Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଉପରାଷ୍ଟ୍ରପତିଙ୍କ ଦ୍ବାରା ହାଇଦ୍ରାବାଦରେ ସମ୍ମାନିତ ହେଲେ ଡ. ପ୍ରତିଭା ରାୟ, କଲେ ପ୍ରଶଂସା
ଜାତୀୟ ଖବର

ଉପରାଷ୍ଟ୍ରପତିଙ୍କ ଦ୍ବାରା ହାଇଦ୍ରାବାଦରେ ସମ୍ମାନିତ ହେଲେ ଡ. ପ୍ରତିଭା ରାୟ, କଲେ ପ୍ରଶଂସା

July 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉପରାଷ୍ଟ୍ରପତିଙ୍କ ଦ୍ବାରା ହାଇଦ୍ରାବାଦରେ ସମ୍ମାନିତ ହେଲେ ଡ. ପ୍ରତିଭା ରାୟ, କଲେ ପ୍ରଶଂସା

ହାଇଦ୍ରାବାଦ: ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଗତକାଲି ସମ୍ମାନିତ ହୋଇଛନ୍ତି ଓଡିଶାର ପ୍ରତିଷ୍ଠିତ ସାହିତ୍ୟିକ ଡ. ପ୍ରତିଭା ରାୟ। ହାଇଦ୍ରାବାଦରେ ଆୟୋଜିତ ଏହି ଉତ୍ସବରେ ତାଙ୍କୁ ସମ୍ମାନିତ କରିଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ। ପ୍ରତିଭାଙ୍କୁ ସେ ଡକ୍ଟର ସି ନାରାୟଣ ରେଡ୍ଡୀ ଜାତୀୟ ସାକ୍ଷରତା ପୁରସ୍କାର ପ୍ରଦାନ କରିଛନ୍ତି। ଏଥିରେ ଉପରାଷ୍ଟ୍ରପତି ତାଙ୍କୁ ଫଳକ ଏବଂ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି।

ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଉପରାଷ୍ଟ୍ରପତି ଓଡିଆ ଲେଖିକା ଡ ପ୍ରତିଭା ରାୟଙ୍କୁ ବେଶ ପ୍ରସଂଶା କରିଛନ୍ତି। ସେ କହିଛନ୍ତି ଯେ, ଡ ରାୟ ହେଉଛନ୍ତି ଓଡିଆ ଭାଷାର ଜଣେ ପ୍ରତିଷ୍ଠିତ ଲେଖିକା। ସେ କହିଛନ୍ତି ଯେ ପ୍ରତିଭା ରାୟଙ୍କ ଉପନ୍ୟାସ ଏବଂ ଗଳ୍ପ ସାଧାରଣତଃ ସାମାଜିକ ଚାଳିଚଳନ ଉପରେ ପର୍ଯ୍ୟବେସିତ। ସେଥିପାଇଁ ତାଙ୍କର କୃତି ସାରା ଦେଶରେ ଲୋକପ୍ରିୟତା ହାସଲ କରିପାରିଛି। ତାଙ୍କର ଏପରି ସଫଳ ସାଧାନା ପାଇଁ ତାଙ୍କୁ ଜ୍ଞାନପୀଠ ଏବଂ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି।

