Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସୂଚନାର ମୁକ୍ତ ପ୍ରବାହ ଏବଂ ସଠିକ୍ ସୂଚନାର ଆବଶ୍ୟକତା ପରସ୍ପରର ପରିପୂରକ: ଅନୁରାଗ ଠାକୁର
ବିଶେଷ ଖବର

ସୂଚନାର ମୁକ୍ତ ପ୍ରବାହ ଏବଂ ସଠିକ୍ ସୂଚନାର ଆବଶ୍ୟକତା ପରସ୍ପରର ପରିପୂରକ: ଅନୁରାଗ ଠାକୁର

May 25, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ଭଳି କଠିନ ପରିସ୍ଥିତିରେ ଭାରତୀୟ ଗଣମାଧ୍ୟମର ଭୂମିକାକୁ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଆଜି ପ୍ରଶଂସା କରିଛନ୍ତି। ୧୭ତମ ଏସିଆ ମିଡିଆ ଶିଖର ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ ଯେ, କୋଭିଡ ମହାମାରୀ ସମୟରେ ଦେଶର ସବୁ ଲୋକଙ୍କୁ ସଚେତନ କରିବାରେ ଭାରତୀୟ ଗଣମାଧ୍ୟମ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା।

ଗଣମାଧ୍ୟମ ଜରିଆରେ କୋଭିଡ ସଚେତନତା ବାର୍ତ୍ତା ପହଞ୍ଚାଇବା, ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ମାର୍ଗଦର୍ଶିକା ପ୍ରଚାର କରିବା ଏବଂ ଡାକ୍ତରଙ୍କ ସହିତ ମାଗଣା ଚିକିତ୍ସା ପରାମର୍ଶ ସହଜରେ ପହଞ୍ଚାଇବା ସୁନିଶ୍ଚିତ ହୋଇ ପାରିଥିଲା। ସେ କହିଥିଲେ ଯେ, ଦୂରଦର୍ଶନ ଏବଂ ଆକାଶବାଣୀ ଭଳି ଗଣମାଧ୍ୟମ ସାର୍ବଜନୀନ ସେବା କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ। ତ୍ବରିତ କଭରେଜ, ତୃଣମୂଳ ସ୍ତରରେ ରିପୋର୍ଟ ସଂଗ୍ରହ ଏବଂ ସାର୍ବଜନୀନ ସ୍ବାସ୍ଥ୍ୟ ଉପରେ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାରମ୍ଭିକ ଆକଳନ, ସଠିକ ତଥ୍ୟ ପହଞ୍ଚାଇବାରେ ଏମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା।

ଅନ୍ୟପଟେ ମହାମାରୀ ସମ୍ପର୍କରେ ମିଥ୍ୟା ସୂଚନା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ କହିଥିଲେ, ‘‘ଅପ୍ରମାଣିକ ଦାବି ଓ ଗଣମାଧ୍ୟମରେ ପ୍ରସାରିତ ମିଥ୍ୟା ଖବର ଲୋକମାନଙ୍କ ମନରେ ଅତ୍ୟଧିକ ଭୟ ସୃଷ୍ଟି କରିଥିଲା। ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଫ୍ୟାକ୍ଟ ଚେକ୍ ୟୁନିଟ୍କୁ ଏଥିପାଇଁ ମନ୍ତ୍ରୀ ଶ୍ରେୟ ଦେଇଥିଲେ। ସେ କହିଥିଲେ ଯେ ମିଥ୍ୟା ଖବର ଓ ବିଭ୍ରାନ୍ତିକରଣ ସୂଚନା ପ୍ରସାର ଭଳି ବିପଦର ମୁକାବିଲା କରିବା କ୍ଷେତ୍ରରେ ଏହି ୟୁନିଟ୍ ବାସ୍ତବ ସମୟରେ ମଜବୁତ ଲଢ଼େଇ ଲଢ଼ିଥିଲା।

କୋଭିଡ ୧୯ ମୁକାବିଲାରେ ସରକାରଙ୍କ ଉପଲବ୍ଧି ଉପରେ ଆଲୋକପାତ କରି ଶ୍ରୀ ଠାକୁର କହିଥିଲେ ଯେ ୧୩୦ କୋଟି ଲୋକଙ୍କ ଟିକାକରଣ କରିବା ବ୍ୟାପକ ଆହ୍ବାନପୂର୍ଣ୍ଣ କାର୍ଯ୍ୟ ଥିଲା। ସରକାର, କୋଭିଡ ଯୋଦ୍ଧା ଓ ନାଗରିକ ସମାଜର ମିଳିତ ପ୍ରୟାସ କାରଣରୁ ଭାରତ ଅଧିକାଂଶ ଲୋକଙ୍କ ଟିକାକରଣ କ୍ଷେତ୍ରରେ ସଫଳତା ହାସଲ କରିପାରିଛି।

