Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିପ୍ଲବୀ ଜନନେତା ତଥା ଜାତୀୟତାବାଦୀ ନାଟ୍ୟକାର ପର୍ଶୁରାମ ହରିଚ଼ନ୍ଦନ
ବିଶେଷ ଖବର

ବିପ୍ଲବୀ ଜନନେତା ତଥା ଜାତୀୟତାବାଦୀ ନାଟ୍ୟକାର ପର୍ଶୁରାମ ହରିଚ଼ନ୍ଦନ

May 26, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ବିଶ୍ବବିଜୟୀ ଦାଶ
କୀର୍ତ୍ତିମନ୍ତ ଜୀଇଁ ରହେ ଅନନ୍ତ କାଳର କଳାର କାଳିମାକୁ ଭେଦକରି କାଳଜୟୀ ଭାବରେ ସେମିତି ଜୀଇଁଛନ୍ତି କୀର୍ତ୍ତିସ୍ମାନ ପର୍ଶୁରାମ ହରିଚ଼ନ୍ଦନ।

ଶୋଲରୀ, ଭାଲେରୀ, ଘଣ୍ଟଶିଳା, ଖଣ୍ଡାହଣା ପାହାଡ଼ ପରିବେଷ୍ଟିତ ମରାଳ ମାଳିନୀ ନୀଳାମ୍ବୁ ଚ଼ିଲିକାର ତଟ ଦେଶରେ ବାଣପୁର ମାଟି। ତା ମଧ୍ୟରେ ଭାଟପଡ଼ା ଅଞ୍ଚଳର ଶ୍ୟାମଳ ସବୁଜିମା ଘେରା, ଚ଼କଡ଼ାପଥର ପାହାଡ଼ ପାଦଦେଶରେ ପଲ୍ଲୀଗାଁ ଗୋଡ଼ିଝର। ସେଇ ମାଟିରେ ଜନ୍ମଗ୍ରହଣ କରିଥିଲେ ପ୍ରଚ଼ଣ୍ଡ ପ୍ରତିଭାଧର ପ୍ରବାଦ ପୁରୁଷ ପର୍ଶୁରାମ ହରିଚ଼ନ୍ଦନ।

“ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି” ପିଲା ବେଳରୁ ତାଙ୍କର ମୂଳ ଲକ୍ଷ୍ୟ ଥିଲା ସମାଜସେବା, ଅଞ୍ଚଳର ଉନ୍ନତି ଓ ବିକାଶ। ପରବର୍ତ୍ତୀ ସମୟରେ ସେ ଭାରତର ସ୍ବାଧିନତା ସଂଗ୍ରାମରେ ନିଜକୁ ନିୟୋଜିତ କରିଥିଲେ। ଯୁଗପୁରୁଷ ପର୍ଶୁରାମ ହରିଚ଼ନ୍ଦନଙ୍କ ଦ୍ବାରା ଗମ୍ଭାରିମୁଣ୍ଡାରେ ପ୍ରତିଷ୍ଠା ହୋଇଥିଲା ପଲ୍ଲୀ ସଂସ୍କୃତି କଳା ପରିଷଦ। ଏହି କଳା ପରିଷଦ କେବଳ ଯେ କଳା ଚ଼ର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା ତାହା ନୁହେଁ, ବରଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ଗୋଟିଏ ସାମାଜିକ ଆନ୍ଦୋଳନ ସୃଷ୍ଟି କରି ଅନେକ ଯୁବ କଳାକାର, ସମାଜସେବୀ ଓ ଯୁବ କର୍ମଯୋଗୀ ସେ ଗଢ଼ିପାରିଥିଲେ।

ଗମ୍ଭାରିମୁଣ୍ଡା ଅଞ୍ଚଳରେ ଶିକ୍ଷାର, ସ୍ବାସ୍ଥ୍ୟର, ରାସ୍ତାଘାଟର ଏବଂ ସର୍ବୋପରି ସଂସ୍କୃତିର ବିକାଶ ପାଇଁ ଅହରହ ଚ଼େଷ୍ଟା ଚ଼ଳାଇଥିଲେ।

