Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୁରଜକୁଣ୍ଡରେ ହେବ ସମସ୍ତ ରାଜ୍ୟ ଗୃହ ମନ୍ତ୍ରୀଙ୍କର ଚିନ୍ତନ ଶିବିର, ଅଧ୍ୟକ୍ଷତା କରିବେ ମନ୍ତ୍ରୀ ଅମିତ୍ ଶାହ
ଜାତୀୟ ଖବର

ସୁରଜକୁଣ୍ଡରେ ହେବ ସମସ୍ତ ରାଜ୍ୟ ଗୃହ ମନ୍ତ୍ରୀଙ୍କର ଚିନ୍ତନ ଶିବିର, ଅଧ୍ୟକ୍ଷତା କରିବେ ମନ୍ତ୍ରୀ ଅମିତ୍ ଶାହ

October 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ୍ ଶାହ ୨୭ ଓ ୨୮ ଅକ୍ଟୋବର ୨୦୨୨ ରେ ହରିୟାଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ ରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮, ଅକ୍ଟୋବର ୨୦୨୨ ରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଚିନ୍ତନ ଶିବିରକୁ ସମ୍ବୋଧିତ କରିବେ।

ଦୁଇ ଦିନିଆ ଚିନ୍ତନ ଶିବିରରେ ଭାଗ ନେବା ପାଇଁ ସମସ୍ତ ରାଜ୍ୟର ଗୃହ ମନ୍ତ୍ରୀ ଏବଂ ସଂଘଶାସିତ ପ୍ରଦେଶର ଉପରାଜ୍ୟପାଳ ଏବଂ ପ୍ରଶାସକଙ୍କୁ ଆମନ୍ତ୍ରିତ କରାଯାଇଛି। ରାଜ୍ୟର ଗୃହ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସବଳ ଏବଂ କେନ୍ଦ୍ରୀୟ ପୁଲିସ୍ ସଙ୍ଗଠନର ମହାନିର୍ଦ୍ଦେଶକ ମଧ୍ୟ ଚିନ୍ତନ ଶିବିରରେ ଭାଗ ନେବେ।

ଦୁଇ ଦିନର ଏହି ଚିନ୍ତନ ଶିବିରର ଉଦ୍ଦେଶ୍ୟ ହେଉଛି ‘‘ଭିଜନ୍ ୨୦୪୭’’ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବତନ୍ତ୍ରତା ଦିବସ ଭାଷଣରେ ଘୋଷିତ ପଞ୍ଚପ୍ରାଣର କାର‌୍ୟ୍ୟକାରୀ କରିବା ପାଇଁ କାର‌୍ୟ୍ୟ ଯୋଜନା ପ୍ରସ୍ତୁତ କରିବା। ଗୃହ ମନ୍ତ୍ରୀଙ୍କ ଚିନ୍ତନ ଶିବିରରେ ସାଇବର ଅପରାଧ ପରିଚାଳନା ପାଇଁ ଇକୋ-ସିଷ୍ଟମ ବିକଶିତ କରିବା, ପୁଲିସ୍ ବଳର ଆଧୁନିକିକରଣ, ଆପରାଧିକ ନ୍ୟାୟ ପ୍ରଣାଳୀରେ ଆଇ.ଟିର ବଢ଼ୁଥିବା ବ୍ୟବହାର, ଭୂମି ସୀମା ପରିଚାଳନା ଏବଂ ଉପକୂଳ ସୁରକ୍ଷା ଏବଂ ଅନ୍ୟ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ବନ୍ଧିତ ବିଷୟରେ ଚିନ୍ତନ କରାଯିବ।

ବର୍ଷ ‘୨୦୪୭ ସୁଦ୍ଧା ବିକଶିତ ଭାରତ’ ର ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ନାରୀ ଶକ୍ତିର ଭୂମିକା ମହତ୍ତ୍ବପୂର୍ଣ୍ଣ ଅଟେ ଏବଂ ଚିନ୍ତନ ଶିବିରରେ ଦେଶର ମହିଳାଙ୍କ ସୁରକ୍ଷା ଏବଂ ତାଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ବିଶେଷ ଗୁରୁତ୍ବ ପ୍ରଦାନ କରାଯିବ। ଶିବିରର ଉଦ୍ଦେଶ୍ୟ ଉପରୋକ୍ତ କ୍ଷେତ୍ରରେ ରାଷ୍ଟ୍ରୀୟ ନୀତି ନିର୍ମାଣ ଏବଂ ଉନ୍ନତ ଯୋଜନା ଏବଂ ସମନ୍ବୟକୁ ସୁଗମ କରିବା ଅଟେ।

