Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରେଳ ନିଯୁକ୍ତି ବୋର୍ଡ ପରୀକ୍ଷା ପାଇଁ ପୂର୍ବତଟ ରେଳପଥ ମଧ୍ୟରୁ ଛଅ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ
ଜାତୀୟ ଖବର

ରେଳ ନିଯୁକ୍ତି ବୋର୍ଡ ପରୀକ୍ଷା ପାଇଁ ପୂର୍ବତଟ ରେଳପଥ ମଧ୍ୟରୁ ଛଅ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ

June 8, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରେଳ ନିଯୁକ୍ତି ବୋର୍ଡ ପରୀକ୍ଷା ପାଇଁ ପୂର୍ବତଟ ରେଳପଥ ମଧ୍ୟରୁ ଛଅ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ବର: ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ପାଇଁ ଆଶାୟୀ ପରୀକ୍ଷାର୍ଥି ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ପକ୍ଷରୁ ଏହାର ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଛଅ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି…

ସମ୍ବଲପୁର – ଟାଟା ନଗର- ସମ୍ବଲପୁର ପରୀକ୍ଷା ବିଶେଷ ଟ୍ରେନ :

08305/08306 ସମ୍ବଲପୁର – ଟାଟା ନଗର – ସମ୍ବଲପୁର ପରୀକ୍ଷା ବିଶେଷ ଟ୍ରେନ ସମ୍ବଲପୁରରୁ 11.06.2022 ସନ୍ଧ୍ୟା ୫ଘ.୩୦ମି.ରେ ଛାଡି ଟାଟା ଅଭିମୁଖେ ଯାତ୍ରା କରିବ।ଫେରିବା ମାର୍ଗରେ ଏହି ଟ୍ରେନ୍ ଟାଟାରୁ 12.06.2022 ରାତ୍ରି ୮ ଘଟିକାରେ ଛାଡି ସମ୍ବଲପୁର ଯାତ୍ରା କରିବ। ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ରେଢ଼ାଖୋଲ, ଅନୁଗୁଳ, ତାଳଚେର ରୋଡ଼, ଢେଙ୍କାନାଳ, କଟକ, ଯଖପୁରା, କେନ୍ଦୁଝରଗଡ଼ ଏବଂ ନୟାଗଡ଼ ଷ୍ଟେସନରେ ରହଣି କରିବ।

ସମ୍ବଲପୁର – ଦୁର୍ଗ – ସମ୍ବଲପୁର ପରୀକ୍ଷା ବିଶେଷ ଟ୍ରେନ :

08301/08302 ସମ୍ବଲପୁର – ଦୁର୍ଗ – ସମ୍ବଲପୁର ବିଶେଷ ଟ୍ରେନ ସମ୍ବଲପୁରରୁ 10.06.2022 ରାତ୍ରି ୮ଘ.୩୦ମି.ରେ ଛାଡି ଦୁର୍ଗ ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଏହି ଟ୍ରେନ୍ 11.06.2022 ରାତ୍ରି ୯ଘଟିକାରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ।ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ହରିଶଙ୍କର ରୋଡ଼, ଖରିଆର ରୋଡ଼, ବାଗବାହାର, ମହାସମୁନ୍ଦ, ଲାଖୋଲି ଏବଂ ରାଇପୁର ଷ୍ଟେସନ ମାନଙ୍କରେ ରହଣି କରିବ।

ବିଶାଖାପାଟନମ୍ – ଜବଲପୁର – ବିଶାଖାପାଟନମ୍ ପରୀକ୍ଷା ବିଶେଷ ଟ୍ରେନ :

08501/08502 ବିଶାଖାପାଟନମ୍ – ଜବଲପୁର – ବିଶାଖାପାଟନମ୍ ବିଶେଷ ଟ୍ରେନ ବିଶାଖାପାଟନମ୍ରୁ 10.06.2022 ପୂର୍ବାହ୍ନ ୧୦ଘ.୪୫ମିରେ ଛାଡି ଜବଲପୁର ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ ଏହି ଟ୍ରେନ୍ ଜବଲପୁର ରୁ 11.06.2022 ଅପରାହ୍ନ ୧ଘ.୩୫ମି.ରେ ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ | ଉଭୟ ପାର୍ଶ୍ୱରୁ ଏହି ଟ୍ରେନ ଭୁବନେଶ୍ୱର-ଅନୁଗୁଳ-ସମ୍ବଲପୁର-ଝାରସୁଗୁଡା ରୋଡ଼, ବିଳାସପୁର-କାଟଣି ସାଉଥ ମାର୍ଗଦେଇ ଯାତାୟାତ କରୁଥିବା ବେଳେ ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

ଭୁବନେଶ୍ୱର – ହାଓଡ଼ା – ଭୁବନେଶ୍ୱର ପରୀକ୍ଷା ବିଶେଷ ଟ୍ରେନ :

