Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‌ଜଳ ସମ୍ପଦ ବିଭାଗରେ“୫-ଟି” ଉପକ୍ରମ ଆଧାରରେ ଇ-ଜଳାଶୟ ଏବଂ ଇ-କ୍ୟାଡ୍ ବ୍ୟବସ୍ଥାର ଶୁଭାରମ୍ଭ
ବିଶେଷ ଖବର

‌ଜଳ ସମ୍ପଦ ବିଭାଗରେ“୫-ଟି” ଉପକ୍ରମ ଆଧାରରେ ଇ-ଜଳାଶୟ ଏବଂ ଇ-କ୍ୟାଡ୍ ବ୍ୟବସ୍ଥାର ଶୁଭାରମ୍ଭ

October 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜି ଜଳସମ୍ପଦ ବିଭାଗରେ “୫-ଟି”ଆଧାରରେ ଦୁଇଟି ୱେବ୍ ତଥା ମୋବାଇଲ ଆପ୍ଲିକେସନ ଯଥା‘ଇ-ଜଳାଶୟ’ ଏବଂ ‘ଇ-କ୍ୟାଡ’(ସେଚାଞ୍ଚଳ ଉନ୍ନୟନ ) ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗ ଦେଇ ଉଦଘାଟନ କରିଛନ୍ତି।

ରାଜ୍ୟ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ବ୍ୟବସ୍ଥା ଦ୍ୱୟକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ,ପ୍ରତ୍ୟେକ ଜୀବ ଜଗତ ପାଇଁ ଜଳର ଆବଶ୍ୟକତା ରହିଛି କ୍ଷ ଓଡିଶାରେ ପାନୀୟ ଜଳ ସାଙ୍ଗକୁ , କୃଷି, ଶିଳ୍ପ ଆଦି ପ୍ରତ୍ୟେକ କ୍ଷେତ୍ରରେ ଜଳର ଆବଶ୍ୟକତା ପୂରଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି।

ଆମ ରାଜ୍ୟରେ ବୃହତ, ମଧ୍ୟମ, କ୍ଷୁଦ୍ର ଜଳସେଚନ ଓ ବ୍ୟାରେଜ୍ ଆଦି ବ୍ୟବସ୍ଥାରେ ବିଭିନ୍ନ ଜଳ ଭଣ୍ଡାରଗୁଡିକରେ ଯେଉଁ ପରିମାଣର ଜଳ ସଂଚୟ ହୋଇ ରହୁଛି, ସେସବୁକୁ ଚାଷୀମାନଙ୍କର ଆବଶ୍ୟକତା ସମୟରେ ଯେପରି ଠିକ୍ ସମୟରେ ପହଁଚି ପାରିବ ଏବଂ ସେଚାଂଚଳର ଶେଷ ମୁଣ୍ଡରେ ଥିବା କ୍ଷେତକୁ ପାଣି ପହଁଚିପାରିବ, ସେଥିପ୍ରତି ଆମର ପ୍ରାଥମିକତା ରହିଛି।

ଆରମ୍ଭ କରାଯାଇଥିବା ଏହି ଇ-ଜଳାଶୟ ପୋର୍ଟାଲ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍କକ, ଗ୍ରାମ ପଂଚାୟତ ଓ ଗ୍ରାମ ସ୍ତରରେ ଥିବା ବିଭିନ୍ନ ଜଳାଶୟର ଅବସ୍ଥିତି, ଜଳଧାରଣର କ୍ଷମତା ସମ୍ପର୍କରେ ତଥ୍ୟ ଜଣାଯିବା ସହିତ ଜଳ ସଂଚୟର ସ୍ଥିତିକୁ ଦେଖି ସେହି ଅନୁସାରେ ବିନିଯୋଗ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ।

ସେହିପରି ଜଳ ସୁପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ରାଜ୍ୟର ପ୍ରାୟ ୩୭ ହଜାର ପାଣି ପଂଚାୟତଗୁଡିକର ସ୍ଥିତି, ସେସବୁର ପରିଚାଳନା ଓ କାର୍ଯ୍ୟ ସଂପର୍କରେ ଅଦ୍ୟତନ ତଥ୍ୟ ଉପଲବ୍ଧ ହେବାରେଇ-କ୍ୟାଡ୍ ବ୍ୟବସ୍ଥାଏକ ପ୍ରମୁଖ ଡାଟାବେସ୍ ଭାବେ ସହାୟତା ଯୋଗାଇଦେବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ଜଳ ସଂପଦ ବିଭାଗହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଯୋଗ ଦେଇ କହିଥିଲେ ଯେ, ରାଜ୍ୟରେ ଜଳ ସଂପଦର ବିକାଶ ଓ ଜଳ ସେଚନର ସୁବିଧା ପାଇଁ “୫- ଟି” ଉପକ୍ରମର ବ୍ୟବହାର କରାଯାଉଛି। ଇ-ଜଳାଶୟ ପୋର୍ଟାଲରେ ଜଳ ସଂପଦ ବିଭାଗ ଅଧିନରେ ଥିବା ବିଭିନ୍ନ ବ୍ୟବସ୍ଥାରେ ରାଜ୍ୟର ପ୍ରାୟ ୧୯,୦୦୦ ଜଳାଶୟର ଜଳଭଣ୍ଡାର ସଂପର୍କରେ ତଥ୍ୟ ଉପଲବ୍ଧ ହୋଇଥିବା ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ।

