Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାଇରାଲ ହେବାରେ ଲାଗିଛି ସୋନିଆ ଗାନ୍ଧୀଙ୍କ ଜୋତାଫିତା ବାନ୍ଧୁଥିବା ରାହୁଳଙ୍କ ଫଟୋ
ଜାତୀୟ ଖବର

ଭାଇରାଲ ହେବାରେ ଲାଗିଛି ସୋନିଆ ଗାନ୍ଧୀଙ୍କ ଜୋତାଫିତା ବାନ୍ଧୁଥିବା ରାହୁଳଙ୍କ ଫଟୋ

October 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାଇରାଲ ହେବାରେ ଲାଗିଛି ସୋନିଆ ଗାନ୍ଧୀଙ୍କ ଜୋତାଫିତା ବାନ୍ଧୁଥିବା ରାହୁଳଙ୍କ ଫଟୋ

ନୂଆଦିଲ୍ଲୀ: ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଗତକାଲିଠାରୁ ସୋନିଆ ଗାନ୍ଧୀ ଏବ ରାହୁଳ ଗାନ୍ଧୀଙ୍କ ଏକ ଫଟୋ ଜୋରଦାର ଭାଇରାଲ ହେବାରେ ଲାଗିଛି। ତାହା ହେଲା ସୋନିଆଙ୍କ ଜୋତାର ଫିତାକୁ ରାହୁଳ ଗାନ୍ଧୀ ବାନ୍ଧୁଥିବାର ଫଟୋ। ଗତକାଲି କର୍ଣ୍ଣାଟକର ଭାରତ ଯୋଡ ପଦଯାତ୍ରାରେ ସୋନିଆ ଚାଲୁଥିବା ବେଳେ ତାଙ୍କର ଜୋତାଫିତା ଢିଲା ହୋଇଗଲା। ତୁରନ୍ତ ପାଖରେ ଥିବା ତାଙ୍କ ପୁତ୍ର ରାହୁଳ ଗାନ୍ଧୀ ତାହାକୁ ବାନ୍ଧି ଟାଇଟ କଲେ।

ଏହି ଫଟୋଟି ସୋସିଆଲ ମିଡିଆର ଆସିବା ପରେ ତୁରନ୍ତ ଭାଇରାଲ ହେବାରେ ଲାଗିଲା। କେବଳ ଭାଇରାଲ ନୁହେଁ ବଂର ରାଜନୈତିକ ଦଳ ଭିତରେ ବେଶ ବୟାନବାଜି ମଧ୍ୟ ଆରମ୍ଭ ହୋଇଗଲା। ବିଜେପି ତରଫରୁ ଏହାକୁ ପ୍ରବଳ ଆକ୍ରମଣ କରାଯାଇଥିବା ବେଳେ କଂଗ୍ରେସ ତାହାକୁ ପ୍ରତିଜବାବ ଦେବାରେ ଲାଗିଛି। ଏପରିକି କେତେକ ୟୁଜରସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାଙ୍କ ପାଦ ଧୋଉଥିବାର ଫଟୋ ସହିତ ଏହି ଫଟୋକୁ ସଂଯୋଗ କରି ମତାମତ ମଧ୍ୟ ଦେଉଛନ୍ତି।

ବିଜେପି ସମର୍ଥକମାନେ ଏହି ଫଟୋକୁ ନେଇ ନିଜର ମତରେ ଉଲ୍ଲେଖ କରିଛନ୍ତି ଯେ, ଏହା ମାଆପୁଅଙ୍କ ନାଟକ ବାଜୀ। ଏହାର ଜବାବରେ କଂଗ୍ରେସ ତରଫରୁ ମଧ୍ୟ ମୋଦୀ ତାଙ୍କ ମାଆଙ୍କ ପାଦ ଧୋଉଥିବାରୁ ଦୃଶ୍ୟକୁ ଯାତ୍ରୀପାର୍ଟି ବୋଲି କହିଛନ୍ତି। ସେମାନେ ଉଲ୍ଲେଖ କରିଛନ୍ତି ଯେ, ମୋଦୀ ଘରେ ପାଦ ଧୋଉଥିବା ବେଳେ ବରଦା ଦିଆ ଫଟୋ ଉଠାଯାଇଛି। ହେଲେ ରାହୁଳ ଗାନ୍ଧୀଙ୍କ ଏହି ଫଟୋ ସର୍ବସମ୍ମୁଖରେ ଉଠାଯାଇଛି।

