Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ-୨୦୨୨ ପାଳିତ ଅକ୍ଷୟ ଶକ୍ତିର ବ୍ୟବହାର, ଜଙ୍ଗଲ ସୁରକ୍ଷା ପାଇଁ ସ୍ଲୋଗାନ
ବିଶେଷ ଖବର

ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ-୨୦୨୨ ପାଳିତ ଅକ୍ଷୟ ଶକ୍ତିର ବ୍ୟବହାର, ଜଙ୍ଗଲ ସୁରକ୍ଷା ପାଇଁ ସ୍ଲୋଗାନ

June 5, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ-୨୦୨୨ ପାଳିତ ଅକ୍ଷୟ ଶକ୍ତିର ବହୁଳ ବ୍ୟବହାର, ଜଙ୍ଗଲ ସୁରକ୍ଷା

ଭୁବନେଶ୍ୱର: ଆଜି ସମଗ୍ର ବିଶ୍ୱରେ ସମସ୍ତ ନେତୃମଣ୍ଡଳୀ, ବିଶେଷଜ୍ଞ ଏବଂ ପ୍ରତ୍ୟେକଙ୍କ ମତରେ ଆଜି ସମୟ ଆସିଛି ପୃଥିବୀର ସୁରକ୍ଷା ପାଇଁ ଏବଂ ସେଥିପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ । ପ୍ରକୃତିର ସୁରକ୍ଷା ପାଇଁ କମୁ୍ୟନିଟି ସ୍ତରରେ ଉଦ୍ୟମ ପ୍ରଶଂସନୀୟ। ଏ ଦିଗରେ ଉଭୟ ବ୍ୟକ୍ତିଗତ ଏବଂ ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ବିଶ୍ୱ ପରିବେଶ ଦିବସ-୨୦୨୨ ପାଳନ ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବିଶ୍ୱ ପରିବେଶ ଦିବସ ପାଳନର ପ୍ରସଙ୍ଗ ରହିଛି ‘ପୃଥିବୀ କେବଳ ଏକ ମାତ୍ର ଜୀବନ ଉପଯୋଗୀ ଗ୍ରହ’।

ଆଜି ପୂର୍ବାହ୍ନରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ- ୨୦୨୨ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ବିଶ୍ୱ ପରିବେଶ ଦିବସର ଶୁଭେଚ୍ଛା ପ୍ରଦାନ କରିବା ସହ ମନୁଷ୍ୟସମାଜକୁ ସୁସ୍ଥ ଓ ସ୍ଥାୟୀ ହେବା ପାଇଁ ପରିବେଶ ସହିତ ଦୀର୍ଘସ୍ଥାୟୀ ସଂପର୍କ ରଖିବା ଆବଶ୍ୟକ ବୋଲି ଗୁରୁତ୍ୱ ଦେଇ ପ୍ରକାଶ କରିଛନ୍ତି। ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ହ୍ରାସ କରିବା ପାଇଁ ୨୦୨୧-୩୦ ପର୍ଯ୍ୟନ୍ତ ଏକ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି । ଏଥି ସହିତ ଏକ ସୁନ୍ଦର ପୃଥିବୀ ଗଠନ ପାଇଁ ଭବିଷ୍ୟତ ବଂଶଧରମାନଙ୍କୁ ପରିବେଶ ସଂରକ୍ଷଣ ବାବଦରେ ସଚେତନ କରିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୧୪,୨୫୦ଟି ଇକୋ-କ୍ଲବ୍‌ କାର୍ଯ୍ୟକରୁଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଚଳିତ ବର୍ଷ ଆୟୋଜିତ ଏହି ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଶର୍ମା କହିଛନ୍ତି ଯେ ଜୀବଜଗତ ତିଷ୍ଠି ରହିବା ପାଇଁ ପୃଥିବୀର ସୁରକ୍ଷା ନିହାତି ଆବଶ୍ୟକ। ବିଗତ ୨୦ ବର୍ଷ ଧରି ରାଜ୍ୟରେ ଜଙ୍ଗଲ ଅଭିବୃଦ୍ଧି ହୋଇ ଆସୁଛି। ହେନ୍ତାଳବନ ଅଭିବୃଦ୍ଧି ଆମ ରାଜ୍ୟରେ ସର୍ବାଧିକ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ହେନ୍ତାଳବନ ଆମ ଉପକୂଳ ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରିଥାଏ। ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ଥିବା ଇକୋ-କ୍ଲବ୍‌ର ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ବନଖଣ୍ଡ ଅଧିକାରୀମାନେ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ ଦିଗରେ ସଚେତନତା ସୃଷ୍ଟି କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

