Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖାରବେଳଙ୍କ ଉପରେ ଆକ୍ରମଣ ଆମ ସମୟର ହିଂସା ଓ ଘୃଣା ର ରାଜନୀତିରେ ଏକ ସଙ୍କେତ ମାତ୍ର
ବିଶେଷ ଖବର

ଖାରବେଳଙ୍କ ଉପରେ ଆକ୍ରମଣ ଆମ ସମୟର ହିଂସା ଓ ଘୃଣା ର ରାଜନୀତିରେ ଏକ ସଙ୍କେତ ମାତ୍ର

November 26, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ପୂର୍ବତନ ସାଂସଦ ଖାରବେଳ ସ୍ଵାଇଁଙ୍କୁ କାଶୀପୁରରେ ଯେଉଁ ଯୁବକ ଜଣକ ଆକ୍ରମଣ କଲେ, ସେ କେଉଁ ଦଳର ସେ ପ୍ରଶ୍ନ ଯେତିକି ଜରୁରୀ ନୁହେଁ, ତାଠୁ ଅଧିକ ଜରୁରୀ ହେଉଛି ସେ ଯୁବକଙ୍କ ହିଂସ୍ର ଆଚରଣ ପଛରେ କି କି କାରଣ ରହିଛି। ଖାରବେଳଙ୍କ ଉପରେ ଆକ୍ରମଣ ନିହାତି ନିନ୍ଦନୀୟ ଓ କୌଣସି ସଭ୍ୟ ସମାଜ ଏପ୍ରକାର ହିଂସାକୁ ଗ୍ରହଣ କରିବ ନାହିଁ। ଏହାକୁ ସବୁ ସ୍ତରରେ ବିରୋଧ କରାଯିବା ଉଚିତ୍ ଓ ଏ ସମ୍ପର୍କରେ ପୋଲିସ ନିଜର ଭୂମିକା ତୁଲାଇବାରେ ବିଫଳ ହୋଇଥିବାରୁ ସେମାନେ ଲୋକଙ୍କ ପାଖରେ ଉତ୍ତରଦାୟୀ ମଧ୍ୟ। ଜଣେ ରାଜନେତାଙ୍କ ଉପରେ ବାରମ୍ବାର ଶାରୀରିକ ଆକ୍ରମଣ ହେଉଥିବାରୁ ତାଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବା ରାଜ୍ୟ ସରକାରଙ୍କର ମଧ୍ୟ ନୈତିକ ଦାୟିତ୍ଵ।

ତେବେ ଏହି ଘଟଣାରେ କେବଳ ଶାସକ ଦଳକୁ ଦାୟୀ କରି ବୟାନ ଦେଇଦେଲେ ସମସ୍ୟାର ସମାଧାନ ହେବନାହିଁ। ଏ ସମ୍ପର୍କରେ ଶାସକ ଦଳ ଜବାବ ଦେବାକୁ ବାଧ୍ୟ, କିନ୍ତୁ ହିଂସା ଓ ଘୃଣାର ରାଜନୀତି କଣ କେବଳ ବିଜୁ ଜନତା ଦଳ କରୁଛି? ଏ ପ୍ରସଙ୍ଗରେ ନୈତିକତାର ପାଠ ପଢ଼ାଉଥିବା ଏକ ଗଣମାଧ୍ୟମ ବୋଧହୁଏ ଭୁଲିଯାଉଛି ଯେ ଆଜି ଯାହା ଘଟୁଛି, କିଛି ଦିନ ତଳେ ଏପ୍ରକାର ଘଟଣାକୁ ସେଇ ଗଣମାଧ୍ୟମ ବେଶ୍ ଗରିମାମଣ୍ଡିତ କରୁଥିଲା। ବାଲେଶ୍ଵର ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଯେତେବେଳେ ଅଣ୍ଡା ମାଡ଼ ହେଲା, ସେତେବେଳେ ଏହି ଘଟଣାକୁ ସଂପୃକ୍ତ ଗଣମାଧ୍ୟମ କି ଭାଷାରେ ରିପୋର୍ଟ କରିଥିଲା, ସେକଥା ଲୋକେ ଭୁଲି ନାହାନ୍ତି। ସେହିପରି ଅଣ୍ଡା ମାଡ଼ କରିଥିବା ସମ୍ପୃକ୍ତ ଭଦ୍ର ମହିଳା ଜଣଙ୍କୁ ଡାକି ସେଇ ଗଣମାଧ୍ୟମର ଏକ ସ୍ଵତନ୍ତ୍ର ସାକ୍ଷାତକାର ମଧ୍ୟ ପ୍ରସ୍ତୁତ ହୋଇଥିଲା। ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ସେହି ଭଦ୍ର ମହିଳାଙ୍କୁ ଭାରତୀୟ ଜନତା ପାର୍ଟି ନିଜର ଷ୍ଟାର୍ ପ୍ରଚାରକ ଭାବରେ ବିଜେପୁର ଉପ ନିର୍ବାଚନରେ ବେଶ୍ ମର୍ଯାଦାର ସହ ଗାଁ ଗାଁ ରେ ପ୍ରଚାର କରାଇଥିଲା। ପରବର୍ତ୍ତୀ ସମୟରେ ସେହି ବିଜେପୁର ଉପ ନିର୍ବାଚନ ବେଳକୁ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ମାଡ଼ ହେଲା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଭି କେ ପାଣ୍ଡିଆନଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରାଗଲା।

