Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କାର୍ଯ୍ୟକ୍ଷମ ହେଲା ଜଳଦୂତ ଆପ୍: ଦେଶର ବିଭିନ୍ନ ସ୍ଥାନରେ ପର୍ଯ୍ୟବେକ୍ଷଣ କରିବ ଭୂତଳ ଜଳସ୍ତର
ବିଶେଷ ଖବର

କାର୍ଯ୍ୟକ୍ଷମ ହେଲା ଜଳଦୂତ ଆପ୍: ଦେଶର ବିଭିନ୍ନ ସ୍ଥାନରେ ପର୍ଯ୍ୟବେକ୍ଷଣ କରିବ ଭୂତଳ ଜଳସ୍ତର

September 27, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଳୀ: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ ଆଜି ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ଜଳଦୂତ ଆପ୍‌’ର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ତାଙ୍କ ଦ୍ୱାରା ଜଳଦୂତ ଆପ୍‌-ଇ ବ୍ରୋସିୟର ମଧ୍ୟ ଉନ୍ମୋଚିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ଓ ଖାଉଟି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି, କେନ୍ଦ୍ର ପଞ୍ଚାୟତରାଜ ରାଷ୍ଟ୍ରମନ୍ତ୍ରୀ କପିଳ ମୋରେଶ୍ୱର ପାଟିଲ, ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ନଗେନ୍ଦ୍ର ନାଥ ସିଂହ୍ନା, ପଞ୍ଚାୟତରାଜ ସଚିବ ସୁନୀଲ କୁମାର ଏବଂ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ରାଜ୍ୟର ପ୍ରତିନିଧିମାନେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଏଥିରେ ସାମିଲ ହୋଇଥିଲେ।

ଜଳଦୂତ ଆପ୍ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ମିଳିତଭାବେ ବିକଶିତ ହୋଇଛି। ଏହି ଆପ୍ ସମଗ୍ର ଦେଶରେ ବ୍ୟବହୃତ ହେବ। ଗୋଟିଏ ଗ୍ରାମରେ ବଛା ବଛା ଦୁଇ ତିନିଟି କୂଅର ଜଳସ୍ତର ଏହା ମାପି ତାହାର ତଥ୍ୟ ରଖିବ। ବର୍ଷକୁ ଦୁଇଥର ମଣିଷଙ୍କ ଦ୍ୱାରା ମୁକ୍ତ କୂପର ଜଳସ୍ତର ମପାଯିବ। ଏହି ମାପ କାମ ପ୍ରାକ୍ ମୌସୁମୀ କାଳରେ ମେ ପହିଲାରୁ  ୩୧ତାରିଖ ପର୍ଯ୍ୟନ୍ତ ପ୍ରଥମେ ସଂଗ୍ରହ କରାଯିବ । ସେହିଭଳି ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଅକ୍ଟୋବର ୧ରୁ ୩୧ ତାରିଖ ମଧ୍ୟରେ ପ୍ରଥମେ ଯେଉଁ କୂପର ଜଳସ୍ତର ମପାଯାଇଥିଲା, ସେହି କୂଅରେ ଦ୍ୱିତୀୟ ଥର ମାପ କରାଯାଇ ତଥ୍ୟ ସଂଗ୍ରହ କରାଯିବ। ଯେଉଁ ଅଧିକାରୀମାନଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିବ, ଅର୍ଥାତ୍ ‘ଜଳଦୂତମାନେ’ ସେମାନେ କୂପର ଜଳସ୍ତର ମାପିବା ସହିତ ଜିଓ ଟ୍ୟାଗଡ ଫଟୋକୁ ଆପ୍ ମାଧ୍ୟମରେ ଅପଲୋଡ କରିବେ। ଏହି ମୋବାଇଲ ଆପ୍ ଉଭୟ ଅନ୍ ଓ ଅଫ୍‌ଲାଇନ ମୋଡରେ କାମ କରିବ। ଅତଏବ କୂପର ଜଳସ୍ତର ଚିତ୍ର ଆକାରରେ ତାରିଖ ସହିତ ମୋବାଇଲ ଫୋନରେ ସୁରକ୍ଷିତ ରହି । ଯେତେବେଳେ ମୋବାଇଲ ଫୋନ ଇଣ୍ଟରନେଟ ସଂଯୋଗ ଥିବା ଅଞ୍ଚଳକୁ ଆସିବ, ସେଥିରେ ଥିବା ଡାଟାକୁ କେନ୍ଦ୍ରୀୟ ସର୍ଭର ସହିତ ସିନ୍‌କ୍ରୋନାଇଜ କରାଯିବ।

