Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ହସ୍ତତନ୍ତ ବସ୍ତ୍ରର ଅପରୂପ ସୌନ୍ଦର୍ଯ୍ୟ ଓ ବିବିଧତା: ଏକ ବାସ୍ତବ ଭାରତୀୟ ପରମ୍ପରା
ଜାତୀୟ ଖବର

ହସ୍ତତନ୍ତ ବସ୍ତ୍ରର ଅପରୂପ ସୌନ୍ଦର୍ଯ୍ୟ ଓ ବିବିଧତା: ଏକ ବାସ୍ତବ ଭାରତୀୟ ପରମ୍ପରା

August 19, 2022No Comments6 Mins Read
Share Facebook Twitter LinkedIn Email WhatsApp Copy Link
ହସ୍ତତନ୍ତ ବସ୍ତ୍ରର ଅପରୂପ ସୌନ୍ଦର୍ଯ୍ୟ ଓ ବିବିଧତା: ଏକ ବାସ୍ତବ ଭାରତୀୟ ପରମ୍ପରା

ଡକ୍ଟର ବି କେ ବେହେରା

ହସ୍ତତନ୍ତ ଏକ ସୁନ୍ଦର ବୟନକଳା ଏବଂ ଏଥିପାଇଁ ଏହାର ବିଶେଷତ୍ୱ ରହିଛି ଯେ ଦୁଇଟି ବୁଣାବସ୍ତ୍ର ମଧ୍ୟରେ ସମାନତା ରହିନଥାଏ। ଅବଶ୍ୟ ଏହି ଉତ୍ପାଦ ବୁଣାକାରର କଳା, କୁଶଳତା ଏବଂ ପାରଦର୍ଶିତା ଉପରେ ନିର୍ଭର କରିଥାଏ। ଏଭଳି ପେଶାଦାରୀ କଳଚାତୁରୀ ସହିତ, ବିଶ୍ୱାସ କରାଯାଏ ଯେ ଅତି ସୂକ୍ଷ୍ମ ସୂତାବସ୍ତ୍ର ଯାହାକି ହସ୍ତତନ୍ତ ସାହାଯ୍ୟରେ ବୁଣାଯାଇଥାଏ। ତାହା ଜଣେ ବୁଣାକାରର ମାନସିକତା ଉପରେ ନିର୍ଭର କରିଥାଏ।

ଗୋଟିଏ ଶାଢ଼ୀର ମସୃଣତା କି ପ୍ରକାର ହେବ ଏବଂ ଏହାର ବଡ଼ି ଉପରେ କି ପ୍ରକାର ଚିତ୍ର ବୁଣାଯିବ ତାହା ଜଣେ ବୁଣାକାରର ମନର ସ୍ଥିତି ଉପରେ ହିଁ ବିଶେଷ ଭାବେ ନିର୍ଭରଶୀଳ। ତେଣୁ ପ୍ରତ୍ୟେକ ଶାଢ଼ୀର ନିଜସ୍ୱ ସ୍ୱାତନ୍ତ୍ର‌୍ୟ ରହିଛି ଏବଂ ଏହା ବର୍ତ୍ତମାନ ସୁଦ୍ଧା ଏକ ଅନାବିଷ୍କୃତି ପ୍ରସଙ୍ଗ ଭାବେ ବିବେଚିତ। ହସ୍ତଶିଳ୍ପର ନିଜସ୍ୱ ବୈଶିଷ୍ଟ୍ୟର ସାମର୍ଥ୍ୟକୁ ଯଦି ଆମେ ଗୁରୁତ୍ୱର ସହ ବିଶ୍ଳେଷଣ କରିବା, ତେବେ ଜାଣିପାରିବା ଯେ ଯେହେତୁ ଏହି ଶାଢ଼ୀକୁ ହାତରେ ପ୍ରସ୍ତୁତ କରାଯାଇଥାଏ, ସେଥିରେ ଅନେକ ପ୍ରକାର ମୂଲ୍ୟକୁ ଆମେ ସାମିଲ କରିବାର ସମ୍ଭାବନା ରହିଛି, ଯାହାକି ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ ଦ୍ୱାରା ହାସଲ କରିବା ଅସମ୍ଭବ। ତାହା ଶାଢ଼ୀଟିର ଅତି ସୂକ୍ଷ୍ମ ଡିଜାଇନ୍ ହୋଇଥାଉ କିମ୍ବା ଏହାର ବିସ୍ମୟକର କାର‌୍ୟ୍ୟକୁଶଳତା।