ଏହି ସବୁ ଘଟଣାକୁ ସେତେବେଳେ ଜନ ଅସନ୍ତୋଷର ପ୍ରତିଫଳନ ବୋଲି କହୁଥିବା ବିରୋଧୀ ନେତା ଓ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଆଜି ଖାରବେଳ ବାବୁଙ୍କ ଉପରେ ଆକ୍ରମଣ ବେଳେ ମାତ୍ରାଧିକ ପ୍ରତିକ୍ରିୟା ପ୍ରକାଶ କରିବାର କାରଣ କଣ?  ଏଠି ଆହୁରି ମଧ୍ୟ ସୂଚନା ଦିଆଯାଇପାରେ ଯେ ଖାରବେଳ ବାବୁ ବିଜେପି ଭିତରେ ଥିବାବେଳେ ତାଙ୍କ ଉପରେ ନିଜ ଦଳ ତରଫରୁ ମଧ୍ୟ ଆକ୍ରମଣ କରାଯାଇଥିଲା। ସେକଥା ବୋଧହୁଏ ବିଜେପି ଆଜି ଭୁଲିଯାଇଛି। ସେହିପରି ଅନ୍ୟ ଏକ ଘଟଣାକ୍ରମରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ କେତେଜଣ ଦଳୀୟ କର୍ମୀ ଦଳର ସଭାପତି ବସନ୍ତ ପଣ୍ଡାଙ୍କୁ ପିସ୍ତଲ ଦେଖାଇ ଧମକ ଦେଇଥିଲେ। ସେ ସମ୍ପର୍କରେ ବିଜେପି ପୋଲିସ୍ କୁ ନଯାଇ ରହସ୍ୟମୟ ନୀରବତା ଅବଲମ୍ବନ କରିଥିଲା, ତାର କାରଣ କଣ?

ହିଂସା ଓ ଘୃଣାର ରାଜନୀତି କେବଳ ନିଜ ବିରୋଧୀଙ୍କୁ ଜାଳେ ନାହିଁ, ଏହା ନିଜକୁ ମଧ୍ୟ ଜାଳିଥାଏ। ଆମ ସମୟର ରାଜନୀତିରେ ଶାଳୀନତା, ସଦ୍ଭାବ ଓ ଭଦ୍ରତାର କୌଣସି ଆଦର ଆଉ ନାହିଁ। ପ୍ରାୟ ସବୁ ରାଜନୈତିକ ଦଳ ଏବେ ପରସ୍ପର ପ୍ରତି ଅତି ନିକୃଷ୍ଟ ଭାଷା ପ୍ରୟୋଗ କରୁଛନ୍ତି ଓ ଗଣମାଧ୍ୟମ ଜରିଆରେ ରାଜନୈତିକ ଦଳର ପ୍ରବକ୍ତାମାନେ କେବଳ ବିଷ ବାନ୍ତି କରୁଛନ୍ତି। ସର୍ବୋଚ୍ଚ ସ୍ତରରେ ଆମେ ଦେଖୁଛୁ, ଖୋଦ୍ ପ୍ରଧାନମନ୍ତ୍ରୀ ନିର୍ବାଚନ ସମୟରେ ନିଜ ପଦର ମର୍ଯାଦା ଲଙ୍ଘନ କରିବା ସହିତ ବିରୋଧୀଙ୍କ ପ୍ରତି ଅତ୍ୟନ୍ତ ଅରୁଚିକର ଶବ୍ଦ ପ୍ରୟୋଗ କରୁଛନ୍ତି। ଉପର ସ୍ତରରେ ଘଟୁଥିବା ଏ ପ୍ରକାର ଭାଷଣଗତ ହିଂସା ତଳସ୍ତରରେ ଶାରୀରିକ ହିଂସା ର ରୂପ ନେଉଛି।

