Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଂଗ୍ରେସ ର ମୃତ୍ୟୁ କାମନା କରୁଥିବା ବୁଦ୍ଧିଜୀବୀ କହିବେ କି କଂଗ୍ରେସର ମୃତ୍ୟୁରେ କାହାର ଲାଭ?
ବିଶେଷ ଖବର

କଂଗ୍ରେସ ର ମୃତ୍ୟୁ କାମନା କରୁଥିବା ବୁଦ୍ଧିଜୀବୀ କହିବେ କି କଂଗ୍ରେସର ମୃତ୍ୟୁରେ କାହାର ଲାଭ?

May 23, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
position of pradesh congress in this election
position of pradesh congress in this election

କେଦାର ମିଶ୍ର

ଆଜି ୧୭ଦଶ ଲୋକସଭା ପାଇଁ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନର ଫଳାଫଳ ବାହାରିବ। ଫଳ ବାହାରିବା ଆଗରୁ ସରକାର ଗଢା ସରିଲାଣି ଓ ବିରୋଧୀ ଦଳର ଶ୍ରାଦ୍ଧ ଆରମ୍ଭ ହୋଇଗଲାଣି। ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବରେ ପରାଜିତ ହୋଇଛି ବୋଲି ଏକ୍ଜିଟ ପୋଲର ଘୋଷଣା ପରେ, ବିଜେପି ତ ସ୍ଵାଭାବିକ ଭାବରେ ଉଲ୍ଲସିତ, କିନ୍ତୁ ବିଜେପି ବିରୋଧୀ ଭାବରେ ଜଣାଶୁଣା କେତେଜଣ ବୁଦ୍ଧିଜୀବୀ ଓ ରାଜନେତା ହଠାତ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଉପରେ ବହୁତ ରାଗି ଯାଇଛନ୍ତି। ସେମାନଙ୍କ କହିବା କଥା ନରେନ୍ଦ୍ର ମୋଦୀ ପୁଣିଥରେ ଜିତିବା ଲାଗି କେବଳ କଂଗ୍ରେସ ଇ ଦାୟୀ। ବିଶେଷ କରି ପ୍ରଗତିଶୀଳ ବୁଦ୍ଧିଜୀବୀ ଭାବରେ ଜଣାଶୁଣା ଦୁଇଜଣ ବିଶିଷ୍ଟ ଲେଖକ ଯୋଗେନ୍ଦ୍ର ଯାଦବ ଓ ରାମଚନ୍ଦ୍ର ଗୂହା କଂଗ୍ରେସକୁ ଭାରତର ମାନଚିତ୍ରରୁ ସବୁଦିନ ପାଇଁ ଲିଭାଇଦେବାର ଇଚ୍ଛା ପୋଷଣ କରିଛନ୍ତି। ଯୋଗେନ୍ଦ୍ର ଯାଦବ ପାଦେ ଆଗକୁ ଯାଇ ଲେଖିଛନ୍ତି, “କଂଗ୍ରେସର ମରଣ ନିହାତି ଜରୁରୀ। କଂଗ୍ରେସ ଏ ଦେଶରେ ବିକଳ୍ପ ରାଜନୀତି ନିର୍ମାଣରେ ସବୁଠୁ ବଡ ପ୍ରତିବନ୍ଧକ ହୋଇ ଠିଆ ହୋଇଛି।“ ମୋଦୀଙ୍କ ବିଜୟରେ ଯୋଗେନ୍ଦ୍ର ଯାଦବ ଉଲ୍ଲସିତ ନା ଦୁଃଖି ସେକଥା ବୁଝି ହେଉନାହିଁ। ଆମର ମାନେ ହେଉଛି, ଯୋଗେନ୍ଦ୍ର ଯାଦବ ବୋଧେ ନରେନ୍ଦ୍ର ମୋଦୀ ଓ ଅମିତ ଶାହାଙ୍କ “କଂଗ୍ରେସ ମୁକ୍ତ ଭାରତ”ର ଆଉ ଏକ ସଂସ୍କରଣ କଥା କହୁଛନ୍ତି!

