Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ହାଇସ୍କୁଲ ଖେଳ ଶିକ୍ଷକଙ୍କ ଖେଳ ଖତମ, ଧରିଲା ଭିଜିଲାନ୍ସ, ଏତେ କୋଠାବାଡି ଦେଖି ଲୋକେ ଆଶ୍ଚର୍ଯ୍ୟ
ଅପରାଧ

ହାଇସ୍କୁଲ ଖେଳ ଶିକ୍ଷକଙ୍କ ଖେଳ ଖତମ, ଧରିଲା ଭିଜିଲାନ୍ସ, ଏତେ କୋଠାବାଡି ଦେଖି ଲୋକେ ଆଶ୍ଚର୍ଯ୍ୟ

August 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ହାଇସ୍କୁଲ ଖେଳ ଶିକ୍ଷକଙ୍କ ଖେଳ ଖତମ, ଧରିଲା ଭିଜିଲାନ୍ସ, ଏତେ କାଠାବାଡି ଦେଖି ଲୋକେ ଆଶ୍ଚର୍ଯ୍ୟ

ବ୍ରହ୍ମପୁର: ଆଜି ଜଣେ ହାଇସ୍କୁଲ ଖେଳ ଶିକ୍ଷକଙ୍କୁ ଧରିଛି ଭିଜିଲାନ୍ସ। ସେ ଛାତ୍ରଛାତ୍ରୀଙ୍କୁ ଖେଳ ଶିଖାଉ ଶିଖାଉ ପଇସା ଖେଳ ଆରମ୍ଭ କରିଦେଇଥିଲେ। ସେ ଖବର ଭିଜିଲାନ୍ସ ପାଖରେ ପହଁଞ୍ଚିବା ପରେ ଆଜି ତାଙ୍କ ବାସଭବନ ସମେତ ୧୩ଟି ସ୍ଥାନରେ ଚଢାଉ ଚାଲିଛି।ଏଥିରେ ତାଙ୍କ ବନ୍ଧୁବାନ୍ଧବ ଏବଂ ସାଙ୍ଗଙ୍କ ଘର ମଧ୍ୟ ରହିଛି।

ସେ ହେଲେ ଗଂଜାମ ଜିଲ୍ଲା ଜରଦା ଥାନା ଅଧିନରେ ଥିବା ଜୟନ୍ତିପୁରର ଦିବ୍ୟସିହ୍ମା ବିଦ୍ୟାପିଠର ଖେଳ ଶିକ୍ଷକ। ତାଙ୍କ ନାମ ହେଲା ଦନାର୍ଦ୍ଧଦନ ସାହୁ। ଏହି ଚଢାଉରେ ୪ ଜଣ ଡିଏସପି ଏବଂ ୧୨ ଜଣ ଇନସ୍ପେକ୍ଟରଙ୍କ ସହିତ ଅନ୍ୟ କର୍ମଚାରୀଙ୍କ ଦ୍ବାରା ଚଢାଉ ଚାଲିଛି। ଯେଉଁସବୁ ସ୍ଥାନରେ ଚଢାଉ ଚାଲିଛି ସେଗୁଡିକ ହେଲା..

୧-ବ୍ରହ୍ମପୁରର ଫାଷ୍ଟ ଲେନ ସ୍ଥିତ ଅନନ୍ତ ନଗରରେ ଏକ ତିନିମହଲା ଆବାସିକ କୋଠା।

୨-ସେହି ଅନନ୍ତ ନଗର, ୨ୟ ଲେନରେ ଅବସ୍ଥିତ ଏକ ଦ୍ୱି ମହଲା କୋଠା।

୩- ଜୟନ୍ତୀପୁର ଗାଁରେ ଥିବା ଗୋଟିଏ ଦ୍ୱି ମହଲା ବିଶିଷ୍ଟ କୋଠା।

୪- ଜୟନ୍ତୀପୁର ଗାଁରେ ଏକ ମହଲା ବିଶିଷ୍ଟ ଅନ୍ୟ ଏକ କୋଠା।

୫-  ଜୟନ୍ତୀପୁରରେ ଅବସ୍ଥିତ ତାଙ୍କ ନାମରେ ଏକ ଦ୍ବିମହଲା କୋଠା ଯାହା ପୋଷ୍ଟ ଅଫିସ୍ ପାଇଁ ଭଡାରେ ଦିଆଯାଇଛି।

