Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କିଡନୀ ରୋଗୀଙ୍କ ସହିତ ସିଧା କଥା ହେଲେ ଏସସିବି ମେଡିକାଲ ଡାକ୍ତର, ଜାଣନ୍ତୁ କାରଣ
ଜାତୀୟ ଖବର

କିଡନୀ ରୋଗୀଙ୍କ ସହିତ ସିଧା କଥା ହେଲେ ଏସସିବି ମେଡିକାଲ ଡାକ୍ତର, ଜାଣନ୍ତୁ କାରଣ

November 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
କିଡନୀ ରୋଗୀଙ୍କ ସହିତ ସିଧା କଥା ହେଲେ ଏସସିବି ମେଡିକାଲ ଡାକ୍ତର, ଜାଣନ୍ତୁ କାରଣ

ଭୁବନେଶ୍ୱର: କିଡନୀ ରୋଗୀମାନଙ୍କ ସହ ଅପରେସନ୍ ପରବର୍ତ୍ତୀ ଚିକିତ୍ସା, ସେବା ଓ ପରାମର୍ଶ ନିମନ୍ତେ ଏସ୍.ସି.ବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ତରଫରୁ ନିୟମିତ ଭାବେ କରାଯାଉଥିବା ବ୍ୟବସ୍ଥାର ଏକ ଅଂଶ ଭାବେ ଆଜି ସ୍ଥାନୀୟ ଓଡ଼ିଶା ଔଷଧ ନିଗମ ପରିସରରେ ଏକ ସିଧାସଳଖ ଆଲୋଚନା ବୈଠକ ହୋଇଥିଲା। ଏଥିରେ କିଡନୀ ଟ୍ରାନସପ୍ଲାଣ୍ଟ ହୋଇଥିବା ପ୍ରାୟ ୯୦ ଜଣ ରୋଗୀ ଏବଂ ତାଙ୍କର ଯତ୍ନନେଉଥିବା ନିକଟ ସଂପର୍କୀୟ ଯୋଗଦେଇଥିଲେ ।

ଏସ୍.ସି.ବି. ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ର ଅଧ୍ୟକ୍ଷ ପ୍ରଫେସର ଲୁସୀ ଦାସ୍, ୟୁରୋଲୋଜି ବିଭାଗର ପ୍ରଫେସର ସମୀର ସ୍ୱାଇଁ, ନେଫ୍ରେଲୋଜି ବିଭାଗ ପ୍ରଫେସର ଅରୁଣା ଆଚାର‌୍ୟ୍ୟ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ ।
ରୋଗୀ ଅନାମିକା ସାହୁ, ପୂଜା ଦାସ, ଦେବୀ ପ୍ରସାଦ ମହାନ୍ତି, ଉମାକାନ୍ତ ସାହୁ, ସୁଚେତା ପରିଡ଼ା, ରଜନୀ ପାତ୍ର, ଆଶ୍ରିୟା ଆଦିନୀ, ଅଶୋକ କୁମାର ସାହୁ, ସନ୍ଧ୍ୟା ଦେବୀ, ପଦ୍ମଲୋଚନ ସ୍ୱାଇଁ, ପର୍ଶୁରାମ ଜେନା, ଦୀନେଶ ସେଠୀ, ସୁଜାତା ପରିଜା, ମିତ୍ରଭାନୁ ପ୍ରଧାନ ପ୍ରମୁଖ ଢ଼େଙ୍କାନାଳ, ଯାଜପୁର, କଟକ, ସମ୍ବଲପୁର, ପୁରୀ, କନ୍ଧମାଳ, ବାଲେଶ୍ୱର, ଝାରସୁଗୁଡ଼ା, ଜଗତସିଂପୁର ଆଦି ଜିଲ୍ଲାରୁ ଆସିଥିବା ରୋଗୀ ଓ ତାଙ୍କର ନିକଟ ସଂପର୍କୀୟମାନେ ନିଜ ନିଜର ମତାମତ ରଖିଥିଲେ ।

ମୁଖ୍ୟତଃ ହସ୍ପିଟାଲ୍ରେ ଅପରେସନ୍ ପୂର୍ବବର୍ତ୍ତୀ ପରାମର୍ଶ ଓ ସାହାଯ୍ୟ, ଅପରେସନ୍ ସମୟରେ ଡାକ୍ତରଖାନାରେ ମିଳୁଥିବା ଡାକ୍ତର ଓ ନର୍ସମାନଙ୍କର ସେବା, ସଂପୂର୍ଣ୍ଣ ମାଗଣା ଅପରେସନ୍, ମାଗଣା ଔଷଧ, ଔଷଧର ଗୁଣବତ୍ତା, ହସ୍ପିଟାଲ୍ରୁ ମିଳୁଥିବା ଅପରେସନ୍ ପରବର୍ତ୍ତୀ ଚିକିତ୍ସା ଓ ଯତ୍ନ ଆଦି ବିଷୟରେ ରୋଗୀମାନେ ନିଜ ନିଜର ମତ ରଥିଥିଲେ । କହିଲା ବେଳେ ଅନେକ ରୋଗୀ ଆବେଗାତ୍ମକ ଭାବେ ଡାକ୍ତର ଓ ନର୍ସମାନଙ୍କଠାରୁ ମିଳିଥିବା ବାପା-ମା ପରି ବ୍ୟବହାର ଓ ଯତ୍ନ ନିମନ୍ତେ ନିଜର ଅଶେଷ କୃତଜ୍ଞତା ଜଣାଇଥିଲେ ।

