Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‌ଜଳ ସମ୍ପଦ ବିଭାଗରେ“୫-ଟି” ଉପକ୍ରମ ଆଧାରରେ ଇ-ଜଳାଶୟ ଏବଂ ଇ-କ୍ୟାଡ୍ ବ୍ୟବସ୍ଥାର ଶୁଭାରମ୍ଭ
ବିଶେଷ ଖବର

‌ଜଳ ସମ୍ପଦ ବିଭାଗରେ“୫-ଟି” ଉପକ୍ରମ ଆଧାରରେ ଇ-ଜଳାଶୟ ଏବଂ ଇ-କ୍ୟାଡ୍ ବ୍ୟବସ୍ଥାର ଶୁଭାରମ୍ଭ

October 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ଜଳସମ୍ପଦ ବିଭାଗରେ “୫-ଟି”ଆଧାରରେ ଦୁଇଟି ୱେବ୍ ତଥା ମୋବାଇଲ ଆପ୍ଲିକେସନ ଯଥା‘ଇ-ଜଳାଶୟ’ ଏବଂ ‘ଇ-କ୍ୟାଡ’(ସେଚାଞ୍ଚଳ ଉନ୍ନୟନ ) ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗ ଦେଇ ଉଦଘାଟନ କରିଛନ୍ତି।

ରାଜ୍ୟ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ବ୍ୟବସ୍ଥା ଦ୍ୱୟକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ,ପ୍ରତ୍ୟେକ ଜୀବ ଜଗତ ପାଇଁ ଜଳର ଆବଶ୍ୟକତା ରହିଛି କ୍ଷ ଓଡିଶାରେ ପାନୀୟ ଜଳ ସାଙ୍ଗକୁ , କୃଷି, ଶିଳ୍ପ ଆଦି ପ୍ରତ୍ୟେକ କ୍ଷେତ୍ରରେ ଜଳର ଆବଶ୍ୟକତା ପୂରଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି।

ଆମ ରାଜ୍ୟରେ ବୃହତ, ମଧ୍ୟମ, କ୍ଷୁଦ୍ର ଜଳସେଚନ ଓ ବ୍ୟାରେଜ୍ ଆଦି ବ୍ୟବସ୍ଥାରେ ବିଭିନ୍ନ ଜଳ ଭଣ୍ଡାରଗୁଡିକରେ ଯେଉଁ ପରିମାଣର ଜଳ ସଂଚୟ ହୋଇ ରହୁଛି, ସେସବୁକୁ ଚାଷୀମାନଙ୍କର ଆବଶ୍ୟକତା ସମୟରେ ଯେପରି ଠିକ୍ ସମୟରେ ପହଁଚି ପାରିବ ଏବଂ ସେଚାଂଚଳର ଶେଷ ମୁଣ୍ଡରେ ଥିବା କ୍ଷେତକୁ ପାଣି ପହଁଚିପାରିବ, ସେଥିପ୍ରତି ଆମର ପ୍ରାଥମିକତା ରହିଛି।

ଆରମ୍ଭ କରାଯାଇଥିବା ଏହି ଇ-ଜଳାଶୟ ପୋର୍ଟାଲ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍କକ, ଗ୍ରାମ ପଂଚାୟତ ଓ ଗ୍ରାମ ସ୍ତରରେ ଥିବା ବିଭିନ୍ନ ଜଳାଶୟର ଅବସ୍ଥିତି, ଜଳଧାରଣର କ୍ଷମତା ସମ୍ପର୍କରେ ତଥ୍ୟ ଜଣାଯିବା ସହିତ ଜଳ ସଂଚୟର ସ୍ଥିତିକୁ ଦେଖି ସେହି ଅନୁସାରେ ବିନିଯୋଗ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ।

ସେହିପରି ଜଳ ସୁପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ରାଜ୍ୟର ପ୍ରାୟ ୩୭ ହଜାର ପାଣି ପଂଚାୟତଗୁଡିକର ସ୍ଥିତି, ସେସବୁର ପରିଚାଳନା ଓ କାର୍ଯ୍ୟ ସଂପର୍କରେ ଅଦ୍ୟତନ ତଥ୍ୟ ଉପଲବ୍ଧ ହେବାରେଇ-କ୍ୟାଡ୍ ବ୍ୟବସ୍ଥାଏକ ପ୍ରମୁଖ ଡାଟାବେସ୍ ଭାବେ ସହାୟତା ଯୋଗାଇଦେବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ଜଳ ସଂପଦ ବିଭାଗହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗ ଦେଇ କହିଥିଲେ ଯେ, ରାଜ୍ୟରେ ଜଳ ସଂପଦର ବିକାଶ ଓ ଜଳ ସେଚନର ସୁବିଧା ପାଇଁ “୫- ଟି” ଉପକ୍ରମର ବ୍ୟବହାର କରାଯାଉଛି। ଇ-ଜଳାଶୟ ପୋର୍ଟାଲରେ ଜଳ ସଂପଦ ବିଭାଗ ଅଧିନରେ ଥିବା ବିଭିନ୍ନ ବ୍ୟବସ୍ଥାରେ ରାଜ୍ୟର ପ୍ରାୟ ୧୯,୦୦୦ ଜଳାଶୟର ଜଳଭଣ୍ଡାର ସଂପର୍କରେ ତଥ୍ୟ ଉପଲବ୍ଧ ହୋଇଥିବା ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ।