ଗୋଟିଏ ହସ୍ତତନ୍ତ ବୁଣା ଶାଢ଼ୀର ଉପଯୋଗିତା ସାମର୍ଥ୍ୟ ଯଥା ହାତବୁଣା ଶାଢ଼ିର ଉପଯୋଗିତା ଯଥା ଏହାର ଆବରଣ, ମସୃଣତା, ଦୃଢ଼ତା, ପୁଞ୍ଚ ପ୍ରତିରୋଧୀଶକ୍ତି ଏବଂ ମୋଟେଇ ଉପାଦାନକୁ ଅତି ସୂକ୍ଷ୍ମ ଓ ସରଳ ଭାବେ କାରୁକାର‌୍ୟ୍ୟଯୁକ୍ତ କରାଯାଇପାରିବ ଏବଂ ସେଥିରେ ଉପଯୁକ୍ତ ଡିଜାଇନ୍, ନିର୍ଦ୍ଦିଷ୍ଟ ଶୈଳୀ ଓ ସୌନ୍ଦର‌୍ୟ୍ୟବର୍ଦ୍ଧକ ଚିତ୍ର, ସୂତାର ଗଣତି ଓ ମୋଡ଼ର ଉପଯୋଗ, ସୂତାର ମୋଟେଇ, ବୁଣା ଶୈଳୀ, ଫେସନର ପ୍ରଭାରଭେଦ ଓ ଚିତ୍ରଛାପର ଉପଯୋଗକୁ ମଧ୍ୟ ସହଜରେ ପ୍ରୟୋଗ କରାଯାଇପାରିବ ।

ହାତବୁଣା ଶାଢ଼ୀର ଉପକାରିତାଟି ହେଲା ଏହା ଯେ ତାହ ଅଧିକ କୋମଳ ଓ ମସୃଣ ଏବଂ ଆରାମଦାୟକ ପରିଧାନ ଭାବେ ବିବେଚିତ ତଥା ଏହାର ଦୀର୍ଘସ୍ଥାୟିତ୍ୱ ମଧ୍ୟ ପରୀକ୍ଷିତ । ଏହାର କାରଣଟି ହେଉଛି ଏପରି ଶାଢ଼ୀବୁଣାରେ ବ୍ୟବହୃତ ସୂତା ହାତ ତିଆରି ଏବଂ ଏହା ହସ୍ତତନ୍ତ ସାହାଯ୍ୟରେ ବୁଣା ଯାଇଥାଏ ଯେଉଁଥିରେ ଉଭୟ ସୂତା ଓ ଶାଢ଼ୀ ଉପରେ କମ୍ ପ୍ରତିକୂଳ ପ୍ରଭାବ ପଡ଼ିଥାଏ କିମ୍ବା କ୍ଷତି ଘଟିଥାଏ । ହାତ ତିଆରି ଶାଢୀ ମଧ୍ୟ ମିଲବୁଣା ଶାଢ଼ୀ ତୁଳନାରେ ଅଧିକ ପ୍ରଶ୍ୱାସଯୁକ୍ତ ଏବଂ ସ୍ପର୍ଶାନୁଭବୀ ବୋଲି କୁହାଯାଏ ।