ଜଳଦୂତମାନେ ନିୟମିତ ଭାବେ ଯେଉଁ ତଥ୍ୟ ସଂଗ୍ରହ କରିବେ ତାହା ଜାତୀୟ ଜଳ ଇନଫର୍ମେଟିକ୍ ସେଣ୍ଟରର ଡାଟା ବେସ୍ ସହିତ ସଂଯୁକ୍ତ ହେବ। ଏହା ପରେ ସଂଗୃହୀତ ତଥ୍ୟାବଳୀ/ଡାଟାକୁ ପରୀକ୍ଷାନିରୀକ୍ଷା କରାଯାଇ ସମ୍ପ୍ୟୃକ୍ତ ବିଭିନ୍ନ ପକ୍ଷଙ୍କୁ ତାହାର ନିର୍ଯ୍ୟାସ ଯୋଗାଇ ଦିଆଯିବ। ଜଳଦୂତ ୱେବ ପୋର୍ଟାଲରୁ ଜଳସ୍ତର, ମୌସୁମୀ ଓ ତତ୍‌ସଂଲଗ୍ନ ରିପୋର୍ଟ ପଞ୍ଜୀକୃତ ବ୍ୟବହାରକାରୀ ପାଇପାରିବେ।

ଏହି ଅବସରରେ ସମବେତ ବ୍ୟକ୍ତିମାନଙ୍କୁ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ କୁଲସ୍ତେ କହିଲେ ଯେ ନୂଆକରି କାର୍ଯ୍ୟାରମ୍ଭ କରିଥିବା ଏହି ଆପ୍‌ର ସୁଯୋଗ ନେଇ ରାଜ୍ୟ ସରକାର ଓ ଗ୍ରାମ ପଞ୍ଚାୟତଗୁଡିକ ଭୂତଳ ଜଳସ୍ତରର ମାପ ସଂଗ୍ରହ କରି ତାହାକୁ କେନ୍ଦ୍ରୀୟ ଡିଜିଟାଲ ଡାଟାବେସ୍‌କୁ ପଠାଇବା ଉଚିତ। ଏହା ଦ୍ୱାରା ଭୂତଳ ଜଳସ୍ତରର ବାସ୍ତବ ସ୍ଥିତି  ସମ୍ପର୍କରେ ଜାଣିହେବ। ବନୀକରଣ, ଜଳବିଭାଜିକା କାର୍ଯ୍ୟକ୍ରମ, ଜଳାଶୟ ଓ ଜଳ ଉତ୍ସଗୁଡିକର ସଂରକ୍ଷଣ ଓ ବିକାଶ ତଥା ବର୍ଷାଜଳ ସଂଗ୍ରହ ଏବଂ ସଂରକ୍ଷଣ ସତ୍ୱେ ଭୂତଳ ଜଳସ୍ତର ଦେଶର ବିଭିନ୍ନ ଭାଗରେ ହ୍ରାସ ପାଉଛି। ଏହି ଆପ୍ ଦ୍ୱାରା ଦେଶବ୍ୟାପୀ ଭୂତଳ ଜଳସ୍ତର ସଂକ୍ରାନ୍ତ ତଥ୍ୟ ସଂଗୃହୀତ ହେଲେ ତାହାକୁ ଗ୍ରାମପଞ୍ଚାୟତ ବିକାଶ ଯୋଜନା ଓ ଏମ୍‌ଜି ନରେଗା ଆଦି ତୃଣମୂଳ ସ୍ତରର କାର୍ଯ୍ୟକ୍ରମ ବିନିଯୋଗ କରାଯାଇପାରିବ।

