Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶା ଲୋକସଭା ନିର୍ବାଚନରେ କଂଗ୍ରେସ ଭୋଟ ସିଧାସଳଖ ବିଜେପି ଖାତାକୁ ଯାଉଛି କେମିତି ଓ କାହିଁକି ?
ବିଶେଷ ଖବର

ଓଡିଶା ଲୋକସଭା ନିର୍ବାଚନରେ କଂଗ୍ରେସ ଭୋଟ ସିଧାସଳଖ ବିଜେପି ଖାତାକୁ ଯାଉଛି କେମିତି ଓ କାହିଁକି ?

May 25, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଖରାଦିନର କୂଅ ପରି ଓଡିଶାରେ ପ୍ରତି ନିର୍ବାଚନରେ କଂଗ୍ରେସର ଭୋଟ ହାର ବିପୁଳ ପରିମାଣରେ ଖସି ଚାଲିଛି। ୨୦୧୪ ନିର୍ବାଚନରେ ଓଡିଶା ର ୨୧ ଟି ଯାକ ଲୋକସଭା ଆସନରେ କଂଗ୍ରେସର ଭୋଟହାର ୩୩.୭୫% ରହିଥିବା ବେଳେ ୨୦୧୪ ରେ ଏହା ୨୬% କୁ ଖସି ଆସିଥିଲା। ୨୦୧୯ ରୁ ୨୦୧୪ ଭିତରେ ଦଳ ସାରା ଓଡିଶାରେ ୭.୭୫% ଭୋଟ ହରାଇଥିଲା। ଏବର୍ଷ ନିର୍ବାଚନରେ ଦଳର ଅବସ୍ଥା ଆହୁରି ଶୋଚନୀୟ ହୋଇପଡିଛି। ୨୩ ତାରିଖରେ ପ୍ରକାଶିତ ସାଧାରଣ ନିର୍ବାଚନ ଫଳ ଅନୁଯାୟୀ ଓଡିଶାରେ କଂଗ୍ରେସର ଭୋଟ ହାର ରହିଛି ୧୩.୮% ଅର୍ଥାତ ୨୦୧୪ ତୁଳନାରେ ୧୨.୨% କମ। ସିଧାସଳଖ କଂଗ୍ରେସର ସମୁଦାୟ ଭୋଟ ବିଜେପି ଖାତାକୁ ଚାଲିଯାଇଛି। ଓଡିଶାରେ ବିଜେପି ନିଜର ଭୋଟହାର ଆଶାତୀତ ଭାବରେ ବୃଦ୍ଧି କରାଇବାରେ ସଫଳ ହୋଇଛି। ୨୦୧୪ ରେ ବିଜେପିର ଭୋଟ ହାର ମାତ୍ର ୨୧.୫୦ ରହିଥିବାବେଳେ ଏବର୍ଷ ଏହା ୩୮.୪% ପହଞ୍ଚିଛି। ସିଧା ସିଧା ୧୭% ର ଅଭିବୃଦ୍ଧି। କେହି କେହି କହିପାରନ୍ତି ହୁଏତ କଂଗ୍ରେସ ଭୋଟ କିଛିଟା ଶାସକ ବିଜୁ ଜନତା ଦଳକୁ ଯାଇଥାଇପାରେ। ଏହା ଆଦୌ ସମ୍ଭବ ନୁହେଁ। ୨୦୧୪ ନିର୍ବାଚରେ ବିଜେଡି ଲୋକସଭା ପାଇଁ ୪୪.୧୦% ଭୋଟ ପାଇଥିବା ବେଳେ ଏହା ଏଥର ୪୨.୮% କୁ ଖସି ଆସିଛି। ବିଜେଡ଼ିକୁ ୧.୩% ଭୋଟ ହରାଇବାକୁ ପଡିଛି। ତେବେ ମଜାର କଥା ହେଉଛି ମାତ୍ର ୧.୩% ଭୋଟ ହାର ହରାଇ ବିଜେଡି ୮ ଟି ଆସନ ହରାଇଥିବା ବେଳେ ୧୨.୨% ଭୋଟ କମିଥିବା କଂଗ୍ରେସକୁ ଗୋଟିଏ ଆସନର ମୁନାଫା ହୋଇଛି। ଅନେକ ସମୟରେ ଭୋଟ ହାର ସହିତ ଆସନ ବୃଦ୍ଧିର ଗଣିତ ଖାପ ଖାଏ ନାହିଁ। ତେବେ ସମୁଦାୟ କଂଗ୍ରେସ ଭୋଟ ବିଜେପିକୁ ଚାଲିଯିବାର ଅନେକ କାରଣ ଭିତରୁ ଭୋଟହାର କମିବା ଏକ ଅନ୍ୟତମ କାରଣ।

