Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଭଗବାନ ରାମ କେବଳ ହିନ୍ଦୁମାନଙ୍କ ପାଇଁ ନୁହଁନ୍ତି, ସେ ସମସ୍ତଙ୍କର ଅଟନ୍ତି: ଫାରୁକ୍ ଅବଦୁଲ୍ଲା
ଧର୍ମ

ଭଗବାନ ରାମ କେବଳ ହିନ୍ଦୁମାନଙ୍କ ପାଇଁ ନୁହଁନ୍ତି, ସେ ସମସ୍ତଙ୍କର ଅଟନ୍ତି: ଫାରୁକ୍ ଅବଦୁଲ୍ଲା

November 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଶନିବାର ଦିନ ଏକ ସାଧାରଣ ସଭାରେ ବିଜେପି ଉପରେ ଆକ୍ରମଣ କରିଛନ୍ତି। ଏଥି ସହ ସେ ଲୋକମାନଙ୍କୁ ଚେତାବନୀ ଦେଇଛନ୍ତି ଯେ, କିଛି ନେତା ଧାର୍ମିକ ବିଭେଦ ସୃଷ୍ଟି କରି ଦଳକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ଫାରୁକ୍ ଅବଦୁଲ୍ଲା ଶୁକ୍ରବାର ଦିନ ଜାତୀୟ ସମ୍ମିଳନୀ ସଭାପତି ପଦରୁ ଇସ୍ତଫା ଘୋଷଣା କରିଛନ୍ତି।

ବିଜେପିକୁ ଟାର୍ଗେଟ କରି ଫାରୁକ ଅବଦୁଲ୍ଲା କହିଛନ୍ତି ଯେ, ନିର୍ବାଚନ ସମୟରେ ସେମାନେ ‘ହିନ୍ଦୁ ବିପଦରେ’ ଶବ୍ଦ ବ୍ୟବହାର କରିବେ, କିନ୍ତୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ, ଏହାର ଶିକାର ନ ହୁଅନ୍ତୁ। ଅବଦୁଲ୍ଲା ଆହୁରି କହିଛନ୍ତି ଯେ, ପ୍ରଭୁ ରାମ କେବଳ ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ନୁହେଁ।

ଜମ୍ମୁ କାଶ୍ମୀରର ଅଖନୁର ଜିଲ୍ଲାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଅବଦୁଲ୍ଲା କହିଛନ୍ତି ଯେ, କୌଣସି ଧର୍ମ ଖରାପ ନୁହେଁ, ମଣିଷ ହିଁ ଖରାପ ଅଟେ। ଆମ ବିରୁଦ୍ଧରେ ଲଗାତାର ଅଭିଯୋଗ ଆସୁଥିଲା। କିନ୍ତୁ ଆମେ ପାକିସ୍ତାନ ସହିତ କେବେ ବି ହାତ ମିଶାଇ ନ ଥିଲୁ। ସେ କହିଛନ୍ତି ଯେ, ନ୍ୟାସନାଲ କନଫରେନ୍ସ କଦାପି ପାକିସ୍ତାନର ପକ୍ଷ ନେଇ ନାହିଁ। ଜିନ୍ନା ମୋ ବାପାଙ୍କୁ ଭେଟିବାକୁ ଆସିଥିଲେ, କିନ୍ତୁ ଆମେ ତାଙ୍କ ସହ ହାତ ମିଳାଇବାକୁ ମନା କରିଥିଲୁ।

କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରି ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ, ସେ କେନ୍ଦ୍ର ଶାସିତ ପ୍ରଦେଶରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାଁନ୍ତି। ଆମକୁ ଏଠାରେ ୫୦ ହଜାର ଚାକିରିର ପ୍ରତିଶୃତି ଦିଆଯାଇଥିଲା, କିନ୍ତୁ କୁଆଡେ ଗଲା? ଆମର ଡାକ୍ତର, ନର୍ସ, ପାରାମେଡିକାଲ୍ କର୍ମଚାରୀ ଏବଂ ଆମର ପିଲାମାନେ ସମସ୍ତେ ବେକାର। ଏହା ଜଣେ ରାଜ୍ୟପାଳଙ୍କ ଦ୍ୱାରା ହୋଇପାରିବ ନାହିଁ, ଆପଣ ତାଙ୍କୁ ଉତ୍ତରଦାୟୀ କରିପାରିବେ ନାହିଁ ସେଥିପାଇଁ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ଅଟେ।

ଜମ୍ମୁ କାଶ୍ମୀରର ସ୍ଥିତିକୁ ଫେରାଇ ଆଣିବାକୁ ଓକିଲାତି କରି ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ, ଜମ୍ମୁ କାଶ୍ମୀର ଏବଂ ଲଦାଖ ପୁଣି ଥରେ ମିଳିତ ହେବ। ଅଗଷ୍ଟ ୨୦୧୯ରେ, କେନ୍ଦ୍ର ସରକାର ଧାରା ୩୭୦ ରଦ୍ଦ କରିଥିଲେ, ଏହା ପରେ ଜମ୍ମୁ କାଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା। ଜମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ ହେବା ପରେ ପ୍ରଥମ ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ତାଙ୍କ ବିବୃତ୍ତି ଆସିଛି। ଆସନ୍ତା ବର୍ଷ ଆରମ୍ଭରେ ଏହି ନିର୍ବାଚନ ହେବ ବୋଲି ଆଶା କରାଯାଉଛି।

ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଭଗବାନ ରାମ ହିନ୍ଦୁ
Share. Facebook Twitter LinkedIn Email WhatsApp Copy Link

Related Posts

ଆର୍ଥିକ ସର୍ବେକ୍ଷଣ ରିପୋର୍ଟ 2025-26: ଜିଡିପି ଅଭିବୃଦ୍ଧି 7.4% ରହିବା ନେଇ ଆକଳନ

January 29, 2026

ଟି-୨୦ ବିଶ୍ୱକପ୍ ପରେ ପ୍ରଶିକ୍ଷକ ପଦରୁ ହଟିବେ ଗୌତମ ଗମ୍ଭୀର?: ସ୍ପଷ୍ଟ କଲା ବିସିସିଆଇ 

January 29, 2026

ଓଡ଼ିଶାର ହିର୍ଲି ଆବାସିକ ବିଦ୍ୟାଳୟକୁ ଜାତୀୟ ପୁରସ୍କାର: ଦ୍ୱିତୀୟ ସ୍ଥାନ ସହିତ ମିଳିଲା ୭୫ ଲକ୍ଷ

January 29, 2026

EU ପରେ ଏବେ ଆମେରିକା ସହିତ ଭାରତର ହେଲା କି ବାଣିଜ୍ୟ ଚୁକ୍ତି? ଜାଣନ୍ତୁ ରିପୋର୍ଟ

January 29, 2026
Latest News

ଓଡ଼ିଶାର ହଜାର ହଜାର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଜିଓର ପ୍ରୟାସ

January 29, 2026

ଭାରତର ଗଣତନ୍ତ୍ର ଏବଂ ଜନସଂଖ୍ୟା ବିଶ୍ୱ ପାଇଁ ଆଶାର କିରଣ: ପ୍ରଧାନମନ୍ତ୍ରୀ

January 29, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନର ସଫଳତା: ଅଷ୍ଟ୍ରେଲିଆକୁ କଲା ପରାସ୍ତ

January 29, 2026

୧.୮ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଏବଂ ୩ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କଲା ରିଲାଏନ୍ସ ଫାଉଣ୍ଡେସନ

January 29, 2026

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.