Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ଓଡିଶା ରାଜଭବନରେ ଦେଖିବାକୁ ମିଳିଲା ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନ
ଜାତୀୟ ଖବର

ଆଜି ଓଡିଶା ରାଜଭବନରେ ଦେଖିବାକୁ ମିଳିଲା ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନ

May 12, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ଓଡିଶା ରାଜଭବନରେ ଦେଖିବାକୁ ମିଲିଲା ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନ

ଭୁବନେଶ୍ୱର: ଆଜି ଓଡିଶା ରାଜଭବନରେ ଦେଖିବାକୁ ମିଳିଥିଲା ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ର ଏବଂ ତାଙ୍କର ପତ୍ନୀ ସୁଶୀଳା ରାଜେନ୍ଦ୍ରନ। ହୁଇଲ ଚ୍ୟାୟାରରେ ଆସିଥିବା ଏହି ପୂର୍ବତନ ରାଜ୍ୟପାଳଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନିଜେ ତାଙ୍କୁ ପାଛୋଟି ନେଇ ସ୍ବାଗତ କରିଥିଲେ। ତେବେ ଅବସର ଥିଲା ପୂର୍ବତନ ରାଜ୍ୟପାଳ ରାଜେନ୍ଦ୍ରନଙ୍କ ଲିଖିତ ପୁସ୍ତକ ଉନମୋଚନ ଉତ୍ସବ। ସେ ଓଡିଶାରେ ଥିବା ବେଳେ ଯେଉଁ କାର୍ଯ୍ୟ କରିଥିଲେ ସେହି ତଥ୍ୟ ଏହି ପୁସ୍ତକରେ ରହିଛି। ସେଥିପାଇଁ ସେ ଓଡିଶା ରାଜଭବନରେ ତାଙ୍କର ପୁସ୍ତକକୁ ୱୋକାର୍ପଣ କରିବା ପାଇଁ ଚାହିଁଥିଲେ।

ଆଜି ପୂର୍ବାହ୍ନରେ ରାଜଭବନର ଅଭିଷେକ ହଲରେ ରାଜେନ୍ଦ୍ରନଙ୍କ ଦ୍ୱାରା ଲିଖିତ ଇଂରାଜୀ ପୁସ୍ତକ ‘ ସର୍ଭିସ୍‍ ଅନ୍ଇପଣ୍ଟରପ୍ଟୋଡ୍’ କୁ ଲୋକାର୍ପଣ କରି ରାଜ୍ୟପାଳ ଶିଶୁମାନଙ୍କର ବିକାଶ ପାଇଁ ପୂର୍ବତନ ରାଜ୍ୟପାଳଙ୍କ କାର୍ଯ୍ୟ ଓ ଯୋଜନା ପ୍ରଣୟନରେ ଭୂମିକାକୁ ପ୍ରଶଂସା କରିବା ସହ ଶିଶୁମାନଙ୍କ ମଧ୍ୟରେ ଥିବା ଅସୀମିତ ସମ୍ଭାବନାକୁ ବାସ୍ତବତାରେ ପରିପ୍ରକାଶ କରିବା ପାଇଁ ଉଦ୍ୟମ ଆମର ସର୍ବଦା ପ୍ରାଥମିକତା ବୋଲି କହିଥିଲେ ।

ବିଶ୍ୱବିଦ୍ୟାଳୟର କାର୍ଯ୍ୟଧାରାରେ ଉନ୍ନତି ଆଣିବା ପାଇଁ ପୂର୍ବତନ ରାଜ୍ୟପାଳଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ବର୍ତ୍ତମାନ ମଧ୍ୟ ମାର୍ଗଦର୍ଶନରେ ବେଶ୍‍ ସହାୟକ ହେଉଛି ଓ ଓଡ଼ିଶା ଜାତୀୟ ସ୍ତରରେ ପ୍ରଶଂସିତ ହେବା ଗୌରବର କଥା ବୋଲି ରାଜ୍ୟପାଳ କହିଥିଲେ । ନିଜର ଦୀର୍ଘ ଅଭିଜ୍ଞତା ଓ ପ୍ରଶାସନିକ ଦକ୍ଷତା ଏବଂ ଜ୍ଞାନକୁ ନେଇ ପୁସ୍ତକ ରଚନା କରିଥିବାରୁ ପୂର୍ବତନ ରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇବା ସହ ଏହା ସବୁ ବର୍ଗର ଜନସାଧାରଣଙ୍କ ପାଇଁ ଉପାଦେୟ ହେବ ବୋଲି ରାଜ୍ୟପାଳ କହିଥିଲେ।

