Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଡିବିଟି ଜରିଆରେ ଆପ୍ରେଣ୍ଟିସମାନଙ୍କୁ ମିଳିବ ସିଧାସଳଖ ଆର୍ଥିକ ସହାୟତା
ବିଶେଷ ଖବର

ଡିବିଟି ଜରିଆରେ ଆପ୍ରେଣ୍ଟିସମାନଙ୍କୁ ମିଳିବ ସିଧାସଳଖ ଆର୍ଥିକ ସହାୟତା

July 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ministry of skill developement
ministry of skill developement

ନୂଆଦିଲ୍ଲୀ: ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସଡିଇ) ପକ୍ଷରୁ ଆଜି ଜାତୀୟ ଆପ୍ରେଣ୍ଟିସସିପ୍‌ ପ୍ରୋତ୍ସାହନ ଯୋଜନା (ଏନଏପିଏସ) ଶୁଭାରମ୍ଭ କରାଯାଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନାର ଅଂଶବିଶେଷ ଭାବେ ଏନଏପିଏସ ସ୍କିମ୍‌ ମାଧ୍ୟମରେ ସବୁ ଆପ୍ରେଣ୍ଟିସମାନଙ୍କୁ ସରକାରଙ୍କ ପକ୍ଷରୁ ସିଧାସଳଖ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏଥିପୂର୍ବରୁ କମ୍ପାନୀମାନେ ଆପ୍ରେଣ୍ଟିସ୍‌ ବା ବୃତ୍ତିଗତ ପ୍ରଶିକ୍ଷାର୍ଥୀମାନଙ୍କୁ ପାରିଶ୍ରମିକ ବାବଦ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରୁଥିଲେ ଏବଂ ଏହାପରେ ସରକାରଙ୍କ ଠାରୁ ଆର୍ଥିକ ପରିଶୋଧ ଦାବି କରୁଥିଲେ। ଏବେ ଡିବିଟି ଯୋଜନା ଆରମ୍ଭ ହେବା ପରେ ସରକାର ଜାତୀୟ କୌଶଳ ବିକାଶ ନିଗମ (ଏନଏସଡିସି) ଜରିଆରେ ସିଧାସଳଖ ଆପ୍ରେଣ୍ଟିସମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥରାଶି ହସ୍ତାନ୍ତର କରିବେ। ସେମାନଙ୍କୁ ୧୫୦୦/- ଟଙ୍କା ପର୍ଯ୍ୟନ୍ତ ମାସିକ ଷ୍ଟାଇପେଣ୍ଡର ୨୫% ପ୍ରତିଶତ ପ୍ରଦାନ କରାଯିବ।

ସରକାରଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସ୍କିଲ ଇଣ୍ଡିଆ ଅଧୀନରେ ଆପ୍ରେଣ୍ଟିସସିପ୍‌କୁ ବ୍ୟାପକ ପ୍ରୋତ୍ସାହନ ମିଳୁଛି। ଜାତୀୟ ଆପ୍ରେଣ୍ଟିସସିପ ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ, ପ୍ରଥମ ପର୍ଯ୍ୟାୟରେ ଆପ୍ରେଣ୍ଟିସମାନଙ୍କୁ ଡିବିଟି ଜରିଆରେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଷ୍ଟାଇପେଣ୍ଡ ବାବଦ ସବସିଡି ପଠାଯାଇଛି। ଏହା କେବଳ ଆପ୍ରେଣ୍ଟିସସିପ ବା ବୃତ୍ତିଗତ ପ୍ରଶିକ୍ଷଣକୁ ପ୍ରୋତ୍ସାହନ ଦେବ ନାହିଁ ବରଂ ସ୍କିଲ ଇଣ୍ଡିଆର ବାସ୍ତବ ସମ୍ଭାବନାକୁ ସାକାର କରିବା ଦିଗରେ ସହାୟକ ସାବ୍ୟସ୍ତ ହେବ।