ଚିନ୍ତନ ଶିବିରରେ ଛଅଟି ଅଧିବେଶନରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବ। ଶିବିରର ପ୍ରଥମ ଦିନ ହୋମ ଗାର୍ଡ଼, ନାଗରିକ ସୁରକ୍ଷା, ଅଗ୍ନିରୁ ସୁରକ୍ଷା ଏବଂ ଶତ୍ରୁ ସମ୍ପତ୍ତି ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ବିଚାର-ବିମର୍ଷ କରାଯିବ। ଦ୍ବିତୀୟ ଦିନ ସାଇବର ସୁରକ୍ଷା, ମାଦକ ଦ୍ରବ୍ୟର ଚୋରା ଚାଲାଣ, ମହିଳା ସୁରକ୍ଷା ଏବଂ ସୀମା ପରିଚାଳନା ପରି ଅନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ। ମାଦକ ଦ୍ରବ୍ୟର ଚୋରା ଚାଲାଣ ବିଷୟରେ ଏନଡିପିଏସ୍ ଅଧିନିୟମ, ଏନକୋର୍ଡ଼ ନିଦାନ ଏବଂ ନିଶାମୁକ୍ତ ଭାରତ ଅଭିଯାନ ଉପରେ ମଧ୍ୟ ଚିନ୍ତନ ଶିବିରରେ ଆଲୋଚନା କରାଯିବ।

ଭୂମି ସୀମା ପରିଚାଳନା ଏବଂ ଉପକୂଳ ସୁରକ୍ଷା ଅନ୍ତର୍ଗତ ସୀମାର ସୁରକ୍ଷା ଏବଂ ସୀମାବର୍ତ୍ତୀ କ୍ଷେତ୍ରର ବିକାଶ ଉପରେ ଚିନ୍ତନ କରାଯିବ। ଆଇସିଜେଏସ୍ ଏବଂ ସିସିଟିଏନଏସ୍ ସିଷ୍ଟମ ଏବଂ ଆଇଟି ମଡ୍ୟୁଲ୍ – ଏନଏଏଫଆଇଏସ୍, ଆଇଟିଏସଏସଓ ଏବଂ କ୍ରି-ମାକର ଉପଯୋଗ କରି ପ୍ରଯୁକ୍ତି ଆଧାରିତ ଯାଞ୍ଚ ଦ୍ବାରା କନ୍ଭିକ୍ସନ ହାର ବଢ଼ାଇବାର ଉପାୟ ଉପରେ ମଧ୍ୟ ବିଚାର ବିମର୍ଷ କରାଯିବ।

ସେଫ୍ ସିଟି ପ୍ରୋଜେକ୍ଟ, ୧୧୨- ସିଙ୍ଗିଲ୍ ଏମରଜେନ୍ସି ରେସ୍ପନ୍ସ ସିଷ୍ଟମ, ଜିଲ୍ଲାରେ ମାନବ ଚାଲାଣ-ରୋଧୀ ୟୁନିଟ୍, ପୁଲିସ୍ ଥାନାରେ ମହିଳା ହେଲ୍ପ ଡେସ୍କ ଏବଂ ମତ୍ସ୍ୟଜୀବିମାନଙ୍କ ପାଇଁ ବାୟୋମେଟ୍ରିକ୍ ପରିଚୟ ପତ୍ର ପରି ପଦକ୍ଷେପ ଉପରେ ଆଲୋଚନା କରାଯିବ। ବିଭିନ୍ନ ବିଷୟ ଉପରେ ଅଧିବେଶନର ଉଦ୍ଦେଶ୍ୟ ଏହି ବିଷୟ ଉପରେ ରାଜ୍ୟ ସରକାରଙ୍କ ସହଭାଗୀତାକୁ ପ୍ରୋତ୍ସାହିତ ଏବଂ ସୁନିଶ୍ଚିତ କରିବା ଅଟେ।

ଅମିତ ସାହା
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026

ପୁଣେସ୍ଥିତ ଏଫଟିଆଇଆଇ ଏବଂ ଦୂରଦର୍ଶନ କେନ୍ଦ୍ର ପରିଦର୍ଶନ କଲେ ଚଞ୍ଚଲ କୁମାର 

April 5, 2026

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026
Latest News

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.