Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଡିବିଟି ଜରିଆରେ ଆପ୍ରେଣ୍ଟିସମାନଙ୍କୁ ମିଳିବ ସିଧାସଳଖ ଆର୍ଥିକ ସହାୟତା
ବିଶେଷ ଖବର

ଡିବିଟି ଜରିଆରେ ଆପ୍ରେଣ୍ଟିସମାନଙ୍କୁ ମିଳିବ ସିଧାସଳଖ ଆର୍ଥିକ ସହାୟତା

July 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ministry of skill developement
ministry of skill developement

ନୂଆଦିଲ୍ଲୀ: ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସଡିଇ) ପକ୍ଷରୁ ଆଜି ଜାତୀୟ ଆପ୍ରେଣ୍ଟିସସିପ୍‌ ପ୍ରୋତ୍ସାହନ ଯୋଜନା (ଏନଏପିଏସ) ଶୁଭାରମ୍ଭ କରାଯାଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନାର ଅଂଶବିଶେଷ ଭାବେ ଏନଏପିଏସ ସ୍କିମ୍‌ ମାଧ୍ୟମରେ ସବୁ ଆପ୍ରେଣ୍ଟିସମାନଙ୍କୁ ସରକାରଙ୍କ ପକ୍ଷରୁ ସିଧାସଳଖ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏଥିପୂର୍ବରୁ କମ୍ପାନୀମାନେ ଆପ୍ରେଣ୍ଟିସ୍‌ ବା ବୃତ୍ତିଗତ ପ୍ରଶିକ୍ଷାର୍ଥୀମାନଙ୍କୁ ପାରିଶ୍ରମିକ ବାବଦ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରୁଥିଲେ ଏବଂ ଏହାପରେ ସରକାରଙ୍କ ଠାରୁ ଆର୍ଥିକ ପରିଶୋଧ ଦାବି କରୁଥିଲେ। ଏବେ ଡିବିଟି ଯୋଜନା ଆରମ୍ଭ ହେବା ପରେ ସରକାର ଜାତୀୟ କୌଶଳ ବିକାଶ ନିଗମ (ଏନଏସଡିସି) ଜରିଆରେ ସିଧାସଳଖ ଆପ୍ରେଣ୍ଟିସମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥରାଶି ହସ୍ତାନ୍ତର କରିବେ। ସେମାନଙ୍କୁ ୧୫୦୦/- ଟଙ୍କା ପର୍ଯ୍ୟନ୍ତ ମାସିକ ଷ୍ଟାଇପେଣ୍ଡର ୨୫% ପ୍ରତିଶତ ପ୍ରଦାନ କରାଯିବ।

ସରକାରଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସ୍କିଲ ଇଣ୍ଡିଆ ଅଧୀନରେ ଆପ୍ରେଣ୍ଟିସସିପ୍‌କୁ ବ୍ୟାପକ ପ୍ରୋତ୍ସାହନ ମିଳୁଛି। ଜାତୀୟ ଆପ୍ରେଣ୍ଟିସସିପ ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ, ପ୍ରଥମ ପର୍ଯ୍ୟାୟରେ ଆପ୍ରେଣ୍ଟିସମାନଙ୍କୁ ଡିବିଟି ଜରିଆରେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଷ୍ଟାଇପେଣ୍ଡ ବାବଦ ସବସିଡି ପଠାଯାଇଛି। ଏହା କେବଳ ଆପ୍ରେଣ୍ଟିସସିପ ବା ବୃତ୍ତିଗତ ପ୍ରଶିକ୍ଷଣକୁ ପ୍ରୋତ୍ସାହନ ଦେବ ନାହିଁ ବରଂ ସ୍କିଲ ଇଣ୍ଡିଆର ବାସ୍ତବ ସମ୍ଭାବନାକୁ ସାକାର କରିବା ଦିଗରେ ସହାୟକ ସାବ୍ୟସ୍ତ ହେବ।

ଯୁବ ଭାରତକୁ ସ୍କିଲ (କୁଶଳୀ), ରିସ୍କିଲ୍ (ପୁନଃକୁଶଳୀ) ଏବଂ ଅପସ୍କିଲ (ଅତିରିକ୍ତ କୁଶଳୀ) କରିବା ଲାଗି, ମୁଣ୍ଡପିଛା ଆର୍ଥିକ ଉତ୍ପାଦନ ବଢ଼ାଇବା ଏବଂ ଜାତୀୟ ମିଶନକୁ ସହାୟତା ଯୋଗାଇ ଦେବା ଆପ୍ରେଣ୍ଟିସସିପକୁ ଏକ ଜନଭାଗିଦାରୀ ଆନ୍ଦୋଳନରେ ପରିଣତ କରିବା ଜରୁରି। ଏହା ପ୍ରଶିକ୍ଷାର୍ଥୀମାନଙ୍କୁ ବାସ୍ତବ-ସମୟରେ ଶିଳ୍ପ ପରିବେଶ ଯୋଗାଇ ଦେବା ସହିତ ପ୍ରଶିକ୍ଷଣ ସମୟରେ ଦେଶର ଅର୍ଥବ୍ୟବସ୍ଥାରେ ଯୋଗଦାନ ପାଇଁ ପ୍ରୋତ୍ସାହିତ କରିବ। ସରକାର, ବ୍ୟବସାୟିକ ସଂସ୍ଥା ଏବଂ ଶିକ୍ଷା ବ୍ୟବସ୍ଥାର ସହଭାଗିତାରେ ଦୀର୍ଘସ୍ଥାୟୀ କୌଶଳ ବିକାଶ ରଣନୀତି ସୃଷ୍ଟି କରିବା ଜରିଆରେ ଏହା ସ୍କିଲ ଇଣ୍ଡିଆ ମିଶନକୁ ପ୍ରୋତ୍ସାହିତ କରିବ। ଦକ୍ଷତା ବିକାଶର ଏଭଳି ଦୀର୍ଘସ୍ଥାୟୀ ମଡେଲ ଜରିଆରେ ଯୁବବର୍ଗଙ୍କ ରୋଜଗାର କ୍ଷମତା ବଢ଼ାଇବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ଲାଗି ଏମଏସଡିଇ ଲକ୍ଷ୍ୟ ରଖିଛି।

