Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମହାବାତ୍ୟାକୁ ଆଜିକୁ ପୁରିଲା ୨୩ ବର୍ଷ, ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ କହିଲେ ଏପରି କଥା
ଜାତୀୟ ଖବର

ମହାବାତ୍ୟାକୁ ଆଜିକୁ ପୁରିଲା ୨୩ ବର୍ଷ, ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ କହିଲେ ଏପରି କଥା

October 29, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link
ମହାବାତ୍ୟାକୁ ଆଜିକୁ ପୁରିଲା ୨୩ ବର୍ଷ, ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ କହିଲେ ଏପରି କଥା

ଭୁବନେଶ୍ୱର: ରାଜ୍ୟସ୍ତରୀୟ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର‌୍ୟ୍ୟୟ ହ୍ରାସ ଦିବସ ଓଡିଶା ରାଜ୍ୟ ବିପର‌୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମସ୍ତଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଏହି ଦିବସ ୧୯୯୯ ମସିହାରେ ସଂଘଟିତ ପ୍ରଳୟଙ୍କରୀ ମହାବାତ୍ୟାର ଭୟାବହତା ଏବଂ ଧ୍ୱସଲୀଳାକୁ ମନେ ପକାଇବା ସହିତ ଭବିଷ୍ୟତରେ ଯେ କୌଣସି ପ୍ରକାରର ବିପର‌୍ୟ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆମ୍ଭକୁ ଦୃଢ ସଂକଳ୍ପବଦ୍ଧ କରାଇଥାଏ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ମହାବାତ୍ୟାର ୨୩ ବର୍ଷ ପରେ ଆମେ ଆମ ରାଜ୍ୟକୁ ବିପର୍ଯ୍ୟୟ ସମୟରେ ଯେପରି ନିରାପଦରେ ରଖିପାରିବୁ, ସେଥିପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛୁ । ବିପର୍ଯ୍ୟୟ ପରିଚାଳନା ପାଇଁ ଓଡିଶାରେ ଭିତ୍ତିଭୂମି ସୁଦୃଢ କରାଯାଇଛି । ବିଗତ କିଛି ବର୍ଷ ହେଲା ଆମର ବିପର‌୍ୟ୍ୟୟ ପରିଚାଳନା ଉଦ୍ୟମକୁ ବିଶ୍ୱବାସୀ ପ୍ରଶଂସା କରିଆସୁଛନ୍ତି । ଏକ ବିପର‌୍ୟ୍ୟୟ ପ୍ରତିରୋଧୀ ଓଡିଶା ଗଠନରେ ମୋ ରାଜ୍ୟର ସାଢେ ୪ କୋଟି ଭାଇ ଓ ଭଉଣୀମାନଙ୍କୁ ସେମାନଙ୍କର ଅକୁଣ୍ଠ ସମର୍ଥନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

ସମସ୍ତ ନିର୍ବାଚିତ ଜନ ପ୍ରତିନିଧି, ମିଶନ ଶକ୍ତି ସଦସ୍ୟା, ଆଶା ଓ ଅଙ୍ଗନବାଡି କର୍ମୀ, ଗୋଷ୍ଠୀ ସ୍ତରୀୟ ସ୍ୱେଚ୍ଛାସେବୀ, ସମସ୍ତ ପଦାଧିକାରୀ,ଓଡ୍ରାଫ, ଅଗ୍ନିଶମ ସେବା, ଏନଡିଆର୍ ଏଫ୍, ପୋଲିସ୍ ବାହିନୀମାନଙ୍କର ସମନ୍ୱିତ କାର‌୍ୟ୍ୟ ଯୋଗୁଁ ମୃତାହତ ସଂଖ୍ୟା ହ୍ରାସ କରାଯାଇପାରିଛି । ୨୦୨୨ ରେ ମହାନଦୀ,ବୈତରଣୀ ଓ ସୁବର୍ଣ୍ଣରେଖା ନଦୀ ବ୍ୟବସ୍ଥାରେ ରାଜ୍ୟର ୧୬ ଟି ଜିଲ୍ଲାର ୨୩ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ଆମର ବଳିଷ୍ଠ ପ୍ରସ୍ତୁତି ଏବଂ ସମସ୍ତଙ୍କର ଉଦ୍ୟମରେ ଆମେ ୨.୭ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିପାରିଥିବା ଯୋଗୁଁ ଆମେ ନିର୍ଦ୍ଧାରିତ ସମୟରେ ରିଲିଫ୍ ଓ ପୁନରୁଦ୍ଧାର କାର‌୍ୟ୍ୟ କରିପାରିଲୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଏହି ଭିତରେ ଆମେ ୮୧୫ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିଛୁ । ୫୫ ଟି ଆଶ୍ରୟସ୍ଥଳୀ ନିର୍ମାଣାଧିନ ରହିଛି । ଆଗୁଆ ପାଣିପାଗ ସଂପର୍କରେ ସୂଚନା ପାଇଁ ରାଜ୍ୟ ସରକାର ସବୁ ଗ୍ରାମ ପଂଚାୟରରେ ଟେଲିମେଟ୍ରିକ୍ ରେନ୍ ଗଜ, ପ୍ରତି ବ୍ଲକରେ ସ୍ୱୟଂକ୍ରିୟ ପାଣିପାଗ ଷ୍ଟେସନ, ନଦୀ ସିଷ୍ଟମରେ ସେନ୍ସର ବ୍ୟବସ୍ଥା କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଆମେ ଗୋଷ୍ଠୀଭିତ୍ତିକ ପ୍ରସ୍ତୁତିକୁ ଅଧିକ ସୁଦୃଢ କରିବା ପାଇଁ ଗ୍ରାମ ଏବଂ ଆଶ୍ରୟସ୍ଥଳୀ ସ୍ତରରେ ଥିବା ୪୦ ହଜାର ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଛୁ ।

