Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଖ୍ୟାତ ତବଲା ବାଦକ ପଣ୍ଡିତ ଉମେଶ କରଙ୍କ ଭୁବନେଶ୍ବରରେ ପରଲୋକ
ଜାତୀୟ ଖବର

ପ୍ରଖ୍ୟାତ ତବଲା ବାଦକ ପଣ୍ଡିତ ଉମେଶ କରଙ୍କ ଭୁବନେଶ୍ବରରେ ପରଲୋକ

December 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Umesh Kar
ପ୍ରଖ୍ୟାତ ତବଲା ବାଦକ ପଣ୍ଡିତ ଉମେଶ କରଙ୍କ ଭୁବନେଶ୍ବରରେ ପରଲୋକ

ଭୁବନେଶ୍ବର: ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ପ୍ରଖ୍ୟାତ ତବଲା ବାଦକ ପଣ୍ଡିତ ଉମେଶ କରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା। ସେ ଓଡିଶାର ତବଲା କ୍ଷେତ୍ରରେ ଜଣେ ପ୍ରଖ୍ୟାତ ଗୁରୁ ଭାବେ ପରିଚିତ। ସେ ସ୍ବାସ୍ଥ୍ୟଗତ କାରଣ ପାଇଁ ଏକ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପରଲୋକ ହୋଇଯାଇଛି।

ପଣ୍ଡିତ ଉମେଶ କର ଉତ୍କଳ ସଂଗୀତ ମହାବିଦ୍ୟାଳୟର ତବଲା ବିଭାଗର ମୁଖ୍ୟ ପରବର୍ତ୍ତି ସମୟରେ ସେଠାରେ ଅଧ୍ୟକ୍ଷ ହୋଇପାରିଥିଲେ। ସେ ସେହି ପଦରୁ ୨୦୧୦ ମସିହାରେ ଅବସର ଗ୍ରହଣ ଥିଲେ। ଓଡିଶାକୁ ଯେଉଁ ପ୍ରଖ୍ୟାତ ଶିଳ୍ପୀମାନେ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଆସନ୍ତି ସେମାନେ ପ୍ରଥମେ ଉମେଶ କରଙ୍କୁ ତବଲା ପାଇଁ ମନୋନିତ କରନ୍ତି।

ସେ ଦେଶ ତଥା ବିଦେଶରେ ବହୁ ସ୍ଥାନରେ ତବଲା ବାଦନ କରି ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ସେ ନିଜେ ତବଲା ବାଦନ ସହିତ ଓଡିଶାରେ ଶହଶହ ତବଲା ବାଦ୍ୟକାରଙ୍କୁ ସୃଷ୍ଟି କରିବାରେ ମଧ୍ୟ ସକ୍ଷମ ହୋଇପାରିଛନ୍ତି। ତାଙ୍କର ଛାତ୍ରଛାତ୍ରୀମାନେ ବର୍ତ୍ତମାନ ତବଲା ବାଦନରେ ବେଶ୍ ନାଁ ମଧ୍ୟ କରିବାରେ ଲାଗିଛନ୍ତି।

ଉମେଶ କରଙ୍କ ଜନ୍ମସ୍ଥାନ ହେଉଛି ପୁରୀ। ସେ ଏକ କଲାକାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ବାପା ବାଦ୍ୟବିନୋଦ କ୍ଷେତ୍ରମହୋନ କର ଉଭୟ ତବଲା ଏବଂ ମର୍ଦ୍ଦଳ ବାଦକ ଭାବେ ଖ୍ୟାତ ଥିଲେ। ସେହିପରି ମାଆ ପଦ୍ମାବତୀ କର ଥିଲେ ସୀତାର ବାଦିକା। ଏପରିକି ଓଡିଶାର ପ୍ରଖ୍ୟାତ ସଂଗୀତକଜ୍ଞ ପ୍ରଫୁଲ କର ହେଉଛନ୍ତି ତାଙ୍କର ସଂପର୍କୀୟ ଭାଇ।

ଉମେଶ ପ୍ରଥମେ ସେ ନିଜର ପିତାଙ୍କଠାରୁ ତବଲା ବାଦନ ଶିକ୍ଷାଲାଭ କରିଥିଲେ। ଏହାପରେ ସେ କୋଲକାତା ଯାଇ ବିଶ୍ବପ୍ରସିଦ୍ଧ ତବଲା ବାଦକ ପଣ୍ଡିତ ଜ୍ଞାନପ୍ରକାଶ ଘୋଷଙ୍କଠାରୁ ଶିକ୍ଷାଲାଭ କରିଥିଲେ। ଶିକ୍ଷାଲାଭ ପରେ ସେ ଭୁବନେଶ୍ବରସ୍ଥିତ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ପଣ୍ଡିତ କର ଓଡ଼ିଶାର ପ୍ରଥମ ତବଲାବାଦକ ଭାବେ ଆକାଶବାଣୀ ଟପ୍ ଗ୍ରେଡ୍ କଳାକାର ମାନ୍ୟତା ଲାଭ କରିଥିଲେ।

ତାଙ୍କର ବିୟୋଗରେ ଓଡିଶାର କଳା ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ବିୟୋଗ ଓଡିଶା ବାଦ୍ୟଯନ୍ତ୍ର କଳା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ଘଟିଲା।

Pandit Umesh Kar ଉମେଶ କର
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୭ ଦିନିକିଆ ବିଶ୍ୱକପ୍ ତାରିଖ ପ୍ରକାଶ: ମହାତ୍ମା ଗାନ୍ଧୀଙ୍କ ସହ ରହିଛି ସଂଯୋଗ

August 16, 2026

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026
Latest News

୨୦୨୭ ଦିନିକିଆ ବିଶ୍ୱକପ୍ ତାରିଖ ପ୍ରକାଶ: ମହାତ୍ମା ଗାନ୍ଧୀଙ୍କ ସହ ରହିଛି ସଂଯୋଗ

August 16, 2026

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.