ପର୍ଶୁରାମ ହରିଚ଼ନ୍ଦନ ବାଣପୁର ବ୍ଲକର ଚ଼େୟାରମ୍ୟାନ୍ ହେଲେ, ତା’ପରେ ପୁରୀ ଜିଲ୍ଲା ପରିଷଦର ଉପସଭାପତି ହେଲେ। ବାଣପୁର ବ୍ଲକର ଚ଼େୟାରମ୍ୟାନ ଥିବାବେଳେ ବାଣପୁର ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ବିକାଶ ଓ ଉନ୍ନତି କରିଥିଲେ। ସେ ଜନସାଧାରଣଙ୍କ ସମସ୍ୟାର ସମାଧାନ କରୁଥିଲେ।

ଶିକ୍ଷାର ଉନ୍ନତି କଳ୍ପେ ପର୍ଶୁରାମ ହରିଚ଼ନ୍ଦନ ପ୍ରାଣାନ୍ତକ ଉଦ୍ୟମ କରି ସମାଜସେବୀ ସ୍ବର୍ଗତ ଭାଗିରଥି ମାଲୁଙ୍କ ଜମି, ଅର୍ଥ ଓ ଅନ୍ୟ ସମାଜସେବୀ ବନ୍ଧୁ ମାନଙ୍କ ସହଯୋଗରେ ଗମ୍ଭାରିମୁଣ୍ଡା ଠାରେ ପତିତପାବନ ବାଣୀ ମନ୍ଦିର ନାମକ ହାଇସ୍କୁଲ ପ୍ରତିଷ୍ଠା କରିଥିଲେ।

ଗମ୍ଭାରିମୁଣ୍ଡାରେ ସ୍ବାସ୍ଥ୍ୟ କେନ୍ଦ୍ର,ଡ଼ାକଘର, ପଶୁ ଡ଼ାକ୍ତରଖାନା, ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ସେ ପ୍ରତିଷ୍ଠା କରିଥିଲେ।

ସେ ବି ଜଣେ ଜାତୀୟତାବାଦୀ ନାଟ୍ୟକାର। ସେ ଅନେକ ନାଟକ ରଚ଼ନା କରିଥିଲେ। ସେହି ନାଟକ ମଧ୍ୟରେ “ବିପ୍ଲବୀ କୃତ୍ତିବାସ”,”ଛିନାଙ୍ଗୀ”,”ଅଭିଶପ୍ତ ଦୁର୍ଗ”, “ଦିଗବିଜୟୀ କପିଳେନ୍ଦ୍ର”।

ତାଙ୍କରି ନାଟକ ଓଡ଼ିଆ ପ୍ରାଣରେ ପ୍ରବଳ ଦେଶାତ୍ମବୋଧ ଓ ରୋମାଞ୍ଚ ସୃଷ୍ଟି କରେ।
ବିପ୍ଲବୀ ବୀର କୃତ୍ତିବାସଙ୍କୁ ବିସ୍ମୃତ ଗର୍ଭରୁ ଆଲୋକକୁ ଆଣିବା, ଓଡ଼ିଆଜାତି ପାଇଁ ପର୍ଶୁରାମ ହରିଚ଼ନ୍ଦନଙ୍କର ସର୍ବଶ୍ରେଷ୍ଠ ଅବଦାନ। ଯଦି ପର୍ଶୁରାମ ହରିଚ଼ନ୍ଦନଙ୍କ ବଳିଷ୍ଠ ଲେଖନୀରୁ ନିସୃତ ଐତିହାସିକ ଗବେଷଣା ସମ୍ବଳିତ କୃତ୍ତିବାସଙ୍କ ଜୀବନୀ ସମ୍ପର୍କୀତ ନିବନ୍ଧ ୧୯୫୦ ମସିହା ଡ଼ିସେମ୍ବର ମାସର ଝଙ୍କାର ପତିକ୍ରାରେ ପ୍ରକାଶ ପାଇନଥାନ୍ତା, ହୁଏତ ଇତିହାସର ଅତଳ ଗର୍ଭରେ ଓଡ଼ିଆ ଜାତିର ଏହି ଅନନ୍ୟ ବୀରଙ୍କ ରକ୍ତରଞ୍ଜିତ ଇତିହାସ ଚ଼ିର ଦିନ ପାଇଁ ସମାଧି ଲଭିଥାନ୍ତା।

“ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁ”। ମୃତ୍ୟୁଟା ଅତ୍ୟନ୍ତ ବାସ୍ତବ ଏବଂ ଧ୍ରୁବ ସତ୍ୟ।ଜନ୍ମ ଏବଂ ମୃତ୍ୟୁ ବିଧି ଅଭିପ୍ରେତ।କାଳଜୟୀ ପୁରୁଷ ମୃତ୍ୟୁର କଠୋରତା ମଧ୍ୟରେ ଅବଲୀନ ହେଲେ ମଧ୍ୟ ତାର ସାଧନା,ସିଦ୍ଧି ଏବଂ ସୁକୃତ ପାଇଁ ସେ ଯେପରି ଅମର ରହେ,ପର୍ଶୁରାମ ହରିଚ଼ନ୍ଦନ ସେହିପରି ତାଙ୍କର ସାଂସ୍କୃତିକ ପ୍ରତିଷ୍ଠା,ସାମାଜିକ ପରିଚ଼ିତ,ରାଜନୈତିକ ପାରଦର୍ଶିତା ଏବଂ ସମାଜସେବାର ପରାକାଷ୍ଠା ନିମନ୍ତେ ଯେଉଁ ଅଙ୍ଗୀକାରବଦ୍ଧତା ଆମ ଅଞ୍ଚଳର ପ୍ରତ୍ୟେକ ମଣିଷ ନିକଟରେ ଛାଡ଼ି ଚ଼ାଲି ଯାଇଛନ୍ତି ସେଥିପାଇଁ ଆମ ଅଞ୍ଚଳର ପ୍ରତିଟି ମଣିଷ ନିକଟରେ ଯୁଗେ ଯୁଗେ ଅମର ହୋଇରହିଥିବେ – ଏଥିରେ ଦ୍ବିମତ ନାହିଁ।

ଦିନ ଯାଏ, ଚ଼ିହ୍ନ ରହେ। ସ୍ମୃତିର ପାଉଁଶ ତଳୁ ମିଳିବ ଅସତ୍ୟ ସହରର ଅନେକ କାହାଣୀ- କିମ୍ବଦନ୍ତୀ, ମିଳିବ ଅନେକ କାଳ୍ପନିକ ଚ଼ିତ୍ରପଟ, କିନ୍ତୁ ମିଳିବନି ବାସ୍ତବ ମଣିଷର ଅଭୂଲା-ଅପାଶୋରା ମୁହଁଟିଏ।

ସେହି ଯୁଗପୁରୁଷ ୧୯୭୭ ମସିହା ମଇ ୨୬ ତାରିଖ ରେ ଏ ଦୁନିଆ ଛାଡ଼ି ଚ଼ାଲିଗଲେ।
ସେ ଏକାଧାରାରେ ଜଣେ ସୁସଂଗଠକ,ଯୋଗଜନ୍ମା ନାଟ୍ୟକାର, ବିଶିଷ୍ଟ ରାଜନୀତିଜ୍ଞ, ନିସ୍ବାର୍ଥପର ଜନସେବକ, ସୁପରାମର୍ଶଦାତା, ସ୍ବାଧିନତା ସଂଗ୍ରାମୀ ଓ ଓଡ଼ିଆ ସାମରିକ ଇତିହାସ ଓ ପରମ୍ପରାର ତେଜୋଦୀପ୍ତ ନକ୍ଷତ୍ର ପର୍ଶୁରାମ ହରିଚ଼ନ୍ଦନଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳୀ।

ବିଶ୍ବବିଜୟୀ ଦାଶ-  ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା, ପିନ୍- ୭୫୨୦୩୫, ମୋବାଇଲ ନଂ- ୬୩୭୦୨୦୮୪୨୮

ପର୍ଶୁରାମ ହରିଚ଼ନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026
Latest News

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026

ଷଷ୍ଠ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.