Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନଦୀରେ କାହିଁକି ମାଛ ଯାଅଁଳ ଛାଡିଲେ କୃଷି ଓ ମତ୍ସ୍ୟ ବିକାଶ ମନ୍ତ୍ରୀ ରାଜା ସ୍ବାଇଁ
ଜାତୀୟ ଖବର

ନଦୀରେ କାହିଁକି ମାଛ ଯାଅଁଳ ଛାଡିଲେ କୃଷି ଓ ମତ୍ସ୍ୟ ବିକାଶ ମନ୍ତ୍ରୀ ରାଜା ସ୍ବାଇଁ

December 16, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
FishCulture
ନଦୀରେ କାହିଁକି ମାଛ ଯାଅଁଳ ଛାଡିଲେ କୃଷି ଓ ମତ୍ସ୍ୟ ବିକାଶ ମନ୍ତ୍ରୀ ରାଜା ସ୍ବାଇଁ

ଭୁବନେଶ୍ୱର: ନଦୀରେ ବିଭିନ୍ନ ପ୍ରଜାତିର ମାଛ ଯାଆଁଳ ଛାଡ଼ିବା ଦ୍ୱାରା ନଦୀରେ ଜୈବବିବିଧତାର ସୁରକ୍ଷା ସହ ପ୍ରାକୃତିକ ପ୍ରଜନନ ମାଧ୍ୟମରେ ନଦୀଗୁଡ଼ିକରେ ମାଛ ବଂଶ ବୃଦ୍ଧି କରାଯାଇପାରିବ। ଉନ୍ନତ ଆଙ୍ଗୁଳିକା ଯାଆଁଳ ନିୟମିତ ନଦୀରେ ଛାଡ଼ିବା ଦ୍ୱାରା ମାଛ ଉତ୍ପାଦନ ଓ ଉତ୍ପାଦନ ହାର ବୃଦ୍ଧି ପାଇବ। ଏହା ଦ୍ୱାରା ମତ୍ସ୍ୟଜୀବୀଙ୍କ ଆର୍ଥିକ ବିକାଶ ଓ ନୂତନ ନିଯୁକ୍ତି ସୃଷ୍ଟି କରାଯାଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

ଆଜି ମହାନଦୀର ମୁଣ୍ଡଳୀ ନିକଟସ୍ଥ କଟକିଆ ସାହି ଗ୍ରାମ ପଞ୍ଚାୟତ ନିକଟରେ ମତ୍ସ୍ୟସଂପଦର ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ନଦୀରେ ଉନ୍ନତ ମାଛ ଯାଆଁଳ ଛଡ଼ାଯିବା କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ମହାନଦୀରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ୮୦ ମିଲିମିଟରରୁ ୧୦୦ ମିଲିମିଟର ବିଶିଷ୍ଟ ଉନ୍ନତ ମାନର ରୋହି, ଭାକୁର, ମିରିକାଳି ଓ କଳାବଇଁଶୀ ସହିତ ଅନ୍ୟ ମାଇନର କାର୍ପ ପ୍ରଜାତି ଯାଆଁଳ ମୁଖ୍ୟସ୍ରୋତରେ ଛାଡ଼ିବା ପାଇଁ ବ୍ୟବସ୍ଥା କରାଯାଇଛି।

ଏହା ଦ୍ୱାରା ନଦୀର ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଓ ନିକଟବର୍ତ୍ତୀ ଅଞ୍ଚଳର ବଜାର ଚାହିଦା ପୂରଣ କରାଯିବା ସହିତ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଆୟବୃଦ୍ଧିକୁ ନିଶ୍ଚିତ କରାଯାଇପାରିବ। ମହାନଦୀ ରାଜ୍ୟର ସର୍ବବୃହତ ପ୍ରାକୃତିକ ମତ୍ସ୍ୟସଂପଦ ଭାବରେ ପରିଚିତ। ପରିବର୍ତ୍ତିତ ପରିବେଶ ଓ ଅନ୍ୟାନ୍ୟ କାରଣରୁ ସଂପ୍ରତି ନଦୀଗୁଡ଼ିକରେ ଜୈବବିବିଧତା ହ୍ରାସ ପାଉଛି। ଏହାର ସିଧାସଳଖ ପ୍ରଭାବ ରାଜ୍ୟର ମତ୍ସ୍ୟସଂପଦ ଓ ଏହା ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ଉପରେ ପଡ଼ୁଛି।

ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ନଦୀରେ ମତ୍ସ୍ୟସଂପଦ ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତ ମାଛ ଯାଆଁଳ ଛାଡ଼ିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏହା ଦ୍ୱାରା ମହାନଦୀର ଉତ୍କୃଷ୍ଟ ମତ୍ସ୍ୟସଂପଦର ସୁରକ୍ଷା ଓ ଏହା ଉପରେ ନିର୍ଭରଶୀଳ ୨୭୩ଟି ପ୍ରାଥମିକ ମତ୍ସ୍ୟଜୀବୀ ସମିତିର ପ୍ରାୟ ୪୨ ହଜାର ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ସୁରକ୍ଷିତ କରାଯାଇପାରିବ।