ଆଗାମୀ ଦିନରେ ଜଳସେଚନ ପରିଚାଳନା, ବିଭିନ୍ନ ପ୍ରକଳ୍ପ ପରିଚାଳନା ଓ ଜଳବାୟୁ ପୂର୍ବାନୁମାନ ସ୍ଥିତିକୁ ଦେଖି ବିଭାଗରେ ମୋଡ୍ୟୁଲମାନ ପ୍ରସ୍ତୁତି କରାଯାଉଥିବା ସଂପର୍କରେ ଶ୍ରୀମତୀ ଗର୍ଗ ସୂଚନା ଦେଇଥିଲେ। ଏହି ଅବସରରେ ବିଭାଗ ତରଫରୁ ଏକ ପତ୍ରିକା “ଇ-କାଡ”ଉନ୍ମୋଚନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଭକ୍ତରଞ୍ଜନ ମହାନ୍ତି, ସର୍ବୋଚ୍ଚ ଯନ୍ତ୍ରୀ,ପ୍ରୋକ୍ୟୁରମେଣ୍ଟ ଶ୍ରୀ ମହେନ୍ଦ୍ର କୁମାର ଭୂୟାଁ , ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ତଥା ଆଇ.ଟି ପରାମର୍ଶ ଦାତା ଶ୍ରୀ ଧୀରେନ୍ କୁମାର ସାମଲ, ବିଭାଗରଅତିରିକ୍ତ ଶାସନ ସଚିବ ତଥା ସେଚାଂଚଳ ଉନ୍ନୟନ (କ୍ୟାଡ)ର ନିର୍ଦ୍ଦେଶକ ଶ୍ରୀ ରଶ୍ମିରଞ୍ଜନ ନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀ ସୁବ୍ରତ କୁମାର ପଣ୍ଡାଙ୍କ ସମେତ ଜଳ ସଂପଦ ବିଭାଗର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଓ ଯନ୍ତ୍ରୀ, ଓଡିଶା ସ୍ପେସ୍ ଆପ୍ଲିକେସନ ସେଣ୍ଟର(ଓରସାକ)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟରର ବୈଷୟିକ ଅଧିକାରୀମାନେ ଉପସ୍ଥିତ ଥିଲେ।

ଜଳ ସମ୍ପଦ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ଯୋଗଦେଇ ‘୫-ଟି’ ଆଧାରରେ ବିଭାଗର ବିଭିନ୍ନ କାର‌୍ୟ୍ୟକ୍ରମରେ ରୂପାନ୍ତରଣ ଅଣାଯାଉଥିବା ପ୍ରକାଶ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଚାର ଶେଷ ହେବାର କିଛି ସମୟ ପୂର୍ବରୁ ନୂଆପଡାବାସୀଙ୍କୁ ନବୀନ ଦେଲେ ବାର୍ତ୍ତା, ମନମୋହନଙ୍କ କାଉଣ୍ଟର

November 9, 2025

କବି ତଥା ବିଜେପି ନେତା ଶଙ୍କର ପରିଡାଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଲେ ମନ୍ତ୍ରୀ ହରିଚନ୍ଦନ

November 9, 2025

କବି ଶଙ୍କର ପରିଡ଼ାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି, ‘ସଂଗଠନ ଓ ସାହିତ୍ୟ କ୍ଷେତ୍ରରେ ନେତୃତ୍ୱ ପାଇଁ ସ୍ମରଣୀୟ ରହିବେ’

November 9, 2025

ନୂଆପଡା ମତଦାନର ଗୋଟିଏ ଦିନ ପୂର୍ବରୁ ଆଉ ଜଣେ ବିଜେଡି ନେତାଙ୍କ ଘରେ ଆଇଟି ରେଡ୍

November 9, 2025
Latest News

ପ୍ରଚାର ଶେଷ ହେବାର କିଛି ସମୟ ପୂର୍ବରୁ ନୂଆପଡାବାସୀଙ୍କୁ ନବୀନ ଦେଲେ ବାର୍ତ୍ତା, ମନମୋହନଙ୍କ କାଉଣ୍ଟର

November 9, 2025

କବି ତଥା ବିଜେପି ନେତା ଶଙ୍କର ପରିଡାଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଲେ ମନ୍ତ୍ରୀ ହରିଚନ୍ଦନ

November 9, 2025

କବି ଶଙ୍କର ପରିଡ଼ାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି, ‘ସଂଗଠନ ଓ ସାହିତ୍ୟ କ୍ଷେତ୍ରରେ ନେତୃତ୍ୱ ପାଇଁ ସ୍ମରଣୀୟ ରହିବେ’

November 9, 2025

ହଂକଂ ସିକ୍ସେସ୍ ୨୦୨୫: ଚାମ୍ପିଅନ ହେଲା ପାକିସ୍ତାନ, ଜାଣନ୍ତୁ ଟୁର୍ଣ୍ଣାମେଣ୍ଟରେ ଭାରତର ସ୍ଥିତି 

November 9, 2025

ବାଲୁଗାଁରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଯୁବ ସମ୍ମିଳନୀ ଅନୁଷ୍ଠିତ

November 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.