ଏହି ଉତ୍ସବରେ ଉପରାଷ୍ଟ୍ରପତି କହିଛନ୍ତି ଯେ, ପ୍ରତିଭା ରାୟଙ୍କୁ ଯେଉଁ ସମ୍ମାନ ଦିଆଯାଇଛି ତାହା ହେଉଛି ଡକ୍ଟର ସି ନାରାୟଣ ରେଡ୍ଡୀ ଜାତୀୟ ସାକ୍ଷରତା ପୁରସ୍କାର। ଡକ୍ଟର ରେଡ୍ଡୀ ମଧ୍ୟ ହେଉଛନ୍ତି ଜଣେ ସୁପ୍ରତିଷ୍ଠିତ ଲେଖକ। ତେଲୁଗୁ ସାହିତ୍ୟରେ ସେ ହେଉଛନ୍ତି ଜଣେ ଯୋଗଜନ୍ମା ସାଧକ। ତାଙ୍କର ଅନନ୍ୟ ସାହିତ୍ୟକୃତି ମଧ୍ୟରେ ଗୋଟିଏ ହେଉଛି ‘ବିଶ୍ବମ୍ବର’। ଏହି ପୁସ୍ତକ ପାଇଁ ସେ ମଧ୍ୟ ଜ୍ଞାନପୀଠ ପୁରସ୍କାର ହାସଲ କରିଛନ୍ତି। ପ୍ରକୃତି ଏବଂ ମଣିଷର ସଂପର୍କକୁ ନେଇ ସେ ସୁନ୍ଦର ଭାବେ ସାହିତ୍ୟରେ ରୂପାନ୍ତରିତ କରିପାରିଛନ୍ତି।

କେବଳ ସାହିତ୍ୟ  ନୁହେଁ ଡ. ସି ନାରାୟଣ ରେଡ୍ଡୀ ଜଣେ ସାଂସଦ ଭାବରେ ମଧ୍ୟ ନିଜର କୃତିତ୍ବ ଦେଖାଇ ପାରିଛନ୍ତି। ସେ ରାଜ୍ୟସଭାରେ ଭାଷା ସାହିତ୍ୟ ଉପରେ ଅନେକ ସୃଜନଶୀଳ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ମୁଖ୍ୟତଃ ନିଜ ମାତୃଭାଷାରେ କିପରି ପାଠପଢା ଯିବ ତାହା ଉପରେ ସେ ଗୁରୁତ୍ବ ଦେଉଥିଲେ। ଏହି ଉପଲକ୍ଷେ ଡ. ସି ରେଡ୍ଡୀଙ୍କର ଏକ ପୁସ୍ତକ ‘ବ୍ୟାସ ପୂର୍ଣ୍ଣିମା’ ମଧ୍ୟ ଉନମୋଚିତ ହୋଇଥିଲା।

ଉପରାଷ୍ଟ୍ରପତି ଡ.ପ୍ରତିଭା ରାୟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଚେନ୍ନାଇ ଏବଂ କୋଲକାତା ମଧ୍ୟରେ ଲଢେଇ: ଜାଣନ୍ତୁ କାହାର ପଲ୍ଲା ଭାରି?

April 14, 2026

ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର 

April 14, 2026

ନୀତିଶ କୁମାରଙ୍କ ଶେଷ କ୍ୟାବିନେଟ ବୈଠକ!: ଜାଣନ୍ତୁ କ’ଣ କହିଲେ ବିହାର ମୁଖ୍ୟମନ୍ତ୍ରୀ?

April 14, 2026

ବିଜେଡି-କଂଗ୍ରେସ ମେଣ୍ଟ ଚର୍ଚ୍ଚା: ପ୍ରତ୍ରିକ୍ରିୟା ପ୍ରକାଶ କଲେ ସମସ୍ତ ରାଜନୈତିକ ଦଳ

April 14, 2026
Latest News

ଆଜି ଚେନ୍ନାଇ ଏବଂ କୋଲକାତା ମଧ୍ୟରେ ଲଢେଇ: ଜାଣନ୍ତୁ କାହାର ପଲ୍ଲା ଭାରି?

April 14, 2026

ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର 

April 14, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026

ନୀତିଶ କୁମାରଙ୍କ ଶେଷ କ୍ୟାବିନେଟ ବୈଠକ!: ଜାଣନ୍ତୁ କ’ଣ କହିଲେ ବିହାର ମୁଖ୍ୟମନ୍ତ୍ରୀ?

April 14, 2026

ବିଜେଡି-କଂଗ୍ରେସ ମେଣ୍ଟ ଚର୍ଚ୍ଚା: ପ୍ରତ୍ରିକ୍ରିୟା ପ୍ରକାଶ କଲେ ସମସ୍ତ ରାଜନୈତିକ ଦଳ

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.