ଯେହେତୁ ହସ୍ତତନ୍ତବୁଣା ଶାଢ଼ୀର ସୂତା ଅଧିକ ଶକ୍ତ ସେହି ଧରଣର ଶାଢ଼ୀ ଅଧିକ ବାୟୁ ପ୍ରଚଳନକ୍ଷମ ଯାହାକି ଏହାକୁ ଶୀତଳ, କୋମଳ ଓ ନୂମ ତଥା ଆର୍ଦ୍ରତା ଅବଶୋଷକ ଭାବେ ରଖିଥାଏ । ଏହିସବୁ ସ୍ୱାଭାବିକ ବୈଶିଷ୍ଟ୍ୟ ହସ୍ତତନ୍ତବୁଣା ଶାଢ଼ୀ କିମ୍ବା କପଡ଼ାର ପୋଷାକ ପିନ୍ଧିଥିବା ବ୍ୟକ୍ତିଙ୍କ ଶରୀରକୁ ଖରାଦିନେ ଅଧିକ ଶୀତଳ ଏବଂ ଶୀତଦିନେ ଅଧିକ ଉଷ୍ମ ରଖିଥାଏ ।

ହସ୍ତତନ୍ତ ବୁଣା କପଡ଼ା ପରିଧାନ ଶରୀର ପାଇଁ ଅଧିକ ଉପଯୁକ୍ତ ଏବଂ ଏଥିରେ ବିବିଧ ରଙ୍ଗର ଅସଂଖ୍ୟ ଡିଜାଇନ୍ କରାଯାଇପାରିବ, ବିଶେଷ କରି ଭରତି ଅଥବା ତନ୍ତର ଲମ୍ବା ବୁଣାସୂତାରେ ଦିଗ ନିର୍ଦ୍ଧାରଣରେ। ଏହାର ଏକ ଉଦାହରଣ ଭାବେ କାଶ୍ମୀରର କାନି ଜମାୱାର ଶାଲକୁ ନିଆଯାଇପାରେ ଯେଉଁଥିରେ ଏକଶହରୁ ଅଧିକ ଭରତି ରଙ୍ଗ ଏକାସଙ୍ଗେ ବ୍ୟବହାର କରାଯାଇଥାଏ ଏବଂ ସେସବୁକୁ ବାରମ୍ବାର ବଦଳାଇବାରେ ମଧ୍ୟ କୌଣସି ସମସ୍ୟା ହୋଇନଥାଏ।

ଆଧୁନିକ ଇଲେକ୍ଟ୍ରୋନିକ୍ ଭରତିଚୟନ ମେକାନିଜିମରେ ଏଭଳି ଡିଜାଇନ୍ ଚୟନ ବାସ୍ତବତା ଦୃଷ୍ଟିରୁ ଅସମ୍ଭବ। ପୁଣି ହସ୍ତତନ୍ତରେ ଅତିରିକ୍ତ ଭରତି ଖଞ୍ଜାଯାଇ ଅତି ସୂକ୍ଷ୍ମ ଡିଜାଇନମାନ ପ୍ରସ୍ତୁତ କରାଯାଇଥାଏ ଯାହାକି ବୁଣାକାରଙ୍କ କଳାକୌଶଳର ଏକ ଅନନ୍ୟ ଉଦାହରଣ। ଅନେକ ପାରମ୍ପରିକ ଡିଜାଇନରେ ଏହି ପଦ୍ଧତି ଉପଯୋଗ କରାଯାଇ ଆସୁଛି।

