Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ବିଶେଷ ଖବର

ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

June 6, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଆଇକନିକ ସପ୍ତାହ ସମାରୋହକୁ ଉଦଘାଟନ କରିଛନ୍ତି। ‘ଆଜାଦୀ କା ଅମୃତ ମହୋତ୍ସବ (ଏକେଏଏମ) ଅନ୍ତର୍ଗତ ଜୁନ ୬ରୁ ୧୧ ତାରିଖ, ୨୦୨୨ ପର୍ଯ୍ୟନ୍ତ ଆଇକନିକ ସପ୍ତାହ ସମାରୋହ ଆୟୋଜନ କରାଯାଉଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଋଣଭିତ୍ତିକ ସରକାରୀ ଯୋଜନା ଗୁଡ଼ିକ ପାଇଁ ଜାତୀୟ ପୋର୍ଟାଲ – ଜନ ସମର୍ଥ ପୋର୍ଟାଲର ଶୁଭାରମ୍ଭ କରିଥିଲେ। ବିଗତ ଆଠ ବର୍ଷ ମଧ୍ୟରେ ଦୁଇ ମନ୍ତ୍ରଣାଳୟର ଜୟଯାତ୍ରାକୁ ପ୍ରଦର୍ଶିତ କରୁଥିବା ଏକ ଡିଜିଟାଲ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ। ସେ ମଧ୍ୟ ଟଙ୍କିକିଆ, ୨ ଟଙ୍କିଆ, ୫ ଟଙ୍କିଆ, ୧୦ ଟଙ୍କିଆ ଏବଂ ୨୦ ଟଙ୍କିଆ ମୁଦ୍ରା (କଏନ)ର ସ୍ୱତନ୍ତ୍ର ସିରିଜ୍‌ ଉନ୍ମୋଚନ କରିଥିଲେ। ଏହି ସ୍ୱତନ୍ତ୍ର ସିରିଜ୍‌ର କଏନରେ ଆଜାଦୀ କା ଅମୃତ ମହୋତ୍ସବର ଲୋଗୋ ରହିଛି ଏବଂ ଏହାକୁ ଦୃଷ୍ଟିହୀନ ଲୋକମାନେ ସହଜରେ ଚିହ୍ନଟ କରିପାରିବେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର ଲମ୍ବା ସଂଘର୍ଷରେ ଅଂଶଗ୍ରହଣ କରିଥିବା ଲୋକମାନେ ଏହି ଆନ୍ଦୋଳନକୁ ଏକ ନୂଆ ରୂପ ଦେଇଥିଲେ, ଆନ୍ଦୋଳନର ଊର୍ଜା ବଢ଼ାଇଥିଲେ। କିଛି ଲୋକ ସତ୍ୟାଗ୍ରହର ମାର୍ଗ ଆପଣାଇଥିଲେ, ଆଉ କିଛି ଲୋକ ଅସ୍ତ୍ରଶସ୍ତ୍ରର ମାର୍ଗ ଚୟନ କରିଥିଲେ, ପୁଣି କେଉଁମାନେ ଆଧ୍ୟାତ୍ମିକତା ଓ ଆସ୍ଥାକୁ ଆପଣାଇଥିଲେ ଏବଂ ଅନ୍ୟ କେତେ ଜଣ ବୌଦ୍ଧିକ ମାର୍ଗରେ ସ୍ୱାଧୀନତାର ବହ୍ନିକୁ ପ୍ରଜ୍ଜ୍ବଳିତ ରଖିବାରେ ସହାୟତା କରିଥିଲେ। ସେମାନଙ୍କର ବଳିଦାନକୁ ସମ୍ମାନିତ କରିବା ଲାଗି ଆଜି ଆମ ସମସ୍ତଙ୍କ ପାଇଁ ସମୟ ଆସିଛି।