ଆବର୍ଜନାରୁ କିଭଳି ଖତ ପ୍ରସ୍ତୁତ ହେଉଛି, ପ୍ଲାଷ୍ଟିକ୍‌ର ପୁନର୍ବ୍ୟବହାର ସଂପର୍କରେ ପିଲାମାନେ ଜାଣିବା ଉଚିତ। ଜଳ ଓ ବାୟୁ ପ୍ରଦୂଷଣର ନିରାକରଣ ପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନ ପକ୍ଷରୁ କିଭଳି ପଦକ୍ଷେପ ନିଆଯାଇଛି ଇକୋ-କ୍ଲବ୍‌ର ସଦସ୍ୟମାନଙ୍କୁ ସେସବୁ ସଂପର୍କରେ ଜାଣିବା ସହ ସେମାନଙ୍କର ପ୍ରତ୍ୟକ୍ଷ ଅନୁଭୂତି ବୃଦ୍ଧି କରିବା ପାଇଁ ଉଦ୍ୟମ କରିବା ନିମନ୍ତେ ସେ ପ୍ରସ୍ତାବ ଦେଇଛନ୍ତି। ଡ. ଶର୍ମା ଅକ୍ଷୟ ଶକ୍ତିର ବହୁଳ ବ୍ୟବହାର ଏବଂ ଜଙ୍ଗଲ ସୁରକ୍ଷା ଓ ବ୍ୟାପକ ବୃକ୍ଷରୋପଣ କରିବା ଦିଗରେ ରାଜ୍ୟ ସରକାରଙ୍କୁ ସମସ୍ତେ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଆଜିର ଏହି ଦିବସ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାଦାୟୀ ବାର୍ତ୍ତା ପ୍ରକୃତି ଓ ପରିବେଶର ସୁରକ୍ଷା ପ୍ରତି ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ସେ ମନ୍ତବ୍ୟ ଦେଇଛନ୍ତି।

ପ୍ରାରମ୍ଭରେ ଓଡ଼ିଶା ଜୈବ ବିବିଧତା ବୋର୍ଡର ଅଧ୍ୟକ୍ଷ ଶ୍ରୀ ରାଜୀବ କୁମାର ସ୍ୱାଗତ ଭାଷଣ ଦେଇ ପରିବେଶକୁ କିଭଳି ସୁରକ୍ଷା ଓ ସନ୍ତୁଳିତ କରିହେବ ସେଥିପାଇଁ ଆମକୁ ନିଜ ନିଜ ସ୍ତରରେ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ସୂଚାଇଛନ୍ତି । ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁକୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଇକୋ-କ୍ଲବ୍‌ର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ମଡେଲ ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସେଣ୍ଟର ଫର ଏନ୍‌ଭର୍ଣ୍ଣମେଣ୍ଟାଲ ଷ୍ଟଡିଜ୍‌, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଆଞ୍ଚଳିକ ଉଦ୍ଭିଦ ସଂପଦ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ଉପାଦେୟ ପୁସ୍ତକପୁସ୍ତିକା ସହିତ ଇକୋ-କ୍ଲବ୍‌ର ବାର୍ଷିକ ବିବରଣୀ ଅତିଥିମାନେ ଉନ୍ମୋଚନ କରିଥିଲେ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୦୦ ଅନୁଷ୍ଠାନ, ସ୍କୁଲ ଏବଂ ବ୍ୟକ୍ତିବିଶେଷଙ୍କୁ ପ୍ରକୃତିମିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ଉତ୍ସବରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବରିଷ୍ଠ ଅଧିକାରୀ, ଇକୋ-କ୍ଲବ୍‌ର ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟ, ଗଣମାଧ୍ୟମର ପ୍ରତିନିଧି ଓ ବହୁ ପ୍ରକୃତିପ୍ରେମୀ ଯୋଗଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

୭୦ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

March 19, 2026

ଏହି ୩ ଟି ଷ୍ଟେସନରେ ଟ୍ରେନଗୁଡ଼ିକର ହେଲା ପରୀକ୍ଷାମୂଳକ ରହଣି 

March 19, 2026

ୟୁଏଇର ମେରୁଦଣ୍ଡ ଭାଙ୍ଗିଲା ଇରାନ!: ସର୍ବବୃହତ ଗ୍ୟାସ କମ୍ପ୍ଲେକ୍ସ ଉପରେ ମାଡ଼ କଲା କ୍ଷେପଣାସ୍ତ୍ର

March 19, 2026
Latest News

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026

୭୦ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.