ପଂଚାୟତିରାଜ ପ୍ରତିନିଧି, ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ପ୍ରତିନିଧି, ମିଶନ ଶକ୍ତି ସଦସ୍ୟା, ଅଙ୍ଗନବାଡି କର୍ମୀ, ବନ ସୁରକ୍ଷା ସମିତିର ସଦସ୍ୟ, ସଦସ୍ୟାମାନେ ବିପର‌୍ୟ୍ୟୟ ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି । ଆଗାମୀ ଦିନରେ ପ୍ରତି ଘରେ ଘରେ ଓ ଗାଁରେ ଜଣେ ଜଣେ ବିପର‌୍ୟ୍ୟୟ ପରିଚାଳନା ଯୋଦ୍ଧା ହେବା ନିମନ୍ତେ ୪ର୍ଥ ଶ୍ରେଣୀରୁ ସ୍ନାତକ ପର‌୍ୟ୍ୟନ୍ତ ଛାତ୍ରଛାତ୍ରୀମାନଙ୍କର ପାଠ୍ୟ ଖସଡାରେ ବିପର‌୍ୟ୍ୟୟ ଓ ମହାମାରୀ ପରିଚାଳନା ସଂପର୍କିତ ପାଠ୍ୟକ୍ରମ ରଖାଯାଉଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ।

ପ୍ରତି ଅଂଶୀଦାରୀ ଅନୁଷ୍ଠାନ ଓ ନାଗରିକମାନଙ୍କୁ ଏକ ବିପର‌୍ୟ୍ୟୟ ପ୍ରତିରୋଧୀ ଓଡିଶା ଗଠନ ଦିଗରେ ପୁନଃ ପ୍ରତିବଦ୍ଧ ହେବାକୁ ସମସ୍ତେ ସମ୍ମିଳିତ ପ୍ରୟାସ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଦିବସରେ ମହାବାତ୍ୟା ଏବଂ ନିକଟ ଅତୀତରେ ଘଟିଥିବା ବିଭିନ୍ନ ବିପର‌୍ୟ୍ୟୟରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିବିଶେଷଙ୍କ ସ୍ମୃତିରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ଏହି ଦିବସରେ ଆଜି ଓସଡମା ତରଫରୁ ଆୟୋଜିତ ଏକ ବୃହତ୍ ପ୍ରଦର୍ଶନୀକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିବା ସହିତ ପ୍ରଦର୍ଶନୀରେ ବିପର‌୍ୟ୍ୟୟ ମୁକାବିଲା ନିମନ୍ତେ ବ୍ୟବହାର ହେଉଥିବା ସମସ୍ତ ଆଧୁନିକ ଯନ୍ତ୍ରପାତିର ବ୍ୟବହାର ସଂପର୍କରେ ପଚାରିବୁଝିଥିଲେ । ଆୟୋଜିତ ସଭାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଲେ ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ବୋଲି କହିଛନ୍ତି । ସେ ସବୁବେଳେ ଓଡିଶାବାସୀଙ୍କ ଉନ୍ନତିପାଇଁ ଚିନ୍ତିତ ।

