Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଣ୍ଡବିନ୍ଧା ପାଇଁ ବୁଥ ଫେରନ୍ତା ସର୍ଭେ ଏକ ଚମତ୍କାର ଉପାୟ!
ବିଶେଷ ଖବର

ମୁଣ୍ଡବିନ୍ଧା ପାଇଁ ବୁଥ ଫେରନ୍ତା ସର୍ଭେ ଏକ ଚମତ୍କାର ଉପାୟ!

May 20, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
exit poll survey is another reason of headache
exit poll survey is another reason of headache

କେଦାର ମିଶ୍ର

ଉତ୍ତର ପ୍ରଦେଶରେ ବିଜେପିକୁ ୫୬ ଓ ମହାଗଠବନ୍ଧନ ୨୨ ଆସନ ମିଳିବ । (ଟାଇମ୍ସ ନାଓ-ଭିଏମଆର)

ଉତ୍ତର ପ୍ରଦେଶରେ ମହାଗଠବନ୍ଧନକୁ ୫୬ ଓ ବିଜେପିକୁ ୨୨ ଆସନ ମିଳିବ। (ଏବିପି-ନେଲସନ)

ଅନେକ ସମୟରେ ମୁଁ ବୁଝି ପାରୁନି, ଏ ଦେଶରେ ବୁଥ ଫେରନ୍ତା ସର୍ଭେ ବା ଏଗଜିଟ ପୋଲ ର ମାନେ କଣ? ମୁଁ ଉଦାହରଣ ଭାବରେ ଉପରୋକ୍ତ ତଥ୍ୟ ପାଠକଙ୍କ ଅବଗତି ପାଇଁ ରଖୁଛି। ଦୁଇଟି ସଂସ୍ଥା ପୂରାପୂରି ଭିନ୍ନ ଫଳାଫଳ କଥା କହୁଛନ୍ତି। ହେଲେ ସମୁଦାୟ ଫଳାଫଳ ଘୋଷଣା କରିବାରେ ସମସ୍ତେ ଏକମତ। ସମସ୍ତଙ୍କ କହିବା କଥା ହେଲା ପୁଣି ଥରେ ନରେନ୍ଦ୍ର ମୋଦୀ ସରକାରକୁ ବହୁମତ ମିଳିବ। ନିର୍ବାଚନ ସରିବା ପରେ ଲୋକେ ଯାହାକୁ ଭୋଟ ଦେଇଥିବେ, ସେ ଅବଶ୍ୟ ଜିତିବ।  ୨୩ ମଇ ଅପରାହ୍ନ ବେଳକୁ ଚିତ୍ର ସ୍ପଷ୍ଟ ହୋଇଯାଇଥିବ। ତେବେ ଶେଷ ନିର୍ବାଚନୀ ସନ୍ଧ୍ୟାର ଏ ଯେଉଁ ବୁଥ ଫେରନ୍ତା ସର୍ବେକ୍ଷଣ, ଏହାକୁ ନେଇ ଆଲୋଚନା କରିବା କେତେଦୂର ଉଚିତ ହେବ? ମୁଁ ନିଜେ ବିଭିନ୍ନ ଟେଲିଭିଜନ ଚାନେଲରେ ଏ ପ୍ରସଙ୍ଗରେ ଆଲୋଚନା କଲାବେଳେ ଭାବୁଥିଲି, ଏହାକୁ ନେଇ ସତରେ କିଛି ଆଲୋଚନା ସମ୍ଭବ କି? ଯେତେବେଳେ ଦୁଇଟି ସଂସ୍ଥା ଦୁଇଟି ପରସ୍ପର ବିପରୀତ ତଥ୍ୟ ଦେଉଛନ୍ତି, ସେଠି ବିଶ୍ଵସନୀୟତା ଓ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନବାଚୀ ଉଠିବ ନାହିଁ କାହିଁକି?