ଯୁବ ଭାରତକୁ ସ୍କିଲ (କୁଶଳୀ), ରିସ୍କିଲ୍ (ପୁନଃକୁଶଳୀ) ଏବଂ ଅପସ୍କିଲ (ଅତିରିକ୍ତ କୁଶଳୀ) କରିବା ଲାଗି, ମୁଣ୍ଡପିଛା ଆର୍ଥିକ ଉତ୍ପାଦନ ବଢ଼ାଇବା ଏବଂ ଜାତୀୟ ମିଶନକୁ ସହାୟତା ଯୋଗାଇ ଦେବା ଆପ୍ରେଣ୍ଟିସସିପକୁ ଏକ ଜନଭାଗିଦାରୀ ଆନ୍ଦୋଳନରେ ପରିଣତ କରିବା ଜରୁରି। ଏହା ପ୍ରଶିକ୍ଷାର୍ଥୀମାନଙ୍କୁ ବାସ୍ତବ-ସମୟରେ ଶିଳ୍ପ ପରିବେଶ ଯୋଗାଇ ଦେବା ସହିତ ପ୍ରଶିକ୍ଷଣ ସମୟରେ ଦେଶର ଅର୍ଥବ୍ୟବସ୍ଥାରେ ଯୋଗଦାନ ପାଇଁ ପ୍ରୋତ୍ସାହିତ କରିବ। ସରକାର, ବ୍ୟବସାୟିକ ସଂସ୍ଥା ଏବଂ ଶିକ୍ଷା ବ୍ୟବସ୍ଥାର ସହଭାଗିତାରେ ଦୀର୍ଘସ୍ଥାୟୀ କୌଶଳ ବିକାଶ ରଣନୀତି ସୃଷ୍ଟି କରିବା ଜରିଆରେ ଏହା ସ୍କିଲ ଇଣ୍ଡିଆ ମିଶନକୁ ପ୍ରୋତ୍ସାହିତ କରିବ। ଦକ୍ଷତା ବିକାଶର ଏଭଳି ଦୀର୍ଘସ୍ଥାୟୀ ମଡେଲ ଜରିଆରେ ଯୁବବର୍ଗଙ୍କ ରୋଜଗାର କ୍ଷମତା ବଢ଼ାଇବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବା ଲାଗି ଏମଏସଡିଇ ଲକ୍ଷ୍ୟ ରଖିଛି।

ଦେଶରେ ଆପ୍ରେଣ୍ଟିସସିପ୍‌ ପ୍ରଶିକ୍ଷଣକୁ ପ୍ରୋତ୍ସାହିତ କରିବା ଏବଂ ଆପ୍ରେଣ୍ଟିସସିପକୁ ଗ୍ରହଣ କରୁଥିବା ପ୍ରତିଷ୍ଠାନ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାର ଲକ୍ଷ୍ୟ ନେଇ ୧୯ ଅଗଷ୍ଟ, ୨୦୧୬ରେ ଜାତୀୟ ଆପ୍ରେଣ୍ଟିସସିପ ପ୍ରୋତ୍ସାହନ ଯୋଜନା (ଏନଏପିଏସ) ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଆପ୍ରେଣ୍ଟିସମାନଙ୍କୁ ନିଯୁକ୍ତି ଦେବା ଲାଗି ନିଯୁକ୍ତିଦାତାମାନଙ୍କୁ ଉତ୍ସାହିତ କରିବା ଏବଂ ଉପଯୁକ୍ତ କୌଶଳ ବିକାଶ ଜରିଆରେ ପ୍ରଶିକ୍ଷାର୍ଥୀମାନଙ୍କୁ ସଠିକ ନିଯୁକ୍ତି ଭୂମିକାରେ ଅବତୀର୍ଣ୍ଣ କରାଇବା। ବର୍ତ୍ତମାନ ସୁଦ୍ଧା, ବିଭିନ୍ନ ଶିଳ୍ପ ସଂସ୍ଥାରେ ୧୨ ଲକ୍ଷରୁ ଅଧିକ ଆପ୍ରେଣ୍ଟିସମାନଙ୍କୁ ନିଯୁକ୍ତି ଦିଆଯାଇଛି।

କୁଶଳୀ ମାନବ ସମ୍ବଳ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆପ୍ରେଣ୍ଟିସସିପ୍‌ କ୍ଷେତ୍ରରେ ସରକାର ବିଭିନ୍ନ ସଂସ୍କାର ଆଣିଛନ୍ତି। ଏହାଦ୍ବାରା ଭାରତକୁ ‘ବିଶ୍ବ କୌଶଳ ବିକାଶ କେନ୍ଦ୍ର’ରେ ପରିଣତ କରିବାର ସ୍ବପ୍ନ ସାକାର ହେବା ନିମନ୍ତେ ପଥ ପରିଷ୍କାର ହେଉଛି। ଏସବୁ ଯୋଜନାର ପରିସରକୁ ଆଗାମୀ ଦିଗରେ ଆହୁରି ବୃଦ୍ଧି କରାଯିବ ଏବଂ ଡିବିଟି ମାଧ୍ୟମରେ ସବୁ ଚୁକ୍ତିନାମା କାର୍ଯ୍ୟକାରୀ କରାଯିବ।

ଆର୍ଥିକ ସହାୟତା ଡିବିଟି
Share. Facebook Twitter LinkedIn Email WhatsApp Copy Link

Related Posts

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026

ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ, ଆହୁରୀ ମଜବୁତ ହେବ ବିଜେପି!: ଜାଣନ୍ତୁ ସମୀକରଣ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026
Latest News

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.