Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କଂଗ୍ରେସର ଚିନ୍ତନ ଶିବିରରେ ପ୍ରସ୍ତୁତ ହେଲା ୨୦୨୪ର ରୋଡମ୍ୟାପ, ସ୍ଲୋଗାନ “ଏଥର ଫେରିବ କଂଗ୍ରେସ”
ଜାତୀୟ ଖବର

କଂଗ୍ରେସର ଚିନ୍ତନ ଶିବିରରେ ପ୍ରସ୍ତୁତ ହେଲା ୨୦୨୪ର ରୋଡମ୍ୟାପ, ସ୍ଲୋଗାନ “ଏଥର ଫେରିବ କଂଗ୍ରେସ”

June 2, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସର ଚିନ୍ତନ ଶିବିରରେ ପ୍ରସ୍ତୁତ ହେଲା ୨୦୨୪ର ରୋଡମ୍ୟାପ, ସ୍ଲୋଗାନ "ଏଥର ଫେରିବ କଂଗ୍ରେସ"

ଭୁବନେଶ୍ୱର: ଆଜି ନବସଂକଳ୍ପ ଚିନ୍ତନ ଶିବିରରେ ଆୟୋଜିତ ଦ୍ୱିତୀୟ ଦିନ ଅଧିବେଶନରେ ସାରା ରାଜ୍ୟରେ ବ୍ଲକ ସ୍ତରରୁ ଆସିଥିବା କଂଗ୍ରେସ ନେତୃବୃନ୍ଦ ତଥା ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତୃବୃନ୍ଦମାନେ ଚିନ୍ତନ ଶିିବିରରେ ରାଜ୍ୟ ତଥା ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ଏଥିରେ ୨୦୨୪ ନିର୍ବାଚନ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି। ଲୋକଙ୍କ ପାଖରେ ପହଁଚିବା ପାଇଁ ରାଜରାସ୍ତାକୁ ଓହ୍ଲାଇବା ପାଇଁ କଂଗ୍ରେସ ନିଷ୍ପତି କରିଛି।

ଆସନ୍ତା ଦିନରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ କଂଗ୍ରେସ ଦଳ ସାରା ରାଜ୍ୟରେ ଜନ ଆନ୍ଦୋଳନ ସୃଷ୍ଟି କରିବା ସହିତ ପଦଯାତ୍ରା କରିବାକୁ ବୈଠକରେ ନିଷ୍ପତି କରାଯାଇଛି। କଂଗ୍ରେସ ନିଜ ଚିନ୍ତାଧାରାରୁ କେବେହେଲେ ବିରତ ହେବ ନାହିଁ। ଅନ୍ତ ରାଜ୍ୟ ନଦୀ ଜଳ ବିବାଦ ଯଥା ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟ କଂଗ୍ରେସ କମିଟି ଅତିଶୀଘ୍ର ଏକ ମୁଭମେଂଟ ଆରମ୍ଭ କରାଯିବ। ସାରା ରାଜ୍ୟରେ କଂଗ୍ରେସ ଏକ ବିଶାଳ ଜନ ଆନ୍ଦୋଳନ ସୃଷ୍ଟି କରିବ।

ସେହିପରି ଆସନ୍ତା ଦିନରେ ସାରା ରାଜ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବେରୋଜଗାରୀକୁ ନେଇ ଲଢ଼େଇ କରାଯିବ ପାଇଁ ନିଷ୍ପତି ନିଆଯାଇଛି। ରାଜ୍ୟର ସସସ୍ତ କ୍ରଂଟାକ୍ଟଚୁଆଲ ନିଯୁକ୍ତିକୁ ବନ୍ଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ ଓ ଗରିବ ଛାତ୍ରଛାତ୍ରୀ ମାନଙ୍କୁ କଲେଜ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ମାଗଣା ଶିକ୍ଷା ପ୍ରଦାନ ସହିତ ତାଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରନ୍ତୁ। ସାରା ରାଜ୍ୟରେ ଯୁବକ ଓ ଯୁବତୀ ମାନଙ୍କ ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଯଥା ସାଂସ୍କୃତିକ କ୍ରୀଡ଼ା ମାଧ୍ୟମରେ ଅଧିକରୁ ଅଧିକ ସଂପର୍କ ସ୍ଥାପନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ସଂଗଠନକୁ ସୁଦୃଢ଼ କରିବା ପାଇଁ ବୁଥ କମିଟିକୁ ସୁଦୃଢ଼ କରିବା ସହିତ ପ୍ରତ୍ୟେକ ବୁଥରୁ ସେ ବୁଥର ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ଏବଂ ନୂତନ ଯୁବକଯୁବତୀଙ୍କ ନାମକୁ ଭୋଟର ଲିଷ୍ଟରେ ସାମିଲ କରିବା ସମସ୍ତ କଂଗ୍ରେସ କର୍ମୀମାନଙ୍କୁ ସମ୍ମାନୀତ କରିବା କାର୍ଯ୍ୟକ୍ରମ ହାତକୁ ନିଆଯିବ। ପଂଚାୟତ ସ୍ତରରୁ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କର ତଥ୍ୟ ସଂଗ୍ରହ କରାଯିବା ସହିତ ସେମାନେ କି ପ୍ରକାରର କାର୍ଯ୍ୟ କରୁଛନ୍ତି ସେମାନଙ୍କର ଅଭାବ ଅସୁବିଧାର ତଥ୍ୟ ସଂଗ୍ରହ କରିବା ସହିତ ସେମାନଙ୍କ ସହିତ କିଭଳି ଭାବରେ ଅଧିକରୁ ଅଧିକ ସଂପର୍କ ସ୍ଥାପନ କରାଯାଇ ପାରିବା ତା ଉପରେ ଗୁରୁତ୍ୱାରୋପ କରିବାକୁ ନିଷ୍ପତି ହୋଇଛି।