କଂଗ୍ରେସ ଯଦି ହାରିବ, ସେ ହାରର ଉତ୍ତରଦାୟିତ୍ଵ କଂଗ୍ରେସ ନେତୃତ୍ୱ ନେବାକୁ ବାଧ୍ୟ। ତେବେ ଜୟ ପରାଜୟକୁ ନେଇ ଗୋଟେ ଦଳର ମୃତ୍ୟୁ କାମନା କାହିଁକି? ଏଠି ହୁଏତ ଯୋଗେନ୍ଦ୍ର ଯାଦବ ମୃତ୍ୟୁକୁ ଗୋଟେ ପ୍ରତୀକ ଭାବରେ ନେଇ ଥାଇ ପାରନ୍ତି। ତେବେ କଂଗ୍ରେସ ହିଁ କଣ ବିଜେପିକୁ ପରାସ୍ତ କରିବା ପାଇଁ ଏକମାତ୍ର ମାଧ୍ୟମ? ବିଜେପିର ସାମ୍ପ୍ରଦାୟିକ ରାଜନୀତିକୁ  ହରାଇପାରୁନାହିଁ ବୋଲି ଆମେ ଯେଉଁମାନେ ଆଜି କଂଗ୍ରେସକୁ ଅଭିଶାପ ଦେଉଛୁ, ଆମେ କେବେ କଂଗ୍ରେସକୁ ସମର୍ଥନ ଦେଇଛୁ କି? ଯୋଗେନ୍ଦ୍ର ଯାଦବ ସାରା ଜୀବନ ସମାଜବାଦୀ ରାଜନୀତିର କଥା କହି ଆସିଛନ୍ତି ଓ ଭାରତର ସମାଜବାଦୀ ରାଜନୀତିରେ କଂଗ୍ରେସ ବିରୋଧ ହିଁ ସବୁଠୁ ବଡ କଥା। କଂଗ୍ରେସକୁ ବିରୋଧ କରିବାକୁ ଯାଇ ସମାଜବାଦୀମାନେ ହିଁ ଗୋଟେ ସମୟରେ ଜନସଙ୍ଘ, ସଂଘ ପରିବାର ଓ ପରବର୍ତ୍ତୀ ସମୟରେ ବିଜେପିକୁ ସମର୍ଥନ କରି ଆସିଛନ୍ତି। ଏକଦା ସମାଜବାଦୀ ରାଜନୀତିର ମହାରଥୀ ଜର୍ଜ ଫର୍ନ୍ନାଣ୍ଡେଜ ଓ ଆଜିର ତଥାକଥିତ ସମାଜବାଦୀ ନେତା ନୀତିଶ କୁମାର ତ ସାମ୍ପ୍ରଦାୟିକ ରାଜନୀତିର କୋଳରେ ବସି ଦୋଳି ଖେଳୁଛନ୍ତି। ଏଠି ମନେ ପକେଇଦେବା ଉଚିତ ହେବ ଯେ ରାମଚନ୍ଦ୍ର ଗୁହା ନୀତିଶ କୁମାରଙ୍କର ବଡ ପ୍ରଶଂସକ। ସୁବିଧାବାଦ ଓ ସମାଜବାଦକୁ ଏକା ସାଙ୍ଗରେ ନେଇ ଚାଲୁଥିବା ନୀତିଶ କୁମାରଙ୍କ ତୁଳନାରେ ରାହୁଲ ଗାନ୍ଧୀ ଯଥେଷ୍ଟ ଭଲ ନେତା।

ତେବେ କଂଗ୍ରେସର ପ୍ରଦର୍ଶନ ସତରେ ଯଦି ଖରାପ ହୋଇଥାଏ ସେଥିରେ ଖାଲି ବଂଶବାଦ ଯେ ଦାୟୀ ସେ କଥା କହିବା ଗୋଟେ ସରଳ ସମୀକ୍ଷା ହେବ। ଏକ୍ଜିଟ ପୋଲର ତଥ୍ୟ ଅନୁସାରେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସ ଏ ନିର୍ବାଚନରେ ୨୦୧୪ ପରି ଖରାପ ପ୍ରଦର୍ଶନ କରିବ। ୨୦୧୪ ରେ ଅହି ଦୁଇ ରାଜ୍ୟରେ ବିଜେପିର ସରକାର ମାତ୍ର ୬ ମାସ ଆଗରୁ ଗଠିତ ହୋଇଥିଲା। କିନ୍ତୁ ଏ ବର୍ଷ ପାଞ୍ଚ ମାସ ଆଗରୁ ଏଠାରେ କଂଗ୍ରେସ ସରକାର ଗଠନ କରିଛି। କମଳନାଥ ଓ ଅଶୋକ ଗେହେଲୋଟଙ୍କ ପରି ଅଭିଜ୍ଞ  ନେତାଙ୍କୁ କଂଗ୍ରେସ ଏ ଦୁଇ ରାଜ୍ୟରେ ମୁଖ୍ୟମନ୍ତ୍ରୀ କରିଛି। ଅଭିଜ୍ଞତାକୁ ଗୁରୁତ୍ଵ ଦେବାକୁ ଯାଇ ସଚିନ ପାଇଲଟ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଅଣଦେଖା କରାଯାଇଛି। ତା ସତ୍ତ୍ୱେ ବି ସେଠାରେ ଯଦି କଂଗ୍ରେସ ହାରୁଛି, ସେଥିଲାଗି ଖାଲି ରାହୁଲ ବା କାହିଁକି ଦାୟୀ ହେବେ? ଏବେ ପୂରା କଂଗ୍ରେସ ନିଜକୁ ଯଦି ନ ସଜାଡେ ତାହେଲେ କଂଗ୍ରେସ ଆହୁରି ଭଙ୍ଗାରୁଜାର ସାମ୍ନା କରିବ। ସୂତା ଖିଅରେ ଝୁଳୁଥିବା ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର ଭାଙ୍ଗିବାକୁ ମୋଦୀ-ଶାହ ଏହା ପରେ ଚେଷ୍ଟା କରିବେ। ସେହିପରି କର୍ଣ୍ଣାଟକରେ ମଧ୍ୟ କଂଗ୍ରେସ ଓ ଧର୍ମନିରପେକ୍ଷ  ଜନତା ଦଳର ସରକାର ସଙ୍କଟରେ ପଡିବ।