ବିଜେପି ଜିତିଥିବା ଓଡିଶାର ଆଠଟି ଆସନରୁ କଳାହାଣ୍ଡି, ବାଲେଶ୍ଵର ଓ ବଲାଙ୍ଗୀରକୁ ବାଦ ଦେଲେ ଅନ୍ୟ ସବୁ ଆସନରେ କଂଗ୍ରେସର ଭୋଟ ସଂଖ୍ୟା ଲକ୍ଷେ ପାଖାପାଖି ରହିଛି। ଭୁବନେଶ୍ଵର ଆସନରେ କଂଗ୍ରେସ ଜଟଣୀ ଆସନ ଜିତି ୬୮, ୮୪୮ ଭୋଟ ପାଇଥିବା ବେଳେ  ବେଳେ ବେଗୁନିଆ ଆସନରେ ଏହା ଦ୍ଵିତୀୟ ସ୍ଥାନରେ ରହି ୫୩,୧୩୦ ଖଣ୍ଡ ଭୋଟ ପାଇଛି। ଅଥଚ କଂଗ୍ରେସ ସମର୍ଥିତ ସିପିଆଇ-ଏମ ପ୍ରାର୍ଥୀ ଜନାର୍ଦ୍ଦନ ପତି ଏହି ଆସନରେ ମାତ୍ର ୨୩,୦୨୬ ଖଣ୍ଡ ଭୋଟ ପାଉଛନ୍ତି। ନିଜ ସମର୍ଥିତ ପ୍ରାର୍ଥୀଙ୍କୁ କଂଗ୍ରେସ ଭୁବନେଶ୍ବରରେ ବିଲକୁଲ ଭୋଟ ଦେଇନାହିଁ। ଯାହା ଫଳରେ ଏଠାରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ୨୩,୮୩୯ ଭୋଟରେ ଜିତିଛନ୍ତି। ଯେଉଁଠି କଂଗ୍ରେସ ପ୍ରାର୍ଥୀ ନଦେଇ ନିଜ ସହଯୋଗୀଙ୍କୁ ସମର୍ଥନ ଦେଇଛି, ସେଠି କଂଗ୍ରେସର ଭୋଟ ପୂରାପୂରି ବିଜେପି ଖାତାକୁ ଚାଲିଯାଇଛି। ମୟୂରଭଞ୍ଜରେ ମଧ୍ୟ ସେଇ ସମାନ କଥା ଦେଖିବାକୁ ମିଳିଛି। ଏଠାରେ କଂଗ୍ରେସର ସମର୍ଥନ ସହଯୋଗୀ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ଯିବା ପରିବର୍ତ୍ତେ ସିଧା ସିଧା ବିଜେପିକୁ ଯାଇଛି।

ପଶ୍ଚିମ ଓଡିଶାର ପାଞ୍ଚଟି ଯାକ ଲୋକସଭା ଆସନ କଳାହାଣ୍ଡି, ବରଗଡ, ସମ୍ବଲପୁର, ବଲାଙ୍ଗୀର ଓ ସୁନ୍ଦରଗଡ ଆସନ ବିଜେପି ହାତକୁ ଯିବା ପଛରେ ମଧ୍ୟ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଦାୟୀ। କେବଳ କଳାହାଣ୍ଡି ଆସନରେ ୩.୧୯,୨୦୨ ଖଣ୍ଡ ଭୋଟ ପାଇ ସମ୍ମାନଜନକ ସ୍ଥିତିରେ ରହିଛନ୍ତି। ବଲାଙ୍ଗୀରରେ କଂଗ୍ରେସ ଦୁଇଟି ବିଧାନସଭା ଆସନ ଜିତିବା ସହିତ ଲୋକସଭାରେ ୨,୭୧,୦୫୬ ଖଣ୍ଡ ଭୋଟ ପାଇଛି। କଂଗ୍ରେସର ଭୋଟ ହାର କମିବା ଓ ନିର୍ବାଚନରେ ଏହାର କର୍ମୀମାନେ ସିଧା ସିଧା ବିଜେପିକୁ ସମର୍ଥନ କରିବା ଭଳି ପରିସ୍ଥିତି ଓଡିଶାରେ ନୂଆ ବୋଲି କୁହାଯାଇପାରେ। କଂଗ୍ରେସର ମୌଳିକ ସଂଗଠନ ଭାଙ୍ଗିଯିବା ପରେ ଏହାର ମୂଳ ସମର୍ଥକମାନେ ମଧ୍ୟ ଏବେ ଦଳରୁ ଦୂରେଇ ଗଲେଣି। କଂଗ୍ରେସର ସଂପୂର୍ଣ୍ଣ ମୂଳପୋଛ କରି ତ୍ରୀପୁରାରେ ବିଜେପି ସିପିଆଇ-ଏମ ସରକାରର ପତନ ଘଟାଇଥିଲା। ଓଡିଶାରେ ଏଥର ସେହି ସମାନ ଫର୍ମୁଲା ପ୍ରୟୋଗ କରିବାକୁ ବିଜେପି ଚେଷ୍ଟା କରିଛି। ସେଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ନିର୍ବାଚନ ଫଳାଫଳ ତ୍ରିପୁରା ଭଳି ହେବାକୁ ଯାଉଛି ବୋଲି ବାରମ୍ବାର କହୁଥିଲେ।