ବିଶ୍ୱକୁ ଉପହାର ଦେବା ଲାଗି ଭାରତରେ ଅନେକ କିଛି ମହଜୁଦ ରହିଛି ଯାହା ଚିନ୍ତା କଲେ ଯେକୌଣସି ବ୍ୟକ୍ତି ବିସ୍ମିତ ହେବା ସ୍ୱାଭାବିକ। ଅସଂଖ୍ୟ ସ୍ୱାଦିଷ୍ଠ ଖାଦ୍ୟପଦାର୍ଥ ଠାରୁ ନେଇ ଅତି ବିସ୍ମୟକର ସାଂସ୍କୃତିକ ଧାରା, ପରମ୍ପରା ଓ ଉତ୍ସବାନୁଷ୍ଠାନ ଯାହାକି ଆମେମାନେ ବର୍ଷର ବିଭିନ୍ନ ସମୟରେ ପାଳନ କରିଥାଉ। ପ୍ରତି ରାଜ୍ୟର ନିଜସ୍ୱ ଓ ସ୍ୱତନ୍ତ୍ର ସାଂସ୍କୃତିକ ପରିଚିତି ରହିଛି ଏବଂ ତାହାର ଗୋଟିଏ ବଡ଼ ବୈଶିଷ୍ଟ୍ୟ ହେଲା ଲୋକମାନଙ୍କ ପରିଧାନ । କେବଳ ଲୋକମାନଙ୍କ ପରିହିତ ବସ୍ତ୍ରରୁ ତାହା ଆପଣ ଜାଣିବେନାହିଁ, ଅପରନ୍ତୁ କେଉଁ ସୂତାରେ ସେସବୁ ବସ୍ତ୍ର ପ୍ରସ୍ତୁତ କରାଯାଇଛି ସେଥିରେ ସୁଦ୍ଧା ଭାରତର ପ୍ରତିଟି ରାଜ୍ୟର ବିଶେଷତା ରହିଛି ।

କାଶ୍ମୀର ଠାରୁ କନ୍ୟାକୁମାରୀ ପର‌୍ୟ୍ୟନ୍ତ ପ୍ରତି କ୍ଷେତ୍ରର ନିଜସ୍ୱ ହସ୍ତତନ୍ତ ବୁଣାର ସ୍ୱତନ୍ତ୍ର କୌଶଳ ଅଛି ଏବଂ ସେହିସବୁ କୋଶଳ ଆପଣାଇ ସେମାନେ ବିଭିନ୍ନ ପ୍ରକାରର ଅଦ୍ୱିତୀୟ ଶାଢ଼ୀ ଓ ଅନ୍ୟାନ୍ୟ ବସ୍ତ୍ର ପ୍ରସ୍ତୁତ କରିଥାନ୍ତି । ଯେପରି ଅରୁଣାଚଳ ପ୍ରଦେଶର ଅପତାନି, ଆମର ମୁଗା ସିଲ୍କରେ ପ୍ରସ୍ତୁତ ମେଖଳା ଚାଦର, ବିହାରର ଭାଗଲପୁରୀ ସିଲ୍କ ଶାଢ଼ୀ, ଛତିଶଗଡ଼ର କୋଷା ସିଲ୍କ ଶାଢ଼ୀ, ଗୋଆର କୁନବୀ, ଗୁଜରାଟର ବନ୍ଧନୀ, ହରିଆଣାର ବଞ୍ଜା ଦରୀ, ହିମାଚଳର କୁଲ୍ଲୁ ଶାଲ୍ ରହିଛି।