ଦେଶରେ ଆପ୍ରେଣ୍ଟିସସିପ୍‌ ପ୍ରଶିକ୍ଷଣକୁ ପ୍ରୋତ୍ସାହିତ କରିବା ଏବଂ ଆପ୍ରେଣ୍ଟିସସିପକୁ ଗ୍ରହଣ କରୁଥିବା ପ୍ରତିଷ୍ଠାନ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାର ଲକ୍ଷ୍ୟ ନେଇ ୧୯ ଅଗଷ୍ଟ, ୨୦୧୬ରେ ଜାତୀୟ ଆପ୍ରେଣ୍ଟିସସିପ ପ୍ରୋତ୍ସାହନ ଯୋଜନା (ଏନଏପିଏସ) ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଆପ୍ରେଣ୍ଟିସମାନଙ୍କୁ ନିଯୁକ୍ତି ଦେବା ଲାଗି ନିଯୁକ୍ତିଦାତାମାନଙ୍କୁ ଉତ୍ସାହିତ କରିବା ଏବଂ ଉପଯୁକ୍ତ କୌଶଳ ବିକାଶ ଜରିଆରେ ପ୍ରଶିକ୍ଷାର୍ଥୀମାନଙ୍କୁ ସଠିକ ନିଯୁକ୍ତି ଭୂମିକାରେ ଅବତୀର୍ଣ୍ଣ କରାଇବା। ବର୍ତ୍ତମାନ ସୁଦ୍ଧା, ବିଭିନ୍ନ ଶିଳ୍ପ ସଂସ୍ଥାରେ ୧୨ ଲକ୍ଷରୁ ଅଧିକ ଆପ୍ରେଣ୍ଟିସମାନଙ୍କୁ ନିଯୁକ୍ତି ଦିଆଯାଇଛି।

କୁଶଳୀ ମାନବ ସମ୍ବଳ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆପ୍ରେଣ୍ଟିସସିପ୍‌ କ୍ଷେତ୍ରରେ ସରକାର ବିଭିନ୍ନ ସଂସ୍କାର ଆଣିଛନ୍ତି। ଏହାଦ୍ବାରା ଭାରତକୁ ‘ବିଶ୍ବ କୌଶଳ ବିକାଶ କେନ୍ଦ୍ର’ରେ ପରିଣତ କରିବାର ସ୍ବପ୍ନ ସାକାର ହେବା ନିମନ୍ତେ ପଥ ପରିଷ୍କାର ହେଉଛି। ଏସବୁ ଯୋଜନାର ପରିସରକୁ ଆଗାମୀ ଦିଗରେ ଆହୁରି ବୃଦ୍ଧି କରାଯିବ ଏବଂ ଡିବିଟି ମାଧ୍ୟମରେ ସବୁ ଚୁକ୍ତିନାମା କାର୍ଯ୍ୟକାରୀ କରାଯିବ।

ଆର୍ଥିକ ସହାୟତା ଡିବିଟି
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ୫୦୦% ଶୁଳ୍କ ଲାଗୁ କରିବେ ଟ୍ରମ୍ପ!: ଆସନ୍ତା ସପ୍ତାହରେ ସୀମା ଅତିକ୍ରମ କରିବ ଆମେରିକା?

January 8, 2026

ଅଭିନବ ମଳବର୍ଜ୍ୟ ପରିଚାଳନା ମଡେଲ ନେଇ ରାଜ୍ୟମାନଙ୍କ ସହ ଜଳଶକ୍ତି ମନ୍ତ୍ରୀଙ୍କ ସମୀକ୍ଷା

January 8, 2026

ମା ଭଗବତୀ ମନ୍ଦିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

January 7, 2026

Women’s Premier League: MI ଅଧିନାୟକ ହରମନପ୍ରୀତ କୌର ବିଭିନ୍ନ ଟାଇଟେଲ କୁ ଲକ୍ଷ୍ୟ

January 7, 2026
Latest News

ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଷ୍ଟାର ଖେଳାଳି ତିଲକ ବର୍ମା ଆହତ

January 8, 2026

ଗଛକୁ ପିଟିଲା ମୋଟରସାଇକେଲ: ଦୁଇ ମୃତ ଜଣେ ଗୁରୁତର

January 8, 2026

ବିଦ୍ୟୁତ୍ ଆଘାତରେ ଗୃହରକ୍ଷୀଙ୍କର ଅକାଳ ବିୟୋଗ

January 8, 2026

ଭାରତର ନମ୍ବର 1 ଇଲେକ୍ଟ୍ରିକ୍ କାର୍ ହେଲା MG Windsor: ପଛରେ ପଡିଲା Tata Nexon EV

January 8, 2026

ତୁର୍କମାନ ଗେଟ୍ ହିଂସା ମାମଲା: ଅଡୁଆରେ ଏସପି ସାଂସଦ, ଚିହ୍ନଟ ହେଲେ ୩୦ ଦଙ୍ଗାକାରୀ

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.