ଏହି ଅବସରରେ ଉଦ୍ବୋାଧନ ଦେଇ ପୂର୍ବତନ ରାଜ୍ୟପାଳ ଏମ୍.ଏମ୍. ରାଜେନ୍ଦ୍ରନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ କାର୍ଯ୍ୟ କରିବା ସମଯରେ ଘଟିଥିବା କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ପ୍ରତିକୂଳ ପରିସ୍ଥିତିରେ ସେ ବିଚଳିତ ନ ହୋଇ ଏହାର ସାମ୍ନାଲ କରିଛନ୍ତି ଓ ସଫଳ ମଧ୍ୟ ହୋଇଛନ୍ତି ।

ସେ ସର୍ବଦା କଠିନ ପରିଶ୍ରମ ଓ ନିଷ୍ଠାର ସହ କାର‌୍ୟ୍ୟ କରି ଆସିଛନ୍ତି ବୋଲି କହିବା ସହ ଆହ୍ୱାନ ଓ ଅସୁବିଧା ମଧ୍ୟରେ ଏଥିରୁ ଉତ୍ତୀର୍ଣ୍ଣ ହେବା ପାଇଁ ଦୃଢ ମନୋବଳ ସହିତ ବାଟ କାଢିବା ପ୍ରକୃତ ପକ୍ଷେ ସଫଳତାର ରହସ୍ୟ । ଓଡ଼ିଶାର ରାଜ୍ୟପାଳ ଭାବେ କାର‌୍ୟ୍ୟ କରିବାର ଅନୁଭୂତି ଅନନ୍ୟ ଓ ଏହା ତାଙ୍କୁ ଅଶେଷ ଆତ୍ମ ସନ୍ତୋଷ ପ୍ରଦାନକରିଛି ଓ ସମ୍ମାନ ଆଣିଦେଇଛି ବୋଲି ସେ ପ୍ରକାଶ କରିଥିଲେ । ଯୁବଗୋଷ୍ଠୀଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯେ କୌଣସି କାର‌୍ୟ୍ୟ କରିଲେ ମଧ୍ୟ ତାହା ମଧ୍ୟରେ ନିଜର ସବୁ କିଛି ଦେଇ କାର‌୍ୟ୍ୟ କଲେ ସଫଳତା ସହ ସନ୍ତୋଷ ଆଣି ଦେବ ବୋଲି ସେ କହିଥିଲେ ।

ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ସ୍ୱର୍ଗତ ଏପିଜେ ଅବଦୁଲ କଲାମଙ୍କ ଠାରୁ ପାଇଥିବା ଉତ୍ସାହ ଓ ସହଯୋଗକୁ ସେ ଏହି ଅବସରରେ ସ୍ମରଣ କରିଥିଲେ । ଜନସାଧାରଣଙ୍କ ପାଇଁ ସେବା କରିବାର ପ୍ରତିଟି ସୁଯୋଗକୁ କାର‌୍ୟ୍ୟକାରୀ କରିବାକୁ ଚେଷ୍ଟା କରିଛନ୍ତି ଓ ଏହା ତାଙ୍କ ପାଇଁ ସବୁଠାରୁ ବଡ଼ ପୁରସ୍କାର ବୋଲି କହିଥିଲେ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ପ୍ରଥମ ମହିଳା ଶ୍ରୀମତୀ ସୁଶୀଳା ରାଜେନ୍ଦ୍ରନନ , ବିପିୟୁଟିର ପ୍ରଥମ କୁଳପତି ଓ ଏଆଇସିଟିର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଓ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ମଧ୍ୟ ଉଦବୋଧନ ଦେଇଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ହର ଆନନ୍ଦ ପବ୍ଲିକେସନ ଦ୍ୱାରା ପ୍ରକଶିତ ପୁସ୍ତକର ପ୍ରକାଶକ ଶ୍ରୀ ନରେନ୍ଦ୍ର କୁମାର ପୁସ୍ତକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହ ବହୁ ନିମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ ।

ଏମ ଏମ ରାଜେନ୍ଦ୍ରନ
Share. Facebook Twitter LinkedIn Email WhatsApp Copy Link

Related Posts

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026

ସେହି ପାଞ୍ଚ “ବନ୍ଧୁ” ଦେଶ କିଏ?: ଯାହାଙ୍କ ପାଇଁ ଖୋଲାଅଛି ହରମୁଜ୍

March 26, 2026

ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ରୂକୁଣା ରଥଯାତ୍ରା: ଜାଣନ୍ତୁ ଏହାର ପ୍ରଥା ଓ ପରମ୍ପରା

March 26, 2026
Latest News

ବଦଳିବ RCBର ନାମ?: ସ୍ପଷ୍ଟ କଲେ ଅନନ୍ୟା ବିର୍ଲା

March 26, 2026

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026

ଆଜି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା: ଜାଣନ୍ତୁ କେଉଁ ସମୟରେ ଆରମ୍ଭ ହେବ ରଥଟଣା?

March 26, 2026

ସେହି ପାଞ୍ଚ “ବନ୍ଧୁ” ଦେଶ କିଏ?: ଯାହାଙ୍କ ପାଇଁ ଖୋଲାଅଛି ହରମୁଜ୍

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.