ଓଡିଶାରେ ବିଜୁ ଜନତା ଦଳର ଶକ୍ତି ଉପରେ ପ୍ରହାର କରିବାକୁ ହେଲେ କଂଗ୍ରେସ ନାମକ ତୃତୀୟ ଶକ୍ତିକୁ ସଂପୂର୍ଣ୍ଣ ଧୂଳିସାତ କରିବାକୁ ପଡିବ ବୋଲି ବିଜେପି ଭଲ ଭାବରେ ଜାଣେ। ତେବେ ବିଜେପିର ଲକ୍ଷ୍ୟ ପୂରଣ ଦିଗରେ ଓଡିଶା କଂଗ୍ରେସ କିଛି କମ ସୁଯୋଗ ସୃଷ୍ଟି କରିନାହିଁ। ନିର୍ବାଚନ ପୂର୍ବରୁ ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ଜରିଆରେ କଂଗ୍ରେସ ନେତୃତ୍ବକୁ ବିଜେପି ଯଥେଷ୍ଟ ବିଭ୍ରାନ୍ତ କରିଥିଲା। ବିଜେଡି ତୁଳନାରେ ବିଜେପି ଯେ କଂଗ୍ରେସର ବଡ ଶତ୍ରୁ ଏକଥା କଂଗ୍ରେସ ନେତାମାନେ ବହୁ ବିଳମ୍ବରେ ବୁଝିଲେ। ଏପରିକି କଂଗ୍ରେସର ସହଯୋଗୀ ଭାବେ ଆସିଥିବା ବାମପନ୍ଥୀ ଓ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟ ଏବେ ଏହି କାରଣରୁ ତଳିତଳାନ୍ତ ହୋଇ ଯାଇଛନ୍ତି। ଏକଦା ରାଜ୍ୟରେ ୬-୧୦% ଭୋଟ ପାଉଥିବା ବାମପନ୍ଥୀଙ୍କ ଭୋଟହାର ଏଥର ମାତ୍ର୦.୩୫% କୁ ଖସି ଆସିଛି।

ବିଜେପି ଏବେ ୨୦୧୯ର ଓଡିଶା ପରାଜୟକୁ ଭରଣା କରିବାଲାଗି ନୂଆ ରଣନୀତି ପ୍ରସ୍ତୁତ କରିବ ଆଉ ସେ ରଣନୀତିର ସବୁଠୁ ବଡ ଲକ୍ଷ୍ୟ ହେବ କଂଗ୍ରେସ ଭୋଟ ହାରକୁ ପାଞ୍ଚ ପ୍ରତିଶତକୁ ଖସାଇ ଆଣିବା। ବିଜେପିର ଏହି ତୀବ୍ର ଆକ୍ରମଣକୁ କଂଗ୍ରେସ ଯଦି ସାମ୍ନା ନ କରିବ, ତାହେଲେ କଂଗ୍ରେସ ତ ଧୂଳିସାତ ହେବ, ହେଲେ ଏହାର ପରିଣତିରେ ବିଜେଡ଼ିର ଭବିଷ୍ୟତ ମଧ୍ୟ ପ୍ରଭାବିତ ହେବ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Latest News

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ସାରା ଦେଶରେ ଯାତ୍ରୀ ଟର୍ମିନାଲର କ୍ଷମତା ବୃଦ୍ଧି ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ରେଳ ମନ୍ତ୍ରୀ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.