ଗତକାଲି ସୋନିଆ ଗାନ୍ଧୀ ଭାରତ ଯୋଡ ପଦଯାତ୍ରାରା ଯୋଗ ଦେଇଥିଲେ। ସେ କର୍ଣ୍ଣାଟକର ମାଣ୍ଡାୟା ଜିଲ୍ଲାରୁ ଏହି ପଦଯାତ୍ରା ଆରମ୍ଭ କରିଥିଲେ। ସୋନିଆ ଗାନ୍ଧୀ ସହିତ ରାହୁଳ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଏହି ପଦଯାତ୍ରାକୁ ବିପୁଳ ସଂଖ୍ୟାରେ ଜନ ସମର୍ଥନ ମିଳିଥିଲା। କର୍ଣ୍ଣାଟକର ନିର୍ବାଚନ ପାଖେଇ ଆସୁଥିବାରୁ ଏହି ପଦଯାତ୍ରା ବେଶ ଫଳପ୍ରଦ ହେବ ବୋଲି ରାଜ୍ୟ କଂଗ୍ରେସ ଖୁସି ପ୍ରକଟ କରିଛି।

ତେବେ ଏହି ପଦଯାତ୍ରାରେ ସୋନିଆ କିଛି ସମୟ ଚାଲିବା ପରେ କାରରେ ବାହାକୁ ଚାଲିଯାଇଥିଲେ। ଏହାକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ବିରୋଧୀ ପ୍ରବଳ ସମାଲୋଚନା କରିଥିଲେ। ହେଲେ ସୋନିଆ କିଛି ସମୟ ପରେ ଆସି ସେ ସେହି ପଦଯାତ୍ରାରେ ଯୋଗଦେଇଥିଲେ। ସେ କିଛି ସମୟ ବିଶ୍ରାମ କରିବା ପରେ ପୁଣି ଯୋଗଦେଇଥିଲେ।

ଆଶା କରାଯାଉଥିଲା ଯେ ସୋନିଆ ଏହି ପଦଯାତ୍ରାରେ ପ୍ରାୟ ତିରିଶ ମିନିଟ ଚାଲିବେ। ହେଲେ ପରବର୍ତ୍ତି ସମୟରେ ଦେଖାଯାଇଥିଲା ଯେ, ସେ ଏହି ପଦଯାତ୍ରାରେ ପ୍ରାୟ ଦୁଇ ଘଣ୍ଟା ଧରି ସାମିଲ ହୋଇଥିଲେ। ସୋନିଆ ଗାନ୍ଧୀଙ୍କ ଏହା ହେଉଛି ଏକ ରାଜନୈତିକ କାର୍ଯ୍ୟକ୍ରମରେ ଲମ୍ବା ସମୟ ଧରି ଯୋଗଦାନ କରିବା। କାରଣ ଅସୁସ୍ଥତା ପାଇଁ ସୋନିଆ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଏତେ ଲମ୍ବା ସମୟ ଧରି ନିଜକୁ ସାମିଲ କରାଇପାରୁ ନ ଥିଲେ।

କଂଗ୍ରେସ ପଦଯାତ୍ରା ରାହୁଳ ଗାନ୍ଧୀ ସୋନିଆ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ମହାପ୍ରଭୃଙ୍କ ସୁନାବେଶ: ଏହାର ମାହାତ୍ମ୍ୟ କଣ, କେତେଥର ହୁଏ ଏହି ବେଶ

July 26, 2026

ଆଜି ଜୁଲାଇ ୨୬ ତାରିଖ ରବିବାରରେ ଏହି ରାଶିର ବ୍ୟକ୍ତିମାନେ ମାନସିକ ସ୍ତରରେ ହେବେ ଚିନ୍ତିତ

July 26, 2026

ଶ୍ରୀଜୀଉଙ୍କ ସୁନାବେଶ: ମହଣ ମହଣ ସୁନାରେ ଝଟକିଲେ ତିନିଠାକୁର

July 25, 2026

ଏବେ ବିହାର ମୁଖ୍ୟମନ୍ତ୍ରୀଙ୍କ ପାଳି?: CJP ର ବଡ଼ ଘୋଷଣା, ପାଟନାରେ ଏକାଠି ହେବେ ‘କକ୍ରୋଚ’ 

July 25, 2026
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଓଡ଼ିଆ ଏବଂ ଭାରତୀୟ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

July 26, 2026

ଟାଉନ କ୍ଲବର ୪୦ତମ ଭଜନ ସମାରୋହ: ଭକ୍ତି ରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର

July 26, 2026

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ‘ସମରସ ସଂକଳ୍ପ ଅଭିଯାନ’ର ପ୍ରଦେଶସ୍ତରୀୟ କର୍ମଶାଳା

July 26, 2026

ମହାପ୍ରଭୃଙ୍କ ସୁନାବେଶ: ଏହାର ମାହାତ୍ମ୍ୟ କଣ, କେତେଥର ହୁଏ ଏହି ବେଶ

July 26, 2026

ପାଟଣାଗଡ଼ ବ୍ଲକ୍ ଠାରେ ନୂତନ ମିନି ଷ୍ଟାଡିୟମର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.