ଏହା ଦ୍ୱାରା ଲୋକମାନଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହେବା ସହ ପୁଷ୍ଟିକର ଖାଦ୍ୟ ଉପଲବ୍ଧ କରାଯାଇପାରିବ ଏବଂ ମାଛର ଆଭ୍ୟନ୍ତରୀୟ ଚାହିଦା ପୂରଣ ସହିତ ରପ୍ତାନୀ ବୃଦ୍ଧି ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ମତ୍ସ୍ୟ ସମବାୟ ବିକାଶ ନିଗମ ଦ୍ୱାରା ସମୁଦାୟ ୮ ଲକ୍ଷ ୫୦ ହଜାର ଉନ୍ନତ ମାନର ରୋହି, ଭାକୁର ଏବଂ ମିରିକାଳିର ଆଙ୍ଗୁଳିକା ଯାଆଁଳ ନଦୀରେ ଛଡ଼ାଯାଇଥିଲା। ଏହି ବର୍ଷ ରାଜ୍ୟର ଋଷିକୂଲ୍ୟା, ବୈତରଣୀ, ବ୍ରାହ୍ମଣୀ ଓ ମହାନଦୀ ଆଦି ନଦୀରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପକ୍ଷରୁ ପ୍ରାୟ ୬୭ ଲକ୍ଷ ଉନ୍ନତ ମାନର ଆଙ୍ଗୁଳିକା ଯାଆଁଳ ଛାଡ଼ିବାର ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଯୋଗଦେଇ ନଦୀରେ ଉନ୍ନତ ମାଛ ଯାଆଁଳ ଛାଡ଼ିବାର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋଚନା କରିଥିଲେ। ଏହା ଦ୍ୱାରା ନଦୀରେ ମାଛବଂଶ ଲୋପର ନିରାକରଣ ସହ ପ୍ରାକୃତିକ ଜଳସଂପଦର ଦୀର୍ଘସ୍ଥାୟୀ ସୁରକ୍ଷା କରିହେବ। ଏହି କାର୍ଯ୍ୟକ୍ରମ ଦ୍ୱାରା ନଦୀ ସୁରକ୍ଷା, ଜୈବବିବିଧତା ରକ୍ଷା ଉପରେ ଜନସଚେତନତା ସୃଷ୍ଟି କରାଯିବ ବୋଲି ସଚିବ ଶ୍ରୀ ବଶିଷ୍ଠ କହିଥିଲେ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କଟକିଆ ସାହି ଗ୍ରାମ ପଞ୍ଚାୟତର ଚାରିଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପଞ୍ଚାୟତ ପୋଖରୀରେ ମାଛଚାଷ କରିଥିବାରୁ ରିହାତି ରାଶି ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ କଟକର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ଶଶିକାନ୍ତ ଆଚାର୍ଯ୍ୟ, ମତ୍ସ୍ୟ ଉପନିର୍ଦ୍ଦେଶକ ଶ୍ରୀ ସୀମାଞ୍ଚଳ ବେହେରା, ଓଡ଼ିଶା ମତ୍ସ୍ୟ ସମବାୟ ବିକାଶ ନିଗମର କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ସୁବ୍ରତ କୁମାର ଦାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ରଥ, କଟକିଆ ସାହି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ମାନସୀ ରାଉତ, ସମିତି ସଭ୍ୟା ଶ୍ରୀମତୀ ପ୍ରତିମା ପ୍ରଧାନଙ୍କ ସମେତ ନାରାୟଣ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, ମା ମଙ୍ଗଳା ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, ଦାସପୁର ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, କଟକିଆ ସାହି ଗ୍ରାମ ପଞ୍ଚାୟତର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଓ ବହୁ ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀ କୁଳ ଯୋଗଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡ

April 9, 2026

ଆଇଏନଏସ ଚିଲିକାରେ ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତ୍ୟୁ

April 9, 2026

ହଠାତ୍ ସନ୍ଧ୍ୟାରେ ହ୍ରାସ ପାଇଲା ସୁନା ଏବଂ ରୂପାରେ ମୂଲ୍ୟ: ଜାଣନ୍ତୁ କେତେ?

April 9, 2026

ଭାରତରେ ପରିବର୍ତ୍ତନର ଧାରା!: ପେଟ୍ରୋଲ ଏବଂ ଡିଜେଲ ତୁଳନାରେ CNG- EV କାରର ବଢୁଛି ଚାହିଦା

April 9, 2026
Latest News

ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱ ଅର୍ଥନୀତିରେ ଗୁରୁତର ବିପର୍ଯ୍ୟୟ ଆଶଙ୍କା

April 9, 2026

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଗ୍ନିକାଣ୍ଡ

April 9, 2026

ଆଇଏନଏସ ଚିଲିକାରେ ପ୍ରଶିକ୍ଷଣରତ ଅଗ୍ନିବୀରଙ୍କ ମୃତ୍ୟୁ

April 9, 2026

ହଠାତ୍ ସନ୍ଧ୍ୟାରେ ହ୍ରାସ ପାଇଲା ସୁନା ଏବଂ ରୂପାରେ ମୂଲ୍ୟ: ଜାଣନ୍ତୁ କେତେ?

April 9, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.