ରାଜନୈତିକ ବିରୋଧର ଏକ ମର୍ଯ୍ୟାଦା ସବୁବେଳେ ରହିଆସିଛି। କିନ୍ତୁ ରାଜନୈତିକ ବିରୋଧକୁ ଆଳ କରି ନିଜ ମାଲିକାନାରେ ଥିବା ଗଣମାଧ୍ୟମକୁ ଯଦି ବିରୋଧୀ ରାଜନୀତିର ମୋହରା କରାଯାଏ, ତାହା ମଧ୍ୟ ଏକ ପ୍ରକାର ହିଂସା। ଏ ପ୍ରକାର ହିଂସାର ପରିଣତି ହେଉଛି ଲୋକ ସ୍ତରରେ ଏକ ଅନ୍ଧ ଓ ହିଂସ୍ର କର୍ମୀ ଗୋଷ୍ଠୀର ଅଭ୍ୟୁଦୟ। ଏ ପ୍ରକାର ଗୁଣ୍ଡା ଶ୍ରେଣୀର କର୍ମୀ କେବଳ ଗୋଟିଏ ଦଳରେ ଅଛନ୍ତି, ତାହା ନୁହେଁ। ଏମାନେ ସବୁ ଦଳରେ ଏବେ ବ୍ୟାପକ ଭାବରେ ଅଛନ୍ତି। ଏମାନଙ୍କୁ ରାଜନୀତିରେ ପାଳି ପୋଷି ରାଜନୈତିକ ଦଳ ଗୁଡିକ ନିଜର ସ୍ଵାର୍ଥ ସାଧନ କରୁଛନ୍ତି।

ଖାରବେଳଙ୍କ ଉପରେ ଆକ୍ରମଣର ଆଉ ଏକ ନୈତିକ ଦିଗ ମଧ୍ୟ ରହିଛି। ଏ ଘଟଣା ସମ୍ପର୍କରେ ଯେଉଁ ସୂଚନା ଆସିଲା, ତାହା ଖାରବେଳଙ୍କ ନିଜ ସୂତ୍ରରୁ ହିଁ ଆସିଥିଲା। ଏ ସମ୍ପର୍କରେ ଗଣମାଧ୍ୟମ ଯେଉଁ ଭିଡିଓ କ୍ଲିପ୍ ଟି ଦେଖାଉଛି, ତାହା ଖାରବେଳଙ୍କ ନିଜ ଫେସବୁକ ପୋଷ୍ଟ ରୁ ଆସିଛି। ଦାୟିତ୍ଵବାନ ଗଣମାଧ୍ୟମର ପ୍ରଥମ ନୈତିକ ଦାୟିତ୍ଵ ହେଉଛି, ଏହି ସୂତ୍ରକୁ ଦେଖାଇବା। ବାଲେଶ୍ଵର କିମ୍ବା କୁମ୍ଭାରୀରେ ଆକ୍ରମଣକାରୀର ବକ୍ତବ୍ୟ ଗଣମାଧ୍ୟମ ଦେଖାଉଥିବା ବେଳେ ଏଠି କେବଳ ଖାରବେଳ ବାବୁଙ୍କ ପକ୍ଷ ରଖାଯାଉଛି। ଏହା ନିରପେକ୍ଷ ଗଣମାଧ୍ୟମର ଚରିତ୍ର ନୁହେଁ।

ରାଜନୈତିକ ହିଂସା ସବୁବେଳେ ନିନ୍ଦନୀୟ, କିନ୍ତୁ ରାଜନୈତିକ ପକ୍ଷପାତିତା ଏ ପ୍ରକାର ହିଂସାକୁ ଅଧିକ ବ୍ୟାପକ କରାଇଥାଏ, ସେକଥା ସବୁ ରାଜନୈତିକ ଦଳ ଓ ତାଙ୍କର ପୋଷା ଗଣମାଧ୍ୟମ ବୁଝିବା ଉଚିତ।

Share. Facebook Twitter LinkedIn Email WhatsApp Copy Link

Related Posts

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026
Latest News

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.