Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ଓଡିଶାର ପଦ୍ମ ପୁରସ୍କାର ପ୍ରାପ୍ତ ବିଶିଷ୍ଠ ବ୍ୟକ୍ତିଗଣ
ଜାତୀୟ ଖବର

ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ଓଡିଶାର ପଦ୍ମ ପୁରସ୍କାର ପ୍ରାପ୍ତ ବିଶିଷ୍ଠ ବ୍ୟକ୍ତିଗଣ

July 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ଓଡିଶାର ପଦ୍ମ ପୁରସ୍କାର ପ୍ରାପ୍ତ ବିଶିଷ୍ଠ ବ୍ୟକ୍ତିଗଣ

ନୂଆଦିଲ୍ଲୀ: ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ପ୍ରତିଭା ରାୟ, ସ୍ୱନାମଧନ୍ୟ ସାନ୍ତାଳୀ ଲେଖିକା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା, କୃଷିବିତ୍ ପଦ୍ମଶ୍ରୀ ସାବରମତି, ଖ୍ୟାତିସମ୍ପନ୍ନ କବି ତଥା ଲୋକକବି ପଦ୍ମଶ୍ରୀ ହଳଧର ନାଗ୍, ସମାଜସେବୀ ପଦ୍ମଶ୍ରୀ ଦୈତାରୀ ନାଏକ ପ୍ରମୁଖ ଶ୍ରୀମତୀ ମୁର୍ମୁଙ୍କୁ ବାସଭବନରେ ଭେଟି ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ଓଡ଼ିଶାର ଏହି ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ନୂଆଦିଲ୍ଲୀ ଅଶୋକା ହୋଟେଲରେ ରାତ୍ରୀ ଭୋଜନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିମନ୍ତ୍ରଣ କରିଥିବା ବେଳେ ସେମାନେ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହି ନୈଶ୍ୟ ଭୋଜିରେ ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ସମେତ ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମ ପୁରସ୍କାର ବିଜେତା ଓ ଦ୍ରୌପଦୀ ମୁର୍ମୁଙ୍କ ସାକ୍ଷାତ ଅବସରରେ ଫଟୋ ଟ୍ୱିଟ୍ କରି କହିଛନ୍ତି ଓଡ଼ିଶାର ଗର୍ବ ଓ ଗୌରବ ସମସ୍ତେ ଗୋଟିଏ ଫ୍ରେମରେ ଅଛନ୍ତି । ଓଡ଼ିଶାର ପଦ୍ମ ପୁରସ୍କାରରେ ସମ୍ମାନିତ ଏବଂ ଜନଜାତି ଆଦର୍ଶ ; ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀମତୀ ମୁର୍ମୁଙ୍କ ବିଜୟ ଗଣତନ୍ତ୍ରର ବିବିଧତାକୁ ଦର୍ଶାଉଛି । ଓଡ଼ିଶା ବିଶେଷ ଭାବରେ ତୃଣମୂଳରେ କାର୍ଯ୍ୟ କରୁଥିବା ଲୋକ ମାନଙ୍କ ପାଇଁ ଖୁସି ଓ ଗର୍ବର ବିଷୟ ବୋଲି ଟ୍ୱିଟ୍ କରିଛନ୍ତି ।

ଜନଜାତି ଜନନେତ୍ରୀ ଶ୍ରୀମତୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଆସନ୍ତା 25 ତାରିଖରେ ଶପଥ ଗ୍ରହଣ କରିବେ । ମୟୂରଭଞ୍ଜ ଜିଲ୍ଲାର ଏକ ସାଧାରଣ ସାଧାରଣ ଜନଜାତି ପରିବାରରୁ ଆସି ଶ୍ରୀମତୀ ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅଳଙ୍କୃତ କରିବାକୁ ଯାଉଥିବାରୁ ସମାଜର ବଞ୍ଚିତ, ମହିଳା, ଜନଜାତି ତଥା ଓଡ଼ିଶା ସମେତ ପୂର୍ବ ଭାରତ ଓ ସମଗ୍ର ଦେଶରେ ଅପୂର୍ବ ଆନନ୍ଦର ଲହରୀ ଖେଳିଯାଇଛି ।

DroupadiMurmu ଦ୍ରୌପଦୀ ମୁର୍ମୁ ପ୍ରତିଭା ରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ କୃଷି କ୍ଷେତ୍ରକୁ ନେଇ କୌଣସି ସାଲିସ୍‌ ହୋଇନାହିଁ: କେନ୍ଦ୍ର ମନ୍ତ୍ରୀ

February 5, 2026

ସାରା ରାଜ୍ୟରେ ପାଳନ ହେବ ଓଡ଼ିଆ ପକ୍ଷ, ବସିଲା ପ୍ରସ୍ତୁତି ବୈଠକ, ଜାଣନ୍ତୁ ଏଥିରେ କଣ ହେବ

February 5, 2026

ଉଦ୍‌ଘାଟିତ ହେଲା ୫୭ଟି ନୂଆ ସବ୍‌-ରେଜିଷ୍ଟ୍ରେସନ୍ ଅଫିସ୍, ଆମ ସାଥୀ WhatsApp Bot ବ୍ୟବସ୍ଥା

February 5, 2026

ଓଡ଼ିଶାରେ ସଚିବ ସ୍ତରରେ ବଡ଼ ଅଦଳବଦଳ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅତିରିକ୍ତ ଦାୟିତ୍ଵ

February 5, 2026
Latest News

ପୂର୍ବତଟ ରେଳପଥର କିଛି ଏକ୍ସପ୍ରେସ୍ ଟ୍ରେନ୍‌ରେ ଅତିରିକ୍ତ କୋଚ ସଂଯୋଗ

February 5, 2026

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ କଲେଜ୍ ର ପ୍ରଶିକ୍ଷାର୍ଥୀ ଅଧିକାରୀଗଣ

February 5, 2026

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ କୃଷି କ୍ଷେତ୍ରକୁ ନେଇ କୌଣସି ସାଲିସ୍‌ ହୋଇନାହିଁ: କେନ୍ଦ୍ର ମନ୍ତ୍ରୀ

February 5, 2026

Odisha Budget 2026: ବଜେଟ ପ୍ରସ୍ତୁତି ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେଲେ ମୁଖ୍ୟମନ୍ତ୍ରୀ

February 5, 2026

ସାରା ରାଜ୍ୟରେ ପାଳନ ହେବ ଓଡ଼ିଆ ପକ୍ଷ, ବସିଲା ପ୍ରସ୍ତୁତି ବୈଠକ, ଜାଣନ୍ତୁ ଏଥିରେ କଣ ହେବ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.