ସେହିପରି ଝାଡ଼ଖଣ୍ଡର କୁଚାଇ ସିଲ୍କ ବୁଣା ବସ୍ତ୍ର, କର୍ଣ୍ଣାଟକର ମହୀଶୂର ସିଲ୍କ, କେରଳର କସାଭୁ , ମଧ୍ୟ ପ୍ରଦେଶର ଚାନ୍ଦୋରୀ ବସ୍ତ୍ର, ମହାରାଷ୍ଟ୍ରର ପୈଠାନୀ, ମଣିପୁରର ଫାନେକ ପରିଧାନ, ମେଘାଳୟର ଅତି ସୁନ୍ଦର ଓ ମସୃଣ ଏରି ସିଲ୍କ, ପଞ୍ଜାବର ଫୁଲକାରୀ, ରାଜସ୍ଥାନର ଶିଶା ହାତ ସିଲେଇ ବସ୍ତ୍ର, ସିକିମର ଲେପଚା ବସ୍ତ୍ର, ତାମିଲନାଡ଼ୁର କାଞ୍ଜିବରମ୍ ସିଲ୍କ ଶାଢ଼ୀ, ତେଲଙ୍ଗାନାର ପୋଚମପଲ୍ଲୀ ଇକାତ୍ ବସ୍ତ୍ର, ତ୍ରିପୁରାର ପାଚରା ପରିଧାନ ଇତ୍ୟାଦି ରଙ୍ଗ, କଳା କାରୁକାର‌୍ୟ୍ୟ, ଡିଜାଇନ୍ ଏବଂ ଦେଶର ବିଭିନ୍ନ କ୍ଷେତ୍ରରେ ଉପଲବ୍ଧ ମୌଳିକ ଉପାଦାନ ବ୍ୟବହାର କରାଯାଇ ପ୍ରସ୍ତୁତ କରାଯାଉଥିବା ବିପୁଳ ବସ୍ତ୍ର ବିଭବର ଲମ୍ବା ତାଲିକାରୁ କତିପୟ ମାତ୍ର।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭବଟି ଯାହା ଆମ ନିକଟରେ ମହଜୁଦ ରହିଛି ତାହା ହେଲା ବିପୁଳ ପରିମାଣର ପ୍ରାକୃତିକ କାର୍ପାସ ସୂତା ଏବଂ ତାଲିମପ୍ରାପ୍ତ ବୁଣାକାର ଯାହାକି ସବୁ ରାଜ୍ୟରେ ଉପଲବ୍ଧ। ଏହିସବୁ ପ୍ରାଚୁର‌୍ୟ୍ୟ ସତ୍ତ୍ୱେ, ଏହି କ୍ଷେତ୍ରରେ ଆହୁରି ଅନେକ ସମସ୍ୟା ରହିଛି। ସେଥି ମଧ୍ୟରୁ କେତେଗୋଟି ପ୍ରସଙ୍ଗ ଉପରେ ଏଠାରେ ଆଲୋଚନା କରାଯାଇପାରେ। ତନ୍ମଧ୍ୟରୁ ଏହି ବହୁବର୍ଷ ଧରି ପାରମ୍ପରିକ କଳାକୁ ଆଧୁନିକୀକରଣ ସହିତ ସଂଯୋଗ କରାଯିବାର ଅଭାବ, ଗବେଷଣା ଓ ବିକାଶ ଜନିତ ଇନପୁଟର ଅଭାବ, କୌଣସି ପ୍ରକାର ଡାଟା ବେସ୍ ନଥିବା ଯାହାକି ନିର୍ଦ୍ଦିଷ୍ଟ ଉତ୍ପାଦକୁ ଚିହ୍ନଟ ଏବଂ ଉତ୍ପାଦର ଗୁଣାତ୍ମକ ମାନକୁ ସାବ୍ୟସ୍ତ କରିବାରେ ସହାୟକ ହେବ।

ଏ ପର୍ଯ୍ୟନ୍ତ ହାସଲ କରାଯାଇନଥିବା ରପ୍ତାନି ବଜାର, ବୁଣାକାରମାନଙ୍କ ନିମନ୍ତେ ପ୍ରଯୁକ୍ତିଗତ ଇନପୁଟର ସମ୍ପୂର୍ଣ୍ଣ ଅଭାବ, ହସ୍ତତନ୍ତ କ୍ଷେତ୍ରରେ ଟେକ୍ନିକାଲ ଟେକ୍ସଟାଇ୍ ବ୍ୟବସ୍ଥାର ପ୍ରବର୍ତ୍ତନ, ସୂତାର ଗୁଣାତ୍ମକ ମାନ ଓ ସୂତାର ପ୍ରସ୍ତୁତି ଇନପୁଟ୍ ଯାହାକି ଉଚ୍ଚ ଗୁଣାତ୍ମକ ଶାଢ଼ୀ ବୁଣିବାରେ ସହାୟକ ହୋଇପାରିବ ସେ ଦିଗରେ ଚିନ୍ତା କରାଯିବା, ଉତ୍ପାଦ ବିବିଧିକରଣର ଅଭାବ ଇତ୍ୟାଦି କେତେଗୋଟି ପ୍ରସଙ୍ଗ ଯାହା ଉପରେ ତୁରନ୍ତ ଦୃଷ୍ଟି ପ୍ରଦାନ କରାଯିବା ଆବଶ୍ୟକ।

