Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବୁଥ ସ୍ତରୀୟ ଅଧିକାରୀଙ୍କ ପାଇଁ ଆଜି ଶୁଭାରମ୍ଭ ହେବ ଏକ ଇ-ପତ୍ରିକା
ଜାତୀୟ ଖବର

ବୁଥ ସ୍ତରୀୟ ଅଧିକାରୀଙ୍କ ପାଇଁ ଆଜି ଶୁଭାରମ୍ଭ ହେବ ଏକ ଇ-ପତ୍ରିକା

September 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବୁଥ ସ୍ତରୀୟ ଅଧିକାରୀଙ୍କ ପାଇଁ ଆଜି ଶୁଭାରମ୍ଭ ହେବ ଏକ ଇ-ପତ୍ରିକା

ଭୁବନେଶ୍ୱର: ଭାରତର ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର ଆଜି ଦେଶର ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କ ପାଇଁ ଏକ ଇ-ପତି୍ରକାର ଶୁଭାରମ୍ଭ କରିବେ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଆସନ୍ତକାଲି ୧୨.୪୫ମି ସମୟରେ ଏହି ଇ-ପତି୍ରକାର ଶୁଭାରମ୍ଭ କରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଜଣାଇଛନ୍ତି।

ବୁଥ୍‌ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ପ୍ରତିବର୍ଷ ଭୋଟର ତାଲିକା ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତି । ନିର୍ବାଚନରେ ଅଂଶଗ୍ରହଣ ସହ ଗଣତନ୍ତ୍ରକୁ ମଜବୁତ କରି ଗଢ଼ିବା ନିମନ୍ତେ ଭୋଟର ତଥା ଜନସାଧାରଣମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିଥା’ନ୍ତି। ଏହି ଜଟିଳ କାର୍ଯ୍ୟରେ ସେମାନଙ୍କ ନିୟୋଜନ ଏବଂ କାର୍ଯ୍ୟକୁ ସଫଳ କରିବା ନିମନ୍ତେ ସେମାନଙ୍କର ଅବିରତ ଉଦ୍ୟମ ବାସ୍ତବିକ ପ୍ରଶଂସନୀୟ।

ଦେଶର ସମସ୍ତ ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ମନୋବଳ ବୃଦ୍ଧି ଓ କାର୍ଯ୍ୟଦକ୍ଷତା ବଢ଼ାଇବା ନିମନ୍ତେ ନିର୍ବାଚନ ଆୟୋଗ ବି.ଏଲ୍‌.ଓ ଇ-ପତି୍ରକାର ଶୁଭାରମ୍ଭ କରିଛନ୍ତି। ବୁଥ୍‌ସ୍ତରୀୟ ଅଧିକାରୀମାନେ ପ୍ରତିବର୍ଷ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଜନସାଧାରଣଙ୍କୁ ସଚେତନ କରାଇବା ସହ ଘରକୁ ଘର ବୁଲି ଭୋଟର ତାଲିକାରେ ନୂଆ ଭୋଟରମାନଙ୍କୁ ପଞ୍ଜୀକୃତ କରିବା ପାଇଁ ବହୁ କଷ୍ଟ ସ୍ୱୀକାର କରିଥାନ୍ତି।

ଇ-ପତ୍ରିକା ଜରିଆରେ ଏ ସମସ୍ତ କାର୍ଯ୍ୟ ସହଜ ଓ ସରଳ ହେବା ସହ ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ ସଂପୂର୍ଣ୍ଣ ସଠିକ ତଥ୍ୟ ମିଳିପାରିବ, ଯାହାଫଳରେ ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କ ଭୋଟର ତାଲିକା ପ୍ରସ୍ତୁତି, ନୂତନ ପଂଜୀକରଣ, ନିର୍ବାଚନ ମଣ୍ଡଳୀରେ ସଚେତନତା ସୃଷ୍ଟି ଇତ୍ୟାଦି କାର୍ଯ୍ୟ ସହଜ ଓ ସରଳ ହୋଇପାରିବ।

ଇ-ପତ୍ରିକା ମାଧ୍ୟମରେ ଉପରିସ୍ଥ ଅଧିକାରୀମାନେ ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କ ସହ ଠିକ୍‌ ସମୟରେ ସିଧାସଳଖ ଯୋଗାଯୋଗ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଦିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ଜନସାଧାରଣ ୟୁଟୁ୍ୟବ୍‌ https://youtu.be/vNI2qtQD5VA ଲିଙ୍କକୁ ଯାଇ ପତ୍ରିକାର ଶୁଭାରମ୍ଭ କାର୍ଯ୍ୟକ୍ରମ ଦେଖିପାରିବେ।

ଇ ପତ୍ରିକା ନିର୍ବାଚନ କମିଶନର
Share. Facebook Twitter LinkedIn Email WhatsApp Copy Link

Related Posts

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026
Latest News

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026

ଓଡିଶା ବଜେଟ ଉପସ୍ଥାପନା କଲେ ମୁଖ୍ୟମନ୍ତ୍ରୀ, ଏଥର ୩ ଲକ୍ଷ ୧୦ ହଜାର କୋଟି ଟଙ୍କା

February 20, 2026

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.