ପ୍ରଧାନମନ୍ତ୍ରୀ ବିଶେଷ ଭାବେ କହିଥିଲେ ଯେ, ଆଜି ଆମେ ସମସ୍ତେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛୁ। ତେଣୁ ପ୍ରତ୍ୟେକ ଦେଶବାସୀ ନିଜ ନିଜ ସ୍ତରରେ ଦେଶ ପାଇଁ କୌଣସି ବିଶେଷ ଯୋଗଦାନ ଦେବାର ଆବଶ୍ୟକତା ରହିଛି। ନୂଆ ଉତ୍ସାହ ସହିତ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନ ସାକାର ପାଇଁ ପ୍ରୟାସ କରିବା ଏବଂ ନୂତନ ସଂକଳ୍ପ ପ୍ରତି ନିଜକୁ ସମର୍ପିତ କରିବା ଲାଗି ଏବେ ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ବିଗତ ଆଠ ବର୍ଷ ମଧ୍ୟରେ ଭାରତ ଭିନ୍ନ ଭିନ୍ନ ଦିଗରେ କାର୍ଯ୍ୟ କରିବା ସହିତ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ଅଧିକ ଜନ ଭାଗିଦାରୀ କାରଣରୁ ଦେଶର ବିକାଶଧାରା ତ୍ୱରାନ୍ୱିତ ହୋଇଛି ଏବଂ ଦରିଦ୍ରତମ ବ୍ୟକ୍ତିଙ୍କ ସଶକ୍ତିକରଣ ହୋଇପାରିଛି। ସ୍ୱଚ୍ଛ ଭାରତ ଅଭିଯାନ ଫଳରେ ଗରିବମାନଙ୍କୁ ସମ୍ମାନପୂର୍ବକ ଜୀବନ ବଞ୍ଚିବା ଲାଗି ଅବସର ମିଳିଛି। ପକ୍କା ଘର, ବିଦ୍ୟୁତ, ଗ୍ୟାସ, ପାଣି, ମାଗଣା ଚିକିତ୍ସା ଭଳି ସୁବିଧା ଗରିବଙ୍କ ଗରିମା ବଢ଼ାଇଛି, ସେମାନଙ୍କୁ ଅଧିକ ସୁବିଧା ଦେଇଛି। କରୋନା କାଳରେ ମାଗଣା ରାସନ ଯୋଜନା ୮୦ କୋଟିରୁ ଅଧିକ ଦେଶବାସୀଙ୍କୁ କ୍ଷୁଧା ଆଶଙ୍କାରୁ ମୁକ୍ତି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ‘‘ବଞ୍ଚିତ ମାନସିକତାରୁ ଊର୍ଦ୍ଧ୍ବକୁ ଉଠି ବଡ଼ ସ୍ୱପ୍ନ ଦେଖିବା ଲାଗି ନାଗରିକଙ୍କ ମଧ୍ୟରେ ଏକ ନୂଆ ଆତ୍ମବିଶ୍ୱାସ ଦେଖା ଦେଇଛି, ଆମେ ସମସ୍ତେ ଏହାର ସାକ୍ଷୀ ରହିଛୁ,’’ ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ସରକାର କୈନ୍ଦ୍ରିକ ପ୍ରଶାସନ କାରଣରୁ ଦେଶକୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। କିନ୍ତୁ ଆଜି ଜନକୈନ୍ଦ୍ରିକ ପ୍ରଶାସନ ଆଭିମୁଖ୍ୟ ନେଇ ଏକବିଂଶ ଶତାବ୍ଦୀର ଭାରତ ଆଗକୁ ବଢ଼ୁଛି। ସେ କହିଥିଲେ ଯେ, ପୂର୍ବରୁ ବିଭିନ୍ନ ଯୋଜନାର ଲାଭ ପାଇବା ପାଇଁ ସରକାରଙ୍କ ପାଖକୁ ଯିବାର ଦାୟିତ୍ୱ ଲୋକମାନଙ୍କ ଉପରେ ରହିଥିଲା। ଏବେ ପ୍ରଶାସନକୁ ଲୋକମାନଙ୍କ ପାଖକୁ ନେଇଯିବା ଉପରେ ଜୋର ଦିଆଯାଉଛି, ଫଳରେ ଦେଶର ଜନସାଧାରଣ ବିଳମ୍ବିତ ଓ ଜଟିଳ ପ୍ରକ୍ରିୟାରୁ ମୁକ୍ତି ପାଇପାରିଛନ୍ତି। ଋଣଭିତ୍ତିକ ସରକାରୀ ଯୋଜନା ଗୁଡ଼ିକ ପାଇଁ ଜାତୀୟ ପୋର୍ଟାଲ – ଜନ ସମର୍ଥ ପୋର୍ଟାଲର ଶୁଭାରମ୍ଭ କରାଯିବା ଏ ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପୋର୍ଟାଲ ଛାତ୍ରଛାତ୍ରୀ, କୃଷକ, ବ୍ୟବସାୟୀ, ଏମଏସଏମଇ ଉଦ୍ୟୋଗୀଙ୍କ ଜୀବନରେ ସୁଧାର ଆଣିବ ଏବଂ ସେମାନଙ୍କର ସ୍ୱପ୍ନ ପୂରଣ ଦିଗରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ପଷ୍ଟ ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ନେଇ, ଗମ୍ଭୀରତାର କାର୍ଯ୍ୟକାରୀ କରାଯାଉଥିବା ଯେକୌଣସି ସଂସ୍କାର ନିଶ୍ଚିତ ଭାବେ ଭଲ ପରିଣାମ ଦେଇଥାଏ। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଗତ ଆଠ ବର୍ଷ ମଧ୍ୟରେ ଦେଶରେ ଯେତେସବୁ ସଂସ୍କାର କାର୍ଯ୍ୟକାରୀ କରାଯାଇଛି ତାହାର କେନ୍ଦ୍ରରେ ଆମ ଦେଶର ଯୁବକମାନଙ୍କୁ ରଖାଯାଇଛି। ଏହା ସେମାନଙ୍କୁ ସେମାନଙ୍କର ସମ୍ଭାବନା ଉଜାଗର କରିବାରେ ସହାୟକ ହେବ। ଆମର ଯୁବକମାନେ ନିଜ ପରିଶ୍ରମ ବଳରେ ନିଜର ଏକ କମ୍ପାନୀ ଖୋଲି ପାରିବେ, ସହଜରେ ନିଜ ଉଦ୍ୟୋଗ ପ୍ରତିଷ୍ଠା କରିପାରିବେ, ସହଜରେ ଉଦ୍ୟୋଗ ଚଳାଇପାରିବେ ସେଥିପାଇଁ ଦେଶରେ ଅନୁକୂଳ ପରିବେଶ ସୃଷ୍ଟି କରାଯାଇ ପାରିଛି। ଏହି କାରଣରୁ ୩୦ ହଜାରରୁ ଅଧିକ ଅନୁପାଳନ ହ୍ରାସ, ୧୫୦୦ରୁ ଅଧିକ ଆଇନ ଉଚ୍ଛେଦ ଏବଂ କମ୍ପାନୀ ଆଇନର ବିଭିନ୍ନ ବ୍ୟବସ୍ଥାକୁ ନିରପରାଧୀକରଣ କରିବା ଫଳରେ ଆମେ କେବଳ ଭାରତୀୟ କମ୍ପାନୀଙ୍କ ପ୍ରଗତି ପାଇଁ ରାସ୍ତା ପ୍ରଶସ୍ତ କରିନାହୁଁ ବରଂ ସେମାନଙ୍କୁ ନୂଆ ଉଚ୍ଚତା ହାସଲ କରିବା ନିମନ୍ତେ ଆବଶ୍ୟକ ସୁଯୋଗ ଦେଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାର ସରଳୀକରଣ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ସଂସ୍କାର କାର୍ଯ୍ୟକାରୀ କରିଛନ୍ତି। ଜିଏସଟି ଆସିବା ଫଳରେ ରାଜ୍ୟ ଓ କେନ୍ଦ୍ର ସ୍ତରରେ ଥିବା ସଂଖ୍ୟାଧିକ ଟିକସ ଜାଲ ଆଉ ନାହିଁ। ସାରା ଦେଶ ଆଜି ଏହି ସରଳୀକରଣର ପରିଣାମ ଦେଖିପାରୁଛି। ଏବେ ପ୍ରତି ମାସରେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ଟଙ୍କା ଟପିବା ସାଧାରଣ କଥା ହୋଇଗଲାଣି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବ୍ୟବସାୟିକ ସୁଗମତା ଆଣୁଥିବା ପୋର୍ଟାଲଗୁଡ଼ିକ ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଇନଭେଷ୍ଟ ଇଣ୍ଡିଆ ପୋର୍ଟାଲ, ନିବେଶ ସୁଯୋଗ ସମ୍ପର୍କରେ ସୂଚନା ଦେଉଛି। ଏଥିସହିତ ବ୍ୟବସାୟିକ ଔପଚାରିକତା ପୂରଣ ପାଇଁ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ବିଶେଷ ସହାୟକ ହୋଇଛି। ଏହି କ୍ରମରେ ଜନ ସମର୍ଥ ପୋର୍ଟାଲ ଦେଶର ଯୁବକ ଏବଂ ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ବିଶେଷ ଭାବେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