ମନ୍ତ୍ରୀ ସ୍ୱାଧ୍ୱୀ ନିରଞ୍ଜନ ଜ୍ୟୋତି କହିଥିଲେ ଯେ ଦେଶର ଅନେକ ଅଞ୍ଚଳରେ କାର୍ଯ୍ୟକ୍ରମ ଭୂତଳ ଜଳସ୍ତର ବିପଦଜ୍ଜନକ ସ୍ଥିତିରେ ପହଞ୍ଚିଛି। ଅତଏବ ଏହାର ସମାଧାନକୁ ଅଗ୍ରାଧିକାର ଦିଆଯାଇଛି। ବିଭିନ୍ନ ଅଞ୍ଚଳରୁ ଭୂତଳ ଜଳ ଉତ୍ସ ହ୍ରାସର ତଥ୍ୟାବଳୀ  ସଂଗ୍ରହ ହେଲେ ପ୍ରତିକାର ପଦକ୍ଷେପ ପାଇଁ ଏହା ସହାୟକ ହେବ ବୋଲି ସେ କହିଥିଲେ।  ଏଥିପାଇଁ ସମଗ୍ର ଦେଶର ବିଭିନ୍ନ ଅଞ୍ଚଳରୁ ସଂଶୋଧିତ ଡାଟାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

କେନ୍ଦ୍ର ପଞ୍ଚାୟତରାଜ ରାଷ୍ଟ୍ରମନ୍ତ୍ରୀ କପିଳ ମୋରେଶ୍ୱର ପାଟିଲ କହିଥିଲେ ଯେ ଭୂତଳ ଜଳସ୍ତରର ତଥ୍ୟାବଳୀ ବ୍ୟବସ୍ଥିତ ଭାବେ ସଂଗ୍ରହ କରିବା ପାଇଁ ରାଜ୍ୟ ସରକାରମାନେ ଗ୍ରାମପଞ୍ଚାୟତ ଗୁଡିକୁ ନିୟୋଜିତ କରିବା ଆବଶ୍ୟକ। ଦେଶର ଭୂତଳ ଜଳସ୍ତର ବଢାଇବା ପାଇଁ ଆମେ ସମସ୍ତେ ମିଳିତଭାବେ ମିଶନ ମୋଡରେ କାମ କରିବା ଉଚିତ ବୋଲି ସେ କହିଥିଲେ।

ତୃଣ ମୂଳସ୍ତରରେ କାର୍ଯ୍ୟକର୍ତ୍ତା- ଜଳଦୂତଙ୍କ ପାଇଁ ଏକ ରିସୋର୍ସ ବୁକ୍ http://cgwb.gov.in (JalDootRsourceBook.pdf).ରେ ଆକ୍‌ସେସ୍ କରି ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026

ସଂସ୍କୃତି ଓ ଭାଷା ପାଇଁ କୃତ୍ରିମ ବୁଦ୍ଧିମତ୍ତା

February 25, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026
Latest News

“ଆମେ ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ଦେବୁ ନାହିଁ…”: NCERT ପୁସ୍ତକ ଉପରେ CJI କ୍ଷୁବ୍ଧ

February 25, 2026

କେତେ ବଢିଲା ସୁନା ଓ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 25, 2026

କିପରି ପ୍ଲସ୍ ଜୋନ୍‌କୁ ଆସିବ ନେଟ୍ ରନ୍ ରେଟ୍?: ଜାଣନ୍ତୁ ଜିମ୍ବାୱେ ବିପକ୍ଷରେ ଭାରତର ସମୀକରଣ

February 25, 2026

ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬୦ କୋଟି ସ୍କ୍ରାପ୍ ବିକ୍ରୟ ଲକ୍ଷ୍ୟ ହାସଲ କଲା ପୂର୍ବତଟ ରେଳପଥ

February 25, 2026

ଏଆଇ ଯୁଗରେ ଭାରତର ଯୁବଶକ୍ତି

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.