ସମସ୍ତେ ମତ ଦେଇଥିଲେ ଯେ ଆମେ ପ୍ରାୟ ୧୦୦ଜଣ ରୋଗୀ ନିରାମୟ ଔଷଧ ନିୟମିତ ଖାଉଛୁ । ନିରାମୟ କାଉଣ୍ଟରରୁ ଥରକେ ମାସକ ପାଇଁ ଆଗୁଆ ଔଷଧ ସେମାନଙ୍କୁ ମିଳୁଛି । ଔଷଧ ବେଶ ଫଳପ୍ରଦ ହେଉଛି । ରୋଗୀମାନେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି । ତାଙ୍କ ମଧ୍ୟରୁ କେତେଜଣ ନିଜ ନିଜ କାମରେ ଯୋଗ ଦେଲେଣି ।

ନିଗମର ଅଧ୍ୟକ୍ଷ ଶ୍ରୀମତୀ ପୋମା ଟୁଡ଼ୁ ନିରାମୟ ଔଷଧର ଉପଲବ୍ଧିତା, ଗୁଣବତ୍ତା ଓ ପାର୍ଶ୍ୱପ୍ରତିକ୍ରିୟା ବାବଦରେ ରୋଗୀମାନଙ୍କୁ ପଚାରି ବୁଝିଥିଲେ । ରୋଗୀ ଏବଂ ତାଙ୍କର ସଂପର୍କୀୟମାନେ ‘‘ ଏହି ଔଷଧ ଆମର ଜୀବନ ବଞ୍ଚାଇଛି । ଆମ ଦେହରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନାହିଁ ’’ ବୋଲି କହିଥିଲେ ।

ଏସ୍.ସି.ବି ରେ ଉଚ୍ଚମାନର ଚିକିତ୍ସା ଓ ଔଷଧ ଯୋଗାଣ ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ ଓ ସୁବିଧା ଜନକ କରିବା ପାଇଁ ଆମେ ପ୍ରୟାସରତ ଅଛୁ ବୋଲି ଅଧ୍ୟକ୍ଷ ଡାକ୍ତର ଲୁସି ଦାସ କହିଥିଲେ । ତାଙ୍କର ସଂପର୍କୀୟ, ସାମାଜିକ ସଂଗଠନ ଓ ଗଣମାଧ୍ୟମଙ୍କର ସହଯୋଗ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ ଓ ସମୃଦ୍ଧ କରିବ ବୋଲି ପ୍ରଫେସର ସ୍ୱାଇଁ ଏବଂ ପ୍ରଫେସର ଆଚାର‌୍ୟ୍ୟ କହିଥିଲ।

ତେବେ ନିକଟରେ କିଡନୀ ରୋଗୀଙ୍କୁ ଯେଉଁ ସରକାରୀ ଔଷଧ ଦିଆଯାଉଛି ତାହା ନିମ୍ନମାନର ବୋଲି ଅଭିଯୋଗ କରାଯାଇଥିଲା। ଏହି ଔଷଧ ଦ୍ବାରା ରୋଗ ଭଲ ହେଉ ନାହିଁ ବୋଲି କୁହାଯାଇଥିଲା। ତାହାର ପ୍ରମାଣ ନେବା ପାଇଁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏହି ବୈଠକ କରାଯାଇଥିଲା।

KidnyTransplant
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପି ବିଧାୟକଙ୍କ ପୁଅ ଏବଂ ନେତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆଣିଲା କଂଗ୍ରେସ, କହିଲା….

September 20, 2025

ଆଇଆଇଏମ ମୁମ୍ବାଇର ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

September 20, 2025

‘ନିର୍ଭରଶୀଳତା ହେଉଛି ସବୁଠାରୁ ବଡ଼ ଶତ୍ରୁ’, ଟ୍ରମ୍ପଙ୍କୁ ମୋଦୀଙ୍କ ସିଧାସଳଖ ବାର୍ତ୍ତା!

September 20, 2025

ଭାରତ-ଅଷ୍ଟ୍ରେଲିଆ ODI ସିରିଜର ନିର୍ଣ୍ଣାୟକ ମ୍ୟାଚ୍: ଟିମ ଇଣ୍ଡିଆ ପାଇଁ ୪୧୨ ରନ ଲକ୍ଷ୍ୟ ଦେଲା କଙ୍ଗାରୁ ଦଳ

September 20, 2025
Latest News

ବିଜେପି ବିଧାୟକଙ୍କ ପୁଅ ଏବଂ ନେତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆଣିଲା କଂଗ୍ରେସ, କହିଲା….

September 20, 2025

ଆଇଆଇଏମ ମୁମ୍ବାଇର ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

September 20, 2025

ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କଲେ ମନ୍ତ୍ରୀ ଓ ଡିଜିପି

September 20, 2025

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ ହେଲେ ଚିତ୍ତରଞ୍ଜନ ମିଶ୍ର

September 20, 2025

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ୧୧ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଲୋଚନାଚକ୍ର

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.