Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚାଷୀ ପ୍ରସଂଗରେ ଟ୍ରାକ୍ଟର, ହଳ ଲଙ୍ଗଳ ଓ ଶଗଡ ଧରି ବିଧାନସଭା ଘେରିଲା ରାଜ୍ୟ ବିଜେପି
ଜାତୀୟ ଖବର

ଚାଷୀ ପ୍ରସଂଗରେ ଟ୍ରାକ୍ଟର, ହଳ ଲଙ୍ଗଳ ଓ ଶଗଡ ଧରି ବିଧାନସଭା ଘେରିଲା ରାଜ୍ୟ ବିଜେପି

December 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
BJP Rally

ଭୁବନେଶ୍ୱର : ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଓଡ଼ିଶାର କୃଷକ ଓ କୃଷି ପ୍ରସଙ୍ଗରେ ୧୫ଦିନ ବ୍ୟାପି ସତ୍ୟାଗ୍ରହ ଆଜି ବିଧାନସଭା ଘେରାଉର ରୂପ ନେଲା । ଚାଷୀ ପ୍ରଂସଗରେ  ରାଜ୍ୟ ସରକାରଙ୍କ ବିରୁଦ୍ଧରେ ହଜାର ହଜାର କର୍ମୀଙ୍କୁ ନେଇ ଭାରତୀୟ ଜନତା ପାର୍ଟି ବିଧାନସଭାକୁ ଘେରିଥିଲା। ଟ୍ରାକ୍ଟର, ହଳ ଲଙ୍ଗଳ ଓ ଶଗଡ ପ୍ରଭୃତି ଧରି ରାଜଧାନୀର ରାଜରାସ୍ତାରେ ଆନ୍ଦୋଳନକାରୀ ଅସନ୍ତୋଷ ପ୍ରକାଶ କରିଥିଲେ।

କୃଷକମାନଙ୍କ ପାଇଁ କୌଣସି ରାଜନୈତିକ ଦଳ ବିଧାନସଭା ଚାଲୁଥିôବାବେଳେ ୧୫ଦିନ ରାଜ ରାସ୍ତାରେ ବସିବା, ବିଧାୟକ ଦଳ ସେହି ପ୍ରସଙ୍ଗରେ ଗୃହ ବର୍ଜନ କରି ଏହି ଆନ୍ଦୋଳନରେ ସାମିଲ ହେବା ସତ୍ୱେ ରାଜ୍ୟର ମୁଖ୍ୟମନ୍ତ୍ରୀ ବା ତାଙ୍କର ମନ୍ତ୍ରୀ ପରିଷଦ କେହି ହେଲେ ଏ ପ୍ରସଙ୍ଗରେ ବିରୋଧୀ ଦଳ ସହ ଆଲୋଚନା କରିବା ଭଳି ଦାୟିତ୍ୱ ପ୍ରଦର୍ଶନ କଲେ ନାହିଁ  ବୋଲି ବିଜେପି ଅଭିଯୋଗ କରିଛି। ମୁଖ୍ୟମନ୍ତ୍ରୀ ବିଧାନସଭା ଆସୁ ନାହାଁନ୍ତି। ହେଲେ  ଭୁବନେଶ୍ୱରରୁ ଯାଇ ପଦ୍ମପୁରରେ ନିର୍ବାଚନୀ ସଭା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି।

ବିଜେପିର ବିଧାୟକମାନେ କୃଷକ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବା ପାଇଁ ବାରମ୍ବାର ଦାବି କରିବା ସତ୍ୱେ ଶାସକ ଦଳ ଏ ପ୍ରସଙ୍ଗରେ ଆଲୋଚନାକୁ ଆସିଲେ ନାହିଁ । ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ଦେବାପାଇଁ ବିଭାଗୀୟ ମନ୍ତ୍ରୀମାନେ ଗୃହରେ ଉପସ୍ଥିତ ନରହି ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ମାତିଛନ୍ତି। ବିଧାନସଭା ଚାଲିଥିବାବେଳେ ପରାଜୟ ଭୟରେ ଆତଙ୍କିତ ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ଅର୍ଥମନ୍ତ୍ରୀ, ଜଳସେଚନମନ୍ତ୍ରୀ, ଖାଦ୍ୟ ଯୋଗାଣମନ୍ତ୍ରୀ, ସମବାୟ ମନ୍ତ୍ରୀ ସମେତ ୧୬ଜଣ ମନ୍ତ୍ରୀ ଓ ୬୦ରୁ ଊର୍ଦ୍ଧ୍ୱ ବିଜେଡି ବିଧାୟକମାନେ ରାଜ୍ୟ ପ୍ରସଙ୍ଗକୁ ଛାଡି ପଦ୍ମପୁର ଉପନିର୍ବାଚନରେ ବ୍ୟସ୍ତ ଅଛନ୍ତି ବୋଲି ଦଳ କହିଛି।