ଏହି ବୋଝ ଦୂର କରିବା ଏବଂ ସେବା ପହଞ୍ଚାଇବାରେ ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଲୋକମାନଙ୍କୁ କରୋନା ପ୍ରତିଷେଧକ ଟିକାର ଲାଭ ସମ୍ପର୍କରେ ସଚେତନ କରାଇବାରେ ଗଣମାଧ୍ୟମର ଭୂମିକା ଉଲ୍ଲେଖନୀୟ ଥିଲା। ଆମ ଆଗରେ ଅନେକ ବାଧା ରହିଥିଲା। ସବୁଠୁ ବଡ଼ ସମସ୍ୟା ଥିଲା ଟିକାକୁ ନେଇ ଦ୍ବନ୍ଦ୍ବ। ଆକାଶବାଣୀ ଓ ଟିଭି ଚ୍ୟାନେଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ନାଗରିକମାନଙ୍କୁ ସମ୍ବୋଧିତ କରିଥିଲେ। ସେମାନଙ୍କ ନିକଟରେ ପହଞ୍ଚିବା ଲାଗି ପ୍ରୟାସ କରି ଟିକା ସମ୍ପର୍କରେ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ।

ଚଳିତ ବର୍ଷ ଏସିଆ ମିଡିଆ ସମ୍ମିଳନୀର ବିଷୟବସ୍ତୁ ହେଉଛି ‘‘ଫ୍ୟୁଚର ଫରୱାର୍ଡ, ରିଇମାଜିନିଂ ମିଡିଆ’’ (ଭବିଷ୍ୟତ ମାର୍ଗ, ଗଣମାଧ୍ୟମର ପୁନଃପରିକଳ୍ପନା)। ଗଣମାଧ୍ୟମ ପରିଦୃଶ୍ୟରେ ପରିବର୍ତ୍ତନ ଉପରେ ଜୋର ଦେଇ ଶ୍ରୀ ଠାକୁର କହିଥିଲେ ଯେ, ଆଜି ଗଣମାଧ୍ୟମ ବ୍ୟାପକ ଭାବେ ପ୍ରଯୁକ୍ତି ପରିଚାଳିତ ଏବଂ ଏହି କ୍ଷେତ୍ରରେ ଦ୍ରୁତ ନବୋନ୍ମେଷ ଦେଖିବାକୁ ମିଳୁଛି।

ପ୍ରଯୁକ୍ତିର ଅଗ୍ରଗତି ସତ୍ତ୍ବେ, ପ୍ରସାରିତ ବିଷୟବସ୍ତୁର ପ୍ରାମାଣିକତା ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ଶ୍ରୀ ଠାକୁର କହିଥିଲେ। ଆମେ ସୂଚନାର ମୁକ୍ତ ପ୍ରବାହ ଅଧିକାର ଉପରେ ଆଲୋଚନା କରିପାରିବା, ଆମେ ମଧ୍ୟ ସଠିକ ସୂଚନାର ପ୍ରସାରର ଆବଶ୍ୟକତା ଉପରେ ମଧ୍ୟ ଧ୍ୟାନ ଦେଇ ପାରିବା।

ନିକଟରେ କାନ୍ସ ଠାରେ ଚଳଚ୍ଚିତ୍ର ମାଧ୍ୟମରେ ଭାରତୀୟ ସଫ୍ଟ ପାୱାର ଅଭୂତପୂର୍ବ ପ୍ରଦର୍ଶନକୁ ସ୍ମରଣ କରି ଶ୍ରୀ ଠାକୁର କହିଥିଲେ ଯେ ଭାରତୀୟ ଚଳଚ୍ଚିତ୍ର ସାରା ବିଶ୍ବର ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିଣିପାରିଛି ଓ ଭାରତ ପାଇଁ ପରିଚୟ ସୃଷ୍ଟି କରିପାରିଛି। ସେ କହିଥିଲେ ଯେ, ଭାରତ ବିଶ୍ବରେ ସର୍ବାଧିକ ବର୍ଷକୁ ପ୍ରାୟ ୩ ହଜାର ଚଳଚ୍ଚିତ୍ର ନିର୍ମାଣ କରୁଛି। ଶ୍ରୀ ଠାକୁର ଭାରତରେ ଚଳଚ୍ଚିତ୍ର ଶୁଟିଂକୁ ପ୍ରୋତ୍ସାହନ ଦେବା ଲାଗି କାନ୍ସରେ ଘୋଷିତ ପ୍ରୋତ୍ସାହନକୁ ମଧ୍ୟ ଦୋହରାଇଥିଲେ।

ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ସମୃଦ୍ଧିକୁ ପ୍ରାଥମିକତା ଦେବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ। ଏହି ସଂକଳ୍ପକୁ ସାକାର କରିବା ଲାଗି ସରକାର ଜାତୀୟ ଚଳଚ୍ଚିତ୍ର ଐତିହ୍ୟ ମିଶନ ଅଧୀନରେ ଚଳଚ୍ଚିତ୍ର କ୍ଷେତ୍ରରେ ବିଶ୍ବର ସବୁଠୁ ବଡ଼ ପ୍ରକଳ୍ପ ଘୋଷଣା କରିଛନ୍ତି। ଶ୍ରୀ ଠାକୁର ସୂଚନା ଦେଇ କହିଥିଲେ ଯେ ଏହି ଅଭିଯାନର ଅଂଶବିଶେଷ ସ୍ବରୂପ ବିଭିନ୍ନ ଭାଷା ଓ ଶୈଳୀର ୨୨୦୦ରୁ ଅଧିକ ଚଳଚ୍ଚିତ୍ରର ପୁରୁଣା ଭବ୍ୟତାକୁ ପୁନରୁଦ୍ଧାର କରାଯିବ। ସେ କହିଥିଲେ ଯେ ସଂରକ୍ଷଣ ବିଭିନ୍ନ ପିଢ଼ିକୁ ପରସ୍ପର ସହ ଯୋଡ଼ିଥାଏ। ଆମ ପୂର୍ବଜମାନଙ୍କ ମୂଲ୍ୟବୋଧକୁ ନୂଆ ପିଢ଼ି ଜାଣିବା, ଗ୍ରହଣ କରିବା ଏବଂ ଆତ୍ମସାତ୍ କରିବା ଉଚିତ୍।

ଶ୍ରୀ ଠାକୁର ଉପସ୍ଥିତ ଲୋକମାନଙ୍କୁ ବ୍ରିଟିଶ ଶାସନ କବଳରୁ ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ସମାରୋହ ବିଷୟରେ ସୂଚନା ଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ବରେ ଆମେ ନିଜ ଐତିହାସିକ ନୈତିକତା, ପାରମ୍ପରିକ ମୂଲ୍ୟବୋଧ, ସାଂସ୍କୃତିକ ଲୋକ ପରମ୍ପରାକୁ ପୁଣିଥରେ ପାଳନ କରୁଛୁ। ସ୍ବାଧୀନତା ପାଇଁ ଆମ ସ୍ବାଧୀନତା ସଂଗ୍ରାମୀମାନେ ଦେଇଥିବା ବଳିଦାନ ପ୍ରତି ଆମ ଯୁବ ପିଢ଼ି ଆହୁରି ଅଧିକ ସଚେତନ ହେଉଛି।

କେନ୍ଦ୍ର ମନ୍ତ୍ରୀ ନିଜ ସମ୍ବୋଧନ ସମାପ୍ତ କରି ବିଶ୍ବରେ ଗଣମାଧ୍ୟମ ନିର୍ବାହ କରିଥିବା ସକାରାତ୍ମକ ଭୂମିକା ପ୍ରତି ନିଜର ଦୃଢ଼ ବିଶ୍ବାସ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ସଶକ୍ତିକରଣର ଏକ ପ୍ରଭାବୀ ସାଧନ ରୂପରେ ଗଣମାଧ୍ୟମ ନିକଟରେ ଲୋକମାନଙ୍କ ଧାରଣା ଓ ଦୃଷ୍ଟିକୋଣକୁ ଆକାର ଦେବାର ଅପାର କ୍ଷମତା ରହିଛି।

ଅନୁରାଗ ଠାକୁର
Share. Facebook Twitter LinkedIn Email WhatsApp Copy Link

Related Posts

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Latest News

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.