‘‘ଆଜି ଆମେ ସଂସ୍କାର, ସରଳୀକରଣ ଏବଂ ସହଜତା ଶକ୍ତି ସହିତ ଆଗକୁ ବଢ଼ିଲେ, ସୁବିଧାର ଏକ ନୂତନ ସ୍ତର ଆମକୁ ପ୍ରାପ୍ତ ହେଉଛି। ବିଗତ ୮ ବର୍ଷ ମଧ୍ୟରେ ଆମେ ଏହା ପ୍ରମାଣିତ କରିଛୁ ଯେ ଭାରତ ମିଳିତ ଭାବେ କୌଣସି ନିଷ୍ପତ୍ତି ନେଲେ ସାରା ବିଶ୍ଵ ପାଇଁ ଭାରତ ଏକ ନୂଆ ଆଶା ପାଲଟି ଯାଇଥାଏ। ଆଜି ବିଶ୍ଵର ଆମକୁ ଏକ ବଡ଼ ଉପଭୋକ୍ତା ବଜାର ନୁହେଁ ବରଂ ଏକ ସମର୍ଥ, ମୋଡ଼ ପରିବର୍ତ୍ତନକାରୀ, ସୃଜନଶୀଳ, ଅଭିନବ ଇକୋସିଷ୍ଟମ ଭାବେ ନୂଆ ଆଶା ଏବଂ ଆତ୍ମବିଶ୍ୱାସର ସହିତ ଚାହିଁ ରହିଛି’’, ପ୍ରଧାନମନ୍ତ୍ରୀ କହିଥିଲେ।