୬- ଜୟନ୍ତୀପୁର ବସଷ୍ଟାଣ୍ଡରେ ଅବସ୍ଥିତ ତାଙ୍କ ନାମରେ ଥିବା ୪ଟି ଦୋକାନ ଘର।

୭- ଜୟନ୍ତୀପୁର ଗ୍ରାମରେ ତାଙ୍କ ପୁଅ ନାମରେ ଥିବା ପେଟ୍ରୋଲ ଟାଙ୍କି

୮- ନିକଟସ୍ଥ ବଳରାମ ପୁର ରାସ୍ତା ପାର୍ଶ୍ବରେ ଅବସ୍ଥିତ ଏକ ମାର୍କେଟ କଂପ୍ଲେକ୍ସ, ଯେଉଁଥିରେ ୭ଟି ଦୋକାନ ଘର ରହିଛି।

୯- ଜୟନ୍ତୀପୁର ଗାଁର ରାସ୍ତା କଡରେ ଅବସ୍ଥିତ ଗୋଟିଏ ଗୋଦାମଘର।

୧୦- ଜୟନ୍ତୀପୁର ଗାଁରେ ତାଙ୍କ ବନ୍ଧୁଙ୍କ ନାମରେ ଥିବା ଶ୍ୟାମଘନ ଗ୍ୟାସ୍ ଏଜେନ୍ସି।

୧୧- ତଳମୁହା ସାହିରେ ଥିବା ତାଙ୍କ ବନ୍ଧୁଙ୍କ ଆବାସିକ ଘର।

୧୨-ଜୟନ୍ତୀପୁର ଗାଁରେ ସମ୍ପର୍କୀୟଙ୍କ ଆବାସିକ ଘର।

୧୩- ଜୟନ୍ତୀପୁର ଗାଁରେ ଥିବା ଅନ୍ୟ ସମ୍ପର୍କୀୟଙ୍କ ଆବାସିକ ଘର।

ଏ ନେଇ ଭିଜିଲାନ୍ସ ଅଧିକ ଖୋଳତାଡ ଜାରୀ ରଖିଛି। ତେବେ ଜଣେ ଖେଳ ଶିକ୍ଷକ କିପରି ଏତେ ସଂପତ୍ତି କଲେ ତାହା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି। ଆଜି ସଂଧ୍ୟା ସୁଦ୍ଧା ସଂପୂର୍ଣ୍ଣ ସଂପତ୍ତି ବିବରଣୀ ମିଳିବ ବୋଲି ଆଶା କରାଯାଉଛି। ( ଫଟୋ-ଭିଜିଲାନ୍ସ )

ଭିଜିଲାନ୍‌ସ ଚଢ଼ାଉ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬: ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ଆନନ୍ଦ

March 2, 2026

ଓଡିଶାରେ ଉର୍ଫି ଜାଭେଦ୍: ହୋଟେଲ ସାଣ୍ଡିସ ଟାୱାରରେ ଖେଳିବେ ହର୍ବାଲ ହୋଲି

March 2, 2026

ଭୁବନେଶ୍ୱରରେ ମହାଆଡମ୍ବର ପାଳିତ ହେଲା ସାନ୍ତାଳୀ ସମ୍ପ୍ରଦାୟର ବଡ଼ ପର୍ବ ବାହା ବଙ୍ଗା

March 2, 2026

ପୁରୀରେ ମହାନଦୀ ଟ୍ରିବ୍ୟୁନାଲ ଦଳ: ବିବାଦର ସମାଧାନ ନେଇ ଆଲୋଚନା କଲେ ପୀତାମ୍ବର ଆଚାର୍ଯ୍ୟ

March 2, 2026
Latest News

ଆଧାର କେନ୍ଦ୍ର ଖୋଜିବା ଏବେ ବହୁତ ସହଜ!: ଗୋଟିଏ କ୍ଲିକ୍‌ରେ ପାଇବେ ସଠିକ୍ ସ୍ଥାନ

March 2, 2026

ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣରେ ନିହତ ହେଲା ହିଜବୁଲ୍ଲାର ଶୀର୍ଷ କମାଣ୍ଡର

March 2, 2026

ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬: ସମସ୍ତଙ୍କ ପାଇଁ କଲ୍ୟାଣ, ସମସ୍ତଙ୍କ ପାଇଁ ଆନନ୍ଦ

March 2, 2026

ଓଡିଶାରେ ଉର୍ଫି ଜାଭେଦ୍: ହୋଟେଲ ସାଣ୍ଡିସ ଟାୱାରରେ ଖେଳିବେ ହର୍ବାଲ ହୋଲି

March 2, 2026

ଭୁବନେଶ୍ୱରରେ ମହାଆଡମ୍ବର ପାଳିତ ହେଲା ସାନ୍ତାଳୀ ସମ୍ପ୍ରଦାୟର ବଡ଼ ପର୍ବ ବାହା ବଙ୍ଗା

March 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.