08405/08406 ଭୁବନେଶ୍ୱର – ହାଓଡ଼ା-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ 11.06.2022 ରାତ୍ରି ୯ ଘଟିକାରେ ଛାଡି ହାଓଡ଼ା ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ହାଓଡ଼ା ରୁ 12.06.2022 ରାତ୍ରି ୮ ଘଟିକାରେ ଛାଡି ଭୁବନେଶ୍ୱର ଫେରିବ। ଉଭୟ ପାର୍ଶ୍ୱରୁ ଏହି ଟ୍ରେନ କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ବାଲେଶ୍ୱର ଓ ଖଡ଼ଗ୍ପୁର ଷ୍ଟେସନ ମାନଙ୍କରେ ରହଣି କରିବ।

ଭଦ୍ରକ – ଗୁଣ୍ଟୁର – ଭଦ୍ରକ ପରୀକ୍ଷା ବିଶେଷ ଟ୍ରେନ :

08401/08402 ଭଦ୍ରକ-ଗୁଣ୍ଟୁର-ଭଦ୍ରକ ପରୀକ୍ଷା ବିଶେଷ ଟ୍ରେନ ଭଦ୍ରକରୁ 10.06.2022 ରାତ୍ରି ୯ ଘଟିକାରେ ଛାଡି ଗୁଣ୍ଟୁର ଅଭିମୁଖେ ଯାତ୍ରା କରିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ଗୁଣ୍ଟୁରରୁ 11.06.2022 ରାତ୍ରି ୮ ଘଟିକାରେ ଛାଡି ଭଦ୍ରକ ଫେରିବ। ଏହି ଟ୍ରେନ ଭୁବନେଶ୍ୱର-ବ୍ରହ୍ମପୁର-ବିଶାଖାପାଟଣା-ବିଜୟୱାଡା ମାର୍ଗଦେଇ ଯାତ୍ରାକରିବାକୁ ଥିବାବେଳେ ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

ଭୁବନେଶ୍ୱର – ତାମ୍ବରମ୍ (ଚେନ୍ନାଇ) – ଭୁବନେଶ୍ୱର ପରୀକ୍ଷା ବିଶେଷ ଟ୍ରେନ :

08407/08408 ଭୁବନେଶ୍ୱର-ତାମ୍ବରମ୍-ଭୁବନେଶ୍ୱର ପରୀକ୍ଷା ବିଶେଷ ଟ୍ରେନ ଭୁବନେଶ୍ୱରରୁ 11.06.2022 ପୂର୍ବାହ୍ନ ୧୦ଘ.୩୦ମି.ରେ ଛାଡି ତାମ୍ବରମ୍ ଅଭିମୁଖେ ଯାତ୍ରା କରିବ | ଫେରିବ ମାର୍ଗରେ ଏହି ଟ୍ରେନ ତାମ୍ବରମ୍ ରୁ 12.06.2022 ରାତ୍ରି ୧୦ଘ.୩୦ମି.ରେ ଛାଡି ଭୁବନେଶ୍ୱର ଫେରିବ। ଏହି ଟ୍ରେନ ବ୍ରହ୍ମପୁର, ବିଶାଖାପାଟଣା, ବିଜୟୱାଡା, ଗୁଡ଼ୁର, ଚେନ୍ନାଇ ଏଗମୋର ମାର୍ଗଦେଇ ଯାତ୍ରା କରିବାକୁ ଥିବାବେଳେ ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

ଏହା ବ୍ୟତୀତ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟଦେଇ ଅନ୍ୟ ରାଜ୍ୟ ମାନଙ୍କରୁ ପରୀକ୍ଷା ବିଶେଷ ଟ୍ରେନ ଗୁଡିକ ମଧ୍ୟ ଚଳାଚଳ କରୁଅଛି। ଆଶାୟୀ ପରୀକ୍ଷାର୍ଥି ମାନେ ଭାରତୀୟ ରେଲୱେ ପାସେଞ୍ଜର ରିଜର୍ଭେସନ୍ ସିଷ୍ଟମ କିମ୍ବା ନ୍ୟାସନାଲ ଟ୍ରେନ୍ ଇନକ୍ୱାରୀ ସିଷ୍ଟମରୁ ସର୍ଫିଂ କରି ପରୀକ୍ଷା ସ୍ପେଶାଲ୍ ଟ୍ରେନ୍ ବିଷୟରେ ସୂଚନା ପାଇପାରିବେ।

ଆରଆରବି ପୂର୍ବତଟ ରେଳପଥ ରେଳବାଇ ନିଯୁକ୍ତି ବୋର୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୨୩ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2025

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025
Latest News

ଆଜି ଜୁଲାଇ ୨୩ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2025

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.