Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଯଦି ଭୁଲ୍ ଧାରଣା ସୃଷ୍ଟି ହେଉଛି, ତା’ହେଲେ ଗଣମାଧ୍ୟମ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ରହିଛି: କେନ୍ଦ୍ର ମନ୍ତ୍ରୀ
ବିଶେଷ ଖବର

ଯଦି ଭୁଲ୍ ଧାରଣା ସୃଷ୍ଟି ହେଉଛି, ତା’ହେଲେ ଗଣମାଧ୍ୟମ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ରହିଛି: କେନ୍ଦ୍ର ମନ୍ତ୍ରୀ

July 23, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: “ୟେ ଆକାଶବାଣୀ ହୈ’- ଏହି ଅମର ଶବ୍ଦ ଗୁଡ଼ିକୁ ସବୁ ଭାରତୀୟ ଚିହ୍ନଟ କରି ପାରିବେ। ଆଜି ଆକାଶବାଣୀ ଭବନର ରଙ୍ଗ ଭବନ ସଭା ଗୃହରେ ଏହା ପୁନଃ ଗୁଞ୍ଜରିତ ହୋଇ ଉଠିଥିଲା, ଯେତେବେଳେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଲୋକ ମାନଙ୍କ ଉଦ୍ଦେଶ୍ୟରେ ଏହାକୁ ଦୋହରାଇଥିଲେ। ଏହି ଭଳି ପ୍ରାରମ୍ଭିକ ଶବ୍ଦ ଗୁଡିକ ଆଜି ଜାତୀୟ ପ୍ରସାରଣ ଦିବସ, ଯେଉଁ ଦିନ ଅଲ୍ ଇଣ୍ଡିଆ ରେଡିଓ ନିଜର ଯାତ୍ରା ଆରମ୍ଭ କରିଥିଲା ତାହାକୁ ସ୍ମରଣ କରାଇଥିଲା। ୧୯୨୭ରେ ଆକାଶବାଣୀ ଏହି ଦୀର୍ଘ ଓ ଚମତ୍କାର ଯାତ୍ରା ଆରମ୍ଭ କରିଥିଲା।

ଉପସ୍ଥିତ ଶ୍ରୋତା ମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ, ଯେତେବେଳେ କିଛି ଲୋକ ଅନୁମାନ କରିଥିଲେ, ଟେଲିଭିଜନ୍ ଏବଂ ଏହା ପରେ ଇଂଟରନେଟ୍ ଆସିବା ପରେ ରେଡିଓର ଅସ୍ତିତ୍ୱ ବିପଦରେ ପଡି ଯିବ, ସେତେବେଳେ ରେଡିଓ ନିଜର ଦର୍ଶକ ମାନଙ୍କୁ ଚିହ୍ନଟ କରି ନେଇଛି ଏବଂ ଏହାର ପ୍ରାସଙ୍ଗିକତା ଓ  ବିଶ୍ୱସନୀୟତାକୁ ମଧ୍ୟ ବଜାୟ ରଖି ପାରିଛି।

ସେ ଆହୁରି ମଧ୍ୟ କହିଥିଲେ ଯେ, ଆଜି, ଯେତେବେଳେ ଲୋକମାନେ ନିଷ୍ପକ୍ଷ ସମାଚାର ଶୁଣିବାକୁ ଚାହୁଁଛନ୍ତି, ସ୍ୱାଭାବିକ ଭାବରେ ଆକାଶବାଣୀ ଏବଂ ଦୂରଦର୍ଶନର ଖବର ଶୁଣୁଛନ୍ତି। ସେ କହିଥିଲେ ଯେ, ଦେଶର ୯୨ ପ୍ରତିଶତ ଭୌଗୋଳିକ କ୍ଷେତ୍ର ଏବଂ ୯୯ ପ୍ରତିଶତରୁ ଅଧିକ ଲୋକ ଆକାଶବାଣୀର ପରିସରଭୁକ୍ତ ଅଟନ୍ତି, ଯାହା ଏକ ପ୍ରଶଂସନୀୟ ଉପଲବ୍ଧି ଅଟେ।