ଏଥିସହିତ ପାରମ୍ପରିକ ବୁଣାକାରମାନଙ୍କ ମାନସିକତା ଓ ଦୃଷ୍ଟିଭଙ୍ଗୀରେ ମଧ୍ୟ ପରିବର୍ତ୍ତନ ଘଟାଯିବା ଜରୁରି । ତୃଣମୂଳ ସ୍ତରରୁ ସେମାନଙ୍କ ପାରମ୍ପରିକ କୌଳିକ ବୃତ୍ତିର ସମ୍ପ୍ରସାରଣ/ଏକ ଆଧୁନିକ ପଦ୍ଧତି କାର‌୍ୟ୍ୟକ୍ରମ ଯଦ୍ୱାରା ସେମାନଙ୍କର କୌଶଳ, ଜ୍ଞାନ ବୃଦ୍ଧି ପାଇବ ଏବଂ ଉତ୍ପାଦର ଗୁଣାତ୍ମକ ମାନ ବୃଦ୍ଧି ସକାଶେ ପ୍ରଯୁକ୍ତିର ଉପଯୋଗ, କାର‌୍ୟ୍ୟଦକ୍ଷତା ବୃଦ୍ଧି ଓ ଉତ୍ପାଦିକା ସ୍ତରର ସମ୍ପ୍ରସାରଣ ସମ୍ପର୍କରେ ମଧ୍ୟ ସେମାନଙ୍କୁ ସଚେତନ କରାଯିବା ବାଂଛନୀୟ।

ହସ୍ତତନ୍ତ ଦ୍ୱାରା ଉତ୍ପାଦିତ ସାମଗ୍ରୀ ସକାଶେ ବ୍ରାଣ୍ଡିଂ ବ୍ୟବସ୍ଥାର ପ୍ରବର୍ତ୍ତନ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାର‌୍ୟ୍ୟପନ୍ଥା ଯାହା ଗ୍ରହଣ କରାଗଲେ ସେମାନଙ୍କର ଉତ୍ପାଦର ବଜାର ଗ୍ରହଣୀୟତା ବୃଦ୍ଧି ପାଇପାରିବ। ତେଣୁ ଜାତୀୟ ସ୍ତରରେ ଏକ ହସ୍ତତନ୍ତ ଗବେଷଣା କେନ୍ଦ୍ର ସ୍ଥାପନ କରାଯିବା ଆବଶ୍ୟକ ଯାହାକି ଉପଭୋକ୍ତାମାନେ କେଉଁ ଧରଣର ଡିଜାଇନ୍ ଅଧିକ ପସନ୍ଦ କରନ୍ତି, ବୁଣା ପ୍ରଯୁକ୍ତି, କଞ୍ଚାମାଲ ଆଦି ବିଷୟରେ ଉପଯୁକ୍ତ ଗବେଷଣା କରିପାରିବ।