କଂଗ୍ରେସର ପରାଜୟ କଂଗ୍ରେସକୁ ଆହୁରି ତଳିତଳାନ୍ତ କରିବ। ଆଉ ସେତେବେଳେ ଆମର ବୁଦ୍ଧିଜୀବୀ ମାନେ କଂଗ୍ରେସର ମରଣ କାମନା କରିବେ। କଂଗ୍ରେସ ମରିଗଲେ ବିକଳ୍ପ ତିଆରି କରିବ କିଏ? ଯୋଗେନ୍ଦ୍ର ଯାଦବଙ୍କ ବିକଳ୍ପ ରାଜନୀତି କଣ ହେଲା, ସେକଥା ଆମେ ଆମ ଆଦମୀ ପାର୍ଟିରୁ ସ୍ଵରାଜ ଇଣ୍ଡିଆ ଯାଏଁ ଦେଖୁଛୁ।

ନିର୍ବାଚନୀ ରାଜନୀତିରେ ବିଜେପି ଅଶି ଦଶକର କଂଗ୍ରେସ ପାଲଟି ଯାଇଛି। ଏବେ ବିଜେପି ପାଖରେ ସବୁ ସାଧନ ଓ ସବୁ ଅନୁଷ୍ଠାନ ରହିଛି। ତାଙ୍କୁ ନିର୍ବାଚନୀ ରାଜନୀତିରେ ମୁକାବିଲା କରିବାଲାଗି ସେଇ ସ୍ତରର ସମର୍ଥନ ଆବଶ୍ୟକ। ତେଣୁ ପ୍ରଚାର ଓ ବୈଚାରିକ ରାଜନୀତିରେ ବିଜେପିକୁ ଏବେ ପରାସ୍ତ କରିବା ସହଜ ନୁହଁ। ବିଜେପିର ସାମ୍ପ୍ରଦାୟିକ ରାଜନୀତି ବିରୋଧରେ ଏକ ଜାତୀୟ ଜଣ ସଂଘର୍ଷ ଗଢିଉଠିବାର ସମୟ ଏବେ ଆସିଛି। ଏ ସଂଘର୍ଷ କେହି ଏକାକୀ ଲଢି ପାରିବେ ନାଇଁ। ଏଥିଲାଗି କଂଗ୍ରେସ ବଞ୍ଚିବା ଯେତିକି ଜରୁରୀ, କଂଗ୍ରେସ ସହିତ ବାକି ସମସ୍ତେ ଏକାଠି ହେବା ମଧ୍ୟ ସେତିକି ଜରୁରୀ।

ଓଡିଶାନିର୍ବାଚନ କେଦାରମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଚୁକ୍ତିଭିତ୍ତିକ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କୁ କଲେ ନିୟମିତ

March 20, 2026

ପେଟ୍ରୋଲ ପରେ ମହଙ୍ଗା ହେଲା ଶିଳ୍ପ ଡିଜେଲ: ପ୍ରତି ଲିଟର ପ୍ରାୟ ୨୨ ଟଙ୍କାକୁ ବୃଦ୍ଧି

March 20, 2026

ପଖାଳ ପ୍ରେମରେ ସାରା ପୃଥିବୀ, ଆମ ସଂସ୍କୃତି ବିଶ୍ୱର ପ୍ରତ୍ୟେକ କୋଣରେ ପହଁଚୁଛି: ମୁଖ୍ୟମନ୍ତ୍ରୀ

March 20, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.