ଯେଉଁ ବରଗଡ ଜିଲ୍ଲାର ସୋହେଲାଠାରେ ଚାଷୀଙ୍କୁ ଧାନ କ୍ୱିଂଟାଲ ପିଛା ୧୦୦ଟଙ୍କାର ବୋନସ ଦେବାକୁ ୬ବର୍ଷ ତଳେ ଘୋଷଣା କରିଥିଲେ ତାହାକୁ ନଦେଇ ଠକି ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସେହି ବରଗଡ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଯାଇଥିଲେ ଅଥଚ ସେ ସମ୍ପର୍କରେ ଉତ୍ତର ମଧ୍ୟ ରଖିଲେ ନାହିଁ ବୋଲି ବିଧାୟକ ଶ୍ରୀ ମୋହନ ଚରଣ ମାଝୀ ସମାଲୋଚନା କରିଛନ୍ତି ।

ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତିଙ୍କ ସଂଯୋଜନାରେ ଏହି ବିଧାନସଭା ଘେରାଉ ସମାବେଶ ସଭାରେ ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ନୟନ କିଶୋର ମହାନ୍ତି, ସାରଦା ପ୍ରଧାନ, ରାଜ୍ୟ ସଂପାଦକ ଅମର ନାୟକ, ପିଙ୍କି ପ୍ରଧାନ, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ଯୋଗଦେଇଥିଲେ।

ସେହିପରି ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ନୟାଗଡ ଜିଲ୍ଲା ସଭାପତି ଲାଲା ମୋନଜ ରାୟ, ଭୁବନ ମୋହନ ଜେନା, ସୁଶାନ୍ତ ମଲ୍ଲିକ, ଓମପ୍ରକାଶ ମିଶ୍ର, ରାଜକିଶୋର ବେହେରା, ସଂପଦ ସ୍ୱାଇଁ, ବବିତା ମଲ୍ଲିକ, ପ୍ରତାପ ମିଶ୍ର, ବସନ୍ତ ନାୟକ, ବ୍ରଜେନ୍ଦ୍ର ରାୟ, ସ୍ମୃତିରେଖା ପହି, ବିଶ୍ୱଜିତ୍ ନାୟକ, ପୂର୍ବତନ ବିଧାୟକ ଅଲେଖ ଜେନା, ଦୋଳଗୋବିନ୍ଦ ନାୟକ, ସୁଶାନ୍ତ ସାବତ, ମହେଶ ମହାନ୍ତି ଓ ପବିତ୍ର ଦାସ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ : ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

April 10, 2026

ଆସନ୍ତା ୧୨ ସନ୍ଧ୍ୟା ୬:୩୦ରେ ପ୍ରଥମଥର ପାଇଁ ଟିଭିରେ ଦେଖିବେ ସୁପରହିଟ୍ ଫିଲ୍ମ ‘କୁହୁଡ଼ି’

April 10, 2026

ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା

April 10, 2026

ରାଜ୍ୟରେ ପୁଣି ତେଜିଲା ମେଟ୍ରୋ ରାଜନୀତି

April 10, 2026
Latest News

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ : ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

April 10, 2026

ଆସନ୍ତା ୧୨ ସନ୍ଧ୍ୟା ୬:୩୦ରେ ପ୍ରଥମଥର ପାଇଁ ଟିଭିରେ ଦେଖିବେ ସୁପରହିଟ୍ ଫିଲ୍ମ ‘କୁହୁଡ଼ି’

April 10, 2026

ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା

April 10, 2026

ରାଜ୍ୟରେ ପୁଣି ତେଜିଲା ମେଟ୍ରୋ ରାଜନୀତି

April 10, 2026

ହୁମାୟୁନ୍ କବୀରଙ୍କୁ ଓୱେସିଙ୍କ ବଡ଼ ଝଟକା: ଏକାକୀ ବଙ୍ଗଳା ନିର୍ବାଚନ ଲଢ଼ିବ ଏଆଇଏମ୍ଆଇଏମ୍

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.