟୋଡ୍’ କୁ ଲୋକାର୍ପଣ କରି ରାଜ୍ୟପାଳ ଶିଶୁମାନଙ୍କର ବିକାଶ ପାଇଁ ପୂର୍ବତନ ରାଜ୍ୟପାଳଙ୍କ କାର୍ଯ୍ୟ ଓ ଯୋଜନା ପ୍ରଣୟନରେ ଭୂମିକାକୁ ପ୍ରଶଂସା କରିବା ସହ ଶିଶୁମାନଙ୍କ ମଧ୍ୟରେ ଥିବା ଅସୀମିତ ସମ୍ଭାବନାକୁ ବାସ୍ତବତାରେ ପରିପ୍ରକାଶ କରିବା ପାଇଁ ଉଦ୍ୟମ ଆମର ସର୍ବଦା ପ୍ରାଥମିକତା ବୋଲି କହିଥିଲେ ।

ବିଶ୍ୱବିଦ୍ୟାଳୟର କାର୍ଯ୍ୟଧାରାରେ ଉନ୍ନତି ଆଣିବା ପାଇଁ ପୂର୍ବତନ ରାଜ୍ୟପାଳଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ବର୍ତ୍ତମାନ ମଧ୍ୟ ମାର୍ଗଦର୍ଶନରେ ବେଶ୍‍ ସହାୟକ ହେଉଛି ଓ ଓଡ଼ିଶା ଜାତୀୟ ସ୍ତରରେ ପ୍ରଶଂସିତ ହେବା ଗୌରବର କଥା ବୋଲି ରାଜ୍ୟପାଳ କହିଥିଲେ । ନିଜର ଦୀର୍ଘ ଅଭିଜ୍ଞତା ଓ ପ୍ରଶାସନିକ ଦକ୍ଷତା ଏବଂ ଜ୍ଞାନକୁ ନେଇ ପୁସ୍ତକ ରଚନା କରିଥିବାରୁ ପୂର୍ବତନ ରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇବା ସହ ଏହା ସବୁ ବର୍ଗର ଜନସାଧାରଣଙ୍କ ପାଇଁ ଉପାଦେୟ ହେବ ବୋଲି ରାଜ୍ୟପାଳ କହିଥିଲେ।

ଏହି ଅବସରରେ ଉଦ୍ବୋାଧନ ଦେଇ ପୂର୍ବତନ ରାଜ୍ୟପାଳ ଏମ୍.ଏମ୍. ରାଜେନ୍ଦ୍ରନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ କାର୍ଯ୍ୟ କରିବା ସମଯରେ ଘଟିଥିବା କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ପ୍ରତିକୂଳ ପରିସ୍ଥିତିରେ ସେ ବିଚଳିତ ନ ହୋଇ ଏହାର ସାମ୍ନାଲ କରିଛନ୍ତି ଓ ସଫଳ ମଧ୍ୟ ହୋଇଛନ୍ତି ।

ସେ ସର୍ବଦା କଠିନ ପରିଶ୍ରମ ଓ ନିଷ୍ଠାର ସହ କାର‌୍ୟ୍ୟ କରି ଆସିଛନ୍ତି ବୋଲି କହିବା ସହ ଆହ୍ୱାନ ଓ ଅସୁବିଧା ମଧ୍ୟରେ ଏଥିରୁ ଉତ୍ତୀର୍ଣ୍ଣ ହେବା ପାଇଁ ଦୃଢ ମନୋବଳ ସହିତ ବାଟ କାଢିବା ପ୍ରକୃତ ପକ୍ଷେ ସଫଳତାର ରହସ୍ୟ । ଓଡ଼ିଶାର ରାଜ୍ୟପାଳ ଭାବେ କାର‌୍ୟ୍ୟ କରିବାର ଅନୁଭୂତି ଅନନ୍ୟ ଓ ଏହା ତାଙ୍କୁ ଅଶେଷ ଆତ୍ମ ସନ୍ତୋଷ ପ୍ରଦାନକରିଛି ଓ ସମ୍ମାନ ଆଣିଦେଇଛି ବୋଲି ସେ ପ୍ରକାଶ କରିଥିଲେ । ଯୁବଗୋଷ୍ଠୀଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯେ କୌଣସି କାର‌୍ୟ୍ୟ କରିଲେ ମଧ୍ୟ ତାହା ମଧ୍ୟରେ ନିଜର ସବୁ କିଛି ଦେଇ କାର‌୍ୟ୍ୟ କଲେ ସଫଳତା ସହ ସନ୍ତୋଷ ଆଣି ଦେବ ବୋଲି ସେ କହିଥିଲେ ।

ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ସ୍ୱର୍ଗତ ଏପିଜେ ଅବଦୁଲ କଲାମଙ୍କ ଠାରୁ ପାଇଥିବା ଉତ୍ସାହ ଓ ସହଯୋଗକୁ ସେ ଏହି ଅବସରରେ ସ୍ମରଣ କରିଥିଲେ । ଜନସାଧାରଣଙ୍କ ପାଇଁ ସେବା କରିବାର ପ୍ରତିଟି ସୁଯୋଗକୁ କାର‌୍ୟ୍ୟକାରୀ କରିବାକୁ ଚେଷ୍ଟା କରିଛନ୍ତି ଓ ଏହା ତାଙ୍କ ପାଇଁ ସବୁଠାରୁ ବଡ଼ ପୁରସ୍କାର ବୋଲି କହିଥିଲେ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ପ୍ରଥମ ମହିଳା ଶ୍ରୀମତୀ ସୁଶୀଳା ରାଜେନ୍ଦ୍ରନନ , ବିପିୟୁଟିର ପ୍ରଥମ କୁଳପତି ଓ ଏଆଇସିଟିର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଓ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ମଧ୍ୟ ଉଦବୋଧନ ଦେଇଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ହର ଆନନ୍ଦ ପବ୍ଲିକେସନ ଦ୍ୱାରା ପ୍ରକଶିତ ପୁସ୍ତକର ପ୍ରକାଶକ ଶ୍ରୀ ନରେନ୍ଦ୍ର କୁମାର ପୁସ୍ତକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହ ବହୁ ନିମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ ।

ଏମ ଏମ ରାଜେନ୍ଦ୍ରନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ନିଲାମରେ ଭାଗ ନେବ ଭାରତ, କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

August 27, 2025

ପିଏମ ସ୍ୱନିଧି ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧି ସମୟ ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରି

August 27, 2025

ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 27, 2025

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀ ଭାଇ ଭଉଣୀଙ୍କୁ ଦେଲେ ସି ଏମ୍ କିଷାନ ସହାୟତା ରାଶି

August 27, 2025
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ନିଲାମରେ ଭାଗ ନେବ ଭାରତ, କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

August 27, 2025

ପିଏମ ସ୍ୱନିଧି ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧି ସମୟ ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରି

August 27, 2025

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 27, 2025

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀ ଭାଇ ଭଉଣୀଙ୍କୁ ଦେଲେ ସି ଏମ୍ କିଷାନ ସହାୟତା ରାଶି

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.