Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଭଗବାନ ରାମ କେବଳ ହିନ୍ଦୁମାନଙ୍କ ପାଇଁ ନୁହଁନ୍ତି, ସେ ସମସ୍ତଙ୍କର ଅଟନ୍ତି: ଫାରୁକ୍ ଅବଦୁଲ୍ଲା
ଧର୍ମ

ଭଗବାନ ରାମ କେବଳ ହିନ୍ଦୁମାନଙ୍କ ପାଇଁ ନୁହଁନ୍ତି, ସେ ସମସ୍ତଙ୍କର ଅଟନ୍ତି: ଫାରୁକ୍ ଅବଦୁଲ୍ଲା

November 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଶନିବାର ଦିନ ଏକ ସାଧାରଣ ସଭାରେ ବିଜେପି ଉପରେ ଆକ୍ରମଣ କରିଛନ୍ତି। ଏଥି ସହ ସେ ଲୋକମାନଙ୍କୁ ଚେତାବନୀ ଦେଇଛନ୍ତି ଯେ, କିଛି ନେତା ଧାର୍ମିକ ବିଭେଦ ସୃଷ୍ଟି କରି ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ଫାରୁକ୍ ଅବଦୁଲ୍ଲା ଶୁକ୍ରବାର ଦିନ ଜାତୀୟ ସମ୍ମିଳନୀ ସଭାପତି ପଦରୁ ଇସ୍ତଫା ଘୋଷଣା କରିଛନ୍ତି।

ବିଜେପିକୁ ଟାର୍ଗେଟ କରି ଫାରୁକ ଅବଦୁଲ୍ଲା କହିଛନ୍ତି ଯେ, ନିର୍ବାଚନ ସମୟରେ ସେମାନେ ‘ହିନ୍ଦୁ ବିପଦରେ’ ଶବ୍ଦ ବ୍ୟବହାର କରିବେ, କିନ୍ତୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ, ଏହାର ଶିକାର ନ ହୁଅନ୍ତୁ। ଅବଦୁଲ୍ଲା ଆହୁରି କହିଛନ୍ତି ଯେ, ପ୍ରଭୁ ରାମ କେବଳ ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ନୁହେଁ।

ଜମ୍ମୁ କାଶ୍ମୀରର ଅଖନୁର ଜିଲ୍ଲାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଅବଦୁଲ୍ଲା କହିଛନ୍ତି ଯେ, କୌଣସି ଧର୍ମ ଖରାପ ନୁହେଁ, ମଣିଷ ହିଁ ଖରାପ ଅଟେ। ଆମ ବିରୁଦ୍ଧରେ ଲଗାତାର ଅଭିଯୋଗ ଆସୁଥିଲା। କିନ୍ତୁ ଆମେ ପାକିସ୍ତାନ ସହିତ କେବେ ବି ହାତ ମିଶାଇ ନ ଥିଲୁ। ସେ କହିଛନ୍ତି ଯେ, ନ୍ୟାସନାଲ କନଫରେନ୍ସ କଦାପି ପାକିସ୍ତାନର ପକ୍ଷ ନେଇ ନାହିଁ। ଜିନ୍ନା ମୋ ବାପାଙ୍କୁ ଭେଟିବାକୁ ଆସିଥିଲେ, କିନ୍ତୁ ଆମେ ତାଙ୍କ ସହ ହାତ ମିଳାଇବାକୁ ମନା କରିଥିଲୁ।

କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରି ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ, ସେ କେନ୍ଦ୍ର ଶାସିତ ପ୍ରଦେଶରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାଁନ୍ତି। ଆମକୁ ଏଠାରେ ୫୦ ହଜାର ଚାକିରିର ପ୍ରତିଶୃତି ଦିଆଯାଇଥିଲା, କିନ୍ତୁ କୁଆଡେ ଗଲା? ଆମର ଡାକ୍ତର, ନର୍ସ, ପାରାମେଡିକାଲ୍ କର୍ମଚାରୀ ଏବଂ ଆମର ପିଲାମାନେ ସମସ୍ତେ ବେକାର। ଏହା ଜଣେ ରାଜ୍ୟପାଳଙ୍କ ଦ୍ୱାରା ହୋଇପାରିବ ନାହିଁ, ଆପଣ ତାଙ୍କୁ ଉତ୍ତରଦାୟୀ କରିପାରିବେ ନାହିଁ ସେଥିପାଇଁ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ଅଟେ।

ଜମ୍ମୁ କାଶ୍ମୀରର ସ୍ଥିତିକୁ ଫେରାଇ ଆଣିବାକୁ ଓକିଲାତି କରି ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ, ଜମ୍ମୁ କାଶ୍ମୀର ଏବଂ ଲଦାଖ ପୁଣି ଥରେ ମିଳିତ ହେବ। ଅଗଷ୍ଟ ୨୦୧୯ରେ, କେନ୍ଦ୍ର ସରକାର ଧାରା ୩୭୦ ରଦ୍ଦ କରିଥିଲେ, ଏହା ପରେ ଜମ୍ମୁ କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା। ଜମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ ହେବା ପରେ ପ୍ରଥମ ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ତାଙ୍କ ବିବୃତ୍ତି ଆସିଛି। ଆସନ୍ତା ବର୍ଷ ଆରମ୍ଭରେ ଏହି ନିର୍ବାଚନ ହେବ ବୋଲି ଆଶା କରାଯାଉଛି।

ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଭଗବାନ ରାମ ହିନ୍ଦୁ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

ଜନଗଣନା-୨୦୨୭: ଦୁଇ ପର୍ଯ୍ୟାୟରେ ହେବ ଭାରତର ବୃହତ୍ତମ ଜନଗଣନା, ଏପ୍ରିଲ ୧ ରୁ ପ୍ରଥମ ପର୍ଯ୍ୟାୟ

March 31, 2026
Latest News

ଆଜି ଏପ୍ରିଲ ୧ ତାରିଖ ବୁଧବାର ଦିନ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ଅସୁବିଧା, କରନ୍ତୁ ପ୍ରତିକାର

April 1, 2026

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.