ଏକ ମଂଚ ଭାବରେ ରେଡିଓର ମହତ୍ୱ ସମ୍ପର୍କରେ କହିବା ସମୟରେ ଶ୍ରୀ ଠାକୁର କହିଥିଲେ ଯେ, ଅନେକ ପ୍ରଧାନମନ୍ତ୍ରୀ ଆସିଛନ୍ତି, କିନ୍ତୁ କୌଣସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ରେଡିଓର ମୂଲ୍ୟକୁ ଦେଖି ନାହାନ୍ତି, ଯିଏକି ଏହାକୁ ତାଙ୍କର ମାସିକ ମନ୍ କି ବାତ୍ କାର୍ଯ୍ୟକ୍ରମ ନିମନ୍ତେ ବ୍ୟବହାର କରି ସାରା ଦେଶର ଲୋକ ମାନଙ୍କ ସହିତ ସିଧାସଳଖ ଯୋଡି ହୋଇଛନ୍ତି।

ମନ୍ତ୍ରୀ ଗଣମାଧ୍ୟମକୁ ସତର୍କ କରାଇ ଦେଇଥିଲେ ଏବଂ କହିଥିଲେ ଯେ, ଯଦି କୌଣସି ସ୍ଥାନରେ ‘ମିଡିଆ ଟ୍ରାୟାଲ୍ସ୍‌’ (ଗଣମାଧ୍ୟମ ଦ୍ୱାରା ବିଚାର) ନାମରେ ଘରୋଇ ଗଣମାଧ୍ୟମ ଗୁଡିକ ସମ୍ପର୍କରେ ଭୁଲ୍ ଧାରଣା ସୃଷ୍ଟି କରା ଯାଉଛି, ତେବେ ଆମକୁ ନିଜର କାର୍ଯ୍ୟ ସମ୍ପର୍କରେ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ରହିଛି।

ଆଜାଦୀର ଅମୃତ ମହୋତ୍ସବର ସାରକଥାକୁ ପ୍ରଦାନ କରିବା କ୍ଷେତ୍ରରେ ଦୁଇ ସଂସ୍ଥା ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ଭୂମିକାକୁ ଶ୍ରେୟ ଦେଇ ମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ସ୍ୱାଧୀନତା ପରେ ଶିକ୍ଷା ପ୍ରଣାଳୀରେ ଅନେକ ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଭୂମିକାକୁ ଉଲ୍ଲେଖ କରା ଯାଇ ନଥିଲା, ସେତେବେଳେ ରେଡିଓ ଏବଂ ଦୂରଦର୍ଶନ ସେମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରି ଦେଶର ଦୂର ଦୂରାନ୍ତ ଅଂଚଳର କୋଣ ଅନୁକୋଣରୁ ପାଂଚ ଶହରୁ ଅଧିକ ଅଜ୍ଞାତ ନାୟକ ମାନଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରିଥିଲେ ଏବଂ ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କର ଅବଦାନ ସମ୍ପର୍କରେ ପ୍ରସାରଣ କରି ଏହି ଖୁସିକୁ ପାଳନ କରିବା ନିମନ୍ତେ ଏହାକୁ ଦେଶ ଆଗରେ ଉପସ୍ଥାପିତ କରିଥିଲେ।

ମନ୍ତ୍ରୀ ଏହି ଦୁଇଟି ଏଜେନ୍ସି ଗୁଡିକ ନିମନ୍ତେ ବିଷୟ ବସ୍ତୁର ମହତ୍ୱକୁ ରେଖାଙ୍କିତ କରିଥିଲେ ଏବଂ କହିଥିଲେ ଯେ, ଏହା କେବଳ ସେହି ବିଷୟ ବସ୍ତୁ ଥିଲା, ଯାହା ଲୋକ ମାନଙ୍କୁ ଚ୍ୟାନେଲ୍ ଆଡକୁ ଆକର୍ଷିତ କରିଥିଲା। ଏବଂ ଲୋକମାନଙ୍କ ନିକଟରେ ପହଂଚିବା ପାଇଁ ଯେତେ ପରିମାଣର ଟାୱାର ସ୍ଥାପନ କରାଗଲେ ମଧ୍ୟ ତାହା ବିଷୟବସ୍ତୁର ମହତ୍ୱ ସହିତ ମେଳ ଖାଇ ପାରିବ ନାହିଁ। ସେ ଆହୁରି ମଧ୍ୟ ଆଶା ବ୍ୟକ୍ତ କରିଥିଲେ ଯେ, ଡିଜିଟାଲ୍ ଯୁଗରେ ରେଡିଓ ଲୋକ ମାନଙ୍କ ମଧ୍ୟରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିବାକୁ ଯାଉଛି।