ଯଦି ଉପରୋକ୍ତ ବ୍ୟବସ୍ଥାଗୁଡ଼ିକ ଉପଯୁକ୍ତ ଭାବେ ପ୍ରବର୍ତ୍ତନ କରାଯିବ ତେବେ ତାହା ହସ୍ତତନ୍ତ ଶିଳ୍ପକୁ ନିଶ୍ଚିତ ରୂପେ ସହାୟକ ହୋଇପାରିବ। ଭାରତୀୟ ହସ୍ତତନ୍ତ ଶିଳ୍ପର ଏକ ବିଶାଳ ଭବିଷ୍ୟତ ରହିଛି ଏବଂ ଏହାକୁ ଉପଯୁକ୍ତ ଭାବେ ସୁସଂଗଠିତ କରାଯିବା ସହିତ ଆବଶ୍ୟକସ୍ଥଳେ ପରବର୍ତ୍ତନକୁ ଗ୍ରହଣ କରିବା ଦିଗରେ ପ୍ରୋତ୍ସାହନ ଯୋଗାଇ ଦିଆଯିବା ଦରକାର। ଏଥିପାଇଁ ଉତ୍କର୍ଷ କେନ୍ଦ୍ର (ସିଓଇ) ଏହି ଆହରଣ ପ୍ରକ୍ରିୟାକୁ ସ୍ୱାଭାବିକ ଭାବେ ଉନ୍ନତ କରିବ ଯାହାକି ହସ୍ତତନ୍ତ ଶିଳ୍ପ କ୍ଷେତ୍ରର ସମଗ୍ର ଉତ୍ପାଦ ଯୋଗାଣ ଚେନକୁ ସୁଦୃଢ଼ କରିବ।

ଏହା ପାରମ୍ପରିକ ହସ୍ତତନ୍ତର ରପ୍ତାନି ବଜାରକୁ ଉନ୍ନତ କରିବା ସହିତ ପର‌୍ୟ୍ୟାପ୍ତ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିପାରିବ। ଏହା ଆମମାନଙ୍କୁ ଆମର ଐତିହ୍ୟର ସଂରକ୍ଷଣ ନିମନ୍ତେ ମଧ୍ୟ ପ୍ରୋତ୍ସାହନ ଯୋଗାଇବ ଏବଂ ଆଧୁନିକ ବିକାଶଧାରାକୁ ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କ ଜୀବନଜୀବିକାକୁ ଉନ୍ନତ କରିବାରେ ସହାୟକ ହେବ।

ଏହି ଉତ୍କର୍ଷ କେନ୍ଦ୍ର ନବସୃଜନକୁ ମଧ୍ୟ ହସ୍ତତନ୍ତ କ୍ଷେତ୍ରକୁ ଆଗକୁ ଆଗେଇନେବ ଏବଂ ତାହା ପାରମ୍ପରିକ ବୁଣାକାରମାନଙ୍କ ଜୀବନଜୀବିକା ନିମନ୍ତେ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ “ମେକ୍ ଇନ୍ ଇଣ୍ଡିଆ” ପ୍ରୟାସର ଉଦ୍ଦେଶ୍ୟକୁ ସାକାର କରିପାରିବ। ଏହି ଲେଖକ ବିଶ୍ୱାସୀ ଯେ ହସ୍ତତନ୍ତ କ୍ଷେତ୍ରରେ ଏକ ସ୍ୱ-ପୋଷଣୀୟ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବା ଏକାନ୍ତ ଜରୁରି। ହସ୍ତତନ୍ତର ବିକାଶ ପାରମ୍ପରିକ କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇବ ଏବଂ ଆମର ସୃଜନ କଳାକୌଶଳକୁ ଟେକ୍ନିକାଲ ଟେକ୍ସାଇଲ୍ ସମେତ ସମଗ୍ର ବୟନ ଶିଳ୍ପ କ୍ଷେତ୍ରକୁ ସହାୟକ ହେବ।