ଏବେ ଆଉ ଏକ ତଥ୍ୟ ଭାବରେ ଆମେ ଓଡିଶା ର ଆକଳନ କଥା ବିଚାର କରିବା। ସମସ୍ତଙ୍କୁ ଚକିତ କରି ଇଣ୍ଡିଆ ଟୁଡେ-ଏକ୍ଶିସ କହିଲା ଓଡିଶାରେ ବିଜେପି ୧୫ ରୁ ୧୯ ଆସନ ପାଇବ। ଇଣ୍ଡିଆ ଟୁଡେ-ଏକ୍ଶିସ ମତରେ ଓଡିଶାରେ ବିଜେଡି ୨ ରୁ ୬, ଚାଣକ୍ୟ ମତରେ ୭, ଟାଇମ୍ସ ନାଓ ୮,  ଜନ କି ବାତ ୧୦, ରିପବ୍ଲିକ ୧୧, ଏବିପି ୧୨ ଓ ଇଣ୍ଡିଆ ଟିଭି ୧୫ଟି ଲୋକସଭା ଆସନ ପାଇବ ବୋଲି କୁହାଗଲା। ଅର୍ଥାତ ବିଜେଡି ୨ ରୁ ୧୫ ଭିତରେ କିଛି ଗୋଟେ ସଂଖ୍ୟା ପାଇବ ନିଶ୍ଚୟ! ବାସ୍ତବରେ ଏହା ଗାଣିତିକ ସର୍ବେକ୍ଷଣ ନା କେବଳ ଉଦ୍ଦେଶ୍ୟମୂଳକ ନାଟକ ତାହା ସତରେ ବୁଝା ପଡୁନାହିଁ। ବିଜେଡି ୨ ପାଇବ ନା ୧୫ ପାଇବ? ବିଜେପି ୪ ପାଇବ ନା ୧୯, ସେକଥା ବିଲକୁଲ ବୁଝିହେଉନାହିଁ। ଗୋଟେ ସୁବିଧାବାଦୀ ଗଣିତ ବାହାର କରି ଆମେ କହିପାରିବା ଯେ, ବିଜେଡି ଗତଥର ତୁଳନାରେ ଏଥର କମ ଆସନ ପାଇବ ଓ ବିଜେପିର ଆସନ କିଛି ନିଶ୍ଚୟ ବଢିବ। ହେଲେ ସଂଖ୍ୟା କଥା ମଇ ୨୩ ରେ ହିଁ ଜଣା ପଡିବ।

ଇତି ମଧ୍ୟରେ ଗୋଟିଏ ଓଡିଆ ଟେଲିଭିଜନ ସଂସ୍ଥା ଓ ଦୈନିକ ଖବର କାଗଜ ପ୍ରଗତିବାଦୀ ମଧ୍ୟ ନିଜର ଆକଳନ ପ୍ରକାଶ କରିଛନ୍ତି। ଓଡିଶା ବିଧାନସଭାରେ ବିଜୁ ଜନତା ଦଳ ସରକାର ଗଢିବ କିନ୍ତୁ ବିଜେପି ଲୋକସଭାରେ ବେଶ କିଛି ଆସନ ପାଇବ ବୋଲି କୁହାଯାଇଛି। ଭୋଟରଙ୍କ ଭିତରେ ଶଙ୍ଖ ଓ ଫୁଲକୁ ନେଇ ଏକ ବିଭାଜନର ଗଣିତ ବିଷୟରେ ଆମେ ଆଗରୁ ଆଲୋଚନା କରିଛୁ। କେନ୍ଦ୍ରରେ ମୋଦୀ ଓ ରାଜ୍ୟରେ ନବୀନ ପ୍ରସଙ୍ଗକୁ ନେଇ ଅନେକ ଭୋଟରଙ୍କ ମତ ର ବିଶ୍ଳେଷଣ ମଧ୍ୟ ଆମେ କରିଛୁ। ତେବେ ଏ ପ୍ରକାର ବିଭାଜନର ଚୂଡାନ୍ତ ପରିଣତି ବିଷୟରେ ଆକଳନ କରିବା ସହଜ ନୁହଁ। ଯଦି ବିଜେପି ୧୫ ରୁ ୧୯ ଲୋକସଭା ଆସନ ଜିତିବ ତାହେଲେ, ବିଧାନସଭାରେ ଏହା ସରକାର ଗଢିବ  ନାଇଁ କାହିଁକି? ବିଜେଡି କୁ ୮୫ ରୁ ୯୫ ବିଧାନସଭା ଦେଉଥିବା ସର୍ବେକ୍ଷଣ ଲୋକସଭାରେ କିନ୍ତୁ ବିଜେଡ଼ିକୁ ମାତ୍ର ୨ ରୁ ୬ ଟି ଆସନ ଦେବା ପଛର ଗଣିତ ଟି କଣ?