ଚଳିତ ବର୍ଷର ବିପର୍ଯ୍ୟୟ ପ୍ରସ୍ତୁତି ଦିବସର ପ୍ରସଙ୍ଗ ରହିଛି- ବିପର‌୍ୟ୍ୟୟଜନିତ ସମ୍ଭାବ୍ୟ କ୍ଷୟକ୍ଷତିର ସ୍ଥିତିସ୍ଥାପକତାରେ ଗୋଷ୍ଠୀର ଭୂମିକା ବିପର‌୍ୟ୍ୟୟ ପରିଚାଳନା କ୍ଷେତ୍ରରେ ଗୋଷ୍ଠୀର ପ୍ରତ୍ୟକ୍ଷ ସଂଶ୍ଲିଷ୍ଟ, ସକ୍ରିୟ ଅଂଶଗ୍ରହଣ,ସହଭାଗିତା ଆଦି ଗୁରୁତ୍ୱପୂର୍ଣ୍ଣ ଭୂମିକାର ଆଧାର ହିଁ ଏ ବର୍ଷ ଓଡିଶା ବିପର‌୍ୟ୍ୟୟ ପ୍ରସ୍ତୁତି ଦିବସର ବିଷୟ ବସ୍ତୁ । ବିପର‌୍ୟ୍ୟୟ ପରିଚାଳନାରେ ଗୋଷ୍ଠୀଭିତ୍ତିକ ସମ୍ପୃକ୍ତି ଆମ ସମସ୍ତଙ୍କ ପାଇଁ ସବୁଠାରୁ ବଡ ଆହ୍ୱାନ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ମୁକାବିଲା ଦିଗରେ ଓଡିଶାର ସଫଳତା ଉପରେ ପର‌୍ୟ୍ୟବସିତ ପୁସ୍ତକ-ଦି ରେସପନ୍ସ, ବିଲ୍ଟିଂ ରେଜିଲିଏଣ୍ଟ ଫର ସ୍କୁଲ ଇନ୍ଫ୍ରାଷ୍ଟ୍ରକ୍ଚର, କୋଭିଡ୍-୧୯ ମ୍ୟାନେଜମେଣ୍ଟ ପ୍ରୋସେସ ଡକ୍ୟୁମେଣ୍ଟ ଆଦି ୩ଟି ପୁସ୍ତକ ଉନ୍ନୋଚିତ ହୋଇଥିଲା । କାର‌୍ୟ୍ୟକ୍ରମରେ ୟୁନିସେଫର୍ ଓଡିଶା ମୁଖ୍ୟ ମୋନିକା ନେଲସନ ଯୋଗଦେଇଥିଲେ।

ବିପର‌୍ୟ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ରାଜ୍ୟର ପ୍ରମୁଖ ୩ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳର ସଭାପତି ଓ ସଂପାଦକମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ପୁରସ୍କୃତ କରାଯାଇଥିଲା । ଭାରତୀୟ ରେଡକ୍ରସ ସୋସାଇଟିର ଶ୍ରେଷ୍ଠ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ, ଗୋଷ୍ଠୀ ପରିଚାଳନା ଭିତ୍ତିକ ବାତ୍ୟା ଆଶ୍ରୟସ୍ଥଳ, ଶ୍ରେଷ୍ଠ ବିପର‌୍ୟ୍ୟୟ ପରିଚାଳନା ପ୍ଲାନ୍ ପାଇଁ ଗଜପତି ଜିଲ୍ଲା, କୋମନା ବ୍ଲକ (ନୂଆପଡା),ଦାରିଙ୍ଗିବାଡି (କନ୍ଧମାଳ), ଆଠମଲ୍ଲିକ(ଅନୁଗୋଳ) ବ୍ଲକକୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିପର‌୍ୟ୍ୟୟ ମୁକାବିଲା କ୍ଷେତ୍ରରେ କାର‌୍ୟ୍ୟକରୁଥିବା ଏନଡିଆରଏଫ୍,ଓଡ୍ରାଫ, ଅଗ୍ନିଶମ ବିଭାଗ ସମେତ ବିଭିନ୍ନ ସହଯୋଗୀ ଅନୁଷ୍ଠାନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଶେଷରେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ଓସଡମାର କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଜ୍ଞାନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର‌୍ୟ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀବୃନ୍ଦ, ମିଳିତ ଜାତିସଂଘର ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ଏନଡିଆର୍ ଏଫ୍, ଓଡିଶା ଅଗ୍ନିଶମ ବାହିନୀ, ସିଭିଲ ଡିଫେନ୍ସ ଏବଂ ଭାରତୀୟ ରେଡକ୍ରସ, ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନ ଅଂଶଗ୍ରହଣ କରିଥିଲେ। କାର‌୍ୟ୍ୟକ୍ରମକୁ ସୂଚନା ଓ ଲୋକ ସଂପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ।

Super Cyclone ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ସୁଭଦ୍ରା ଭଉଣୀମାନଙ୍କ ସହ ବାର୍ତ୍ତାଳାପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025

ଓଭାଲ୍ ଟେଷ୍ଟରେ ବିଜୟ ପରେ ମଧ୍ୟ ନିରାଶ କଲେ ଗୌତମ ଗମ୍ଭୀର: ଦେଖନ୍ତୁ ରିପୋର୍ଟ କାର୍ଡ

August 5, 2025

ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 5, 2025

ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

August 5, 2025
Latest News

ସୁଭଦ୍ରା ଭଉଣୀମାନଙ୍କ ସହ ବାର୍ତ୍ତାଳାପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025

ଓଭାଲ୍ ଟେଷ୍ଟରେ ବିଜୟ ପରେ ମଧ୍ୟ ନିରାଶ କଲେ ଗୌତମ ଗମ୍ଭୀର: ଦେଖନ୍ତୁ ରିପୋର୍ଟ କାର୍ଡ

August 5, 2025

ଅଗଷ୍ଟ ୬ରେ କର୍ତ୍ତବ୍ୟ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 5, 2025

ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ର ବା ସଚେତନତା ରଥର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

August 5, 2025

ବଳଙ୍ଗା ପୀଡିତାଙ୍କ ପୈତୃକ ଗ୍ରାମ ବାୟାବର ଯାଇ ଶେଷ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.