ଏଠାରେ ଉଲ୍ଲେଖ କରିବା ସମୀଚୀନ ହେବ ଯେ ଆମର ପାରମ୍ପରିକ କଣ୍ଡାଚଲା ତନ୍ତ ବୁଣା ପଦ୍ଧତିକୁ ଏବେ କପଡ଼ା ଉତ୍ପାଦନ କ୍ଷେତ୍ରରେ ବିଶେଷ ଗୁଣଯୁକ୍ତ ବସ୍ତ୍ର ପ୍ରସ୍ତୁତ ସକାଶେ ପ୍ରଯୁକ୍ତିଗତ ପ୍ରୟୋଗ କରାଯାଉଛି। ତେଣୁ ଏଭଳି ଉତ୍କର୍ଷ କେନ୍ଦ୍ର ଆମର ଅବକ୍ଷୟମୁଖୀ ହସ୍ତତନ୍ତ ଶିଳ୍ପ ଦିଗବଳୟକୁ ପୁଣି ଥରେ ସମ୍ପ୍ରସାରିତ କରିବା ସହିତ ପାରମ୍ପରିକ ଡିଜାଇନ୍ ଚିନ୍ତାଧାରା ସହିତ ଏଥିରେ କେତେଗୁଡ଼ିଏ ବହୁଳ ଉପଯୋଗଧର୍ମୀ ଉପାଦାନକୁ ଯୋଡ଼ିପାରିବ ଯଦ୍ୱାରା ଉତ୍ପାଦନ ବୃଦ୍ଧି ପାଇବ ଏବଂ ହସ୍ତତନ୍ତ ଶିଳ୍ପ ଏକ ବ୍ୟାପକ ଶିଳ୍ପରେ ପରିଣତ ହୋଇପାରିବ।

ଏହି କ୍ଷେତ୍ରରେ ଟେକ୍ନିକାଲ ଟେକ୍ସଟାଇଲ୍ ପ୍ରବର୍ତ୍ତନ କରାଯିବା ଅତୀବ ଜରୁରି ଅଟେ। ଏହା ଏଭଳି ଏକ କ୍ଷେତ୍ର ଯେଉଁଠାରେ ଆମେ ବିପୁଳ ଜ୍ଞାନ ଏବଂ ବିଶେଷ କଳାକୌଶଳ ଥିବାର ଲକ୍ଷ୍ୟ କରିଆସିଛୁ। ଭାରତର ବୁଣାକାରମାନଙ୍କ ଧମନୀରେ ହସ୍ତତନ୍ତ କଳା ରକ୍ତ ଭାବେ ପ୍ରବାହିତ । ସମୟର ଆବଶ୍ୟକତା ଯେ ପୁରୁଣା ଡିଜାଇନ୍ ସହିତ ନୂତନ ପ୍ରଯୁକ୍ତିର ମିଶ୍ରଣ ଘଟାଯିବା ଆବଶ୍ୟକ ଏବଂ ତାହାକୁ ସଂପୂର୍ଣ୍ଣ ରୂପେ ନୂତନ ଓ ମୌଳିକ ଉତ୍ପାଦ ଭାବେ ସୃଷ୍ଟି କରାଯିବା ଜରୁରି।

ହସ୍ତତନ୍ତ ବୁଣା ଏକ କଳା ଯେଉଁଥିରେ ନିରବଚ୍ଛିନ୍ନ ପ୍ରୟାସ ଆବଶ୍ୟକ ପଡ଼ିଥାଏ। ଏହା ବ୍ୟତୀତ ଏଥିପାଇଁ ବ୍ୟାପକ କଳା ଓ ପ୍ରୟାସ ମଧ୍ୟ ଦରକାର। ସମଗ୍ର ଭାରତରେ ହସ୍ତତନ୍ତ ସହିତ ଏଭଳି ବିସ୍ମୟକର କଳାଚାତୁରୀ ଜଡ଼ିତ ରହିଆସିଛି।

(ଲେଖକ ହେଉଛନ୍ତି ବୟନ ଓ ଫାଇବର ଇଞ୍ଜିନିଅରିଂ ବିଭାଗ, ଇଣ୍ଡିଆନ୍ ଇନଷ୍ଟିଚୁଟ୍ ଅଫ୍ ଟେକ୍ନୋଲୋଜି, ଦିଲ୍ଲୀର ପ୍ରଫେସର)

ବୟନକଳା ଭାରତୀୟ ପରମ୍ପରା ହସ୍ତତନ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Latest News

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025

ବାଣପୁର ବ୍ଲକରେ ଯୋଗଦେଲେ ନୂତନ ବିଡ଼ିଓ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.