ଦେଶର ଚୂଡାନ୍ତ ରାୟ ପ୍ରସଙ୍ଗରେ ଅନେକ ପ୍ରଶ୍ନ ଆସନ୍ତା ୨୩ ତାରିଖ ଦିନ ହିଁ ନିର୍ଣ୍ଣାୟକ ଭାବରେ ଉଠା ଯାଇପାରିବ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ମାତ୍ର ୪ ମାସ ତଳେ ସରକାର ଗଢିଥିବା କଂଗ୍ରେସ ଏହି ତିନୋଟି ରାଜ୍ୟରେ ପୁଣିଥରେ ନିଜର ଅସ୍ତିତ୍ଵ ହରାଇବ ବୋଲି କୁହାଯାଉଛି। ଯଦି ବାସ୍ତବତା ସେୟା, ତାହେଲେ କଂଗ୍ରେସକୁ ଆଉ କେହି ବଞ୍ଚାଇପାରିବେ ନାହିଁ। କେହି ଯଦି ଭାବୁଥାନ୍ତି ଯେ, ଏଗଜିଟ ପୋଲ ରିପୋର୍ଟକୁ ଆମେ ଅଯଥାରେ ସନ୍ଦେହ କରୁଛୁ, ତାହେଲେ ତାର ଉତ୍ତର ହେବ, ନା, ଆମେ ଏଗଜିଟ ପୋଲ ନୁହଁ, ବରଂ ଏହା ପଛରେ ରହିଥିବା ଉଦ୍ଦେଶ୍ୟକୁ ପ୍ରଶ୍ନ କରୁଛୁ। ବୁଥ ବାହୁଡା ମତ ଆଦୌ ଶେଷ ମତ ନୁହେଁ। ତେବେ ଏଥିରୁ ଆମେ ହାୱାର ଗତିପଥ ବାରିପାରୁ।

ହେଲେ ଏଥର ଯେଉଁ ସବୁ ତଥ୍ୟ ଆସୁଛି, ସେଥିରେ ବୁଥ ବାହୁଡା ସର୍ଭେକୁ ବିଶ୍ଵାସ କରିବା ଅପେକ୍ଷା, ବାସ୍ତବ ଫଳାଫଳର ଅପେକ୍ଷା କରିବା ସବୁଠୁ ବଡ କର୍ତ୍ତବ୍ୟ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ସୁପ୍ରିମକୋର୍ଟରେ SIR ଶୁଣାଣି: ଇସି ବିରୋଧରେ ଅନେକ ଅଭିଯୋଗ ଆଣିଲେ ମମତା ବାନାର୍ଜୀ

February 4, 2026

ଶ୍ରୀଜିୟୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାଇଶ ପାହାଚରେ ବସିଲେ, କଲେ ପିଣ୍ଡଦାନ

February 4, 2026

ଦାୟିତ୍ଵବାନ ଦେଶ ତାଲିକାର ଶ୍ରେଷ୍ଠ ୧୦ ରେ ନାହାନ୍ତି ଚୀନ୍, ରୁଷ କିମ୍ବା ଆମେରିକା: ଜାଣନ୍ତୁ ଭାରତର ସ୍ଥିତି

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.