ବୁଥ ସ୍ତରରେ ମହିଳା, ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତି ତଥା ସଂଖ୍ୟାଲଘୁ ସମସ୍ତଙ୍କୁ ବୁଥ କମିଟିରେ ରଖାଯିବ। ବାରମ୍ବାର ପ୍ରଶିକ୍ଷଣ ଶିବିର ଜିଲ୍ଲା, ବ୍ଲକ ଏବଂ ଜୋନ ସ୍ତରରେ କରାଯିବ। ଯଦ୍ୱାରା କଂଗ୍ରେସର ଆଦର୍ଶ, କଂଗ୍ରେସର ଚିନ୍ତାଧାରା, କଂଗ୍ରେସ ନେତୃବର୍ଗ କଂଗ୍ରେସ କର୍ମୀଙ୍କ ସହିତ ଜଡ଼ିତ ହେବା ସହିତ କଂଗ୍ରେସ ସଂଗଠନ ଅଧିକ ସଶକ୍ତ ହୋଇପାରିବ। ପ୍ରତ୍ୟେକ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଏକ ଗ୍ରିଭାନ୍ସ କମିଟି ରହିବ ଯେଉଁ ଗ୍ରିଭାନ୍ସ କମିଟି ଜନସାଧାରଣଙ୍କର ଡାକ୍ତରଖାନା, ଥାନା, ତହସିଲ, ବ୍ଲକ ଏବଂ ଶିକ୍ଷାନୁଷ୍ଠାନ ମାନଙ୍କରେ ଯଦି କିଛି ଅସୁବିଧା ଭୋଗ କରୁଛନ୍ତି ସେ ସବୁରେ ସମାଧାନ କରିବାରେ ଗ୍ରିଭାନ୍ସ କମିଟି ସାହାଯ୍ୟ କରିବ।

ମହିଳା ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ କଂଗ୍ରେସ, ବ୍ଲକ କଂଗ୍ରେସ, ଜିଲ୍ଲା କଂଗ୍ରେସ ଉଚ୍ଚ କ୍ଷମତାସଂପର୍ଣ୍ଣ କମିଟି ଗଠନ କରି ବ୍ଲକ ଏବଂ ଜିଲ୍ଲା ସ୍ତରରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ତଥ୍ୟ ସଂଗ୍ରହ କରିବା ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ କାର୍ଯ୍ୟ କରିବ। ସହାରାଂଚଳ ଏବଂ ଗ୍ରାମାଂଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ ନିମନ୍ତେ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବା କ୍ଷେତ୍ରରେ କାର୍ଯ୍ୟ କରିବେ । ୩୩% ମହିଳା ମାନଙ୍କୁ ସଂରକ୍ଷଣ ଦିଆଯାଉ ବୋଲି ନିଷ୍ପତି ହୋଇଛି।

ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଆଜି ଉଦ୍‌ବୋଧନ ଦେଇ କହିଛନ୍ତି କଂଗ୍ରେସ ନିଶ୍ଚିତ ରାଜ୍ୟରେ ଫେରିବ। ରାଜ୍ୟର ଜନସାଧାରଣ ଏ ଦୁଇ ଜନବିରୋଧି ସରକାରଙ୍କ ବିରୁଦ୍ଧରେ ଲଢ଼େଇ କରିବାପାଇଁ ପ୍ରସ୍ତୁତ ହୋଇସାରିଲାଣି। ଆସନ୍ତା ଦିନରେ କଂଗ୍ରେସ ସାରା ରାଜ୍ୟର ଗାଁକୁ ଗାଁ ଯିବ ଏବଂ ସମସ୍ତ କର୍ମୀ ଏକଜୁଟ ହୋଇ ଏ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବ ବୋଲି କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

୨୮ରୁ ରାଜ୍ୟରେ କିଶୋରୀ କନ୍ୟାଙ୍କ ପାଇଁ ଆରମ୍ଭ ହେବ ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମ

February 26, 2026

ପାଞ୍ଚଦିନିଆ “ଗବେଷଣା ପଦ୍ଧତି କର୍ମଶାଳା” ସଫଳତାର ସହ ଆୟୋଜିତ

February 26, 2026

ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଣ୍ଟା ଭିଡ଼ିଲା ଶିଳ୍ପ ବିଭାଗ

February 26, 2026

ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ଏକ କୋଟିର ସ୍ୱତନ୍ତ୍ର ଅନୁଦାନ

February 26, 2026
Latest News

୨୮ରୁ ରାଜ୍ୟରେ କିଶୋରୀ କନ୍ୟାଙ୍କ ପାଇଁ ଆରମ୍ଭ ହେବ ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମ

February 26, 2026

ପାଞ୍ଚଦିନିଆ “ଗବେଷଣା ପଦ୍ଧତି କର୍ମଶାଳା” ସଫଳତାର ସହ ଆୟୋଜିତ

February 26, 2026

ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଣ୍ଟା ଭିଡ଼ିଲା ଶିଳ୍ପ ବିଭାଗ

February 26, 2026

ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ଏକ କୋଟିର ସ୍ୱତନ୍ତ୍ର ଅନୁଦାନ

February 26, 2026

ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା ଅଭିଯୋଗ: ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ମାମଲା ରୁଜୁ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.