Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚିଲିକାର ମା କାଳିଜାଈ ପିଠକୁ ସଂଯୋଗ ହେବ ରୋପୱେ, ଆରମ୍ଭ ହେଲା ବଡ ପଦକ୍ଷେପ
ଜାତୀୟ ଖବର

ଚିଲିକାର ମା କାଳିଜାଈ ପିଠକୁ ସଂଯୋଗ ହେବ ରୋପୱେ, ଆରମ୍ଭ ହେଲା ବଡ ପଦକ୍ଷେପ

September 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଏଣିକି ଚିଲିକା ଭିତରେ ଥିବା ମା କାଳିଜାଈଙ୍କ ପିଠକ ଭକ୍ତମାନେ ଡଙ୍ଗା କିମ୍ବା ଲଞ୍ଚରେ ଯିବାକୁ ପଡିବ ନାହିଁ। ସ୍ଥଳ ଭାଗରୁ କାଳିଜାଈଙ୍କ ପିଠକୁ ଏକ ରୋପୱେ ମାଧ୍ୟମରେ ଭକ୍ତମାନେ ଯିବେ। ଏହିପରି ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର। ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ଏହି ରୋପୱେ ନିର୍ମାଣ କରାଯିବ।

ଏହି ରୋପୱେ ହେଉଛି ମେଟାଲ ଦଉଡି ସାହାର୍ଯ୍ୟରେ ଏକ ଝୁଲାରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବା। ଏହିପରି ବ୍ୟବସ୍ଥା ବର୍ତ୍ତମାନ ନନ୍ଦନକାନନରେ ରହିଛି। ଏହା ଏକ ହାଇଟେକ ବ୍ୟବସ୍ଥା ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ତେବେ ଚିଲିକା ଉପରେ ଏହି ରୋପୱେ ସବୁଠାରୁ ଆକର୍ଷଣୀୟ ହେବ ବୋଲି ଜଣାପଡିଛି।

କାରଣ ପର୍ଯ୍ୟଟକମାନେ ଝୁଲାରେ ବସି ଚିଲିକାର ଜଳରାଶିରୁ ପ୍ରାୟ ହଜାରେ ଫୁଟ ଉଚ୍ଚରେ ଝୁଲିଝୁଲି ଚିଲିକା ଦର୍ଶନ କରି ଯିବେ। ଶେଷରେ ମା କାଳିଜାଈଙ୍କୁ ଦର୍ଶନ କରି ପୁଣି ସେହି ଝୁଲାରେ ଫେରିପାରିବେ। ଏଥିପାଇଁ ରାଜ୍ୟ ସରକାରଙ୍କୁ ପରିବହନ ବିଭାଗ ଏକ ବ୍ଲୁପ୍ରିଣ୍ଟି ପ୍ରସ୍ତୁତ କରିଛି। ଏହାକୁ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ଏବଂ ସଡକ ପରିବହନ ମନ୍ତ୍ରଣାଳୟକୁ ପଠାଯିବ।

ଜାତୀୟ ରାଜପଥ ଏବଂ ସଡକ ପରିବହନ ବିଭାଗର ଏକ ସଂସ୍ଥା ନ୍ୟାସନାଲ ହାଇୱେଜ ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ସଂସ୍ଥା ଏହାର ଦାୟିତ୍ବ ନେବ। ଏହି ସଂସ୍ଥା କେବଳ ଦୁର୍ଗମ ଅଞ୍ଚଳକୁ ଯୋଗଯୋଗ ସଂଯୋଗ କରିବା କାର୍ଯ୍ୟ କରିଥାଏ। ଏହି ସଂସ୍ଥା ବର୍ତ୍ତମାନ ଉତ୍ତରାଖଣ୍ଡର ଆଲି ରୋପୱେ ନିର୍ମାଣ କରିଛି। ଏହା ଦୈର୍ଘ୍ୟ ହେଉଛି ଚାରି କିଲୋମିଟର। ହେଲେ ଚିଲିକାରେ ଯେଉଁ ରୋପୱେ ନିର୍ମାଣ ହେବା ତାହା ଦେଶର ସବୁଠାରୁ ଦୀର୍ଘତମ ରୋପୱେ ହେବ। କାରଣ ଏହା ପ୍ରାୟ ପାଞ୍ଚ କିଲୋମିଟର ଲମ୍ବା ହେବ ବୋଲି ଜଣାପଡିଛି।

ତେବେ କେବଳ ଚିଲିକା ଉପରେ ନୁହେଁ ଓଡିଶାର କେତେକ ପର୍ବତମାଳାକୁ ମଧ୍ୟ ଏହି ରୋପୱେ ସଂଯୋଗ କରିବା ପାଇଁ ପ୍ରସ୍ତାବ ରହିଛି। ସେଗୁଡିକ ହେଲା ମୟୁରଭଂଜରେ ମଙ୍ଗଳପୁରରୁ ଭୀମକୁଣ୍ଡ ୭୦୦ ମିଟର, ସେହି ଜିଲ୍ଲାର ଉଦଳାରୁ ଦେବକୁଣ୍ଡ ୩୬୦ ମିଟର, କେଉଁଝରର ବକ୍ସିବରିଗାଁରୁ ଗୋନାସିକାରେ ୬୭୦ ମିଟର, ଅନୁଗୁଳର ନୁଗୁଡାଛକରୁ ମଳୟଗିରି ପର‌୍ୟ୍ୟନ୍ତ ୨.୬ କିଲୋମିଟର ରହିଛି।

ସେହିପରି କୋରାପୁଟର ଗୁମଣ୍ଡିରୁ ଦୁଧାରୀକୁ ୩୨୦ ମିଟର, ସେହିପରି ଗୁମଣ୍ଡିରୁ ଦୁଧାରୀରୁ ଇକୋରିଟ୍ରେଟ ପର‌୍ୟ୍ୟନ୍ତ ୧.୫ କିମି, କନ୍ଧମାଳର ଫୁଲବାଣୀ ଗୋଛାପଡାରୁ ପୁପୁଡି ଜଳପ୍ରପାତ ୨୬୦ ମିଟର, ନୟାଗଡର ବଡମୁଳି କୁଟୁରୀରୁ ସାତକୋଷିଆକୁ ୧.୭୨ କିଲୋମିଟର ରୋପୱେ ରହିଛି। ତେବେ ଚିଲିକା ଉପରେ ହେବାକୁ ଥିବା ରୋପୱେ ସାତପଡା ଝହ୍ନିକୁଦଠାରୁ କାଳିଜାଈ ପର‌୍ୟ୍ୟନ୍ତ ଏହି ରୋପୱେ ନିର୍ମାଣ ହେବ।

(ଏଥିରେ ଥିବା ଫଟୋଟି ହେଉଛି ଉତ୍ତରାଖଣ୍ଡର ନଇନିତାଲ ରେ ଚାଲିଥିବା ରୋପୱେ)

କୋରାପୁଟ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.