ସମଗ୍ର ବିଶ୍ଵର ଏକ ବଡ଼ ଭାଗ ଆଜି ସମସ୍ୟା ସମାଧାନ ପାଇଁ ଭାରତ ଠାରୁ ଅନେକ ଆଶା କରୁଛି। ସାଧାରଣ ଭାରତୀୟଙ୍କ ବୁଦ୍ଧିମତା ପ୍ରତି ଆମେ ବିଶ୍ୱାସ ରଖିବା କାରଣରୁ ଏହା ସମ୍ଭବ ହୋଇପାରିଛି। ୟୁପିଆଇର ଉପଲବ୍ଧି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଆମେ ଜନସାଧାରଣଙ୍କୁ ଅଭିବୃଦ୍ଧିର ଏକ ବୁଦ୍ଧିମାନ ଅଂଶଗ୍ରହଣକାରୀ ଭାବେ ପ୍ରୋତ୍ସାହିତ କରିଛୁ। ଆମେ ସବୁବେଳେ ଦେଖିଛୁ ଯେ ଉତ୍ତମ ପ୍ରଶାସନ ପାଇଁ ଯେଉଁ ପ୍ରଯୁକ୍ତିର ପ୍ରୟୋଗ କରାଯାଇଛି, ତାହା କେବଳ ଜନସାଧାରଣଙ୍କ ପାଇଁ ଗ୍ରହଣୀୟ ହୋଇନାହିଁ, ବରଂ ସେମାନେ ତାହାକୁ ପ୍ରଶଂସା ମଧ୍ୟ କରିଛନ୍ତି।’’

ଆଇକନିକ ସପ୍ତାହ ସମାରୋହ ପ୍ରଧାନମନ୍ତ୍ରୀ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ସୁପ୍ରିମକୋର୍ଟରେ SIR ଶୁଣାଣି: ଇସି ବିରୋଧରେ ଅନେକ ଅଭିଯୋଗ ଆଣିଲେ ମମତା ବାନାର୍ଜୀ

February 4, 2026

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଦାୟିତ୍ଵବାନ ଦେଶ ତାଲିକାର ଶ୍ରେଷ୍ଠ ୧୦ ରେ ନାହାନ୍ତି ଚୀନ୍, ରୁଷ କିମ୍ବା ଆମେରିକା: ଜାଣନ୍ତୁ ଭାରତର ସ୍ଥିତି

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.