ଆଗାମୀ ଦିନରେ ଜଳସେଚନ ପରିଚାଳନା, ବିଭିନ୍ନ ପ୍ରକଳ୍ପ ପରିଚାଳନା ଓ ଜଳବାୟୁ ପୂର୍ବାନୁମାନ ସ୍ଥିତିକୁ ଦେଖି ବିଭାଗରେ ମୋଡ୍ୟୁଲମାନ ପ୍ରସ୍ତୁତି କରାଯାଉଥିବା ସଂପର୍କରେ ଶ୍ରୀମତୀ ଗର୍ଗ ସୂଚନା ଦେଇଥିଲେ। ଏହି ଅବସରରେ ବିଭାଗ ତରଫରୁ ଏକ ପତ୍ରିକା “ଇ-କାଡ”ଉନ୍ମୋଚନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଭକ୍ତରଞ୍ଜନ ମହାନ୍ତି, ସର୍ବୋଚ୍ଚ ଯନ୍ତ୍ରୀ,ପ୍ରୋକ୍ୟୁରମେଣ୍ଟ ଶ୍ରୀ ମହେନ୍ଦ୍ର କୁମାର ଭୂୟାଁ , ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ତଥା ଆଇ.ଟି ପରାମର୍ଶ ଦାତା ଶ୍ରୀ ଧୀରେନ୍ କୁମାର ସାମଲ, ବିଭାଗରଅତିରିକ୍ତ ଶାସନ ସଚିବ ତଥା ସେଚାଂଚଳ ଉନ୍ନୟନ (କ୍ୟାଡ)ର ନିର୍ଦ୍ଦେଶକ ଶ୍ରୀ ରଶ୍ମିରଞ୍ଜନ ନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀ ସୁବ୍ରତ କୁମାର ପଣ୍ଡାଙ୍କ ସମେତ ଜଳ ସଂପଦ ବିଭାଗର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀ, ଓଡିଶା ସ୍ପେସ୍ ଆପ୍ଲିକେସନ ସେଣ୍ଟର(ଓରସାକ)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟରର ବୈଷୟିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ଜଳ ସମ୍ପଦ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ଯୋଗଦେଇ ‘୫-ଟି’ ଆଧାରରେ ବିଭାଗର ବିଭିନ୍ନ କାର‌୍ୟ୍ୟକ୍ରମରେ ରୂପାନ୍ତରଣ ଅଣାଯାଉଥିବା ପ୍ରକାଶ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ -୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 18, 2026

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026

କେନ୍ଦ୍ରାପଡ଼ାର କୁସୁନପୁରରେ ଉଦ୍ଘାଟିତ ହେଲା ସିଏସଆଇଆର ‘ସ୍ମାର୍ଟ ଭିଲେଜ’

March 18, 2026

ରେଢ଼ାଖୋଲ ଢୁଙ୍କଛାଲି ଜଙ୍ଗଲରେ ଦୁର୍ଦ୍ଧାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର: ୩ ସହଯୋଗୀ ଗିରଫ

March 18, 2026
Latest News

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026

ଖୋଲା ସ୍ଥାନରେ ନମାଜ କରିବାକୁ ମନା!: ବଡ଼ ନିଷ୍ପତ୍ତି ନେଲୀ UAE

March 18, 2026

ମିଶନ ପୋଷଣ ୨.୦: ସ୍ମାର୍ଟଫୋନ୍ ପ୍ରଦାନ ଦ୍ୱାରା ସଶକ୍ତ ହେଉଛନ୍ତି କର୍ମଚାରୀ

March 18, 2026

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ -୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 18, 2026

୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ‘କ୍ଷୁଦ୍ର ଜଳ ବିଦ୍ୟୁତ୍ ବିକାଶ ଯୋଜନା’କୁ କ୍ୟାବିନେଟ ମଞ୍ଜୁରି

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.