Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ପ୍ରଜାତନ୍ତ୍ର ଅମୃତ ମହୋତ୍ସବ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା
ବିଶେଷ ଖବର

‘ପ୍ରଜାତନ୍ତ୍ର ଅମୃତ ମହୋତ୍ସବ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

August 8, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି କଟକ ଠାରେ ଓଡ଼ିଆ ସମ୍ବାଦପତ୍ର ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ପ୍ରଜାତନ୍ତ୍ରର ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଅନେକ ଗଣମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଏଥିପୂର୍ବରୁ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭୁବନେଶ୍ଵର ଠାରେ ପ୍ରସିଦ୍ଧ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଦର୍ଶନ କରିଥିଲେ। ସେ ମଧ୍ୟ କଟକରେ ମହାନ ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପୈତୃକ ବାସଭବନ ଏବଂ ଜନ୍ମସ୍ଥାନକୁ ଯାଇ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପ୍ରଜାତନ୍ତ୍ରର ଅମୃତ ଉତ୍ସବ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଅମିତ ଶାହା କହିଥିଲେ ଯେ, ମୁଁ ଯେତେବେଳେ ଉତ୍କଳ ଭୂମିକୁ ଆସିଥାଏ, ମହାପ୍ରଭୁଙ୍କୁ ପ୍ରଣାମ କରି ଏହି ଭୂମିରେ ପାଦ ଥାପିଥାଏ। ଭଗବାନ ଶ୍ରୀଜଗନ୍ନାଥ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସାରା ଦେଶକୁ ଭକ୍ତି ଓ ସଂସ୍କୃତି ଜରିଆରେ ଯୋଡ଼ି ରଖିଛନ୍ତି। ସେ କହିଥିଲେ ଯେ ସ୍ଵାଧୀନତାର ଅମୃତ ମହୋତ୍ସବର ବର୍ଷ ଦେଶ ସ୍ଵାଧୀନତା ପାଇଁ ନିଜର ପ୍ରାଣବଳୀ ଦେଇଥିବା ଆନ୍ଦୋଳନକାରୀ ଏବଂ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ଏବଂ ଦେଶ ସ୍ଵାଧୀନତାରେ ସେମାନଙ୍କ ଯୋଗଦାନକୁ ସ୍ଵୀକାର କରିବାର ସମୟ। ଶ୍ରୀ ଶାହା ଦେଶର ସ୍ଵାଧୀନତା ସଂଗ୍ରାମରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ ଏବଂ ପ୍ରଜାତନ୍ତ୍ର ସମ୍ବାଦପତ୍ରର ଯୋଗଦାନକୁ ସ୍ମରଣ କରିଥିଲେ। ସେ କହିଥିଲେ ଯେ, ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ କେବଳ ସ୍ଵାଧୀନତା ସଂଗ୍ରାମରେ ଯୋଗଦାନ ଦେଇନଥିଲେ ବରଂ ଦେଶ ସ୍ଵାଧୀନ ହେବା ପରେ କେନ୍ଦ୍ର ମନ୍ତ୍ରୀ, ମୁମ୍ବାଇର ରାଜ୍ୟପାଳ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ପ୍ରଜାତନ୍ତ୍ରର ଜାଗ୍ରତ ପ୍ରହରୀ ଭାବେ ଉତ୍କଳର ପ୍ରଜାମାନଙ୍କ ପାଇଁ ସବୁବେଳେ ଗୌରବ ଆଣି ଦେଇଥିଲେ। ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ପ୍ରଜାତନ୍ତ୍ର ୭୫ ବର୍ଷ ଧରି ଜନତାଙ୍କ ହିତ ପ୍ରତି ସମର୍ପିତ ହୋଇ କାର୍ଯ୍ୟ କରୁଛି। ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରଦର୍ଶିତ ମାର୍ଗରେ ଆଜି ଭର୍ତ୍ତୃହରି ମହତାବ ପ୍ରଜାତନ୍ତ୍ରକୁ ଆଗେଇ ନେଉଛନ୍ତି। ସେ କହିଥିଲେ ଯେ, କୌଣସି ସମ୍ବାଦପତ୍ର ୭୫ ବର୍ଷ ପୂରଣ କରିବା ଏକ ଗୁରୁତ୍ଵପୂର୍ଣ୍ଣ ଉପଲବ୍ଧି, କିନ୍ତୁ ୭୫ ବର୍ଷ ଧରି ଗୋଟିଏ ବିଚାରକୁ, ଦେଶ ଏବଂ ଜନତାଙ୍କ ପ୍ରତି ସମର୍ପିତ କରି ରଖିବା ସହିତ ସବୁବେଳେ ଉତ୍କଳ ଜନତାଙ୍କ ସ୍ଵର ହୋଇ ସମ୍ବାଦପତ୍ର ଚଳାଇବା କରିବା ଆହୁରି ବଡ଼ କଥା। ଶ୍ରୀ ଶାହା କହିଥିଲେ ଯେ, ଜରୁରି ପରିସ୍ଥିତି, କଳାହାଣ୍ଡି ପ୍ରସଙ୍ଗ, ଏସଆରସି ଆନ୍ଦୋଳନ କିମ୍ବା ୧୯୬୪ର ଛାତ୍ର ଆନ୍ଦୋଳନ ଭଳି ଘଟଣାରେ ପ୍ରଜାତନ୍ତ୍ର ପ୍ରତ୍ୟେକ ଆନ୍ଦୋଳନର ସ୍ଵରକୁ ଶାଣିତ କରିବାର କାମ କରିଥିଲା । ଶ୍ରୀ ଶାହା ପ୍ରଜାତନ୍ତ୍ରକୁ ଶୁଭକାମନା ଜଣାଇ କହିଥିଲେ ଯେ ଯେତେବେଳେ ସ୍ଵାଧୀନତା ସଂଗ୍ରାମର ଶତବାର୍ଷିକୀ ବର୍ଷ ପାଳନ କରାଯିବ ସେହି ସମୟରେ ପ୍ରଜାତନ୍ତ୍ରର ଶହେ ବର୍ଷ ପୂର୍ତ୍ତି ପାଳନ କରାଯିବା ଗୌରବର ବିଷୟ ହେବ।

କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା କହିଥିଲେ ଯେ, ଏକ ଗରିବ ଜନଜାତି ପରିବାରରୁ ଆସିଥିବା ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହେବା ଉତ୍କଳ ପ୍ରଦେଶ ସହିତ ସାରା ଦେଶ ପାଇଁ ଗର୍ବର ବିଷୟ। ଏଥିପାଇଁ ସବୁ ଉତ୍କଳବାସୀଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ଆମ ଦେଶର ସମ୍ବିଧାନ ସଭାରେ ଜଣେ ହେଲେ ଜନଜାତି ମହିଳା ନଥିଲେ, କିନ୍ତୁ ଆଜି ସେହି ସମ୍ବିଧାନ ଦ୍ୱାରା ପ୍ରତିଷ୍ଠିତ ଗଣତନ୍ତ୍ରରେ ଦ୍ରୌପଦୀ ମୁର୍ମୁ ଦେଶର ମହାମହିମ ରାଷ୍ଟ୍ରପତି ହୋଇପାରିଛନ୍ତି।

ଅମିତ ଶାହା କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଆମେ ସମସ୍ତେ ଓଡ଼ିଶାର ସର୍ବାଙ୍ଗୀଣ ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ପ୍ରୟାସ କରୁଛୁ। ଟିମ୍‌ ଇଣ୍ଡିଆ ଭାବନା ନେଇ କେନ୍ଦ୍ର ଏବଂ ରାଜ୍ୟ ମିଳିମିଶି କାମ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରୟାସ କରୁଛନ୍ତି। ସେ କହିଥିଲେ ଯେ, ଓଡ଼ିଶାରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ଆଜି ଦେଶର ରାଷ୍ଟ୍ରପତି ହୋଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଦେଶର ଶିକ୍ଷା ମନ୍ତ୍ରୀ, ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରୀ, ବିଶ୍ଵେଶ୍ଵର ଟୁଡୁ କେନ୍ଦ୍ରରେ ଜନଜାତି ରାଷ୍ଟ୍ର ମନ୍ତ୍ରୀ ଅଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ମଧ୍ୟ ଓଡ଼ିଶାର। ସ୍ଵାଧୀନତା ପରେ ଓଡ଼ିଶାକୁ କେବେବି ଏତେ ପ୍ରତିନିଧିତ୍ଵ ମିଳିନଥିଲା ବୋଲି ସ୍ଵରାଷ୍ଟ୍ର ମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ଓଡ଼ିଶାରେ ବିକାଶର ଅପାର ସମ୍ଭାବନା ରହିଛି ଏବଂ ଆଗାମୀ ଦିନରେ ରାଜ୍ୟର ଏକ ଉଜ୍ଜ୍ଵଳ ଭବିଷ୍ୟତ ରହିଛି।

କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ତାଙ୍କର ଆଉ ଏକ ଯୋଗଦାନ ପାଇଁ ସ୍ମରଣ କରାଯାଇଥାଏ। ୧୯୪୭ରେ ଯେତେବେଳେ ସର୍ଦ୍ଦାର ପଟେଲ ଏହି କ୍ଷେତ୍ରର ସବୁ ରାଜ୍ୟକୁ ଯୋଡ଼ିବା ଲାଗି ଆସିଥିଲେ, ସେ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ସବୁ ରାଜ୍ୟକୁ ଭାରତୀୟ ସଂଘରେ ମିଶାଇବାର ଦାୟିତ୍ଵ ଦେଇଥିଲେ। ଡକ୍ଟର ମହତାବ ଖୁବ ଭଲ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଶ୍ରୀ ଶାହା ଭାରତ ସରକାର ଏବଂ ଦେଶର ଜନତାଙ୍କ ପକ୍ଷରୁ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀ ଶାହା କହିଥିଲେ ଯେ, ଡକ୍ଟର ମହତାବଙ୍କ ଉକ୍ତିରେ ସାଂସ୍କୃତିକ ବିକାଶ ବିନା କୌଣସି ଦେଶ ମହାନ ହୋଇପାରିବ ନାହିଁ। ଉତ୍କଳ ଭୂମି ସାଂସ୍କୃତିକ ଐତିହ୍ୟରେ ସମୃଦ୍ଧ। ଏଠାକାର ଭାଷା, ଏହାର ଗୌରବ, ସଙ୍ଗୀତ, ନାଟ୍ୟକଳା ଓ ସାହିତ୍ୟ ଉତ୍କୃଷ୍ଟ। ଦେଶର କେତେକ ଉତ୍କୃଷ୍ଟ ପ୍ରଦେଶର ସାହିତ୍ୟ ରଚନା ମଧ୍ୟରେ ଉତ୍କଳର ସାହିତ୍ୟକୁ ମାନ୍ୟତା ମିଳିଥାଏ। ଆମେ ସମସ୍ତେ ଏହି ଐତିହ୍ୟକୁ ଆଗେଇ ନେବା ଉଚିତ ଏବଂ ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତି ଏହା ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସ୍ଵରାଷ୍ଟ୍ର ମନ୍ତ୍ରୀ କହିଥିଲେ। ଶ୍ରୀ ଶାହା କହିଥିଲେ ଯେ ଭର୍ତ୍ତୃହରି ମହତାବ ଦେଶର ରାଜଭାଷାକୁ ମଜବୁତ କରିବାରେ ବହୁତ ବଡ଼ ଯୋଗଦାନ ଦେଇଛନ୍ତି। ସେ କେବଳ ଓଡ଼ିଶାରେ ନୁହେଁ, ବରଂ ସାରା ଦେଶର ସବୁ ରାଜ୍ୟରେ ରାଜଭାଷାକୁ ସଶକ୍ତ କରିବା ଲାଗି ପ୍ରୟାସ କରିଛନ୍ତି।

ଅମିତ ଶାହା କହିଥିଲେ ଯେ, ପ୍ରଜାତନ୍ତ୍ର କେବଳ ଏକ ସମ୍ବାଦପତ୍ର ନୁହେଁ ବରଂ ଏପରି ଏକ ସଂଗଠନ ଯେଉଁଠି ଶତାଧିକ କଲମ ସନ୍ନ୍ୟାସୀ ସୃଷ୍ଟି ହୋଇଛନ୍ତି, ଯେଉଁମାନେ ସାହିତ୍ୟ ସର୍ଜନାରେ ବଳିଷ୍ଠ ଯୋଗଦାନ ଦେଇଛନ୍ତି। ୭୫ ବର୍ଷରେ ପ୍ରଜାତନ୍ତ୍ର ଅନେକ ସାହିତ୍ୟିକ ଓ ସାମ୍ବାଦିକମାନଙ୍କୁ ସୃଷ୍ଟି କରିଛି। ସାମ୍ବାଦିକତାର ଜ୍ୟୋତିକୁ ଜଳାଇ ରଖିବା ସହିତ ସାମ୍ବାଦିକତାର ଧର୍ମକୁ ବଜାୟ ରଖିଛି।

ଅମିତ ଶାହା କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Latest News

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.