ମନ୍ତ୍ରୀ ଦୂରଦର୍ଶନରେ ପ୍ରସାରିତ ହେବାକୁ ଯାଉଥିବା ନୂତନ ଧାରାବାହିକ ଗୁଡିକର ପ୍ରମୋକୁ ଜାରି କରିଥିଲେ – କର୍ପୋରେଟ୍ ସରପଂଚ: ବେଟୀ ଦେଶ୍ କି, ଜୟ ଭାରତୀ, ସୁରୋ କା ଏକଲବ୍ୟ ଏବଂ ୟେ ଦିଲ୍ ମାଙ୍ଗେ ମୋର୍ ସହିତ ଷ୍ଟାର୍ଟଅପ୍ ଚାମ୍ପିୟନ୍ ୨.୦ର ପ୍ରମୋ ଇତ୍ୟାଦି। ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡଃ ଏଲ୍ ମୁରୁଗାନ୍ ଜାତୀୟ ପ୍ରସାରଣ ଦିବସ ଅବସରରେ ଦର୍ଶକ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ।

ଏହି ଅବସରରେ ଡଃ ମୁରୁଗାନ୍ ସ୍ୱାଧୀନତା ସଂଗ୍ରାମ ସମୟରେ ରେଡିଓ ଦ୍ୱାରା ନିର୍ବାହ କରା ଯାଇଥିବା ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ, ସେ କହିଥିଲେ ଯେ, ସେହି ସମୟରେ ଅନେକ ସ୍ୱାଧୀନତା ସଂଗ୍ରାମୀ ଏହାକୁ ବ୍ରିଟିଶ୍ ସାମ୍ରାଜ୍ୟବାଦୀ ସରକାରଙ୍କ ବିରୁଦ୍ଧରେ ଯୋଗାଯୋଗ ନିମନ୍ତେ ଏକ ଉପକରଣ ଭାବରେ ବ୍ୟବହାର କରିଥିଲେ। ସେ ଦେଶର ଦୂର – ଦୂରାନ୍ତର କୋଣ ଅନୁକୋଣକୁ ଯୋଡିବା ନିମନ୍ତେ ରେଡିଓ ଦ୍ୱାରା ଯେଉଁ ଭୂମିକା ନିର୍ବାହ କରା ଯାଉଛି ତା’ର ପ୍ରଶଂସା କରିଥିଲେ ଏବଂ ପ୍ରସାର ଭାରତୀକୁ ବିଶ୍ୱର ସବୁଠାରୁ ବଡ ସାର୍ବଜନିକ ବେତାର ପ୍ରସାରକ ହେବା ନେଇ ମଧ୍ୟ ସେ ଗର୍ବ ବ୍ୟକ୍ତ କରିଥିଲେ।

ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ, ମୟଙ୍କ ଅଗ୍ରୱାଲ୍ ଟେଲିଭିଜନ୍ ଏବଂ ରେଡିଓ ଭଳି ଦୁଇଟି ମାଧ୍ୟମର ମହତ୍ୱକୁ ରେଖାଙ୍କିତ କରିଥିଲେ ଏବଂ କହିଥିଲେ ଯେ ଏହି ମଂଚ ଗୁଡ଼ିକରେ ସମାଚାର ବିଷୟ ବସ୍ତୁ ଘରୋଇ ଗଣମାଧ୍ୟମର ବିଶ୍ୱସନୀୟତା ଅପେକ୍ଷା ଉତମ ପ୍ରଦର୍ଶନ କରିଛି ଏବଂ ଏହା ବିଭିନ୍ନ ସର୍ବେକ୍ଷଣ ଗୁଡିକ ଦ୍ୱାରା ସାମନାକୁ ଅଣା ଯାଇଛି।

ଏହି ଅବସରରେ ଆକାଶବାଣୀର ମହାନିର୍ଦ୍ଦେଶକ ଏନ୍ ବେଣୁଧର ରେଡ୍ଡୀ, ପ୍ରସାର ଭାରତୀ, ଦୂରଦର୍ଶନ ଏବଂ ଆକାଶବାଣୀର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଅନୁରାଗ ଠାକୁର ଅଲ୍ ଇଣ୍ଡିଆ ରେଡିଓ ଗଣମାଧ୍ୟମ ମନ୍ କି ବାତ୍
Share. Facebook Twitter LinkedIn Email WhatsApp Copy Link

Related Posts

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Latest News

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.